Posted inଫୁରସତ

ଘୋଡ଼ା ଦୌଡ଼ିଲେ ଗାଡ଼ି ଚାଲେ: ଷ୍ଟିୟରିଂ ସମ୍ଭାଳନ୍ତି ଚାଳକ

ଇଞ୍ଜିନ ହେଉଛି ଗାଡିର ମୁଖ୍ୟ ଅଂଶ। ଏହା ଯେତେ ପାଓ୍ବାରଫୁଲ, ଗାଡ଼ି ସେତେ ଭଲ ଚାଲେ ଓ ତା’ର ଚାହିଦା ସେତେ ଅଧିକ ରହେ। ଇଞ୍ଜିନର ପାଓ୍ବାରକୁ ସାଧାରଣତଃ ହର୍ଷପାଓ୍ବାରରେ ମପାଯାଇଥାଏ। ତେଣୁ ଗାଡ଼ି କିଣିବାବେଳେ ଗ୍ରାହକ ସବୁବେଳେ ଇଞ୍ଜିନ କେତେ ହର୍ଷପାଓ୍ବାରର ବୁଝିଥାଏ। ତେବେ ‘ନେଚର୍‌ମୋବିଲ’ ନାମକ ଏକ ଗାଡ଼ିକୁ ଦେଖିଲେ ଲାଗେ ସତରେ ତାହା ଏକ ପ୍ରକୃତ ହର୍ଷ ପାଓ୍ବାର ଗାଡ଼ି। କାରଣ ଗାଡ଼ି ପଛଭାଗର ଟ୍ରାନ୍ସପରେଣ୍ଟ ଅଂଶକୁ ଦେଖିଲେ ତା’ ମଧ୍ୟରେ ଏକ ଘୋଡ଼ା ଠିଆ ହୋଇଥିବା ଦେଖିପାରିବେ। ଆଉ ଘୋଡ଼ାଟି ଏଥିରେ ଥିବା ଏକପ୍ରକାର ଟ୍ରେଡମିଲ୍‌ ଉପରେ ଠିଆ ହୋଇଥାଏ। ଘୋଡ଼ାଟି ଦୌଡ଼ିବା ସହ ଗାଡ଼ିଟି ଗତିଶୀଳ ହୁଏ। ଆଗରେ ବସିଥିବା ଚାଳକ ଗାଡ଼ିର ଷ୍ଟିୟରିଂ ସମ୍ଭାଳନ୍ତି। ଘୋଡ଼ା ଯେତେ ବେଗରେ ଦୌଡ଼େ ଗାଡ଼ିର ବେଗ ସେତେ ବଢ଼ିଥାଏ। ଲମ୍ବା ସିଧା ରାସ୍ତାରେ ତ ଗାଡ଼ି ୭୦-୮୦ କି.ମି. ବେଗରେ ଗତି କରେ। ଏଥିରେ ଏକ ସେନ୍ସର ଲାଗିଥାଏ, ଯାହା କି ଘୋଡ଼ା ଶରୀରର ତାପମାତ୍ରା ବଢ଼ିଲେ ଅବା ଘୋଡ଼ା କ୍ଲାନ୍ତ ହୋଇଗଲେ ଜଣାଇଦିଏ। ଏହାପରେ ଘୋଡ଼ାକୁ ବିଶ୍ରାମ ଦେଇ ଗାଡ଼ିରେ ଲାଗିଥିବା ଡିସି ମୋଟରକୁ ଚାଲୁ କରାଯାଏ। ଆଉ ଗାଡ଼ି ଏକ ନିର୍ଦ୍ଦିଷ୍ଟ ଗତିରେ ଚାଲିବାକୁ ଆରମ୍ଭ କରେ। ଗାଡ଼ି ଭିତରେ ଘୋଡ଼ାର ଖାଇବା ବ୍ୟବସ୍ଥା ସହ ମଳତ୍ୟାଗ କଲେ ତାକୁ ଡିସପୋଜ୍‌ କରିବା ବ୍ୟବସ୍ଥା ବି କରାଯାଇଛି। ତେଣୁ ଘୋଡ଼ାର କୌଣସି ସମସ୍ୟା ଗାଡ଼ିରେ ହୋଇ ନ ଥାଏ। ଆଉ ଗାଡ଼ିଟି ସମ୍ପୂର୍ଣ୍ଣ ପରିବେଶ ଉପଯୋଗୀ।

 


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ନିଷ୍ପତ୍ତି: ଏଣିକି ଟ୍ରେନ୍‌ରେ ଲଗେଜ୍‌ ଚୋରି ହେଲେ ଜରିମାନା ଦେବ ରେଳ ବିଭାଗ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ…

ନୂଆଦିଲ୍ଲୀ,୬ା୮: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ଆଉ ଏହି ସମୟରେ ଆପଣଙ୍କ ବ୍ୟାଗ କିମ୍ବା ମୂଲ୍ୟବାନ ଜିନିଷ ଚୋରି ହୋଇଯାଉଛି, ତେବେ ଆଉ ଚିନ୍ତା ନାହିଁ।…

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri