ନାଟୋର ଲିଥୁଆନିଆ ବୈଠକରେ ହେବ ଏକତାର ଅଗ୍ନିପରୀକ୍ଷା: ୟୁକ୍ରେନ ସଦସ୍ୟତା ବଡ଼ ଆହ୍ବାନ…

ଓ୍ବାଶିଂଟନ,୧୦।୭ : ରୁଷିଆ-ୟୁକ୍ରେନ ବିବାଦ ମଧ୍ୟରେ ଲିଥୁଆନିଆର ରାଜଧାନୀ ଭିନିୟସରେ ଜୁଲାଇ ୧୧-୧୨ ଜୁଲାଇରେ ନାଟୋ ଶିଖର ସମ୍ମିଳନୀରେ ନାଟୋର ଏକତାର ଅଗ୍ନିପରୀକ୍ଷା ହେବ ବୋଲି ଚର୍ଚ୍ଚା ହେଉଛି। ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ସାମ୍ନା କରୁଥିବା ସବୁଠାରୁ ବଡ ଆହ୍ବାନ ହେଉଛି ୟୁକ୍ରେନର ସଦସ୍ୟତା, ଯାହା ଗତ ବର୍ଷ ନିଶ୍ଚିତ କରାଯାଇଥିଲା।

ୟୁକ୍ରେନର ସଦସ୍ୟତା ପ୍ରସଙ୍ଗ ମଧ୍ୟ ନାଟୋ ସଦସ୍ୟଙ୍କ ମଧ୍ୟରେ ମତଭେଦର କାରଣ ହୋଇପାରେ। କିଛି ସଦସ୍ୟ ବିଶ୍ୱାସ କରନ୍ତି ୟୁକ୍ରେନକୁ ନାଟୋ ସଦସ୍ୟତା ଦିଆଯିବା ଉଚିତ। ପୂର୍ବ ୟୁରୋପରେ ରୁଷିାର ଆକ୍ରୋଶକୁ ରୋକିବା ମଧ୍ୟ ଆବଶ୍ୟକ। ତଥାପି, କିଛି ସଦସ୍ୟ ଭୟଭୀତ ଅଛନ୍ତି ଏହା ଏକ ବଡ଼ ଯୁଦ୍ଧର କାରଣ ହୋଇପାରେ।

ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ ସଲିଭାନ କହିଛନ୍ତି ୟୁକ୍ରେନକୁ ନାଟୋରେ ଅନ୍ତର୍ଭୁକ୍ତ କରିବା ଉପରେ ସଦସ୍ୟ ଦେଶଗୁଡିକ ଅଧିକ ଧ୍ୟାନ ଦେବା ପାଇଁ ଏହି ସମ୍ମିଳନୀ ଚେଷ୍ଟା କରିବା ଉଚିତ। ବିଶ୍ୱର ସର୍ବବୃହତ ସୁରକ୍ଷା ସହଯୋଗୀ ନାଟୋ ମଧ୍ୟ ସ୍ବିଡେନକୁ ଏହାର ୩୨ ତମ ସଦସ୍ୟ ଭାବେ ଯୋଗ ଦେବା ପାଇଁ ଚୁକ୍ତି କରିବା ପାଇଁ ସଂଘର୍ଷ କରୁଛି ।

ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ କାର୍ଯ୍ୟକାଳ ମଧ୍ୟରେ ନାଟୋରେ ଆମେରିକାର ରାଷ୍ଟ୍ରଦୂତ ଥିବା ଡଗଲାସ ଲୁଟଙ୍କ ଅନୁଯାୟୀ, ସଂଗଠନର ସଦସ୍ୟମାନଙ୍କ ଏକତା ମଧ୍ୟରେ ମତଭେଦ ହେଲେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏହାର ଅଧିକ ଲାଭ ମିଳିବ। ସେ କହିଛନ୍ତି ପୁଟିନ ଭାବୁଥିଲେ ରୁଷିଆ-ୟୁକ୍ରେନ ଯୁଦ୍ଧ ନାଟୋକୁ ବିଚ୍ଛିନ୍ନ କରିବ, କିନ୍ତୁ ଏହାର ବିପରୀତ ଘଟଣା ଘଟିଲା। ଏହି ଯୁଦ୍ଧ ନାଟୋକୁ ଆହୁରି ମଜବୁତ କରିଛି ।

ଏହି ସମ୍ମିଳନୀରେ ପୁଣି ଥରେ ଲୋକଙ୍କ ଆଖି ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଆର୍ଦୋଗନଙ୍କ ଉପରେ ରହିବ, ଯିଏକି ସ୍ବିଡେନର ସଦସ୍ୟତା ବିରୁଦ୍ଧରେ ଅଛନ୍ତି। ତୁର୍କୀ ବିଶ୍ୱାସ କରେ ସ୍ବିଡେନ ଏବଂ ଫିନଲାଣ୍ଡ କୁର୍ଦ୍ଦିସ୍ତାନ ୱାର୍କର୍ସ ପାର୍ଟି ଏବଂ ଗେଲେନ ଆନ୍ଦୋଳନକାରୀଙ୍କୁ ଆଶ୍ରୟ ଦିଅନ୍ତି ।

ରୁଷିଆର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା କହିଛନ୍ତି ନାଟୋ ଶିଖର ସମ୍ମିଳନୀରେ ୟୁକ୍ରେନର ଜାପୋରୋଜି ପରମାଣୁ କାରଖାନା ଉପରେ ମଧ୍ୟ ଆଲୋଚନା କରାଯିବା ଉଚିତ। ସେ ୟୁକ୍ରେନକୁ ପରମାଣୁ କାରଖାନା ଉପରେ ନିୟମିତ ଭାବେ ଆକ୍ରମଣ କରୁଥିବା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତର ଦିବସ; କଳାହାଣ୍ଡିରେ ସ୍ୱାସ୍ଥ୍ୟ ସେବା ଠପ୍, ରୋଗୀ ହନ୍ତସନ୍ତ

ଭବାନୀପାଟଣା,୧।୭(ଉତ୍ତମ କୁମାର ଦାଶ): ଜାତୀୟ ଡାକ୍ତର ଦିବସରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବୁଧବାର ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ…

ଚାଇନାର କୃତିମ ସୂର୍ଯ୍ୟ! ବିଶ୍ୱର ସବୁଠାରୁ ବଡ଼ ଚୁମ୍ୱକ ଦେଖି ସମସ୍ତେ ତାଜୁବ

ନୂଆଦିଲ୍ଲୀ,୧।୭: ଚୀନ୍ ନିଜର ‘କମ୍ପ୍ରିହେନ୍‌ସିଭ୍ ରିସର୍ଚ୍ଚ ଫାସିଲିଟି ଫର୍ ଫ୍ୟୁଜନ୍ ଟେକ୍ନୋଲୋଜି’ (CRAFT) ପାଇଁ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ମ୍ୟାଗ୍ନେଟ୍ (ଚୁମ୍ବକ) ପ୍ରସ୍ତୁତ କରିଛି ଏବଂ ଏହାର…

WhatsAppର ନୂଆ ଫିଚର୍ସରୁ ବଢ଼ୁଛି ସାଇବର ଠକେଇ! ରୋକିବାକୁ କେନ୍ଦ୍ର ସରକାରଙ୍କ ମାଷ୍ଟର ପ୍ଲାନ୍

ନୂଆଦିଲ୍ଲୀ,୧।୭:  ଦେଶରେ ସାଇବର ଅପରାଧ ବୃଦ୍ଧି ପାଉଥିବା ଘଟଣା ଉପରେ ରୋକ ​​ଲଗାଇବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ପଦକ୍ଷେପର…

ମନ୍ତ୍ରୀଙ୍କ ହାଇ ଆଲର୍ଟ, ଜରୁରୀ ପରିସ୍ଥିତିରେ ସଜାଗ ରହିବାକୁ ୟୁଏଲ୍‌ବିକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧ା୭: ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍‌ବି)କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର…

ମୋଦି କ୍ୟାବିନେଟ୍‌ରେ ବଡ଼ ବୈଠକ: ରାସନ ସମେତ ୪ଟି ବଡ଼ ନିଷ୍ପତ୍ତି ସମ୍ଭବ, ସିଧାସଳଖ ପ୍ରଭାବିତ ହେବେ ସାଧାରଣ ଜନତା!

ନୂଆଦିଲ୍ଲୀ,୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବୁଧବାର ଦିଲ୍ଲୀରେ କେନ୍ଦ୍ର କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦେଶହିତ, ଆର୍ଥିକ ସୁଧାର…

ବଙ୍ଗରେ ଟିଏମସି ଏମପି ମହୁଆ ମୋଇତ୍ରାଙ୍କ ଉପରକୁ ଅଣ୍ଡାମାଡ଼, ଭାଜପା…

କୋଲକାତା,୧।୭: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରାଙ୍କ ଉପରକୁ ଅଣ୍ଡା ମାଡ଼ ହୋଇଛି । ବୁଧବାର ଅଭିଯୋଗ କରିଛନ୍ତି ଯେ ପଶ୍ଚିମବଙ୍ଗର ଏକ ରେଷ୍ଟୁରାଣ୍ଟ ବାହାରେ…

ଅମିତ୍ ଶାହାଙ୍କ ଗସ୍ତ ପୂର୍ବରୁ ଘରୋଇ ବସ୍ ମାଲିକ ସଂଘର ଚରମ ନିଷ୍ପତ୍ତି: ଇ.ଭି ବସ୍ ଚଳାଚଳ ବନ୍ଦ ନ ହେଲେ ଆମେ…

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଘରୋଇ ବସ୍ ମାଲିକ ସଂଘ ଆହ୍ୱାନରେ ବୁଧବାର ବରଗଡ଼ ସହରସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲରେ ୱେଷ୍ଟର୍ଣ୍ଣ ଆଣ୍ଡ୍ ସାଉଥ୍ ଇଷ୍ଟ…

ପ୍ରତିଶ୍ରୁତି ରକ୍ଷା କଲା ଯାତ୍ରା କମିଟି, ନିର୍ଦ୍ଧାରିତ ସମୟରେ ହିସାବ ଦାଖଲ କରି…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ଆୟବ୍ୟୟ ହିସାବ ବୁଧବାର ଦାଖଲ ହୋଇଛି। ଏନେଇ ଭଞ୍ଜନଗର ଠାକୁରାଣୀ ମନ୍ଦିରରେ ଯାତ୍ରା କମିଟି କର୍ମକର୍ତ୍ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri