Posted inଫୁରସତ

ଘୋଡ଼ା ଦୌଡ଼ିଲେ ଗାଡ଼ି ଚାଲେ: ଷ୍ଟିୟରିଂ ସମ୍ଭାଳନ୍ତି ଚାଳକ

ଇଞ୍ଜିନ ହେଉଛି ଗାଡିର ମୁଖ୍ୟ ଅଂଶ। ଏହା ଯେତେ ପାଓ୍ବାରଫୁଲ, ଗାଡ଼ି ସେତେ ଭଲ ଚାଲେ ଓ ତା’ର ଚାହିଦା ସେତେ ଅଧିକ ରହେ। ଇଞ୍ଜିନର ପାଓ୍ବାରକୁ ସାଧାରଣତଃ ହର୍ଷପାଓ୍ବାରରେ ମପାଯାଇଥାଏ। ତେଣୁ ଗାଡ଼ି କିଣିବାବେଳେ ଗ୍ରାହକ ସବୁବେଳେ ଇଞ୍ଜିନ କେତେ ହର୍ଷପାଓ୍ବାରର ବୁଝିଥାଏ। ତେବେ ‘ନେଚର୍‌ମୋବିଲ’ ନାମକ ଏକ ଗାଡ଼ିକୁ ଦେଖିଲେ ଲାଗେ ସତରେ ତାହା ଏକ ପ୍ରକୃତ ହର୍ଷ ପାଓ୍ବାର ଗାଡ଼ି। କାରଣ ଗାଡ଼ି ପଛଭାଗର ଟ୍ରାନ୍ସପରେଣ୍ଟ ଅଂଶକୁ ଦେଖିଲେ ତା’ ମଧ୍ୟରେ ଏକ ଘୋଡ଼ା ଠିଆ ହୋଇଥିବା ଦେଖିପାରିବେ। ଆଉ ଘୋଡ଼ାଟି ଏଥିରେ ଥିବା ଏକପ୍ରକାର ଟ୍ରେଡମିଲ୍‌ ଉପରେ ଠିଆ ହୋଇଥାଏ। ଘୋଡ଼ାଟି ଦୌଡ଼ିବା ସହ ଗାଡ଼ିଟି ଗତିଶୀଳ ହୁଏ। ଆଗରେ ବସିଥିବା ଚାଳକ ଗାଡ଼ିର ଷ୍ଟିୟରିଂ ସମ୍ଭାଳନ୍ତି। ଘୋଡ଼ା ଯେତେ ବେଗରେ ଦୌଡ଼େ ଗାଡ଼ିର ବେଗ ସେତେ ବଢ଼ିଥାଏ। ଲମ୍ବା ସିଧା ରାସ୍ତାରେ ତ ଗାଡ଼ି ୭୦-୮୦ କି.ମି. ବେଗରେ ଗତି କରେ। ଏଥିରେ ଏକ ସେନ୍ସର ଲାଗିଥାଏ, ଯାହା କି ଘୋଡ଼ା ଶରୀରର ତାପମାତ୍ରା ବଢ଼ିଲେ ଅବା ଘୋଡ଼ା କ୍ଲାନ୍ତ ହୋଇଗଲେ ଜଣାଇଦିଏ। ଏହାପରେ ଘୋଡ଼ାକୁ ବିଶ୍ରାମ ଦେଇ ଗାଡ଼ିରେ ଲାଗିଥିବା ଡିସି ମୋଟରକୁ ଚାଲୁ କରାଯାଏ। ଆଉ ଗାଡ଼ି ଏକ ନିର୍ଦ୍ଦିଷ୍ଟ ଗତିରେ ଚାଲିବାକୁ ଆରମ୍ଭ କରେ। ଗାଡ଼ି ଭିତରେ ଘୋଡ଼ାର ଖାଇବା ବ୍ୟବସ୍ଥା ସହ ମଳତ୍ୟାଗ କଲେ ତାକୁ ଡିସପୋଜ୍‌ କରିବା ବ୍ୟବସ୍ଥା ବି କରାଯାଇଛି। ତେଣୁ ଘୋଡ଼ାର କୌଣସି ସମସ୍ୟା ଗାଡ଼ିରେ ହୋଇ ନ ଥାଏ। ଆଉ ଗାଡ଼ିଟି ସମ୍ପୂର୍ଣ୍ଣ ପରିବେଶ ଉପଯୋଗୀ।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri