Posted inଫୁରସତ

ପ୍ରାକୃତିକ ସୁଇମିଂ ପୁଲ୍, ଏଥିରେ ବ୍ୟବହାର ହୋଇନି ରାସାୟନିକ ପଦାର୍ଥ

ସମସ୍ତଙ୍କର ସ୍ବପ୍ନ ଥାଏ ନିଜ ଘର ସବୁଠୁ ସୁନ୍ଦର ହେଉ। ଘର ନିକଟରେ ବଗିଚା, ସୁଇମିଂ ପୁଲ୍‌ ଆଦି ରହି ଶୋଭାବର୍ଦ୍ଧନ କରୁ। ଖାସ୍‌ ଏଥିପାଇଁ ତ ଲୋକେ ସ୍ବପ୍ନର ଘରଟିଏ ପାଇଁ ଜୀବନସାରା ରୋଜଗାର କରିଥିବା ଟଙ୍କା ଏଥିରେ ହିଁ ଖର୍ଚ୍ଚ କରିଥାନ୍ତି।


ଠିକ୍‌ ସେମିତି ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଥିବା ଏକ ଦମ୍ପତିଙ୍କ କ୍ଷେତ୍ରରେ ଘଟିଛି। ଏହି ଦମ୍ପତି ମନ ପସନ୍ଦର ଏକ ପ୍ରାକୃତିକ ସୁଇମିଂ ପୁଲ୍‌ ତିଆରି କରିଛନ୍ତି। ଏହାକୁ ତିଆରି କରିବା ପାଇଁ ପ୍ରାୟ ୨ ବର୍ଷ ଲାଗିଛି। ଏଥିରେ ୧୮ ହଜାର ପାଉଣ୍ଡ ଅର୍ଥାତ୍‌ ୧୭ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି।
ଚେଲ୍ଟନହାମ୍‌ରେ ରହୁଥିବା ୫୬ ବର୍ଷୀୟ ଜନ ଏଡଓ୍ବାଡ୍‌ ଏବଂ ତାଙ୍କର ୫୫ ବର୍ଷୀୟ ସ୍ତ୍ରୀ କ୍ୟାରୋଲିନ୍‌ ତିଆରି କରିଥିବା ପୁଲରେ କେମିକାଲ ଏବଂ କ୍ଲୋରିନ୍‌ର ବ୍ୟବହାର ଆଦୌ କରନ୍ତି ନାହିଁ। ଏହି ପୁଲ୍‌ର ଡିଜାଇନ ଏମିତି ହୋଇଛି କି ଏହାକୁ ସଫା କରିବାକୁ ପଡ଼େ ନାହିଁ। ଗଛର ଚେର ଦେଇ ପାଣି ଆପଣାଛାଏଁ ସଫା ହୋଇଥାଏ। ପୁଲ୍‌ର ଲମ୍ବ ୪୫ ଫୁଟ ଏବଂ ଚଉଡ଼ା ୩୦ ଫୁଟ। ଗଭୀର ୭.୫ ଫୁଟ ରହିଛି।


୨୦୧୮ରେ ଏହି ଦମ୍ପତି ଏକ ଡିଭିଡି ଦେଖି ପୁଲ୍‌ର ନିର୍ମାଣ କରିଥିଲେ। ପୁଲଟି ଦେଖିବାକୁ ଖୁବ୍‌ ମନୋରମ। ଜନ କୁହନ୍ତି, ଏହି ପୁଲ୍‌କୁ ତାଙ୍କ ସମ୍ପର୍କୀୟମାନେ ପାର୍ଟି ପାଇଁ ବ୍ୟବହାର କରିଥାନ୍ତି। ପୁଲର ଚତୁଃପାର୍ଶ୍ୱରେ ୧୫୦୦ ପ୍ରକାରର ଗଛ ରହିଛି। ପଶୁପକ୍ଷୀ ମଧ୍ୟ ରହିଛନ୍ତି। ଯାହା ଲୋକଙ୍କୁ ଆକର୍ଷିତ କରୁଛି। ପୁଲ୍‌ର ପାଣି ସର୍ବଦା ପରିଷ୍କାର ରହିଥାଏ। ପାଣିର ଶୁଦ୍ଧତା ମଧ୍ୟ ଦମ୍ପତି କିଛିଦିନ ଅନ୍ତରରେ ଯାଞ୍ଚ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେନ୍‌ବୋ ଭିଲେଜ୍‌

ପୃଥିବୀରେ ଏଭଳି ଅନେକ ସ୍ଥାନ ରହିଛି, ଯାହା ଦେଖିବାକୁ ଅନ୍ୟ ସ୍ଥାନଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ନିଆରା। ସେହିଭଳି ଏକ ସ୍ଥାନ ହେଉଛି ତାଇଓ୍ବାନର ନାନ୍‌ଟୁନ୍‌...

ଜେଲ୍‌ରେ ଏମିତି ଗୀତ ଗାଇଲେ ମଦ୍ୟପ କଏଦି, ପୋଲିସ ହେଲେ ଆଶ୍ଚର୍ଯ୍ୟ

କୁହାଯାଏ ଯେ, ବିହାରରେ ପ୍ରତିଭାଶାଳୀ ଲୋକମାନଙ୍କ ଅଭାବ ନାହିଁ । ସେଠାରେ ମଦ ନିଷେଧ। ଏସବୁ ସତ୍ତ୍ୱେ ଲୋକେ ମଦ୍ୟପାନ କରନ୍ତି । ସମ୍ପ୍ରତି, ଦେଖାଯାଇଛି...

ସ୍କୁଲ୍‌ ବସ୍‌ ଚଲାଉଥିବା ବେଳେ ଡ୍ରାଇଭରଙ୍କୁ ଆସିଲା ହାର୍ଟ ଆଟାକ୍‌, ଏମିତି ଜୀବନ ରକ୍ଷା କଲେ ପିଲା, ଭିଡିଓ ଦେଖିଲେ…

ସଡ଼କ ଦୁର୍ଘଟଣା ଯେକୌଣସି ସ୍ଥାନରେ, ଯେ କୌଣସି ମୁହୂର୍ତ୍ତରେ ବି ହୋଇପାରେ। ପ୍ରାୟତଃ ଲୋକମାନେ କୁହନ୍ତି, ସାମ୍ନାରେ ଥିବା ବ୍ୟକ୍ତିଙ୍କ ଦୋଷ ଯୋଗୁ ଦୁର୍ଘଟଣା ଘଟେ,...

୩ ହଜାର ବର୍ଷ ପୁରୁଣା ସହର

ଇଜିପ୍ଟରେ ‘ଲଷ୍ଟ ଗୋଲ୍ଡେନ୍‌ ସିଟି’ ନାମକ ୩,୦୦୦ ବର୍ଷ ପୁରୁଣା ଏକ ସହର ଠାବ ହୋଇଛି। ପ୍ରତ୍ନତତ୍ତ୍ୱବିତ୍‌ମାନେ ଦାକ୍ଷିଣାତ୍ୟ ସହର ଲକ୍ସରରେ ଖନନ ବେଳେ ଏହାକୁ...

ଓଡ଼ିଆ ସାମ୍ବାଦିକତା ଦିବସ

୧୮୬୬ ମସିହା ଅଗଷ୍ଟ ୪ । ସେଦିନ ଥିଲା ଓଡ଼ିଆ ସାମ୍ବାଦିକତା ପାଇଁ ଗୌରବର ଦିନ। ଓଡ଼ିଶାର ପ୍ରଥମ ଓଡ଼ିଆ ଖବର କାଗଜ ଭାବେ ‘ଉତ୍କଳ...

ପ୍ରସାଦ ବଦଳରେ ମିଳୁଛି ବର୍ଗର, ସାଣ୍ଡଓ୍ବିଚ୍‌,

ଚେନ୍ନାଇ: ପ୍ରସାଦ ବଦଳରେ ଭକ୍ତଙ୍କୁ ଦିଆଯାଉଛି ବର୍ଗର ଓ ସାଣ୍ଡଓ୍ବିଚ୍‌। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି ଚେନ୍ନାଇ ପାଡାପ୍ପାଇରେ ଥିବା ଦୁର୍ଗା ପୀଠରେ।...

ବିଲ୍‌ ଗେଟସ୍‌ ଆମେରିକାର ଏକ ନମ୍ବର ଚାଷୀ: କିଣିଲେ ୨୪୨ ହଜାର ଏକର ଚାଷ ଜମି

ଓ୍ବାଶିଂଟନ,୧୬।୧: ମାଇକ୍ରୋସଫ୍ଟ ସଂସ୍ଥାପକ ତଥା ପୃଥିବୀର ଚତୁର୍ଥ ଧନୀକ ଭାବେ ଖ୍ୟାତି ହାସଲ କରିଥିବା ବିଲ୍‌ ଗେଟସ୍‌ ଏବେ ଆମେରିକାର ଏକ ନମ୍ବର ଚାଷୀ ପାଲଟିଛନ୍ତି।...

ମଝି ରାସ୍ତାରେ ଗାଡ଼ି ରଖି ଏମିତି କଲେ ବ୍ୟକ୍ତି, ପ୍ରଶଂସା ନକରି ରହି ହେବନି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

Advertisement
Archives

Model This Week