ନବୀନ ଜମିଦାର, ଆମେ ଗୁମାସ୍ତା

ଖୋର୍ଦ୍ଧା ଅଫିସ,୨୭ା୧୨: ନବୀନବାବୁ ଦୟା, ମମତାର ସାଗର। ତାଙ୍କ ମଧ୍ୟରେ ଏକ ନିର୍ମଳ ହୃଦୟ ରହିଛି। ସାଧାରଣ ଜନତାଙ୍କ ପ୍ରତି ତାଙ୍କ ମନରେ ଅଶେଷ କରୁଣା ରହିଛି। କୌଣସି ସ୍ଥାନକୁ ଗଲାବେଳେ ଗରିବ ଲୋକଙ୍କୁ ଦେଖିଲେ ହାତ ହଲାଇ ତାଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି। ନବୀନ ପଟ୍ଟନାୟକ ସାଢେ ୪କୋଟି ଜନତାଙ୍କ ମଉଡ଼ମଣି। ନବୀନ ଜମିଦାର, ଆମେ ସବୁ ଗୁମାସ୍ତା ବୋଲି ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ଶନିବାର ବିଜେଡି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ଓଡ଼ିଶା ମୋ ପରିବାର’ର ରାଜ୍ୟ ଅଧ୍ୟକ୍ଷ ଅରୂପ ପଟ୍ଟନାୟକ କହିଛନ୍ତି।

ସ୍ଥାନୀୟ ବିଡିଏ କଲ୍ୟାଣ ମଣ୍ଡପଠାରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ପଟ୍ଟନାୟକ କହିଲେ ଯେ, ‘ଓଡ଼ିଶା ମୋ ପରବାର’ ରାଜନୀତିିରୁ ଊର୍ଦ୍ଧ୍ୱରେ। ଲୋକଙ୍କୁ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଏହା ଗଠନ ହୋଇଛି। ଆଗାମୀ ଦିନରେ ରାଜ୍ୟ ସମସ୍ତ ମେଡିକାଲରେ ଓଡ଼ିଶା ମୋ ପରିବାର ପକ୍ଷରୁ ଏକ ହେଲ୍ପ ଡେକ୍ସ ବ୍ୟବସ୍ଥା କରାଯିବା ଯୋଜନା ରହିଛି। ସେଠାରେ ସ୍ବେଚ୍ଛାସେବୀ ମାନଙ୍କୁ ନିୟୋଜିତ କରାଯିବ। ଯାତ୍ରୀ ଗୁମାସ୍ତା ନ ଥିଲେ ପୁରୀ ଶ୍ରୀମନ୍ଦିରରେ ଭକ୍ତ ହଟ୍ଟହଟା ହେଲା ଭଳି ମେଡିକାଲ ଏବଂ ଥାନାରେ କୌଣସି ଚିହ୍ନା ମୁହଁା ନ ଥିଲେ ଅସୁବିଧାର ସମ୍ମୁଖୀନ ହେବା ସୁନିଶ୍ଚିତ। ଚିହ୍ନା ପରିଚୟ ନଥିଲେ ମେଡିକାଲରେ ଗୋଟିଏ ଗୋଡ ପରିବର୍ତ୍ତେ ଅନ୍ୟ ଗୋଡ଼ ଅପରେଶନ କରିଦେବେ। ସେପରି ପରିଚୟ ନ ଥିଲେ ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଲୋକ ନିଜେ ବନ୍ଧା ହୋଇଯିବେ। ଏଣୁ ସାଙ୍ଗରେ ଜଣେ ଚିହ୍ନା ମୁହଁା ଦରକାର। ଓଡ଼ିଶାରେ କର୍କଟ ରୋଗ ଚିକିତ୍ସା ଉପଲବ୍ଧ ନାହିଁ। ଫଳରେ ଲୋକେ ଟାଟା ମୋମେରିଆଲ ହସ୍ପିଟାଲ ଏବଂ ମୁମ୍ବାଇ ଯିବାକୁ ବାଧ୍ୟ ହେଉଛନ୍ତି। କୌଣସି କର୍କଟରୋଗୀ ସାହାଯ୍ୟ ଆବଶ୍ୟକ କଲେ, ମୋ ପରିବାର ତାଙ୍କୁ ସହଯୋଗର ହାତ ବଢାଇବ ବୋଲି କହିଥିଲେ। ନବୀନ ହେଉଛନ୍ତି ଆମ ମାଲିକ ଆମେ ହଳିଆ। ସେ ଯାହା କହିବେ, ଆମେ ତାହା କରିବୁ। ଲୋକେ କହୁଛନ୍ତି ମୁଁ ଡେଲାଙ୍ଗରେ ସମୟ ଦେଉଛି। ମୁଁ କୌଣସି ଦୌଡ଼ରେ ନାହିଁ। ରାଜନୀତିରେ ଛଳନା, ପ୍ରତାରଣା ଅଛି। ଏଣୁ ମୁଁ ରାଜନୀତି ଅପେକ୍ଷା ସେବା କରିବାକୁ ପସନ୍ଦ କରୁଛି। ଆଗକୁ ମଧ୍ୟ ଲୋକଙ୍କ ସେବା କରି ଚାଲିବି ବୋଲି ସେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳେଇ, ଓଡ଼ିଶା ମୋ ପରିବାର ଜିଲା ସଂଯୋଜକ ଦୀପକ ହୋତା, ବିଜୟ ଜେନା, ସ୍ବଦେଶ ରାଉତରାୟ, ଗୀତା ପାଟଶାଣୀ, ଏମ୍‌.ଆରିଫ୍‌, ଆର୍‌.ଏନ୍‌. ସିଂ, ବିଭୁ ପ୍ରସାଦ ସାହୁ, ରୀତେଶ ସାହୁ, ବାସନ୍ତୀ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଖୋର୍ଦ୍ଧା ପୌରାଞ୍ଚଳ ସମେତ ଖୋର୍ଦ୍ଧା ଓ ଟାଙ୍ଗି ବ୍ଳକର ଶତାଧିକ ମହିଳା,ପୁରୁଷ କର୍ମୀ ଯୋଗ ଦେଇଥିଲେ। ଏହି ଅବସରରେ ପୂର୍ବାହ୍ନରେ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ସହ କଲ୍ୟାଣ ମଣ୍ଡପରେ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଉପରେ ଦମନ, ବିରୋଧ କରି ସିପିଆଇର ବିକ୍ଷୋଭ

ଜୟପୁର,୯ା୪(ପବନ ପାଣିଗ୍ରାହୀ): ବେଦାନ୍ତ ପାଇଁ ରାୟଗଡ଼ା ଜିଲା କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଗତ ସାତ ତାରିଖ ରାତି ଦୁଇଟାରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ଛେଳି ଚରାଇବାକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ଗୁପ୍ତାଙ୍ଗକୁ ଝୁଣି ପକାଇଲା…

ଆନନ୍ଦପୁର/ବଞ୍ଚୋ(ସୁଶାନ୍ତ କୁମାର ସାହୁ/ ପ୍ରଦୋଷ କୁମାର ବିଶ୍ୱାଳ ): ଛେଳି ଚରାଇ ଯାଇଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇଲା ଭାଲୁ । ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri