ପ୍ରାକୃତିକ ଭିତ୍ତିଭୂମି

ଏରିକ୍‌ ବେର୍ଗଲୋଫ୍‌

 

ସହସ୍ର ବର୍ଷ ଧରି ନଦୀ, ଆର୍ଦ୍ରଭୂମି, ଉପକୂଳ ଅଞ୍ଚଳ, ବାଲୁକା ସ୍ତୂପ ଏବଂ ଜଙ୍ଗଲ ଭଳି ପ୍ରାକୃତିକ ଭିତ୍ତିଭୂମି ମାନବ ସଭ୍ୟତା ବିକାଶରେ ସହଯୋଗ କରିଆସିଛି। ଅବଶ୍ୟ ଖାଦ୍ୟଠାରୁ ଆରମ୍ଭ କରି ପାନୀୟଜଳ ଏବଂ ବାତ୍ୟାରୁ ସୁରକ୍ଷା ଓ ବନ୍ୟା ପ୍ରଭାବ ହ୍ରାସ ଲାଗି ଆମେ ଏହିସବୁ ଭିତ୍ତିଭୂମିକୁ ଅତ୍ୟଧିକ ଉପଯୋଗ କରିଆସୁଛୁ। ଏହା ମଧ୍ୟ ଆମ ଭବିଷ୍ୟତ ଜୀବନ ପାଇଁ ପ୍ରମୁଖ ଭୂମିକା ନେବ। ଅତ୍ୟାଧୁନିକ ଜ୍ଞାନକୌଶଳ ଏହି ଭିତ୍ତିଭୂମିର ବିବର୍ତ୍ତନକୁ ଗତିଶୀଳ କରିଛି। ସବୁଜ ଭୂମି କଂକ୍ରିଟ, କେବଲ, ଇସ୍ପାତ, ଶକ୍ତି, ଯୋଗାଯୋଗ ଏବଂ ପରିବହନ ଯୋଗୁ ନିଷ୍ପ୍ରଭ ବା ଫିକା ହୋଇଯାଉଛି। ଏହାକୁ ନେଇ ଅପ୍ରତ୍ୟାଶିତ ଅଭିବୃଦ୍ଧି ଓ ବିକାଶର ଲକ୍ଷ୍ୟରେ ସବୁଜ ଭିତ୍ତିଭୂମି ସତ୍ତା ହରାଉଛି। ତେବେ ଦ୍ରୁତ ଆଧୁନିକୀକରଣ ଅକଳନୀୟ ସମୃଦ୍ଧି ଆଣୁଥିବାବେଳେ ଏହାର ଗମ୍ଭୀର ଅନପେକ୍ଷିତ ପରିଣାମ ରହିଆସିଛି। ଏହା କେବଳ ପରିବେଶର ଅଧୋଗତି ଘଟାଉନାହିଁ, ବରଂ ଅତ୍ୟଧିକ ସବୁଜଗୃହ ବାଷ୍ପ ନିର୍ଗମନ ଯୋଗୁ ଆମର ଏବକାର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରିଚାଲିଛି।
ପ୍ରଶ୍ନ ହେଉଛି, ସବୁଜ ଗୃହ ବାଷ୍ପ ନିର୍ଗମନକୁ ହ୍ରାସ କରିବା ଏବଂ ଜୈବ ବିବିଧତାର ସୁରକ୍ଷା ଓ ପୁନରୁଦ୍ଧାର କରିବା, ବିକାଶଶୀଳ ଅର୍ଥନୀତିକୁ ସେମାନଙ୍କର ବୈଧ ଅଭିବୃଦ୍ଧି ଆକାଂକ୍ଷା ପୂରଣ କରିବାରେ ସକ୍ଷମ କରାଯିବା ଭଳି ଜରୁରୀ ପରିବେଶଗତ ଲକ୍ଷ୍ୟ କେମିତି ହାସଲ କରାଯିବ। ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କର ଏକ ସଦ୍ୟ ରିପୋର୍ଟରୁ ଏହାର ଉତ୍ତର ମିଳେ। ଏଥିରେ ଦର୍ଶାଯାଇଛି ଯେ, ଏହି ଲକ୍ଷ୍ୟ ହାସଲ ଲାଗି ପ୍ରକୃତିକୁ ଏକ ଭିତ୍ତିଭୂମି ଭାବରେ ସ୍ବୀକାର କରି ପ୍ରଥମେ କାର୍ଯ୍ୟ ଆରମ୍ଭ କରିବା ସବୁଠୁ ଭଲ ଉପାୟ। ପ୍ରକୃତିକୁ ଭିତ୍ତିଭୂମି ଭାବରେ ଦେଖିବା ଏକ ପରିବର୍ତ୍ତନଶୀଳ ଦୃଷ୍ଟିକୋଣକୁ ଦର୍ଶାଏ। କାରଣ ଏହା ଆମକୁ ଅଧିକ ବ୍ୟବସ୍ଥିତ ଢଙ୍ଗରେ ଚିନ୍ତା କରିବାକୁ ବାଧ୍ୟ କରିଥାଏ। ଆମେ ଅଭିବୃଦ୍ଧି ଏବଂ ବିକାଶକୁ ଅନୁସରଣ କରୁଛୁ। ଅତ୍ୟାବଶ୍ୟକ ସେବା ଯୋଗାଇବାରେ ପ୍ରକୃତିର ବ୍ୟାପକ ଶକ୍ତିକୁ ବ୍ୟବହାର କରୁଥିବାରୁ ଆମେ କେବଳ ପ୍ରକୃତିର କ୍ଷତିକୁ ରୋକିିବାରେ ସୀମିତ ନ ରହି ବରଂ ପ୍ରକୃତି ସକାରାତ୍ମକ ନିବେଶ ମାଧ୍ୟମରେ ଏହାକୁ ମଜଭୁତ ଏବଂ ସମୃଦ୍ଧ କରିବା ଆବଶ୍ୟକ।
ଜୀବବିଜ୍ଞାନୀମାନେ ଅବକ୍ଷୟ ହୋଇଥିବା ଜମିକୁ କିପରି ପୁନରୁଦ୍ଧାର କରିବେ, ତାହାର ମାନକ ସ୍ଥିର କରି ସେମାନଙ୍କ କାର୍ଯ୍ୟ କରିସାରିଲେଣି। କିନ୍ତୁ ଅର୍ଥନୀତିଜ୍ଞମାନେ ପ୍ରକୃତି ଦିଗରେ ପୁଞ୍ଜିର ମୂଲ୍ୟ ଓ ଜଟିଳତା ନିର୍ଣ୍ଣୟ କରିବା ଲାଗି ସେମାନଙ୍କର କାର୍ଯ୍ୟରେ ବିକାଶ ଆଣିବା ଦରକାର। ଉଦାହରଣ ସ୍ବରୂପ, ଜୈବବିବିଧତା କେବଳ ପ୍ରଜାତିଗୁଡ଼ିକର ସଂଖ୍ୟା ନୁହେଁ, ବରଂ ତାହା ସେମାନଙ୍କର ଆନୁବାଂଶିକ ବିବିଧତା ଏବଂ କାର୍ଯ୍ୟଗୁଡ଼ିକର ବିବିଧତାକୁ ମଧ୍ୟ ଅନ୍ତର୍ଭୁକ୍ତ କରେ। ଜୈବବିବିଧତାର ଅନ୍ୟ ଏକ ଦିଗ ହେଉଛି, ପ୍ରଜାତିର ଜଟିଳ ବିବର୍ତ୍ତନର ଇତିହାସ। ଜୈବବିବିଧତା ଏସବୁ ବିଷୟରେ ଆମର ଗଭୀର ବିଚାର ଦ୍ୱାରା ହିଁ ପ୍ରକୃତିର ପୂର୍ଣ୍ଣ ଶକ୍ତି ଏବଂ ଏହା ଉପରେ ଆମର ପ୍ରଭାବକୁ ହୃଦୟଙ୍ଗମ କରିପାରିବା। ଏହି ଜ୍ଞାନ ପୂରା ସ୍ବତନ୍ତ୍ର। ଏହାକୁ ହାସଲ କରିବା ପାଇଁ ବୈଜ୍ଞାନିକ ଏବଂ ସ୍ଥାନୀୟ ଜନସାଧାରଣଙ୍କ ଅବଦାନ ଆବଶ୍ୟକ। ଭଲ ଖବର ହେଉଛି, ଏଭଳି ସହଯୋଗ ପାଇଁ ପୂର୍ବରୁ ଅନେକ ମଡେଲ ରହିଛି। ଉତ୍ତର ଚାଇନାରେ ଦୁଇଟି ବୃହତ୍‌ ମରୁଭୂମି ମିଶ୍ରଣକୁ ରୋକିବା ପାଇଁ ଉଦ୍ଦିଷ୍ଟ ବୃହତ୍‌ ସାନବେଇ ବୃକ୍ଷରୋପଣ ପ୍ରକଳ୍ପ ଆରମ୍ଭରେ ଏକ ତ୍ରୁଟିପୂର୍ଣ୍ଣ ପ୍ରୟାସ ଥିଲା, ଯେଉଁଥିରେ ଗୋଟିଏ ପ୍ରକାର ଗଛ ଲଗାଯାଇଥିଲା। କିନ୍ତୁ ଦୁଇ ଦଶନ୍ଧି ମଧ୍ୟରେ ସ୍ଥାନୀୟ ପରିବେଶ ବିଷୟରେ ଗଭୀର ଜ୍ଞାନ ଏବଂ ସ୍ଥାନୀୟ ସମ୍ପ୍ରଦାୟର ଅଂଶଗ୍ରହଣ ଏହାକୁ ସଫଳ କରାଇଲା।
ପ୍ରାକୃତିକ ଭିତ୍ତିଭୂମିର ଯତ୍ନ ଏବଂ ସୁରକ୍ଷା ପାଇଁ ଶାସନ ତଥା ପ୍ରୋତ୍ସାହନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଇଣ୍ଡୋନେସିଆରେ ମ୍ୟାନ୍‌ଗ୍ରୋଭଗୁଡ଼ିକ ଦୀର୍ଘଦିନ ହେଲା ଜନସମୁଦାୟ ବିଶେଷକରି ଅତି ଗରିବ ପରିବାରଗୁଡ଼ିକୁ ଭୟଙ୍କର ଜୁଆର ବନ୍ୟାରୁ ସୁରକ୍ଷା ଦେଇ ଆସିଛି। କିନ୍ତୁ ଦୁର୍ବଳ ଶାସନ ବ୍ୟବସ୍ଥା ଯୋଗୁ ସେହି ଅଞ୍ଚଳରେ ସେମାନଙ୍କ ସଂଖ୍ୟା କମିବାରେ ଲାଗିଛି। ଅନ୍ୟପଟେ ଇଜିପ୍ଟରେ ମ୍ୟାନ୍‌ଗ୍ରୋଭର ପୁନରୁଦ୍ଧାର ପ୍ରୟାସକୁ ଇକୋ-ଟୁରିଜମ ଏବଂ ମହୁଚାଷ ଆୟ ସାହାଯ୍ୟ କରିଥାଏ। ମହୁଚାଷରେ ମହୁ ଉପତ୍ାଦନ ହେବା ସହ ସେହି ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ପରାଗ ରେଣୁ କାର୍ଯ୍ୟ ମଧ୍ୟ ସମ୍ପାଦିତ ହୋଇଥାଏ। ପ୍ରକୃତିକୁ ଭିତ୍ତିଭୂମି ଭାବେ ବିଚାର କରିବାର ଦୃଷ୍ଟିକୋଣ ଦାବି କରେ ଯେ, ଅତ୍ୟାଧୁନିକ ବିକାଶ ଉପରେ ବିଚାର କରିବା ପୂର୍ବରୁ ପ୍ରକୃତି କ’ଣ ଦେଇପାରିବ ସେ ସମ୍ପର୍କରେ ଆମେ ଆକଳନ କରିବା ଦରକାର। ଏହା ପରିବେଶ ସହନୀୟ ପଦ୍ଧତିରେ ଥିବା ଭିତ୍ତିଭୂମି ସମ୍ବନ୍ଧିତ ବାଧା ଦୂର କରିବାରେ ଦେଶଗୁଡ଼ିକୁ ସାହାଯ୍ୟ କରିବ। କିନ୍ତୁ ଅଭିବୃଦ୍ଧି ଓ ବିକାଶ ପାଇଁ ଆଧୁନିକ ବିକାଶ ସବୁବେଳେ ଆବଶ୍ୟକ। ହେଲେ ଆମକୁ ପରିବେଶ ଉପରେ ଏହାର ପ୍ରଭାବକୁ ହ୍ରାସ କରିବା ଲାଗି ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣକୁ ପରିବେଶ ଉପଯୋଗୀ କରିବାକୁ ହେବ। ଆଧୁନିକ ବିକାଶ କ୍ଷେତ୍ରଗୁଡ଼ିକରେ ଆଉ କେତୋଟି ସହାୟକ ଭିତ୍ତିଭୂମି ଯୋଡ଼ିବା (ଯେପରିକି ବନ୍ୟଜନ୍ତୁ ରାଜପଥ ଅତିକ୍ରମ କରିବା, ସହରରେ ସବୁଜ କ୍ଷେତ୍ର ଏବଂ ପ୍ରକୃତି-ପୁନରୁଦ୍ଧାର ବିକଳ୍ପ ବ୍ୟବସ୍ଥା) ସିଦ୍ଧାନ୍ତ ପରିବେଶଗତ ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ।
ଅବଶ୍ୟ ପାଣ୍ଠି ଯୋଗାଣ ଏଥିରେ ଏକ ଆହ୍ବାନ ସୃଷ୍ଟି କରିପାରେ। ଏକ ବର୍ଷ ପୂର୍ବେ କୁନ୍ମିଂ-ମଣ୍ଟ୍ରିଆଲ ବୈଶ୍ୱିକ ଜୈବବିବିଧତା ଢାଞ୍ଚା ଏହା ଉପରେ ଏକମତ ହୋଇଥିଲା। ଏହାର ଆକଳନ ଅନୁଯାୟୀ, ଜୈବବିବିଧତା ପାଣ୍ଠିର ଅଭାବ ଦୂର କରିବା ପାଇଁ ୨୦୩୦ ସୁଦ୍ଧା ବାର୍ଷିକ ୫୯୮-୮୨୪ ବିଲିୟନ ଡଲାର ଆବଶ୍ୟକ ହେବ। ପ୍ରକୃତିର ସୁରକ୍ଷା ଏବଂ ତା’ପରେ ପୁନଃ ସଂରକ୍ଷଣ ପାଇଁ ଆବଶ୍ୟକ ହେଉଥିବା ଏହି ପରିମାଣର ପାଣ୍ଠି କେବଳ ପ୍ରକୃତିର ଉଚିତ ମୂଲ୍ୟାୟନ ଏବଂ ଘରୋଇ ଓ ଆନୁଷ୍ଠାନିକ ପୁଞ୍ଜି ସଂଗ୍ରହ ପାଇଁ ଉପଯୁକ୍ତ ବଜାର ସୃଷ୍ଟି ଦ୍ୱାରା ସମ୍ଭବ ହେବ। ଏଥିପାଇଁ ନୂତନ ପଦ୍ଧତି ଏବଂ ଆର୍ଥିକ ଉପକରଣ ବ୍ୟବହାର କରି ଭିତ୍ତିଭୂମି ଭାବରେ ପ୍ରକୃତିକୁ ଏକ ସମ୍ପତ୍ତି ଭାବି ତାହାକୁ ବିକଶିତ କରିବା ଆବଶ୍ୟକ। ପ୍ରକୃତିର ସେବାଗୁଡ଼ିକର ଉନ୍ନତ ମୂଲ୍ୟ ଆବଶ୍ୟକ କରିବ। ବ୍ୟକ୍ତିଗତସ୍ତରୀୟ ବଜାର ନୀତିସବୁ ଅନ୍ୟ ଆର୍ଥିକ ପଦ୍ଧତିର ବିକାଶକୁ ସମର୍ଥନ କରିବ ଏବଂ ପରିଶେଷରେ ବଜାରଗୁଡ଼ିକ କାର୍ଯ୍ୟଦକ୍ଷତା ସମ୍ପର୍କିତ ବଣ୍ଡ୍‌, ନୀତି-ଆଧାରିତ ଋଣ ଏବଂ ପ୍ରକୃତ ଆଧାରିତ ଋଣ ଦ୍ୱାରା ପ୍ରକୃତି କ୍ଷେତ୍ରକୁ ଅଧିକ ପାଣ୍ଠି ଆସିପାରିବ। ଅତୀତର ଭୁଲ୍‌ଗୁଡ଼ିକର ପୁନରାବୃତ୍ତି ନ ହେବା ପାଇଁ ଅଙ୍ଗାରକାମ୍ଳ ବଜାରରୁ ପାଇଥିବା ଶିକ୍ଷା ପ୍ରତି ଧ୍ୟାନ ଦେବା ଉଚିତ।
ସ୍ବଳ୍ପ ଆୟକାରୀ ଦେଶଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦିଆଯିବା ଆବଶ୍ୟକ। ଏମାନଙ୍କ ମଧ୍ୟରୁ ଅନେକ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶୀୟ ଅବକ୍ଷୟ ପାଇଁ ଅତ୍ୟଧିକ ଅସୁରକ୍ଷିତ ସ୍ଥିତିରେ ଅଛନ୍ତି। କିନ୍ତୁ ଏହି ଦେଶଗୁଡ଼ିକରେ ସମୃଦ୍ଧ ପ୍ରାକୃତିକ ସମ୍ପଦ ରହିଛି, ଯାହାର ଉପଯୁକ୍ତ ମୂଲ୍ୟାୟନ ହେବା ଉଚିତ। ବହୁପକ୍ଷୀୟ (ବିଭିନ୍ନ ଦେଶରେ ଥିବା) ବିକାଶ ବ୍ୟାଙ୍କଗୁଡିକ ପ୍ରକୃତି-ଭିତ୍ତିଭୂମି ଆଭିମୁଖ୍ୟକୁ ଅନୁକରଣ କରିବା ସହ ସେମାନଙ୍କର ସମସ୍ତ କାର୍ଯ୍ୟରେ ତାହା ଅନ୍ତର୍ଭୁକ୍ତ ହୋଇଛି ବୋଲି ନିଶ୍ଚିତ କରିପାରିବେ। ପରିଶେଷରେ, ଏହି ଦୃଷ୍ଟିକୋଣ ବ୍ୟକ୍ତିଗତ ଭିତ୍ତିଭୂମି ପ୍ରକଳ୍ପ ଏବଂ ଜାତୀୟ ଅଭିବୃଦ୍ଧି ରଣନୀତିକୁ ମଧ୍ୟ ମାର୍ଗଦର୍ଶନ କରିବା ଉଚିତ। ଏବେ ଆମେ ଗ୍ରହଣ କରୁଥିବା ଭିତ୍ତିଭୂମି ନିଷ୍ପତ୍ତିଗୁଡ଼ିକର ପରିଣାମ ଆଗାମୀ ଦିନରେ ଅନୁଭବ କରିବା। କେବଳ ସବୁଜ କ୍ଷେତ୍ରରେ ନିବେଶର ପ୍ରତିଶ୍ରୁତି ଦେଇ ଏବଂ ଅତ୍ୟାଧୁନିକ ଉନ୍ନତି କରି ଏକ ସୁନ୍ଦର, ଅଧିକ ସ୍ଥାୟୀ ଏବଂ ସମାବେଶୀ ବୈଶ୍ୱିକ ଅର୍ଥ ବ୍ୟବସ୍ଥା ପାଇଁ ମୂଳଦୁଆ ପକାଇବୁ ବୋଲି ଆମେ କ’ଣ ନିଶ୍ଚିତ କରିପାରିବା!
ମୁଖ୍ୟ ଅର୍ଥନୀତିଜ୍ଞ, ଏସିଆନ୍‌ ଇନଫ୍ରାଷ୍ଟ୍ରକ୍‌ଚର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କ


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri