Posted inଫୁରସତ

ବୁଲିଯାଆନ୍ତୁ ରାଜସ୍ଥାନର ବରନ

ବରନ ହେଉଛି ରାଜସ୍ଥାନର ବରନ ଜିଲା ଅନ୍ତର୍ଗତ ଏକ ପବିତ୍ରତମ ପର୍ଯ୍ୟଟନସ୍ଥଳୀ। ଏକାଦଶ ଖ୍ରୀଷ୍ଟାବ୍ଦରେ ନିର୍ମିତ ପବିତ୍ର ଭାଣ୍ଡ ଦେବ୍ରା ମନ୍ଦିର ଏବଂ ସୀତାବରୀ ପାଇଁ ଏହା ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ତା’ଛଡ଼ା ପାର୍ବନ, ପାର୍ବତୀ ଓ କାଳୀସିନ୍ଧ ନାମରେ ତିନୋଟି ନଦୀ ଏହି ସ୍ଥାନ ଦେଇ ବହି ଯାଇଥିବାରୁ ଏଠାକାର ଆକର୍ଷଣ ଦେଖିବାଯୋଗ୍ୟ ହୋଇଥାଏ। ସେହିପରି ଅନେକ ପାହାଡ଼, ପର୍ବତ ଓ ଝରଣା ବି ଏଠାରେ ଦେଖିବାକୁ ମିଳିଥାଏ। ତେଣୁ ଜନଗହଳିଠାରୁ ଦୂରରେ ଥିବା ଏହି ସ୍ଥାନରେ ଟିକେ ଶାନ୍ତି ପାଇବା ଆଶାରେ ତଥା ଏଠାକାର ଅପୂର୍ବ ପ୍ରାକୃତିକ ଶୋଭାକୁ ଉପଭୋଗ କରିବାର ଲକ୍ଷ୍ୟ ନେଇ ବିଭିନ୍ନ ସ୍ଥାନରୁ ବହୁ ପର୍ଯ୍ୟଟକ ଏଠାକୁ ଧାଇଁ ଆସିଥାନ୍ତି।

ରାମାୟଣ ସହ ବରନର ସମ୍ପର୍କ
ବରନରେ ଏମିତି ଅନେକ ତୀର୍ଥଭୂମି ରହିଛି, ଯାହା ଦେଶବିଦେଶର ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ, ଯେମିତି କି ସୀତାବରୀ। ଏହି ସ୍ଥାନଟି ନିଜର ଧାର୍ମିକ ତଥା ଐତିହାସିକ କାରଣ ପାଇଁ ଶ୍ରେଷ୍ଠ ହୋଇପାରିଛି। ହିନ୍ଦୁ ପୌରାଣିକ କଥା ଅନୁଯାୟୀ, ଭଗବାନ ରାମଙ୍କର ଧର୍ମପତ୍ନୀ ମାତା ସୀତା କୁଆଡ଼େ ଅଯୋଧ୍ୟା ଛାଡ଼ିବା ପରେ ଏହି ସ୍ଥାନରେ ନିଜର ଦୁଇ ପୁତ୍ର ଲବ ଓ କୁଶଙ୍କୁ ଜନ୍ମ ଦେଇଥିଲେ ଆଉ ଏହିଠାରେ ରହୁଥିଲେ। ସେଥିପାଇଁ ଏଠାରେ ମାତା ସୀତାଙ୍କୁ ସମର୍ପିତ ଏକ ମନ୍ଦିର ଦେଖିବାକୁ ମିଳିଥାଏ। ତା’ଛଡ଼ା ଏହି ସୀତାବରୀର ନିକଟତମ ଅଞ୍ଚଳରେ ଅନେକ ପାଣି କୁଣ୍ଡ ମଧ୍ୟ ଥିବାର ଦେଖାଯାଇଥାଏ। ପ୍ରତି ବର୍ଷ ଏଠାରେ ସୀତାବରୀ ମେଳାର ଆୟୋଜନ ମଧ୍ୟ କରାଯାଇଥାଏ; ଯାହା ହେଉଛି ଏଠାକାର ଅନ୍ୟତମ ଆକର୍ଷଣ।

ବରନରେ ଥିବା କିଛି ପ୍ରସିଦ୍ଧ ମନ୍ଦିର
ଭାଣ୍ଡ ଦେବରା ମନ୍ଦିର, ବ୍ରାହ୍ମଣୀ ମାତାଜୀ ମନ୍ଦିର ଓ ମନିହାର ମହାଦେବ ମନ୍ଦିର ବି ହେଉଛି ବରନର ଅନ୍ୟ କେତେକ ପ୍ରମୁଖ ଧାର୍ମିକ ସ୍ଥଳୀ। ତେବେ ବରନରୁ ପ୍ରାୟ ୪୦ କି.ମି. ଦୂରରେ ଥିବା ରାମଗଡ଼ ପାହାଡ଼ ଉପରେ ନିର୍ମିତ ଭାଣ୍ଡ ଦେବରା ମନ୍ଦିରର ଅପୂର୍ବ କାରୁକାର୍ଯ୍ୟକୁ ଦେଖିଲେ ଲାଗେ ସତେ ଯେମିତି ଏହା ହେଉଛି ରାଜସ୍ଥାନର ଖଜୁରାହୋ। କୁହାଯାଏ, ଭଗବାନ ଶିବଙ୍କୁ ସମର୍ପିତ ଏହି ମନ୍ଦିରର ନିର୍ମାଣ କୁଆଡ଼େ ଏକାଦଶ ଶତାବ୍ଦୀରେ ହୋଇଥିଲା।

ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀ
ଏସବୁ ବ୍ୟତୀତ ପର୍ଯ୍ୟଟକ ବରନର ନିକଟବର୍ତ୍ତୀ ଅଞ୍ଚଳରେ ଶେରଗଡ଼ ଦୁର୍ଗ, ଗୁଗୋର୍‌ ଦୁର୍ଗ, କପିଲ୍‌ଧାରା ଜଳପ୍ରପାତ, କାକୋନୀ, ବିଲାସଗର ତଥା ଶାହବାଦ ଦୁର୍ଗ ଭଳି ଅନେକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ମଧ୍ୟ ବୁଲି ଦେଖିପାରିବେ।

କେବେ ଯିବେ
ବରନରେ ମାର୍ଚ୍ଚରୁ ଜୁନ୍‌ ପର୍ଯ୍ୟନ୍ତ ଗ୍ରୀଷ୍ମଋତୁ, ଜୁନ୍‌ରୁ ଅକ୍ଟୋବର ବର୍ଷା ତଥା ନଭେମ୍ବରରୁ ଫେବୃୟାରୀ ଶୀତଋତୁ ଅନୁଭୂତ ହୋଇଥାଏ। ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ବର୍ଷାଦିନକୁ ଛାଡ଼ି ବରନକୁ ଅନ୍ୟ ଯେ କୌଣସି ସମୟରେ ବୁଲିଗଲେ ବୁଲିବାର ଭରପୂର ମଜା ନେଇହୁଏ। ତା’ଛଡ଼ା କୁହାଯାଏ, ବରନରେ ଦୋଳ ମେଳା ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ, ଆଉ ଏହି ସମୟରେ ଏଠାରେ କୁଆଡ଼େ ପ୍ରବଳ ଭିଡ଼ ଜମେ। ପର୍ଯ୍ୟଟକ ଚାହିଁଲେ ଏହି ମେଳା ଚାଲିଥିବା ସମୟରେ ମଧ୍ୟ ଏଠାକୁ ଯାଇ କିଛିଟା ନିଆରା ଅନୁଭୂତି ପାଇପାରିବେ।

କେମିତି ଯିବେ
ବରନକୁ ଯିବା ପାଇଁ ଗମନାଗମନର ମଧ୍ୟ ବେଶ୍‌ ସୁବିଧା ରହିଛି। ରାଜସ୍ଥାନର ରାଜଧାନୀ ଜୟପୁରଠାରୁ ଏହା ପ୍ରାୟ ୩୩୯ କି.ମି. ଦୂରରେ ଅବସ୍ଥିତ। ତେଣୁ ବରନର ନିକଟତମ ତଥା ମୁଖ୍ୟ ବିମାନବନ୍ଦର ହେଉଛି ଜୟପୁର ଇଣ୍ଟରନାଶନାଲ୍‌ ଏୟାରପୋର୍ଟ। ତା’ଛଡ଼ା ଉଦୟପୁର ଏୟାରପୋର୍ଟ ଏବଂ ଯୋଧପୁର ଏୟାରପୋର୍ଟ ବି ବରନର ଅନ୍ୟତମ ଦୁଇ ନିକଟତମ ବିମାନବନ୍ଦର। ସେହିପରି କାଟା ଜଙ୍କସନ୍‌ ହେଉଛି ବରନର ନିକଟତମ ତଥା ମୁଖ୍ୟ ରେଳଷ୍ଟେଶନ। ଏହାଛଡ଼ା ପର୍ଯ୍ୟଟକ ଚାହିଁଲେ ସଡ଼କପଥରେ ମଧ୍ୟ ବରନକୁ ସୁବିଧାରେ ଯାଇପାରିବେ।

ବରନର ଲୋକପ୍ରିୟ ଖାଦ୍ୟପେୟ
ବରନର ଡାଲ୍‌ ବାଟି ଚୁର୍‌ମା, ଚପାତି, ରାବିଡ଼ି, ସମୋସା ବେଶ୍‌ ଲୋକପ୍ର୍ରିୟ। ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ଏହି ସବୁ ଖାଦ୍ୟପେୟର ଭରପୂର ମଜା ନେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri