ପ୍ରକୃତି ଓ ମାନସିକ ସ୍ବାସ୍ଥ୍ୟ

ଏକ ସୁସ୍ଥ ଓ ସମୃଦ୍ଧ ଜୀବନଧାରଣ ଲାଗି ମଣିଷ ପ୍ରକୃତି ଏବଂ ଏହାର ବିଭେଦତା ଉପରେ ଏକାନ୍ତ ନିର୍ଭରଶୀଳ। ବୃକ୍ଷଲତା, ପଶୁପକ୍ଷୀଙ୍କଠାରୁ ଆରମ୍ଭ କରି କୀଟପତଙ୍ଗ ଓ ସୂକ୍ଷ୍ମଜୀବ ପର୍ଯ୍ୟନ୍ତ ସମସ୍ତେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ତାକୁ ଯୋଗାଇଥାନ୍ତି ଏଥିପାଇଁ ବିବିଧ ଉପାଦାନ। ତେବେ ବିଗତ ପ୍ରାୟ ଏ ଶତାବ୍ଦୀ ଧରି ତା’ର ଅପରିଣାମଦର୍ଶୀ କାର୍ଯ୍ୟକଳାପ ହେତୁ ଏହି ବିଭେଦତାର ଅବକ୍ଷୟ ଦ୍ରୁତରୁ ଦ୍ରୁତତର ଭାବେ ଘଟିଚାଲିଛି। ଫଳରେ ପ୍ରାକୃତିକ ପରିବେଶ ଦିନକୁ ଦିନ ବାସୋପଯୋଗିତା ହରାଇବାରେ ଲାଗିଛି। ଏହା ତା’ଠାରେ ସୃଷ୍ଟି କରୁଛି ନାନାଦି ସ୍ବାସ୍ଥ୍ୟଜନିତ ସମସ୍ୟା, ବିଶେଷକରି ମାନସିକ।
ବର୍ତ୍ତମାନ ବିଶ୍ୱର ପ୍ରାୟ ୯୭୦ ନିୟୁତ ଲୋକ ଅର୍ଥାତ୍‌ ପ୍ରତି ୮ଜଣରେ ଜଣେ ମାନସିକ ଚାପ, ଅବସାଦ ଏବଂ ଦୁଶ୍ଚିନ୍ତାଗ୍ରସ୍ତ ହୋଇଥିବାର ଜଣାପଡ଼ିଥିଲା ୨୦୧୯ରେ ହୋଇଥିବା ଏକ ସର୍ବେକ୍ଷଣରୁ। ତେବେ ବର୍ତ୍ତମାନ ପ୍ରାପ୍ତବୟସ୍କମାନଙ୍କ ମଧ୍ୟରେ (୧୮ରୁ ୬୫ ବର୍ଷୀୟ) ଏହା ପହଞ୍ଚତ୍ଗଲାଣି ୧୦ଜଣରୁ ୪ ଜଣରେ। ବିଶେଷକରି ଯୁବପିଢ଼ି (୧୮ରୁ ୨୪ ବର୍ଷୀୟ) ଏହାଦ୍ୱାରା ଅଧିକ ପ୍ରଭାବିତ। ସେମାନଙ୍କ ମଧ୍ୟରେ ୬୬ ଶତାଂଶ ସାଧାରଣ ଭାବେ ମାନସିକ ଚାପଗ୍ରସ୍ତ ହେଲାବେଳେ, ୨୭ ଶତାଂଶ ବିଷାଦଗ୍ରସ୍ତ ଏବଂ ୧୨ ଶତାଂଶ ଗଭୀରଭାବେ ଦୁଶ୍ଚିନ୍ତାଗ୍ରସ୍ତ। ଅନ୍ୟପକ୍ଷରେ, ମଧ୍ୟବୟସ୍କ (୩୫ରୁ ୪୪ବର୍ଷୀୟ)ଙ୍କ ମଧ୍ୟରେ ଏହା ଯଥାକ୍ରମେ ୫୭ ଶତାଂଶ, ୨୦ ଶତାଂଶ ଏବଂ ୮ ଶତାଂଶ, ଯାହାକି ବୟସ୍କମାନଙ୍କ କ୍ଷେତ୍ରରେ (୫୫ରୁ ୬୪ ବର୍ଷୀୟ) ୩୮ ଶତାଂଶ, ୧୧ ଶତାଂଶ ଏବଂ ୩ ଶତାଂଶ। ଆଧୁନିକ ଜୀବନଶୈଳୀ, ଉଚ୍ଚାକାଂକ୍ଷା, ନିଃସଙ୍ଗତା ଇତ୍ୟାଦିକୁ ଏହାର କାରଣ ରୂପେ ଦର୍ଶାଯାଇଛି। ତେବେ, ଶିଳ୍ପ ତଥା ସହରୀ ସଭ୍ୟତାର ସମ୍ପ୍ରସାରଣ ହେତୁ ପ୍ରକୃତି ତଥା ତା’ର ବିବିଧତାଠାରୁ ଦୂରେଇ ଯିବା ମଣିଷର ଅଧିକାଂଶ ମାନସିକ ରୋଗକୁ ତୀବ୍ରତର କରୁଛି ବୋଲି ମତ ଦେଉଛନ୍ତି କେତେଜଣ ମନସ୍ତତ୍ତ୍ୱବିତ୍‌।
ନିକଟରେ ‘ହେଲ୍‌ଥ’ ପତ୍ରକା (ମେ, ୨୦୨୪)ରେ ପ୍ରକାଶିତ ଏକ ଗବେଷଣାପତ୍ରରେ ଆଣ୍ଡ୍ରେ ମେଚେଲି ଏବଂ ସହଯୋଗୀମାନେ ସୂଚନା ଦେଇଛନ୍ତି ଯେ, ବୃକ୍ଷଲତା, ପଶୁପକ୍ଷୀ ଓ କୀଟପତଙ୍ଗଭରା ଗ୍ରାମାଞ୍ଚଳର ଅପେକ୍ଷାକୃତ ଉନ୍ନତ ପରିବେଶରେ ବାସ କରୁଥିବା ଲୋକଙ୍କ ତୁଳନାରେ ଏହା ନ ଥିବା ସହରାଞ୍ଚଳର ଲୋକଙ୍କର ମାନସିକ ଚାପ ଓ ଦୁଶ୍ଚିନ୍ତା ପ୍ରାୟ ୭୧ ଶତାଂଶ ଅଧିକ। ଅନ୍ୟପକ୍ଷରେ, ଯେଉଁସବୁ ସହରାଞ୍ଚଳରେ ବୃକ୍ଷଲତା, ଜଳାଶୟ ଏବଂ ପକ୍ଷୀ ଓ କୀଟ ପତଙ୍ଗ ଅଛନ୍ତି ସେଠାର ଅଧିବାସୀଙ୍କଠାରେ ଏହା ଅପେକ୍ଷାକୃତ କମ୍‌। ଅତଏବ ପ୍ରାକୃତିକ ପରିବେଶ ତଥା ଜୈବ ବିଭିନ୍ନତା ମଣିଷର ସ୍ବାସ୍ଥ୍ୟକୁ ପ୍ରଭାବିତ କରେ ବୋଲି ସେମାନେ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ଏହି ଅଧ୍ୟୟନ କରାଯାଇଥିଲା ଆମେରିକାର ୧୫୦୦୦ ପରିବାର ଉପରେ। ଏହା ପରେ ସେମାନେ ଅଧିକ ମାନସିକ ଚାପ, ବିଷାଦ ଏବଂ ଦୁଶ୍ଚିନ୍ତାଗ୍ରସ୍ତ ସହରାଞ୍ଚଳର ଲୋକଙ୍କୁ ଅରଣ୍ୟ, ବଡ଼ ବଡ଼ ଉଦ୍ୟାନ, ଜଳାଶୟ ଆଦି ଥିବା ଉନ୍ନତ ପ୍ରାକୃତିକ ପରିବେଶ ମଧ୍ୟରେ ରହିବାକୁ ଦେଇ ଅନ୍ୟ ଏକ ପରୀକ୍ଷା କରିଥିଲେ। ଫଳରେ ମାତ୍ର ୮ ଘଣ୍ଟାରୁ ୧୨ ଘଣ୍ଟା ମଧ୍ୟରେ ସେମାନଙ୍କ ମାନସିକ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହେଲା।
ପ୍ରକୃତି ଏବଂ ଜୈବ ବିବିଧତା ଆମ ଇନ୍ଦ୍ରିୟମାନଙ୍କୁ ଉଦ୍ଦୀପିତ କରେ। ଫଳରେ ବୃଦ୍ଧିପାଏ ଆମର କୌଣସି କାର୍ଯ୍ୟରେ ମନୋନିବେଶ କରିବାର ସାମର୍ଥ୍ୟ, ହ୍ରାସପାଏ ମାନସିକ କ୍ଳାନ୍ତି ଓ ଅବସାଦ ଏବଂ ପୁନରୁଦ୍ଧାର ହୁଏ ସ୍ମରଣଶକ୍ତି, ସଚେତନତା ଆଦି ବୋଧଶକ୍ତି। ଏପରି କି ଏହା ଆଲର୍ଜି, ଶ୍ୱାସରୋଗ, ଉଚ୍ଚରକ୍ତଚାପ ଆଦି ଶାରୀରିକ ବ୍ୟାଧିରୁ ସୁରକ୍ଷା ଦେଇପାରେ। ଅତଏବ ଆମ ସାମଗ୍ରିକ ସନ୍ତୁଷ୍ଟି ପରିବର୍ଦ୍ଧିତ ହୁଏ। ଫଳରେ ଆମଠାରେ ଏଣ୍ଡୋର୍‌ଫିନିସ୍‌ ଏବଂ ଅନ୍ୟାନ୍ୟ ‘ଆନନ୍ଦଦାୟୀ ଜୀବରସ’ର କ୍ଷରଣ ବୃଦ୍ଧି ଏବଂ ମାନସିକଚାପ ସୃଷ୍ଟିକାରୀ ‘କୋର୍ଟିସଲ’ କ୍ଷରଣ ହ୍ରାସ ପାଏ ଅତଏବ ଆମେ ଅଧିକ ଶାରୀରିକ ପରିଶ୍ରମ କରିବାକୁ ସମର୍ଥ ହେଉ ଏବଂ ବିବିଧ ସାମାଜିକ କାର୍ଯ୍ୟକଳାପରେ ଭାଗନେବାକୁ ଉତ୍ସାହିତ ଅନୁଭବ କରୁ।
ବୈଜ୍ଞାନିକମାନେ ଏ ପ୍ରକାର ଅନୁଭୂତିକୁ ‘ବାଇଓଫିଲିଆ’ ବା ‘ଜୈବିକ ଜଗତ ପ୍ରତି ପ୍ରେମ’ ବୋଲି ଆଖ୍ୟା ଦେଇଛନ୍ତି। ଜର୍ମାନୀର ମନସ୍ତତତ୍ତ୍ୱ ଏନ୍‌ରିକ ଫ୍ରୋମ ତାଙ୍କ ଦ୍ୱାରା ପ୍ରକାଶିତ ନିବନ୍ଧ ”ଦ ଆନାଟୋମି ଅଫ୍‌ ହ୍ୟୁମାନ ଡେଷ୍ଟ୍ରକ୍‌ଟିଭ୍‌ନେସ“ରେ ୧୯୭୩ ମସିହାରେ ସୂଚାଇ ଥିଲେ ଯେ, ମଣିଷର ପ୍ରକୃତି ଏବଂ ଜୀବଜଗତ ସହିତ ସମ୍ପର୍କ ସ୍ଥାପନ ଲାଗି ଏକ ଅନ୍ତର୍ନିହିତ ପ୍ରବୃତ୍ତି ରହିଛି। ତତ୍‌ପରେ ଏହାକୁ ନେଇ ୧୯୮୪ରେ ପୁସ୍ତକଟିଏ ରଚନା କଲେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ବିବର୍ତ୍ତନ ଜୀବ ବିଜ୍ଞାନୀ ଏଡ୍‌ଓ୍ବାର୍ଡ ଓ ଉଇଲସନ। ”ବାଇଓଫିଲିଆ: ଦ ହ୍ୟୁମାନ ବଣ୍ଡ୍‌ ଉଇଥ ଅଦର ସ୍ପେସିଜ୍‌“ ନାମକ ଏହି ପୁସ୍ତକରେ ସେ ମତ ଦେଇଛନ୍ତି ଯେ, ଏହି ପ୍ରବୃତ୍ତି ମଣିଷର ଜିନ୍‌ ସହିତ ସମ୍ପୃକ୍ତ କନ୍ମଗତ ହୋଇପାରେ କିମ୍ବା ପରିବେଶ ପ୍ରଭାବଜନିତ ହୋଇପାରେ। ଏହା ସେମାନଙ୍କଠାରେ ସୃଷ୍ଟି କରିଥାଏ ପ୍ରାକୃତିକ ପରିବେଶ ତଥା ଜୈବ ବିବିଧତା ପ୍ରତି ଭାବପ୍ରବଣତା ସ୍ତରରେ ସମ୍ପୃକ୍ତି। ଏଣୁ ସେମାନେ ଏହାକୁ ଆପଣାର ମନେକରନ୍ତି ଏବଂ ଏହାର ଯନତ୍ ନିଅନ୍ତି। ତାହା ପରିସଂସ୍ଥା ପାଇଁ ମଙ୍ଗଳକର। ଅତଏବ ଏହା ସମସ୍ତ ଜୀବଜଗତ ତଥା ପୃଥିବୀର ସ୍ବାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଉପଯୋଗୀ ହୁଏ। କିନ୍ତୁ ଏହି ସ୍ବାଭାବିକ ପ୍ରବୃତ୍ତିକୁ ବର୍ତ୍ତମାନ ଓଲଟାଇ ଦେଇଛି ଆଧୁନିକ ବସ୍ତୁବାଦୀ ଶୈଳୀ ଏବଂ ଲୋଭ। ପରିଣାମ ସ୍ବରୂପ ଦ୍ରୁତ କ୍ଷୟପ୍ରାପ୍ତ ହୋଇଚାଲିଛି ପ୍ରକୃତି ଏବଂ ଏହାର ବିବିଧତା।
ପ୍ରତିବର୍ଷ ପୃଥିବୀରୁ ପ୍ରାୟ ୧୦ ନିୟୁତ ହେକ୍ଟର ଜଙ୍ଗଲ କ୍ଷୟ ହେଉଛି। ଅବଶ୍ୟ ପୁନଃବନୀକରଣ ଦ୍ୱାରା ଏଥିରୁ କିଛି ଅଂଶ ଭରଣା ହେଉଛି। ତଥାପି ଏବେ ସୁଦ୍ଧା (୨୦୨୩-୨୦୨୪) ଏହା ସମଗ୍ର ଭୂଭାଗର ୩୧ ଶତାଂଶକୁ ହ୍ରାସ ପାଇସାରିଲାଣି, ଯାହାକି ପ୍ରାକ୍‌ ଶିଳ୍ପବିପ୍ଳବ କାଳରେ ଥିଲା ୫୭ ଶତାଂଶ। ଆମ ଦେଶ ଏହା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛି। ଏକ ଆକଳନ ଅନୁସାରେ କାନାଡ଼ାରେ ମୁଣ୍ଡ ପିଛା ଗଛ ସଂଖ୍ୟା ୧୦,୧୬୩ ହେଲା ବେଳେ ଗ୍ରୀନଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଆମେରିକା, ଫ୍ରାନ୍ସ, ଇଥିଓପିଆ, ଚାଇନା ଏବଂ ଇଂଲଣ୍ଡରେ ତାହା ଯଥାକ୍ରମେ ୪୯୬୪, ୩୨୬୬, ୬୯୯, ୨୦୩, ୧୪୩, ୧୩୦ ଏବଂ ୪୭ କିନ୍ତୁ ଭାରତରେ ୨୮ଟି। ଚଳିତବର୍ଷ ଆମ ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ଏହା ଅନ୍ୟତମ କାରଣ। ଅନ୍ୟପକ୍ଷରେ, ପ୍ରକୃତି ନିୟମ ଅନୁସାରେ ପ୍ରତି ୧୦,୦୦୦ ବର୍ଷରେ ଧରାପୃଷ୍ଠରୁ ୨ଟି ଲେଖାଏ ପ୍ରଜାତି ବିଲୁପ୍ତ ହେବା କଥା, ତେବେ, ମନୁଷ୍ୟର ଅପରିଣାମଦର୍ଶୀ କାର୍ଯ୍ୟକଳାପ ହେତୁ ପ୍ରାକୃତିକ ପରିବେଶର ଅବକ୍ଷୟ ଘଟିବା ଫଳରେ ତାହା ୧୦୦୦ରୁ ୧୦,୦୦୦ ଗୁଣ ବୃଦ୍ଧି ପାଇଛି। ଓ୍ବାଲର୍‌ଡ ଓ୍ବାଇଲ୍ଡ ଲାଇଫ ଫଣ୍ଡ୍‌ ଦ୍ୱାରା ୨୦୨୩ରେ ଅନୁଷ୍ଠିତ ଆକଳନ ଅନୁସାରେ ପୃଥିବୀରେ ୧୯୭୦ ମସିହାରୁ ଏହା ମଧ୍ୟରେ ୬୯ ଶତାଂଶ ପ୍ରଜାତି ହ୍ରାସ ପାଇଛନ୍ତି ଏବଂ ବିଲୁପ୍ତ ହେବା ଆଶଙ୍କାଗ୍ରସ୍ତ ଅଛନ୍ତି ପ୍ରାୟ ୨ ନିୟୁତ ପ୍ରଜାତି। ଆଧୁନିକ ମଣିଷର ମାନସିକ ଚାପ, ଦୁଶ୍ଚିନ୍ତା ଏବଂ ସେଥି ସହିତ ସମ୍ପୃକ୍ତ ବିବିଧ ମାନସିକ ତଥା ଶାରୀରିକ ରୋଗର ଏହା ଅନ୍ୟତମ ମୁଖ୍ୟ କାରଣ ପାଲଟିଛି।

  • ପ୍ର.ରମେଶ ଚନ୍ଦ୍ର ପରିଡ଼ା
    ଖଣ୍ଡଗିରି ବିହାର, ଭୁବନେଶ୍ୱର
    ମୋ: ୯୯୩୭୩୦୧୪୬୦

Enter your email to get our daily news in your inbox.

All Right Reserved By Dharitri.Com

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସବୁଆଡ଼ୁ ଘେରିଗଲାଣି ଚାଇନା

ଭାରତର ପଶ୍ଚିମରେ ଥିବା ଆରବ ସାଗରକୁ ଚାଇନା ପ୍ରବେଶ କରିବା ପାଇଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସୃଷ୍ଟି କରାଯାଇଛି। ସେଥିରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri