ନବୀନ ଜମିଦାର, ଆମେ ଗୁମାସ୍ତା

ଖୋର୍ଦ୍ଧା ଅଫିସ,୨୭ା୧୨: ନବୀନବାବୁ ଦୟା, ମମତାର ସାଗର। ତାଙ୍କ ମଧ୍ୟରେ ଏକ ନିର୍ମଳ ହୃଦୟ ରହିଛି। ସାଧାରଣ ଜନତାଙ୍କ ପ୍ରତି ତାଙ୍କ ମନରେ ଅଶେଷ କରୁଣା ରହିଛି। କୌଣସି ସ୍ଥାନକୁ ଗଲାବେଳେ ଗରିବ ଲୋକଙ୍କୁ ଦେଖିଲେ ହାତ ହଲାଇ ତାଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି। ନବୀନ ପଟ୍ଟନାୟକ ସାଢେ ୪କୋଟି ଜନତାଙ୍କ ମଉଡ଼ମଣି। ନବୀନ ଜମିଦାର, ଆମେ ସବୁ ଗୁମାସ୍ତା ବୋଲି ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ଶନିବାର ବିଜେଡି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ଓଡ଼ିଶା ମୋ ପରିବାର’ର ରାଜ୍ୟ ଅଧ୍ୟକ୍ଷ ଅରୂପ ପଟ୍ଟନାୟକ କହିଛନ୍ତି।

ସ୍ଥାନୀୟ ବିଡିଏ କଲ୍ୟାଣ ମଣ୍ଡପଠାରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ପଟ୍ଟନାୟକ କହିଲେ ଯେ, ‘ଓଡ଼ିଶା ମୋ ପରବାର’ ରାଜନୀତିିରୁ ଊର୍ଦ୍ଧ୍ୱରେ। ଲୋକଙ୍କୁ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଏହା ଗଠନ ହୋଇଛି। ଆଗାମୀ ଦିନରେ ରାଜ୍ୟ ସମସ୍ତ ମେଡିକାଲରେ ଓଡ଼ିଶା ମୋ ପରିବାର ପକ୍ଷରୁ ଏକ ହେଲ୍ପ ଡେକ୍ସ ବ୍ୟବସ୍ଥା କରାଯିବା ଯୋଜନା ରହିଛି। ସେଠାରେ ସ୍ବେଚ୍ଛାସେବୀ ମାନଙ୍କୁ ନିୟୋଜିତ କରାଯିବ। ଯାତ୍ରୀ ଗୁମାସ୍ତା ନ ଥିଲେ ପୁରୀ ଶ୍ରୀମନ୍ଦିରରେ ଭକ୍ତ ହଟ୍ଟହଟା ହେଲା ଭଳି ମେଡିକାଲ ଏବଂ ଥାନାରେ କୌଣସି ଚିହ୍ନା ମୁହଁା ନ ଥିଲେ ଅସୁବିଧାର ସମ୍ମୁଖୀନ ହେବା ସୁନିଶ୍ଚିତ। ଚିହ୍ନା ପରିଚୟ ନଥିଲେ ମେଡିକାଲରେ ଗୋଟିଏ ଗୋଡ ପରିବର୍ତ୍ତେ ଅନ୍ୟ ଗୋଡ଼ ଅପରେଶନ କରିଦେବେ। ସେପରି ପରିଚୟ ନ ଥିଲେ ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଲୋକ ନିଜେ ବନ୍ଧା ହୋଇଯିବେ। ଏଣୁ ସାଙ୍ଗରେ ଜଣେ ଚିହ୍ନା ମୁହଁା ଦରକାର। ଓଡ଼ିଶାରେ କର୍କଟ ରୋଗ ଚିକିତ୍ସା ଉପଲବ୍ଧ ନାହିଁ। ଫଳରେ ଲୋକେ ଟାଟା ମୋମେରିଆଲ ହସ୍ପିଟାଲ ଏବଂ ମୁମ୍ବାଇ ଯିବାକୁ ବାଧ୍ୟ ହେଉଛନ୍ତି। କୌଣସି କର୍କଟରୋଗୀ ସାହାଯ୍ୟ ଆବଶ୍ୟକ କଲେ, ମୋ ପରିବାର ତାଙ୍କୁ ସହଯୋଗର ହାତ ବଢାଇବ ବୋଲି କହିଥିଲେ। ନବୀନ ହେଉଛନ୍ତି ଆମ ମାଲିକ ଆମେ ହଳିଆ। ସେ ଯାହା କହିବେ, ଆମେ ତାହା କରିବୁ। ଲୋକେ କହୁଛନ୍ତି ମୁଁ ଡେଲାଙ୍ଗରେ ସମୟ ଦେଉଛି। ମୁଁ କୌଣସି ଦୌଡ଼ରେ ନାହିଁ। ରାଜନୀତିରେ ଛଳନା, ପ୍ରତାରଣା ଅଛି। ଏଣୁ ମୁଁ ରାଜନୀତି ଅପେକ୍ଷା ସେବା କରିବାକୁ ପସନ୍ଦ କରୁଛି। ଆଗକୁ ମଧ୍ୟ ଲୋକଙ୍କ ସେବା କରି ଚାଲିବି ବୋଲି ସେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳେଇ, ଓଡ଼ିଶା ମୋ ପରିବାର ଜିଲା ସଂଯୋଜକ ଦୀପକ ହୋତା, ବିଜୟ ଜେନା, ସ୍ବଦେଶ ରାଉତରାୟ, ଗୀତା ପାଟଶାଣୀ, ଏମ୍‌.ଆରିଫ୍‌, ଆର୍‌.ଏନ୍‌. ସିଂ, ବିଭୁ ପ୍ରସାଦ ସାହୁ, ରୀତେଶ ସାହୁ, ବାସନ୍ତୀ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଖୋର୍ଦ୍ଧା ପୌରାଞ୍ଚଳ ସମେତ ଖୋର୍ଦ୍ଧା ଓ ଟାଙ୍ଗି ବ୍ଳକର ଶତାଧିକ ମହିଳା,ପୁରୁଷ କର୍ମୀ ଯୋଗ ଦେଇଥିଲେ। ଏହି ଅବସରରେ ପୂର୍ବାହ୍ନରେ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ସହ କଲ୍ୟାଣ ମଣ୍ଡପରେ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri