Odisha Elections 2024

କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କଲେ ନବୀନ

ଭୁବନେଶ୍ୱର,୨ା୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଟିଟିଲାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଦ୍ୱିତୀୟ ନିର୍ବାଚନ କ୍ଷେତ୍ର ଭାବରେ ସେ ଆଜି ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ଏହି ଆସନରୁ ସେ ପ୍ରଥମଥର ଭାବେ ତାଙ୍କର ନାମାଙ୍କନ ଭରିଛନ୍ତି। ଏହି ସମୟରେ କାର୍ତ୍ତିକ ପାଣ୍ଡିଆନଙ୍କ ସମେତ ବଲାଙ୍ଗୀର ଏମ୍‌ପି ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ , ଟିଟିଲାଗଡ଼ ବିଧାୟକ ପ୍ରାର୍ଥିନୀ ଟୁକୁନି ସାହୁ, ବଲାଙ୍ଗୀର ବିଧାୟକ ପ୍ରାର୍ଥୀ କଳିକେଶ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ସୂଚନାଯୋଗ୍ୟ, ଏହା ପୂର୍ବରୁ ନବୀନ ହିଞ୍ଜିଳିରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିସାରିଛନ୍ତି। ଏହି ଆସନରୁ ସେ ଷଷ୍ଠଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ୨୦୦୦ରୁ ନବୀନ ହିଞ୍ଜିଳି ବିଧାୟକ ରହି ଆସିଛନ୍ତି। ହିଞ୍ଜିଳିରୁ ତାଙ୍କ ବିପକ୍ଷରେ ଭାଜପାରୁ ଶିଶିର ମିଶ୍ର ଓ କଂଗ୍ରେସରୁ ରଞ୍ଜିକାନ୍ତ ପାଢ଼ୀ ପ୍ରାର୍ଥୀ ହୋଇଛନ୍ତି। ଆସନ୍ତା ମେ’ ୨୦ରେ ହିଞ୍ଜିଳିରେ ମତଦାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରୁ ପ୍ରଚାର ଆରମ୍ଭ କରିବେ ହେମାମାଳିନୀ

ଭୁବନେଶ୍ୱର,୧୭।୫(ଅନୁରାଧା ମହାରଣା): ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ମୁହାଁ ହୋଇଛନ୍ତି ଭାରତୀୟ ଜନତା ପାର୍ଟି (ଭାଜପା)ର କେନ୍ଦ୍ରୀୟ ନେତୃବୃନ୍ଦ। ଏମ୍‌ପି ହେମାମାଳିନୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,...

ଘୋଡ଼ା ଚଢ଼ି ନାମାଙ୍କନପତ୍ର ଦାଖଲ କରିବା ପ୍ରତାପ ଷଡଙ୍ଗୀଙ୍କୁ ପଡ଼ିଲା ମହଙ୍ଗା

ବାଲେଶ୍ୱର,୧୭।୫(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ୧୪ତାରିଖ ଦିନ ଘୋଡା ଚଢି ନିଜର ନାମାଙ୍କନପତ୍ର ଦାଖଲ କରିବାକୁ ଜିଲାପାଳଙ୍କ...

ଏନ୍‌ବିଡବ୍ଲ୍ୟୁରୁ ଆଶ୍ୱସ୍ତି ପାଇଲେ ଅନୁଭବ

କଟକ,୧୬ା୫ (କାର୍ତ୍ତିକ ସାହୁ): ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଜାମିନ୍‌ ବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ)ରୁ ଗୁରୁବାର ଆଶ୍ୱସ୍ତି ପାଇଛନ୍ତି। କଟକ ଜେଏମ୍‌ଏଫ୍‌ସି କୋର୍ଟ...

୫ ପ୍ରଶ୍ନ ନେଇ ବିଜେଡିକୁ ଘେରିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, ୧୭।୫(ସୁନିତ୍‌ ମିଶ୍ର):ଓଡ଼ିଶାରେ ବଢ଼ି ଚାଲିଥିବା ନାରୀ ନିର୍ଯାତନା, ଚିଟ୍‌ଫଣ୍ଡ ଜମାକାରୀଙ୍କ ଅର୍ଥ ଫେରସ୍ତ, ଓଡ଼ିଶାକୁ ଦାଦନମୁକ୍ତ ରାଜ୍ୟ କରାଇବା, ମାଇନିଂ ସ୍କାମ୍‌ରେ ଦୋଷୀଙ୍କୁ ଦଣ୍ଡିତ...

ଡିଜିଟାଲ କ୍ୟାମ୍ପେନିଂରେ ବଢୁଛି ଆରୋପ ପ୍ରତ୍ୟାରୋପ

ଭୁବନେଶ୍ୱର,୧୭।୫(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନକୁ ନେଇ ବିଜେଡି ଓ ଭାଜପା ମଧ୍ୟରେ ରାଜ୍ୟବ୍ୟାପୀ କଡ଼ା ଟକ୍କର ଦେଖିବାକୁ ମିଳୁଛି। କେବଳ ନିର୍ବାଚନମଣ୍ଡଳୀ ଭିତରେ କିମ୍ବା ପ୍ରଚାର ମଇଦାନରେ...

ସଂତୃପ୍ତ ସବୁଠୁ ଧନୀ ପ୍ରାର୍ଥୀ, ପାଖରେ ଅଛି ଏତିକି ଟଙ୍କା

ଭୁବନେଶ୍ୱର, ୧୭ା୫:ଆସନ୍ତା ୨୫ରେ ହେବାକୁ ଥିବା ଓଡ଼ିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୬ ଲୋକ ସଭା ଆସନ ପାଇଁ ୬୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।...

+୯୨ ନମ୍ବରରୁ ହ୍ବାଟ୍ସଆପ୍‌ କଲ୍‌ ଆସୁଥିଲେ ହୋଇଯାନ୍ତୁ ସାବଧାନ..ନଚେତ୍‌

ଭୁବନେଶ୍ୱର,୧୭ା୫(ସତ୍ୟଜିତ୍‌ ରାଉତ):ଡିଜିଟାଲ ଯୁଗରେ ସାଇବର ଅପରାଧ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏହା ବିରୋଧରେ ମିଳିତ ପ୍ରୟାସ କରାଯାଉଥିବା ବେଳେ ସାଇବର ଠକ ଦିନକୁ ଦିନ ନୂଆ...

ବଡ଼ ହୃଦୟ ଦେଖାଇଲେ ନବୀନ ପଟ୍ଟନାୟକ: ଆମ୍ବୁଲାନ୍ସ ଦେଖି…

ଭୁବନେଶ୍ୱର,୧୬ା୫(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଏକ ବିଶାଳ ରୋଡ୍‌ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ସ୍ଥାନରେ ଉପସ୍ଥିତ ଜନତା ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri