ଦେଶୀ ଧାନ ସଂରକ୍ଷକ ରାଇମତି

କୁନ୍ଦୁରା,୧୦ା୧୦ (ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଳକ ଲିମା ପଞ୍ଚାୟତ ଅନ୍ତର୍ଗତ ନୂଆଁଗୁଡା ଗ୍ରାମର ଆଦିବାସୀ ମହିଳା ରାଇମତି ଘିଉରିଆ। ୧୩୬ କିସମର ଦେଶୀ ଧାନ ସଂଗ୍ରହ କରି ସେ ସଂରକ୍ଷିତ ରଖିଛନ୍ତି। ସେଥିମଧ୍ୟରୁ ୭୦ଟି କିସମର ଜୈବିକ ପଦ୍ଧତିରେ ଚାଷ କରିଛନ୍ତି। ୧୯୯୮ରେ ବିବାହ କରିବା ପରେ ସେ ଦେଶୀ ଧାନ ସଂଗ୍ରହ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏକ୍ଷେତ୍ରରେ ବଡ଼ ମାଉସୀ ପଦ୍ମଶ୍ରୀ କମଳା ପୂଜାରୀ ତାଙ୍କୁ ପ୍ରେରଣା ଦେଇଥିଲେ। ତେବେ ଏହି କାର୍ଯ୍ୟ ପାଇଁ ତାଙ୍କୁ କୌଣସି ସରକାରୀ ସହାୟତା ମିଳୁ ନ ଥିଲେ ମଧ୍ୟ କେତେକ ବେସରକାରୀ ସଂସ୍ଥାର ସହଯୋଗ ତାଙ୍କ ଜୈବିକ ଗବେଷଣାକୁ ଜାରି ରଖିବାରେ ବେଶ୍‌ ସହାୟକ ହୋଇଛି। ଏମ୍‌ଏସ୍‌ ସ୍ବାମୀନାଥନ ପକ୍ଷରୁ ନିର୍ମିତ ଫାର୍ମ ସ୍କୁଲରେ ଦେଶୀ ଧାନ ସଂରକ୍ଷିତ କରି ରଖି ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି। ଏଥିସହ ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କୁ ବିଭିନ୍ନ ପ୍ରଶିକ୍ଷଣ ମାଧ୍ୟମରେ ଦେଶୀ ଧାନ ଚାଷ ପ୍ରତି ସଚେତନ କରୁଛନ୍ତି। ପ୍ରଶାସନିକ ସହଯୋଗ ମିଳିଲେ, ଏହି ପ୍ରଚେଷ୍ଟା ଆଗକୁ ନେବା ସହଜ ଓ ସରଳ ହୋଇପାରିବ ବୋଲି ରାଇମତି କହିଛନ୍ତି।
୫୦ ବର୍ଷ ତଳେ ଚାଷ ହେଉଥିବା ଦେଶୀ ଧାନର ଦର ଏବେ ଆକାଶ ଛୁଆଁ ହେଲାଣି। ଚାଷୀ ଉନ୍ନତ କିସମର ଧାନ ଚାଷ କରିବାରେ ଆଗ୍ରହୀ ଥିବାବେଳେ ଦେଶୀ ଧାନ ପ୍ରତି ଅଣଦେଖା କରାଯାଉଛି। ମାତ୍ର ରାଇମତି ଅନେକ ଚାଷୀଙ୍କୁ ଜୈବିକ କୃଷି ପଦ୍ଧତିରେ ଧାନ ଚାଷ କରି ଅଧିକ ଅମଳ କରିବାକୁ ପ୍ରୋତ୍ସାହିତ କରୁଛନ୍ତି। ଏନେଇ ଫାର୍ମ ସ୍କୁଲରେ ତାଲିମ ମଧ୍ୟ ଦେଉଛନ୍ତି। ଉନ୍ନତ କିସମର ଧାନ ଅମଳ ହେବା ପାଇଁ ଅତି କମ୍‌ରେ ୮୦ରୁ ୯୦ ଦିନ ଲାଗୁଥିବାବେଳେ ଦେଶୀଧାନ ୧୨୦ରୁ ୧୩୦ ଦିନ ଲାଗିଥାଏ। ବିଶେଷ କରି କଳାଜିରା, ମାଛ କଣ୍ଟା, ପାଠାନଗଡ଼ା ଏବଂ କଳା ଧାନ ଅମଳ କରିବା ଲାଗି ଅଧିକ ସମୟ ଲାଗିଥାଏ। ଦୀର୍ଘ ସମୟ ବ୍ୟବଧାନରେ ଦେଶୀ ଧାନ ଅମଳ ହେଉଥିବାରୁ ଚାଷୀ ଉନ୍ନତ କିସମର ଧାନ ଚାଷ କରିବା ପାଇଁ କମ୍‌ ଆଗ୍ରହ ପ୍ରକାଶ କରୁଥିବା ରାଇମତି କହିଛନ୍ତି। ରାଇମତି ପ୍ରାୟ ୧୩୬ ପ୍ରକାରର ଧାନ ସଂଗ୍ରହ କରିଥିବାବେଳେ ଏଥିରୁ ୭୦ ପ୍ରକାରର ଧାନ ଜୈବିକ ପଦ୍ଧତିରେ ଚାଷ କରିବା ସମ୍ଭବ ହୋଇପାରୁଛି। ସେଗୁଡିକ ହେଲା ବାସୁମତି, ନବାବୀ, ସୁପୁରି, ଦେବରାଜ, ଆସାମ ଚୁଡ଼ି, ଗଡ଼ାକୁଟା, ପାଠାନଗଡ଼ା, ଲକଟି ମାଛି, କଳାଜିରା, ବଡ଼ିକାବରି, ଗଟିଆ, ଟିକି ଚୁଡି, ଉମୁରିଆ ଚୁଡ଼ି, ହଳଦୀ ଚୁଡ଼ି, ପକିଆ, ପାଣ୍ଡକାଗୁରା, ମେଏର, କନକ ଚୁଡ଼ି, ତୁଳସୀଗଣ୍ଠି, ଓଷାଗଣ୍ଠିଆଳି, ବାରମାସି, ସୁନା ଖଡ଼ିକା, ଝୁମ୍ପା ଚୁଡ଼ି, ଗଙ୍ଗାବଳି, ବାସନମୁଣ୍ଡି, ଚିପିଟି, କେରାଣ୍ଡି, ମୁକ୍ତାବାଲି, ମହୁଲକୁଞ୍ଚତ୍, ବାଉଁଶଗଣ୍ଠି, ଭଟ୍ଟାଗୁଣ୍ଡା, ଦୁବରାଜ, ମେରୋଲୋ, ମସୁରି, ଡଙ୍ଗରଚୁଡ଼ି, ଲାସର, ଡକରାମେଛା, ସୁନାସେରି, ମାଲଗୋରଣ୍ଡ, ଗଡ଼ାବତୀ, ସୁରୁଡାକା, ଗୁରୁଜି, ଲେଡେର, ବୋଦେବରିଙ୍ଗ, ମାଣ୍ଡାଗଣ୍ଡେଇ। ଧୋବକୁଜି, କଷିକମଲ, ରସକଦମ, କନେଇ, କରକୋଳି, ଭୁଦେଇ, ମୁଗୁଡ଼ି, ଭୁଟକି ଚୁଡି, ରାଣୀଚେତେକା, ଯଯାତି, ବଡ଼ଲୋଚେଇ, ବାସୁଭୋଗ, ଭାତଚୁଡ଼ି, ବାୟାଗୁଣ୍ଠା, ଧୋବକାଳି କୁଜି, ବେଡ଼ାମାକେଡା, ଗୁଡ଼ିକାବରି, ବଡ଼ଧାନ, ମାଳି ମକଡ଼, ଜୋକସାରୁ, ବସ୍ତା, କିସିକେରି, ନଡ଼ିଆରସ, ଖୁଜି, ଚିକିଲାକୋଳି ଭଳି ଧାନ ଚଳିତ ବର୍ଷ ଚାଷ ହୋଇଛି। ଗୋଟିଏ କିଆରିରେ ପ୍ରାୟ ୭୦ ପ୍ରକାରର ଧାନ ଚାଷ କରି ସଫଳ ହୋଇଥିବା ରାଇମତି ଏବଂ ତାଙ୍କ ସ୍ବାମୀ ଗୋବିନ୍ଦ କହିଛନ୍ତି। ଆର୍ଥିକ ସଙ୍କଟ ଯୋଗୁ ଏକ୍ଷେତ୍ରରେ ଅଧିକ ଅଗ୍ରଗତି ସହଜ ହୋଇ ପାରୁ ନ ଥିବା କହନ୍ତି ରାଇମତି। ରାଇମତିଙ୍କ ପାଖରେ ଏମିତି ଏକ କିସମର ଧାନ ରହିଛି, ଯାହାର ଆକାର ଲମ୍ବା ଓ ସରୁ ହୋଇଥିବା ବେଳେ ସେଥିରୁ କଳା ଚାଉଳ ବାହାରୁଛି। ନିଜର ନିଷ୍ଠା ଓ ପରିଶ୍ରମ ପାଇଁ ରାଇମତି ରାଜ୍ୟ ସମେତ ରାଜ୍ୟ ବାହାରେ ଚେନ୍ନାଇ, ଦିଲ୍ଲୀ, ଝାଡ଼ଖଣ୍ଡ, ଟାଟା ଭଳି ଅନେକ ସ୍ଥାନରେ ସମ୍ମାନିତ ହୋଇଛନ୍ତି। ହେଲେ ତାଙ୍କ କାର୍ଯ୍ୟକୁ ସରକାରୀ ପ୍ରୋତ୍ସାହନ ନ ମିଳିବା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସମ୍ପର୍କରେ ଜିଲା କୃଷି ଅଧିକାରୀ ପ୍ରଭାତ କୁମାର ସାମଲଙ୍କୁ ପଚାରିବାରେ ସେ ଘଟଣାକୁ ସ୍ବୀକାର କରିବା ସହ ଖୁବ୍‌ଶୀଘ୍ର ଏବିଷୟରେ ରାଜ୍ୟସ୍ତରରେ ଆଲୋଚନା କରିବା ସହ ପ୍ରଶାସନିକ ସାହାଯ୍ୟ ପାଇଁ ବ୍ୟବସ୍ଥା କରାଯିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି।

ସନ୍ତୋଷ ପ୍ରହରାଜ


Enter your email to get our daily news in your inbox.

All Right Reserved By Dharitri.Com

କଡା ସୁରକ୍ଷା ବଳୟରେ ଭୋଟିଂ ମେଶିନ

ଆଠମଲ୍ଲିକ,୨୬।୩(ଡି.ଏନ.ଏ.)- ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ସାଧାରଣ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ତେବେ ପ୍ରଶାସନ ତଥା ରିଟର୍ନିଂ ଅଫିସରଙ୍କ  ତତ୍ତ୍ୱାବଧାନରେ ସ୍ଥାନୀୟ ମହାବିଦ୍ୟାଳୟ ପରିସର...

ବୃଦ୍ଧାବୃଦ୍ଧଙ୍କୁ ଡିଜିଟାଲ ଯନ୍ତ୍ରଣା

ଯାଜପୁର ଅଫିସ,୧୦ା୫: ଯାଜପୁର ଜିଲା ଜେନାପୁର ଅଞ୍ଚଳର ହିତାଧିକାରୀ କ୍ଷେତ୍ରବାସୀ ରାଉତ କୁହନ୍ତି, ସେ ଦୈନିକ ବ୍ୟାଙ୍କ ଦୌଡ଼ି ଦୌଡ଼ି ନିରାଶ ହୋଇ ଖାଲି ହାତରେ...

ମହିଳାଙ୍କୁ ଅଶାଳୀନ ଇଙ୍ଗିତ, ଯୁବକ କୋର୍ଟ ଚାଲାଣ

ରସୁଲପୁର,୨୨।୪(ଡିଏନଏ): ରସୁଲପୁର ବ୍ଲକ ଓଡ଼ିଶୋ ପଞ୍ଚାୟତ ଅରତିଆ-କୁସୁନପୁର ଗ୍ରାମରେ ହରିହର ମଳିକ ନାମକ ଜଣେ ଯୁବକ ସେହି ଗ୍ରାମର ଜଣେ ମହିଳାଙ୍କୁ ଅଶାଳୀନ ଇଙ୍ଗିତ ପ୍ରଦର୍ଶନ...

କରୋନା କଟକଣା କୋହଳ ସତ୍ତ୍ୱେ ପୁରୀ ନ ଯିବାକୁ ଡିଜିପିଙ୍କ ଅନୁରୋଧ

କଟକ ଅଫିସ,୨୪।୬: ବହୁ ବିବାଦ ପରେ ମଙ୍ଗଳବାର ଶାନ୍ତି ଶୃଙ୍ଖଳାର ସହ ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରଥଯାତ୍ରା...

ମା’ଙ୍କୁ ପିଟି ହତ୍ୟା: ପୁଅ ଗିରଫ

ବଇଣ୍ଡା, ୧୯ା୫(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ଥାନା ସାହାଜବାହାଳୀ ଗ୍ରାମରେ ସୋମବାର ଅପୂର୍ଣ୍ଣା ବେହେରା(୬୦)ଙ୍କୁ ତାଙ୍କ ପୁଅ ଆର୍ତ୍ତତ୍ରାଣ ବେହେରା ଠେଙ୍ଗାରେ ପିଟି ହତ୍ୟା କରିଥିବା...

ପ୍ରଦୀପ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ

ଭୁବନେଶ୍ୱର, ୮।୫(ବ୍ୟୁରୋ): କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏମ୍‌ସରେ ଚିକିତ୍ସାଧୀନ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ଏମ୍‌ସ୍‌...

ରାମାୟଣ ବଣ୍ଣିତ କଥାବସ୍ତୁକୁ ନେଇ ନାଟକ ଶିବଧନୁ ଭଗ୍ନ : ସୀତାରାମ ବିବାହ ଦୃଶ୍ୟରେ ଦର୍ଶକ ବିଭୋର

ଖଣ୍ଡପଡ଼ା,୨୦ା୫(ସ୍ବ.ପ୍ର.)-କଣ୍ଟିଲୋ ରଘୁନାଥ ଜୀଉ ନାଟ୍ୟ ସମିତି, କଂସାରୀ ସାହି ପାଟଣା ଆନୁକୂଲ୍ୟରେ ଶନିବାର ୨ୟ ରାତିରେ ପୁରାଣ ବର୍ଣ୍ଣିତ ରାମାୟଣ କଥାବସ୍ତୁକୁ ନେଇ ନାଟକ ପରିବେଷିତ...

ବୁଧବାର ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ

ଭୁବନେଶ୍ୱର, ୨୮।୫(ବ୍ୟୁରୋ): ବିଜେଡି ପଞ୍ଚମ ପାଳି ଆରମ୍ଭ କରିବାକୁ ଯାଉଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଲଗାତର ୫ମ ଥର ପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ଭାବେ...

Advertisement
Archives

Model This Week