Posted inଜାତୀୟ

୧୪ରେ ଦେଶବ୍ୟାପୀ ତୀବ୍ର ହେବ ଆନ୍ଦୋଳନ: କୃଷକ ସଙ୍ଗଠନ

ନୂଆଦିଲ୍ଲୀ,୯ା୧୨-କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଲିଥିବା ଆନ୍ଦୋଳନ ଭିନ୍ନ ମୋଡ଼ ନେଇଛି। ବିବାଦୀୟ କୃଷି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରା ନ ଗଲେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ବୁଧବାର କୃଷକ ସଙ୍ଗଠନଗୁଡ଼ିକ ରୋକ୍‌ଠୋକ୍‌ ଶୁଣାଇଛନ୍ତି। ଏହାସହ ସେମାନେ ଆନ୍ଦୋଳନକୁ ଆଗକୁ ବଢ଼ାଇବା ନେଇ ସେମାନଙ୍କ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି।
ସର୍ବସମ୍ମତି କ୍ରମେ ନିଆଯାଇଥିବା ପ୍ରସ୍ତାବ ଅନୁସାରେ, ଆସନ୍ତା ୧୨ ତାରିଖରେ ଦିଲ୍ଲୀ-ଜୟପୁର ଓ ଦିଲ୍ଲୀ-ଆଗ୍ରା ଏକ୍ସପ୍ରେସ୍‌ଓ୍ବେକୁ ଅବରୋଧ କରାଯିବ। ଏହି ଦିନ ସାରା ଦେଶର ଟୋଲ୍‌ ପ୍ଲାଜାଗୁଡ଼ିକୁ ଦଖଲ କରି ଟୋଲ୍‌ ଫ୍ରି କରାଯିବ। ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ଅବରୋଧ କରାଯିବ। ୧୪ରେ ସାରା ଦେଶରେ ଆନ୍ଦୋଳନକୁ ତୀବ୍ର କରାଯିବ। ବିଶେଷକରି ଦକ୍ଷିଣ ଭାରତ ଓ ଅନ୍ୟ ରାଜ୍ୟଗୁଡ଼ିକର ଜିଲା ମୁଖ୍ୟାଳୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିକ୍ଷୋଭ କରାଯିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ସେହିପରି ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଓ ଜିଓର ସମସ୍ତ ସେବା ତଥା ସାମଗ୍ରୀକୁ ବର୍ଜନ କରାଯିବ। ସେହିପରି ଦେଶବ୍ୟାପୀ ଭାଜପା ଅଫିସଗୁଡ଼ିକୁ ଘେରାଉ କରିବାକୁ କୃଷକ ସଙ୍ଗଠନଗୁଡ଼ିକ ବୁଧବାର ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡୁ ଯୋଗୁ ବ୍ୟାପିପାରେ କରୋନା!

ନୂଆଦିଲ୍ଲୀ,୨୨।୯: ଦେଶରେ କରୋନା ଭୂତାଣୁ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏସବୁ ଭିତରେ କରୋନା ବିଷୟରେ ବିଶ୍ୱବ୍ୟାପୀ ଅନୁସନ୍ଧାନ ଚାଲିଛି। ନିକଟରେ ଏହା ସହ ଜଡିତ...

ବ୍ରିଟିଶ ଅମଳର ଦେଶଦ୍ରୋହ ଆଇନ କାହିଁକି ହଟାଯାଉ ନାହିଁ

ନୂଆଦିଲ୍ଲୀ,୧୫ା୭: ୭୫ ବର୍ଷ ହେଲା ଦେଶକୁ ସ୍ବାଧୀନତା ମିଳିଲାଣି। କିନ୍ତୁ ବ୍ରିଟିଶ ଅମଳର ଦେଶଦ୍ରୋହ ଆଇନ ଆଜି ବି ଚାଲୁଛି। ସେତେବେଳେ ସ୍ବାଧୀନତା ସଂଗ୍ରାମୀଙ୍କୁ ଏହି...

ବିସ୍ତାରବାଦୀ ଉଦ୍ୟମକୁ ପଣ୍ଡ କରିଛନ୍ତି ଆମ ବୀର ଯବାନ- ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୧: ଭାରତ ସବୁବେଳେ ଶାନ୍ତି ପାଇଁ ପ୍ରତିଶ୍ରୁତିବଦ୍ଧ ରହିଆସିଛି। ଏହା ସତ୍ତ୍ୱେ ବିସ୍ତାରବାଦୀ ଶକ୍ତି ସୀମାନ୍ତ ଅଞ୍ଚଳ କବ୍‌ଜା କରିବା ଲାଗି ଉଦ୍ୟମ ଚଳାଇଛନ୍ତି। ସେମାନଙ୍କର...

ଭାରତୀୟ ମୌସୁମୀ ୨୭୦ ଲକ୍ଷ ବର୍ଷ ପୁରୁଣା

ନୂଆଦିଲ୍ଲୀ,୨୦।୨: ଭାରତୀୟ ମୌସୁମୀର ବିବର୍ତ୍ତନ ନେଇ ସମ୍ପୂର୍ଣ୍ଣ ଭାବରେ କୌଣସି ତଥ୍ୟ ମିଳି ପାରିନାହିଁ। ଏହାର ଉତ୍ପତ୍ତି ସ୍ଥିତିର ତୀବ୍ରତା କିପରି ସମ୍ଭବ ହେଉଛି ତାହାର...

ପ୍ରାଣୀ-ମଣିଷ ସଂଘର୍ଷ କରାଇବ ଜଳବାୟୁ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୫।୪: ଜଳବାୟୁ ପରିବର୍ତ୍ତନ ଫଳରେ ଜଙ୍ଗଲରେ ନିଆଁ ଲାଗିବା ସାଙ୍ଗକୁ ବନସ୍ପତି ମାତ୍ରା କମିବାରେ ଲାଗିଛି। ଏହାର ନକାରାତ୍ମକ ପ୍ରଭାବ ଜଙ୍ଗଲରେ ବାସ କରୁଥିବା...

ରାହୁଲ ଯଦି ୱାୟନାଡରେ ରହିଥାନ୍ତେ, ଆମେଠି ଭଳି ଅବସ୍ଥା ହୋଇଥାନ୍ତା: ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୩।୫: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଯଦି ରାହୁଲ ଗାନ୍ଧୀ ୱାୟନାଡରେ ରହିଥାନ୍ତେ,ତେବେ ଉତ୍ତରପ୍ରଦେଶର...

ସିନ୍ଧୁ ଜଳ ଚୁକ୍ତି, ଭାରତ ଆସିବେ ପାକିସ୍ତାନ ପ୍ରତିନିଧି ଦଳ…

ନୂଆଦିଲ୍ଲୀ, ୨୮।୫ :ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ଆଲୋଚନା ପାଇଁ ପାକିସ୍ତାନର ଏକ ୫ ଜଣିଆ ପ୍ରତିନିଧି ଦଳ ସୋମବାର ଭାରତରେ ପହଞ୍ଚିବେ। ଉଭୟ ପକ୍ଷ...

କୋଭାକ୍ସିନ୍‌ ନେଇଥିବା ଲୋକଙ୍କୁ ପ୍ରଥମେ ବୁଷ୍ଟର !…

ନୂଆଦିଲ୍ଲୀ, ୧୫।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ ମଧ୍ୟ ବଢ଼ିବାରେ ଲାଗିଛି। ଏପରିସ୍ଥଳେ...

Advertisement
Archives

Model This Week