ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଉପରେ ଦମନ, ବିରୋଧ କରି ସିପିଆଇର ବିକ୍ଷୋଭ

ଜୟପୁର,୯ା୪(ପବନ ପାଣିଗ୍ରାହୀ): ବେଦାନ୍ତ ପାଇଁ ରାୟଗଡ଼ା ଜିଲା କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଗତ ସାତ ତାରିଖ ରାତି ଦୁଇଟାରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ଖଣି ଅଞ୍ଚଳର ସୁଙ୍ଗେର ଗ୍ରାମ ପଞ୍ଚାୟତର କଣ୍ଟାମାଳ ଗ୍ରାମକୁ ପୋଲିସ ଘେରାଉ କରି ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଲାଠି ବର୍ଷା କରି ଗ୍ରାମବାସୀଙ୍କୁ ଉକ୍ତ ଅଞ୍ଚଳ ଛାଡିଯିବା ପାଇଁ ଏକ ଘୃଣ୍ୟ ଷଡ଼ଯନ୍ତ୍ର କରିଥିଲା । ଉକ୍ତ ଅଞ୍ଚଳରେ ବେଦାନ୍ତ କମ୍ପାନୀ ପାଇଁ ରାସ୍ତା ତିଆରି କରିବାରେ ବ୍ୟସ୍ତ ରହିଛନ୍ତି ଠିକା ସଂସ୍ଥା, ହେଲେ ଜମି ଅଧିଗ୍ରହଣ ପାଇଁ ଗ୍ରାମସଭା ଅନୁଷ୍ଠିତ ହୋଇନାହିଁ ।

ଅନୁସୂଚିତ ଅଞ୍ଚଳ ହୋଇଥିବାରୁ ଏବଂ ପଞ୍ଚମ ସେଡ୍ୟୁଲରେ ଆସୁଥିବାରୁ ରାଜ୍ୟପାଳ ତୁରନ୍ତ ହସ୍ତକ୍ଷେପ କରି ପୋଲିସ ଛାଉଣୀ ହଟେଇବା ଏବଂ କାହାକୁ ଅଞ୍ଚଳରେ ଏକାଠି ହେବା ପାଇଁ ନଦେବା ପେସା ଓ ଜଙ୍ଗଲ ଅଧିକାର ଆଇନର ସ୍ପଷ୍ଟ ଉଲ୍ଲଂଘନ। କୋରାପୁଟ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଦିବାସୀଙ୍କ ଜମି ଅଧିଗ୍ରହଣ ବିନା ପଲ୍ଲୀସଭାରେ ହେଉଛି ।

ଆଦିବାସୀମାନଙ୍କ ଜମି ଜଳ ଜଙ୍ଗଲର ଅଧିକାରକୁ ପଦଦଳିତ କରିବା ବନ୍ଦ ହେଉ ବୋଲି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କୋରାପୁଟ ଜିଲା ପରିଷଦ ଦାବି କରିଛି । ଆଜି ସିଜିମାଳି ଅଞ୍ଚଳର ଆଦିବାସୀମାନଙ୍କ ପ୍ରତି ସଂହତି ଜଣାଇ ମଧ୍ୟାହ୍ନ ୧୨ ଟା ସମୟରେ ଜୟପୁର ମୁଖ୍ୟ ଟ୍ରାଫିକ ଛକଠାରେ ସିପିଆଇ ନେତା ଓ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଯୁଧିଷ୍ଠିର ରାଉଳ, ଜିଲା ସମ୍ପାଦକ ରାମକୃଷ୍ଣ ଦାସ, ଜିଲା ସହସମ୍ପାଦକ ବୁଦ୍ରା ବଡନାୟକ, ଯୁବ ନେତା ନନ୍ଦ ହରିଜନ, ଛାତ୍ର କୃଷ୍ଣ ଖରା ପ୍ରମୁଖ ଯୋଗ ଦେଇଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୬.୭୨ ଲକ୍ଷ ଟଙ୍କା ଆତ୍ମସାତ: ପ୍ୟାକ୍ସର ପୂର୍ବତନ ସମ୍ପାଦକ ଶ୍ରୀପତି ପ୍ରଧାନ ଗିରଫ

ଦେବଗଡ଼, ୧।୯ (ଶଶାଙ୍କ ଶେଖର ଝାଙ୍କର): ସାର ବିକ୍ରି ଓ ସରକାରୀ ପାଣ୍ଠି ହେରଫେର ମାମଲାରେ ଭିଜିଲାନ୍ସକୁ ବଡ଼ ସଫଳତା। ୧୬.୭୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ…

ବୁଧ-ମଙ୍ଗଳଙ୍କ ଯୋଗରେ ୪ ରାଶିଙ୍କ ଖୋଲିବ ଭାଗ୍ୟ, ୨ଗୁଣା କରିବେ ଇନକମ୍‌! ମାସେ ଯାଏ ଧନଯୋଗ…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳବାର ୧ ସେପ୍ଟେମ୍ୱର, ୨୦୨୬ ସଂଧ୍ୟା ୬ଟା ୪୮ ମିନିଟରୁ ବୁଧ ଏବଂ ମଙ୍ଗଳ ଗ୍ରହ ପରସ୍ପରଠାରୁ ୬୦ଓ ଦୂରତାରେ ଅବସ୍ଥାନ କରିବେ,…

ଇସ୍ତଫା ଦେଲେ ମିଶ୍‌ବା-ଉଲ-ହକ୍‌, କାହିକି ଜାଣନ୍ତୁ…

କରାଚି,୧ା୯: ଇଂଲଣ୍ଡ ଟୁର୍‌ରେ ପ୍ରଥମ ଦୁଇ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟ୍‌ରେ ଆମୂଳଚୂଳ ପରିବର୍ତ୍ତନ ଜାରି ରହିଛି। ଦଳର ୭ ଖେଳାଳିଙ୍କୁ ସ୍ବଦେଶ ପଠାଇ…

ୟୁକ୍ରେନ୍‌ରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ୧୨ ମୃତ

କିଭ୍‌,୧ା୯: ୟୁକ୍ରେନ୍‌ରେ ରୁଷିଆର ଆକ୍ରମଣରେ ଜଣେ ଭାରତୀୟଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ମଙ୍ଗଳବାର କହିଛନ୍ତି। ୟୁକ୍ରେନ୍‌ର ବିଭିନ୍ନ ସହର…

କାହିଁକି ବାରମ୍ୱାର ୨୬ ତାରିଖରେ ଘଟୁଛି ପ୍ରଳୟ? ଭେଙ୍ଗାବାବା ଖୋଲିଲେ ରହସ୍ୟ…

ନୂଆଦିଲ୍ଲୀ,୧।୯: ନେପାଳ-ତିବ୍ଦତ ସୀମାରେ ହିମାଳୟର ହିମବାହ (ଗ୍ଲେସିୟର) ଭାଙ୍ଗି ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ଓ ଭୂସ୍ଖଳନ ପରେ ଏବେ ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳିଯାଇଛି। ଶହ ଶହ…

ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ବିକ୍ରମ ପଣ୍ଡା: ଶତାଧିକ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରା

ବ୍ରହ୍ମପୁର,୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ବିଜେଡି ସଭାପତି ତଥା…

କନ୍ୟାସନ୍ତାନ ଜନ୍ମଦେବା ପରେ ଆଖି ବୁଜିଲେ ମା’

ପାଟଣା, ୧ା୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବଡ଼ପଶି ଗ୍ରାମର କମଳ କିଶୋର ଜେରାଇଙ୍କ ସ୍ତ୍ରୀ ତିଲୋତ୍ତମା ତିରିଆ (୨୫)ଙ୍କର ଚିକିତ୍ସାଧୀନ…

ସାହାଣୀ କପ୍‌ ଫୁଟ୍‌ବଲ୍‌: ୩ରେ ହେବ ଖେଳାଳି ଚୟନ, କେମିତି କରିବେ ଆବେଦନ ଜାଣନ୍ତୁ…

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କ୍ରୀଡ଼ା ସଂସ୍ଥା ଆନୁକୂଲ୍ୟରେ ସାହାଣୀ କପ୍‌ ସିନିଅର ପୁରୁଷ ଆନ୍ତଃ ଜିଲା ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ ପାଇଁ ଆସନ୍ତା ଗୁରୁବାର ଷ୍ଟାଡିୟମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri