Posted inଫୁରସତ

ପ୍ରାକୃତିକ ସୁଇମିଂ ପୁଲ୍, ଏଥିରେ ବ୍ୟବହାର ହୋଇନି ରାସାୟନିକ ପଦାର୍ଥ

ସମସ୍ତଙ୍କର ସ୍ବପ୍ନ ଥାଏ ନିଜ ଘର ସବୁଠୁ ସୁନ୍ଦର ହେଉ। ଘର ନିକଟରେ ବଗିଚା, ସୁଇମିଂ ପୁଲ୍‌ ଆଦି ରହି ଶୋଭାବର୍ଦ୍ଧନ କରୁ। ଖାସ୍‌ ଏଥିପାଇଁ ତ ଲୋକେ ସ୍ବପ୍ନର ଘରଟିଏ ପାଇଁ ଜୀବନସାରା ରୋଜଗାର କରିଥିବା ଟଙ୍କା ଏଥିରେ ହିଁ ଖର୍ଚ୍ଚ କରିଥାନ୍ତି।


ଠିକ୍‌ ସେମିତି ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଥିବା ଏକ ଦମ୍ପତିଙ୍କ କ୍ଷେତ୍ରରେ ଘଟିଛି। ଏହି ଦମ୍ପତି ମନ ପସନ୍ଦର ଏକ ପ୍ରାକୃତିକ ସୁଇମିଂ ପୁଲ୍‌ ତିଆରି କରିଛନ୍ତି। ଏହାକୁ ତିଆରି କରିବା ପାଇଁ ପ୍ରାୟ ୨ ବର୍ଷ ଲାଗିଛି। ଏଥିରେ ୧୮ ହଜାର ପାଉଣ୍ଡ ଅର୍ଥାତ୍‌ ୧୭ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି।
ଚେଲ୍ଟନହାମ୍‌ରେ ରହୁଥିବା ୫୬ ବର୍ଷୀୟ ଜନ ଏଡଓ୍ବାଡ୍‌ ଏବଂ ତାଙ୍କର ୫୫ ବର୍ଷୀୟ ସ୍ତ୍ରୀ କ୍ୟାରୋଲିନ୍‌ ତିଆରି କରିଥିବା ପୁଲରେ କେମିକାଲ ଏବଂ କ୍ଲୋରିନ୍‌ର ବ୍ୟବହାର ଆଦୌ କରନ୍ତି ନାହିଁ। ଏହି ପୁଲ୍‌ର ଡିଜାଇନ ଏମିତି ହୋଇଛି କି ଏହାକୁ ସଫା କରିବାକୁ ପଡ଼େ ନାହିଁ। ଗଛର ଚେର ଦେଇ ପାଣି ଆପଣାଛାଏଁ ସଫା ହୋଇଥାଏ। ପୁଲ୍‌ର ଲମ୍ବ ୪୫ ଫୁଟ ଏବଂ ଚଉଡ଼ା ୩୦ ଫୁଟ। ଗଭୀର ୭.୫ ଫୁଟ ରହିଛି।


୨୦୧୮ରେ ଏହି ଦମ୍ପତି ଏକ ଡିଭିଡି ଦେଖି ପୁଲ୍‌ର ନିର୍ମାଣ କରିଥିଲେ। ପୁଲଟି ଦେଖିବାକୁ ଖୁବ୍‌ ମନୋରମ। ଜନ କୁହନ୍ତି, ଏହି ପୁଲ୍‌କୁ ତାଙ୍କ ସମ୍ପର୍କୀୟମାନେ ପାର୍ଟି ପାଇଁ ବ୍ୟବହାର କରିଥାନ୍ତି। ପୁଲର ଚତୁଃପାର୍ଶ୍ୱରେ ୧୫୦୦ ପ୍ରକାରର ଗଛ ରହିଛି। ପଶୁପକ୍ଷୀ ମଧ୍ୟ ରହିଛନ୍ତି। ଯାହା ଲୋକଙ୍କୁ ଆକର୍ଷିତ କରୁଛି। ପୁଲ୍‌ର ପାଣି ସର୍ବଦା ପରିଷ୍କାର ରହିଥାଏ। ପାଣିର ଶୁଦ୍ଧତା ମଧ୍ୟ ଦମ୍ପତି କିଛିଦିନ ଅନ୍ତରରେ ଯାଞ୍ଚ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏତଲା ପାଇଁ ଯିବାକୁ ପଡ଼ିବନି ଥାନା,‘ଆମ ସାଥୀ’ରେ ମିଳିବ ୧୯୦ ପ୍ରକାର ସେବା

ସାଧାରଣ ଲୋକଙ୍କୁ ଏଣିକି ଏତଲା ଦେବା ପାଇଁ ଆଉ ଥାନାକୁ ଦୌଡ଼ିବାକୁ ପଡ଼ିବ ନାହିଁ। ସେହିପରି କୌଣସି ମେଡିକାଲରେ ଡାକ୍ତରଙ୍କୁ ଦେହ ଖରାପ ପାଇଁ ଘଣ୍ଟା ଘଣ୍ଟା…

ପାକୁଆ ପାଟିରେ ମାଂସ

ନିଜର ବୟସ ବଢ଼ିଯିବା ଓ ରାଜନୀତି ଏବେ ‘ଅତ୍ୟଧିକ ପ୍ରଦୂଷିତ’ ହୋଇଯାଇଥିବା ଦର୍ଶାଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୯ ବର୍ଷୀୟ ସିଦ୍ଦାରାମୈୟା ୨୦୨୮ ବିଧାନସଭା ନିର୍ବାଚନ ଲଢ଼ିବେ…

ଆସାମ ବନ୍ୟା, ମୃତ୍ୟୁସଂଖ୍ୟା ୬୮

ଗୁଆହାଟୀ,୨୮।୭: ଆସାମରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ସଙ୍କଟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟଳି ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨…

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ୯ ଜିଲାକୁ ରେଡ୍‌ ଆଲର୍ଟ, ୨୪ ଘଣ୍ଟା ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୮।୭(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ- ଉତ୍ତର ଓଡ଼ିଶା ଉପକୂଳ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଥିବା ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି…

ବଡ଼ ଖବର…ପ୍ରବଳ ବର୍ଷା, ଆଜି ୪ ଜିଲାରେ ସ୍କୁଲ ଛୁଟି

ଭୁବନେଶ୍ୱର,୨୮।୭: ବଙ୍ଗୋପସାଗରରେ ଗଭୀର ଅବପାତ ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବ।…

ଧନୀ ଦେଶରେ ବଢ଼ିବ ଏସି ବ୍ୟବହାର, ଗରିବ ଦେଶରେ ଯିବ ଅଧିକ ଜୀବନ

ନୂଆଦିଲ୍ଲୀ, ୨୮ା୭ (ପି.ଟି.):ଜଳବାୟୁ ପରିବର୍ତ୍ତନ ଜନିତ ତାପମାତ୍ରା ବୃଦ୍ଧି ଯୋଗୁ ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୪ ଲକ୍ଷ ୩୦ ହଜାର ଅତିରିକ୍ତ ଲୋକଙ୍କ ମୃତ୍ୟୁ…

କେବଳ ଆନ୍ଦୋଳନ ପାଇଁ ଲାଠିଚାଳନା କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୭: କେବଳ ଆନ୍ଦୋଳନ ଚାଲିବାକୁ ନେଇ ପୋଲିସ ମାତ୍ରାଧିକ ବଳପ୍ରୟୋଗ କିମ୍ବା ହିଂସା କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜ…

ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ, ହାତ କାଟି ମାରିଲେ ସ୍ବାମୀ: ହତ୍ୟା ପରେ ନିଜେ…

ଭୁବନେଶ୍ୱର,୨୮।୭(ତ୍ରିନାଥ ମହାନ୍ତି):ମଞ୍ଚେଶ୍ୱର ଥାନା ଚକେଇଶିଆଣି ସାହୁ କଲୋନୀରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଘରେ ଅନ୍ୟ କେହି ସଦସ୍ୟ ନ ଥିବାବେଳେ ବ୍ଲେଡ୍‌ରେ ସ୍ତ୍ରୀଙ୍କ ବେକ କାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri