ନବୀନ ଓଡ଼ିଶା ମ୍ୟାଜିକ୍‌ କାର୍ଡ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ୱର/ମାଲକାନଗିରି,୬ା୩ (ଅନିଲ ଦାସ/ଦୁର୍ଯ୍ୟୋଧନ ପାତ୍ର): ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନବୀନ ଓଡ଼ିଶା ମ୍ୟାଜିକ୍‌ କାର୍ଡ ପଞ୍ଜୀକରଣ ପାଇଁ ମାଲକାନଗିରି ଜିଲାରେ ଓ୍ବେବ୍‌ ପୋର୍ଟାଲ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯୁବକମାନେ ହେଉଛନ୍ତି ରାଷ୍ଟ୍ରର ସମ୍ପତ୍ତି। ଦେଶ ତଥା ଜାତି ପାଇଁ ଯୁବଗୋଷ୍ଠୀଙ୍କର ଦକ୍ଷତାକୁ ସାକାର କରିବା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟ ସରକାର ନୂଆ-ଓ କାର୍ଯ୍ୟକ୍ରମ ଏବଂ ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକାରୀ କରିଛନ୍ତି। ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବା ପାଇଁ ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ନବୀନ ଓଡ଼ିଶା ମ୍ୟାଜିକ୍‌ କାର୍ଡ ଭଳି ବୈପ୍ଲବିକ ପଦକ୍ଷେପ ନିଆଯାଇଛି। ଏହା ସେମାନଙ୍କର ବ୍ୟକ୍ତିତ୍ୱ ବିକାଶ କରିବା ସହ ମାତାପିତାଙ୍କର ଆର୍ଥିକ ବୋଝକୁ ଲାଘବ କରିବ ଏବଂ କ୍ୟାରିୟର ଅଭିବୃଦ୍ଧି ସହ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ରାଜ୍ୟର ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ସାମ୍ସ ପୋର୍ଟାଲ ଜରିଆରେ ଆବେଦନ କରିଥିବା ଘରୋଇ ଶିକ୍ଷାନୁଷ୍ଠାନର ସମସ୍ତ ୟୁଜି ଓ ପିଜି ଛାତ୍ରୀଛାତ୍ରମାନେ ଏହି କାର୍ଡ ପାଇବା ପାଇଁ www.magiccard.odisha.gov.inରେ ଆବେଦନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମାଲକାନଗିରି ଜିଲା ପରିଦର୍ଶନ କରିଛନ୍ତି। ଜିଲାର କ୍ରୀଡ଼ା କମ୍ପ୍ଲେକ୍ସଠାରେ ଆୟୋଜିତ ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରୀଛାତ୍ରମାନଙ୍କୁ ନୂଆ-ଓ ଛାତ୍ରବୃତ୍ତି ମଞ୍ଜୁରୀ ପତ୍ର ପ୍ରଦାନ କରିଛନ୍ତି। ଜିଲାର ୧୦ଟି କଲେଜର ୫,୦୬୯ ଛାତ୍ରୀଛାତ୍ର ଏହି ଛାତ୍ରବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ପାଇଁ ୫.୧୯ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ସୂଚନା ଦେଇଛନ୍ତି। ନବୀନ ଓଡ଼ିଶା ମ୍ୟାଜିକ୍‌ କାର୍ଡ ସମ୍ପର୍କରେ ପାଣ୍ଡିଆନ କହିଛନ୍ତି ଯେ, ଏହା ହେଉଛି ପଏଣ୍ଟ ଆଧାରିତ ସ୍ମାର୍ଟକାର୍ଡ। ଏହା ଯୁବଗୋଷ୍ଠୀଙ୍କୁ ନିଜର ଏକାଡେମିକ କ୍ୟାରିୟର, ବ୍ୟକ୍ତିଗତ ଦକ୍ଷତା ବିକାଶ କ୍ଷେତ୍ରରେ ସହାୟତା କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଦେଇ ପାଣ୍ଡିଆନ କହିଛନ୍ତି ଯେ, ଯୁବକମାନେ ବଡ଼ ସ୍ବପ୍ନ ଦେଖନ୍ତୁ। ତାକୁ କାର୍ଯ୍ୟକାରୀ କରିବା ପାଇଁ କଠିନ ପରିଶ୍ରମ କରିବା ଆବଶ୍ୟକ। ପରେ ପାଣ୍ଡିଆନ ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଓ ବିଜେବି ସ୍ବୟଂଶାସିତ କଲେଜରେ ଅନୁଷ୍ଠିତ ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ମଞ୍ଜୁରୀ ପତ୍ର ବଣ୍ଟନ କରିଥିଲେ। ଏହି ସବୁ ବିଶ୍ୱବିଦ୍ୟାଳୟ ଓ କଲେଜର ୮୪୮୦ ପିଲାଙ୍କୁ ଛାତ୍ରବୃତ୍ତି ଦେବାକୁ ୮.୫୩ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ସୂଚନା ଦେଇଛନ୍ତି। ନବୀନ ଓଡ଼ିଶା ମ୍ୟାଜିକ୍‌ କାର୍ଡ ପଞ୍ଜୀକରଣ ସମସ୍ତେ କରିବାକୁ ସେ ଛାତ୍ରୀଛାତ୍ରଙ୍କୁ ଅନୁରୋଧ କରିଛନ୍ତି। ଆସନ୍ତା ଅଗଷ୍ଟ ୧୫ ତାରିଖରେ କାର୍ଡ ବଣ୍ଟନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri