Posted inଫୁରସତ

ଅପରାଧୀ ପାଇଁ ଜେଲ୍‌

ମଣିଷ ଅପରାଧ କଲେ ହାଜତ ଯାଆନ୍ତି । ଦୋଷ ପାଇଁ ଦଣ୍ଡ ପାଆନ୍ତି । ତେବେ କଥା କହିପାରୁ ନ ଥିବା, ଭାବ ପ୍ରକାଶ କରିପାରୁ ନ ଥିବା ପ୍ରାଣୀ କ’ଣ କେବେ ଅପରାଧ କରନ୍ତି ? ଜାଣି ଆଶ୍ଚର୍ଯ୍ୟ ହେବେ କିଛି ନିରୀହ ପ୍ରାଣୀ ଆଇନ ଆଖିରେ ଅପରାଧୀ ସାଜିଛନ୍ତି ଓ ହାଜତ ବି ଯାଇଛନ୍ତି ….

ଗୁପ୍ତଚର ପାରା- ୨୦୧୫ରେ ଭାରତୀୟ ପୋଲିସ ଏକ ପାରାକୁ ଗୁପ୍ତଚର ଭାବେ ସନ୍ଦେହ କରି ଗିରଫ କରିଥିଲା। ସନ୍ଦେହର ପ୍ରଥମ କାରଣ ଥିଲା ପାରା ଶରୀରରେ ଷ୍ଟାମ୍ପ ମାରି କିଛି ଲେଖା ଯାଇଥିଲା। ଭଲରେ ଦେଖିବାରୁ ଜଣାପଡ଼ିଲା ତାହା ପାକିସ୍ତାନର ଅଫିସିଆଲ ଭାଷା ଉର୍ଦ୍ଦୁରେ ଲେଖା ହୋଇଥିଲା ଓ ତାହା କୌଣସି ପାକିସ୍ତାନୀଙ୍କ ଫୋନ୍‌ ନମ୍ବର ପରି ପ୍ରତ୍ୟେୟ ହେଉଥିଲା। ଦ୍ୱିତୀୟରେ ପାରାଟି କଶ୍ମୀରର ସେହି ପ୍ରାନ୍ତରେ ଦେଖିବାକୁ ମିଳିଥିଲା ଯେଉଁ ଅଞ୍ଚଳକୁ ଉଭୟ ଭାରତ ଓ ପାକିସ୍ତାନ ନିଜର ବୋଲି ଦାବିକରି ଯୁଦ୍ଧ କରିଆସୁଛନ୍ତି। ୧୪ ବର୍ଷ ବୟସର ଏକ ବାଳକ ଏହି ପାରାଟିକୁ ପାଇଥିଲା। ସନ୍ଦେହଜନକ ଲାଗୁଥିବାରୁ ସେ ପାରାଟିକୁ ପୋଲିସକୁ ହସ୍ତାନ୍ତର କରିଥିଲା। ଅଫିସରମାନେ ପାରାକୁ ଭେଟେରିନାରୀ ହସ୍ପିଟାଲ ନେଇ ଏକ୍ସ-ରେ କରାଇଥିଲେ। ତା’ସହ ଆହୁରି ଅନେକ କିଛି ଯାଞ୍ଚ କରିଥିଲେ। କିନ୍ତୁ ପାରାଟି ଗୁପ୍ତଚର ବୋଲି କିଛି ପ୍ରମାଣ ମିଳି ନ ଥିଲା। ତଥାପି ତାକୁ ସନ୍ଦେହ ଘେରରେ ନେଇ କଷ୍ଟଡିରେ ରଖିଥିଲେ। ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ପାକିସ୍ତାନୀ ସୋସିଆଲ ମିଡିଆରେ ବହୁତ ମଜା ଉଠାଯାଇଥିଲା।

ଗାଳି ଦେଉଥିବା ଶୁଆ- ଏଇ ଘଟଣାଟି ମଧ୍ୟ ୨୦୧୫ର। ମହାରାଷ୍ଟ୍ରରେ ହରିୟଲ ନାମକ ଏକ ଶୁଆକୁ ଆସିଥିଲା ଥାନାରେ ହାଜର ହେବାର ନିର୍ଦ୍ଦେଶ। କାରଣ ୮୫ ବର୍ଷୀୟା ମହିଳା ଜନାବାଈ ଏହି ଶୁଆ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଶୁଆଟି ଥିଲା ମହିଳାଙ୍କ ସାବତ ପୁଅ ସୁରେଶ ସଖରକର୍‌ଙ୍କର। ସୁରେଶ ଓ ତାଙ୍କ ସାବତ ମା’ଙ୍କ ଭିତରେ ଜମିଜମାକୁ ନେଇ ବହୁପୂର୍ବରୁ କଳହ ଲାଗି ରହିଥିଲା। ତେଣୁ ସୁରେଶ ନିଜ ଶୁଆକୁ ଏମିତି ତାଲିମ ଦେଇଥିଲେ ଯେ, ତାଙ୍କ ସାବତ ମା’ ଯେବେ ଯେବେ ତାଙ୍କ ଘର ଦେଇ ଯାଉଥିଲେ ଶୁଆଟି ତାଙ୍କୁ ବହୁତ ଖରାପ ଭାଷାରେ ଗାଳି ଗୁଲଜ କରୁଥିଲା। ଦିନେ କି ଦୁଇଦିନ ନୁହେଁ ଦୁଇବର୍ଷ ଶୁଆଟି ଏହି ଭଳି ଗାଳି ଦେଇଆସୁଥିଲା। ଶେଷରେ ଏହାକୁ ସହି ନ ପାରି ଜନାବାଈ ଥାନାର ଦ୍ୱାରସ୍ଥ ହୋଇଥିଲେ। ଆଉ ଶୁଆ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ଅନୁରୋଧ କରିଥିଲେ। ହେଲେ ପୋଲିସ ଯେବେ ଶୁଆକୁ ନିଜ କଷ୍ଟଡିକୁ ନେଲା ତା’ ପରଠାରୁ ଶୁଆଟି କଥା କହିବା ପୂରା ବନ୍ଦ କରିଦେଲା। ବୋଧହୁଏ ଶୁଆ ଜାଣିଥିଲା କେଉଁଠି ନିଜର ଚଞ୍ଚୁ ଖୋଲିବା କଥା ଓ କେଉଁଠି ନୁହେଁ। ଶେଷରେ ପୋଲିସ ହରିୟଲକୁ ବନ୍ଦି କରି ରଖିବାକୁ ଉଚିତ ମଣି ନ ଥିଲା। ଆଉ ତାକୁ ବନ ବିଭାଗକୁ ହସ୍ତାନ୍ତର କରିଦେଇଥିଲା।

କୁକୁରକୁ ଆଜୀବନ କାରାଦଣ୍ଡ- ୧୯୨୪, ପେନସିଲଭାନିଆରେ ଗଭର୍ନର ଗିଫର୍ଡ ପିନଚଟ୍‌ ଏକ କଳାରଙ୍ଗର ଲାବ୍ରାଡର କୁକୁରକୁ ଦେଇଥିଲେ ଆଜୀବନ କାରାଦଣ୍ଡ। ସେପୁଣି ବିନା ପାରୋଲ୍‌ରେ। ପେପ୍‌ ନାମକ ଏହି କୁକୁର ମୁଣ୍ଡ ଉପରେ ଥିଲା ଗଭର୍ନରଙ୍କ ସ୍ତ୍ରୀଙ୍କ ବିଲେଇର ହତ୍ୟା ଅଭିଯୋଗ। ଗଣମାଧ୍ୟମରେ ତାକୁ ‘ପେପ୍‌ ଦ କ୍ୟାଟ୍‌ ମର୍ଡରିଂ ଡଗ୍‌’ ଆଖ୍ୟା ଦିଆଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା ଯେ, ପେପ୍‌ କୌଣସି ବିଲେଇକୁ ହତ୍ୟା କରି ନ ଥିଲା। ତଥାପି ସେ ଆଜୀବନ ଜେଲ୍‌ରେ ରହିଥିଲା। ହେଲେ ବେଶ୍‌ ଭଲରେ ବିତୁଥିଲା ତା’ ସମୟ। ଯେତେବେଳେ ତାର ମୃତ୍ୟୁ ହେଲା ସେହି ଜେଲ୍‌ରେ ହିଁ ତାକୁ କବର ଦିଆଯାଇଥିଲା।

ମାଙ୍କଡ ଗଲା ଜେଲ- ପଞ୍ଜାବର ପଟିଆଲାରେ ଏକ ମାଙ୍କଡ ବହୁତ ଉତ୍ପାତ ହେଉଥିଲା। କେତେବେଳେ କାହାଘରୁ ଖାଦ୍ୟ ଚୋରାଉଥିଲା ତ କେବେ କାହା ଶାର୍ଟର ବଟନ୍‌ ଛିଣ୍ଡେଇ ଦେଉଥିଲା। ପୁଣି କେବେ ଆକ୍ରମଣ କରି ରାମ୍ପି ଦେଉଥିଲା। ଛୋଟ ପିଲାଙ୍କୁ ପଥର ଧରି ଗୋଡାଉଥିଲା। ଶେଷରେ ମାଙ୍କଡ ବିରୋଧରେ ଅଭିଯୋଗ କରାଯାଇଥିଲା। ଆଉ ବନ ବିଭାଗ ଅଧିକାରୀ ମାଙ୍କଡକୁ ଧରି ମଙ୍କି ଜେଲ୍‌କୁ ପଠେଇ ଦେଇଥିଲେ, ଯାହାକି ସ୍ଥାନୀୟ ଚିଡିଆଖାନାର ଏକ କୋଣରେ ତିଆରି ହୋଇଥିଲା। ଜେଲରେ ଫଳକ ଲଗାଯାଇ ଲେଖାଯାଇଥିଲା ଯେ, ଏହି ମାଙ୍କଡଗୁଡିକୁ ପଞ୍ଜାବର ବିଭିନ୍ନ ସ୍ଥାନରୁ ଆଣି ରଖାଯାଇଛି। ଏମାନେ ବହୁତ ବଦ୍‌ମାସ୍‌। ଏମାନଙ୍କ ନିକଟକୁ ଯିବା ବିପଜ୍ଜନକ।

ଜେଲରୁ ଖସିବାରେ ସାହାଯ୍ୟ କରି ବିଲେଇ ଗିରଫ- ମଧ୍ୟମଧରଣର ସୁରକ୍ଷା ଥିବା ବ୍ରାଜିଲ, ଅରାପିରାକା ଜେଲର ଏକ ଫାଟକ ପାଖରେ ବୁଲୁଥାଏ ଏକ ଧଳା ରଙ୍ଗର ବିଲେଇ। ହଠାତ ଜଣେ ସୁରକ୍ଷାକର୍ମୀଙ୍କ ନଜର ବିଲେଇ ଉପରେ ପଡ଼ିଲା। ଦେଖିଲେ ବିଲେଇ ଦେହରେ ଟେପ୍‌ ଗୁଡେଇ ହୋଇଥିଲା। ଭାବିଲେ ବୋଧହୁଏ କୌଣସି ଦୁଷ୍ଟପିଲା ଏଭଳି କରିଛି। କିନ୍ତୁ ବିଲେଇଟି ସେହି ସ୍ଥାନ ଛାଡି ଯାଉ ନ ଥିଲା। ତେଣୁ ସନ୍ଦେହ କରି ସୁରକ୍ଷା କର୍ମଚାରୀ ତାକୁ ତନଖି ଦେଖିଲେ। ଆଉ ଯାହା ପାଇଲେ ସେଥିରେ ଚକିତ ହୋଇଗଲେ। କାରଣ ବିଲେଇ ଦେହରେ ଗୁଡାଯାଇଥିବା ଟେପ୍‌ ଖୋଲି ଯେତେବେଳେ ଦେଖିଲେ ତା’ ଭିତରେ ଛୋଟ କରତ, ଛୋଟ ଡ୍ରିଲ, ଇୟରଫୋନ୍‌, ମେମୋରୀ କାର୍ଡ, ବ୍ୟାଟେରି ଓ ଫୋନ୍‌ ଚାର୍ଜର ଥିଲା। ଜେଲ ଅଧିକାରୀଙ୍କ ଅନୁସାରେ, ବିଲେଇଟି ଆଗରୁ ବି ଜେଲ୍‌ ଭିତରକୁ ଯାଉଥିଲା। କଏଦୀମାନେ ତାକୁ ଆଦର କରନ୍ତି। ଛୋଟବେଳୁ ସେ ଜେଲକୁ ଆସୁଛି। ହେଲେ ସେ କେଉଁ କଏଦୀକୁ ଜେଲରୁ ଫେରାର୍‌ ହେବା ପାଇଁ ସାହାଯ୍ୟ କରୁଥିଲା ଜାଣି ହେଉନି। ତେଣୁ ତାକୁ କିଛି ଦିନ ପାଇଁ ସ୍ବତନ୍ତ୍ର ଜେଲରେ ରଖି ପରେ ସ୍ଥାନୀୟ ଆନିମଲ ସେଣ୍ଟରକୁ ପଠେଇ ଦେଇଥିଲୁ।
କୁନି ଗୁଣ୍ଡୁଚି ସାଜିଲା ଅପରାଧୀ- ପଶ୍ଚିମ ଜର୍ମାନୀର ବୋର୍ତ୍ତୋପ ସହରର ଏକ ଗଳିରେ ଯାଉଥିଲେ ଜଣେ ମହିଳା। ହଠାତ ସେ ଦେଖିଲେ ଏକ କୁନି ଈଷତ୍‌ ଲାଲରଙ୍ଗର ଗୁଣ୍ଡୁଚି ବେଶ୍‌ ରାଗିବା ଢଙ୍ଗରେ ତାଙ୍କୁ ପିଛା କରୁଛି। ଛୋଟିଆ ପ୍ରାଣୀ ହେଲେ ବି ତା’ର ଢଙ୍ଗ ଥିଲା ବେଶ୍‌ ଭୟଙ୍କର। ସେ ପାଖକୁ ଆସି ମହିଳାଙ୍କୁ କାମୁଡିବାକୁ ଚେଷ୍ଟା କଲା। ମହିଳାଜଣକ ଚାହିଁ ବି ତାଠୁ ପିଛା ଛଡ଼େଇ ପାରିଲେ ନାହିଁ। ଶେଷରେ ସେ ପୋଲିସଙ୍କ ସାହାଯ୍ୟ ଲୋଡ଼ିଲେ। ପୋଲିସ୍‌ ଆସି ଗୁଣ୍ଡୁଚିକୁ କାବୁ କଲା। ଆଉ ଅପରାଧୀ ଗୁଣ୍ଡୁଚିକୁ ପୋଲିସଷ୍ଟେଶନ୍‌ ନେଇ ଆସିଲେ। ଅନୁଧ୍ୟାନ କରିବାରୁ ଜାଣିବାକୁ ପାଇଲେ ଯେ, ଗୁଣ୍ଡୁଚି ଅବସାଦର ଶିକାର ହୋଇଛି। ତେଣୁ ତାକୁ ମହୁ ଖୁଆଇ ସୁସ୍ଥ କରିବାକୁ ଚେଷ୍ଟା କଲେ। ଏହାପରେ ତାକୁ ଆକ୍ରମଣକାରୀ ଭାବେ ବନ୍ଦି କରି ନ ରଖି ବରଂ ରେସ୍କ୍ୟୁ ସେଣ୍ଟର ପଠାଇଦେଲେ।
ଜେଲରେ ଗଧ-୨୦୦୮ରେ ଦକ୍ଷିଣ ମେକ୍ସିକୋର ଚିଆପସ୍‌ର ପୋଲିସ ବ୍ଲାକି ନାମକ ଏକ ଗଧକୁ ଆରେଷ୍ଟ କରିଥିଲା। ତା’ର ଅପରାଧ ଏହା ଥିଲା ଯେ, ସେ ଜଣେ ବ୍ୟକ୍ତିଙ୍କ ଛାତିକୁ ମୁଣ୍ଡରେ ମାରିବା ସହ ଆଉ ଜଣେ ବ୍ୟକ୍ତିଙ୍କୁ ଗୋଇଁଠା ମାରିଥିଲା। ଏହାପରେ ପୋଲିସ ଗଧକୁ ଗିରଫ କରି ଜେଲ୍‌ରେ ରଖିଥିଲା। ପୋଲିସଙ୍କ କହିବାନୁସାରେ ଯେ ପର୍ଯ୍ୟନ୍ତ ତା’ର ମାଲିକ ଆହତ ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସା ଖର୍ଚ୍ଚ ଓ କାମକୁ ଯାଇପାରି ନ ଥିବାରୁ ତାଙ୍କ ପାଉଣା ଦେଇ ନ ଥିଲେ ସେତେଦିନ ପର୍ଯ୍ୟନ୍ତ ବ୍ଲାକି ରହିଥିଲା ଜେଲରେ।

 


Enter your email to get our daily news in your inbox.

All Right Reserved By Dharitri.Com

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?