ଦେଶୀ ଧାନ ସଂରକ୍ଷକ ରାଇମତି

କୁନ୍ଦୁରା,୧୦ା୧୦ (ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଳକ ଲିମା ପଞ୍ଚାୟତ ଅନ୍ତର୍ଗତ ନୂଆଁଗୁଡା ଗ୍ରାମର ଆଦିବାସୀ ମହିଳା ରାଇମତି ଘିଉରିଆ। ୧୩୬ କିସମର ଦେଶୀ ଧାନ ସଂଗ୍ରହ କରି ସେ ସଂରକ୍ଷିତ ରଖିଛନ୍ତି। ସେଥିମଧ୍ୟରୁ ୭୦ଟି କିସମର ଜୈବିକ ପଦ୍ଧତିରେ ଚାଷ କରିଛନ୍ତି। ୧୯୯୮ରେ ବିବାହ କରିବା ପରେ ସେ ଦେଶୀ ଧାନ ସଂଗ୍ରହ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏକ୍ଷେତ୍ରରେ ବଡ଼ ମାଉସୀ ପଦ୍ମଶ୍ରୀ କମଳା ପୂଜାରୀ ତାଙ୍କୁ ପ୍ରେରଣା ଦେଇଥିଲେ। ତେବେ ଏହି କାର୍ଯ୍ୟ ପାଇଁ ତାଙ୍କୁ କୌଣସି ସରକାରୀ ସହାୟତା ମିଳୁ ନ ଥିଲେ ମଧ୍ୟ କେତେକ ବେସରକାରୀ ସଂସ୍ଥାର ସହଯୋଗ ତାଙ୍କ ଜୈବିକ ଗବେଷଣାକୁ ଜାରି ରଖିବାରେ ବେଶ୍‌ ସହାୟକ ହୋଇଛି। ଏମ୍‌ଏସ୍‌ ସ୍ବାମୀନାଥନ ପକ୍ଷରୁ ନିର୍ମିତ ଫାର୍ମ ସ୍କୁଲରେ ଦେଶୀ ଧାନ ସଂରକ୍ଷିତ କରି ରଖି ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି। ଏଥିସହ ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କୁ ବିଭିନ୍ନ ପ୍ରଶିକ୍ଷଣ ମାଧ୍ୟମରେ ଦେଶୀ ଧାନ ଚାଷ ପ୍ରତି ସଚେତନ କରୁଛନ୍ତି। ପ୍ରଶାସନିକ ସହଯୋଗ ମିଳିଲେ, ଏହି ପ୍ରଚେଷ୍ଟା ଆଗକୁ ନେବା ସହଜ ଓ ସରଳ ହୋଇପାରିବ ବୋଲି ରାଇମତି କହିଛନ୍ତି।
୫୦ ବର୍ଷ ତଳେ ଚାଷ ହେଉଥିବା ଦେଶୀ ଧାନର ଦର ଏବେ ଆକାଶ ଛୁଆଁ ହେଲାଣି। ଚାଷୀ ଉନ୍ନତ କିସମର ଧାନ ଚାଷ କରିବାରେ ଆଗ୍ରହୀ ଥିବାବେଳେ ଦେଶୀ ଧାନ ପ୍ରତି ଅଣଦେଖା କରାଯାଉଛି। ମାତ୍ର ରାଇମତି ଅନେକ ଚାଷୀଙ୍କୁ ଜୈବିକ କୃଷି ପଦ୍ଧତିରେ ଧାନ ଚାଷ କରି ଅଧିକ ଅମଳ କରିବାକୁ ପ୍ରୋତ୍ସାହିତ କରୁଛନ୍ତି। ଏନେଇ ଫାର୍ମ ସ୍କୁଲରେ ତାଲିମ ମଧ୍ୟ ଦେଉଛନ୍ତି। ଉନ୍ନତ କିସମର ଧାନ ଅମଳ ହେବା ପାଇଁ ଅତି କମ୍‌ରେ ୮୦ରୁ ୯୦ ଦିନ ଲାଗୁଥିବାବେଳେ ଦେଶୀଧାନ ୧୨୦ରୁ ୧୩୦ ଦିନ ଲାଗିଥାଏ। ବିଶେଷ କରି କଳାଜିରା, ମାଛ କଣ୍ଟା, ପାଠାନଗଡ଼ା ଏବଂ କଳା ଧାନ ଅମଳ କରିବା ଲାଗି ଅଧିକ ସମୟ ଲାଗିଥାଏ। ଦୀର୍ଘ ସମୟ ବ୍ୟବଧାନରେ ଦେଶୀ ଧାନ ଅମଳ ହେଉଥିବାରୁ ଚାଷୀ ଉନ୍ନତ କିସମର ଧାନ ଚାଷ କରିବା ପାଇଁ କମ୍‌ ଆଗ୍ରହ ପ୍ରକାଶ କରୁଥିବା ରାଇମତି କହିଛନ୍ତି। ରାଇମତି ପ୍ରାୟ ୧୩୬ ପ୍ରକାରର ଧାନ ସଂଗ୍ରହ କରିଥିବାବେଳେ ଏଥିରୁ ୭୦ ପ୍ରକାରର ଧାନ ଜୈବିକ ପଦ୍ଧତିରେ ଚାଷ କରିବା ସମ୍ଭବ ହୋଇପାରୁଛି। ସେଗୁଡିକ ହେଲା ବାସୁମତି, ନବାବୀ, ସୁପୁରି, ଦେବରାଜ, ଆସାମ ଚୁଡ଼ି, ଗଡ଼ାକୁଟା, ପାଠାନଗଡ଼ା, ଲକଟି ମାଛି, କଳାଜିରା, ବଡ଼ିକାବରି, ଗଟିଆ, ଟିକି ଚୁଡି, ଉମୁରିଆ ଚୁଡ଼ି, ହଳଦୀ ଚୁଡ଼ି, ପକିଆ, ପାଣ୍ଡକାଗୁରା, ମେଏର, କନକ ଚୁଡ଼ି, ତୁଳସୀଗଣ୍ଠି, ଓଷାଗଣ୍ଠିଆଳି, ବାରମାସି, ସୁନା ଖଡ଼ିକା, ଝୁମ୍ପା ଚୁଡ଼ି, ଗଙ୍ଗାବଳି, ବାସନମୁଣ୍ଡି, ଚିପିଟି, କେରାଣ୍ଡି, ମୁକ୍ତାବାଲି, ମହୁଲକୁଞ୍ଚତ୍, ବାଉଁଶଗଣ୍ଠି, ଭଟ୍ଟାଗୁଣ୍ଡା, ଦୁବରାଜ, ମେରୋଲୋ, ମସୁରି, ଡଙ୍ଗରଚୁଡ଼ି, ଲାସର, ଡକରାମେଛା, ସୁନାସେରି, ମାଲଗୋରଣ୍ଡ, ଗଡ଼ାବତୀ, ସୁରୁଡାକା, ଗୁରୁଜି, ଲେଡେର, ବୋଦେବରିଙ୍ଗ, ମାଣ୍ଡାଗଣ୍ଡେଇ। ଧୋବକୁଜି, କଷିକମଲ, ରସକଦମ, କନେଇ, କରକୋଳି, ଭୁଦେଇ, ମୁଗୁଡ଼ି, ଭୁଟକି ଚୁଡି, ରାଣୀଚେତେକା, ଯଯାତି, ବଡ଼ଲୋଚେଇ, ବାସୁଭୋଗ, ଭାତଚୁଡ଼ି, ବାୟାଗୁଣ୍ଠା, ଧୋବକାଳି କୁଜି, ବେଡ଼ାମାକେଡା, ଗୁଡ଼ିକାବରି, ବଡ଼ଧାନ, ମାଳି ମକଡ଼, ଜୋକସାରୁ, ବସ୍ତା, କିସିକେରି, ନଡ଼ିଆରସ, ଖୁଜି, ଚିକିଲାକୋଳି ଭଳି ଧାନ ଚଳିତ ବର୍ଷ ଚାଷ ହୋଇଛି। ଗୋଟିଏ କିଆରିରେ ପ୍ରାୟ ୭୦ ପ୍ରକାରର ଧାନ ଚାଷ କରି ସଫଳ ହୋଇଥିବା ରାଇମତି ଏବଂ ତାଙ୍କ ସ୍ବାମୀ ଗୋବିନ୍ଦ କହିଛନ୍ତି। ଆର୍ଥିକ ସଙ୍କଟ ଯୋଗୁ ଏକ୍ଷେତ୍ରରେ ଅଧିକ ଅଗ୍ରଗତି ସହଜ ହୋଇ ପାରୁ ନ ଥିବା କହନ୍ତି ରାଇମତି। ରାଇମତିଙ୍କ ପାଖରେ ଏମିତି ଏକ କିସମର ଧାନ ରହିଛି, ଯାହାର ଆକାର ଲମ୍ବା ଓ ସରୁ ହୋଇଥିବା ବେଳେ ସେଥିରୁ କଳା ଚାଉଳ ବାହାରୁଛି। ନିଜର ନିଷ୍ଠା ଓ ପରିଶ୍ରମ ପାଇଁ ରାଇମତି ରାଜ୍ୟ ସମେତ ରାଜ୍ୟ ବାହାରେ ଚେନ୍ନାଇ, ଦିଲ୍ଲୀ, ଝାଡ଼ଖଣ୍ଡ, ଟାଟା ଭଳି ଅନେକ ସ୍ଥାନରେ ସମ୍ମାନିତ ହୋଇଛନ୍ତି। ହେଲେ ତାଙ୍କ କାର୍ଯ୍ୟକୁ ସରକାରୀ ପ୍ରୋତ୍ସାହନ ନ ମିଳିବା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସମ୍ପର୍କରେ ଜିଲା କୃଷି ଅଧିକାରୀ ପ୍ରଭାତ କୁମାର ସାମଲଙ୍କୁ ପଚାରିବାରେ ସେ ଘଟଣାକୁ ସ୍ବୀକାର କରିବା ସହ ଖୁବ୍‌ଶୀଘ୍ର ଏବିଷୟରେ ରାଜ୍ୟସ୍ତରରେ ଆଲୋଚନା କରିବା ସହ ପ୍ରଶାସନିକ ସାହାଯ୍ୟ ପାଇଁ ବ୍ୟବସ୍ଥା କରାଯିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି।

ସନ୍ତୋଷ ପ୍ରହରାଜ


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?