Posted inଜାତୀୟ

୪୭ଜଣଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର

ନୂଆଦିଲ୍ଲୀ,୬।୯(ପି.ଟି.): ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ସହ ଗଣିତ ଜ୍ଞାନକୁ ସହଜ ଓ ବୋଧଗମ୍ୟ ଉପାୟରେ ପିଲାମାନଙ୍କୁ ଜ୍ଞାନ ପ୍ରଦାନ କରିଥିବା ଦେଶର ବିଭିନ୍ନ ପ୍ରନ୍ତର ୪୭ଜଣ ଶିକ୍ଷକଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଗୁରୁ ଦିବସ ଅବସରରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି। ଗୋଟିଏ ବିଦ୍ୟାଳୟର ଉନ୍ନତ ଭିିତ୍ତିଭୂମି, ବହୁମୂଲ୍ୟ ପାଠ୍ୟ ଉପକରଣ ଯେ, ବିଦ୍ୟାଳୟକୁ ପ୍ରଶଂସିତ କରିଥାଏ ତା’ ନୁହେଁ ବରଂ ଏଥିପାଇଁ ଶିକ୍ଷକମାନଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ଶିକ୍ଷକମାନେ ହିଁ ଜ୍ଞାନର ଭିତ୍ତିଭୂମି ଏବଂ ଛାତ୍ରମାନଙ୍କ ମଧ୍ୟରେ ଉତ୍ତମ ସ୍ବଭାବ ସୃଷ୍ଟି କରିଥାନ୍ତି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି।
ଭର୍ଚୁଆଲ ସମ୍ମାନ ଉତ୍ସବରେ ଯୋଗଦେଇ କୋବିନ୍ଦ କହିଥିଲେ ଯେ ସମ୍ପ୍ରତି କୋଭିଡ୍‌-୧୯ ମହାମାରୀ ସମୟରେ ସମସ୍ତ ସ୍କୁଲ୍‌ କଲେଜ ବନ୍ଦ ରହିଛି। ଏହା ସତ୍ତ୍ବେ ଡିଜିଟାଲ ପଦ୍ଧତିରେ ସମସ୍ତ ଛାତ୍ରୀଛାତ୍ରଙ୍କ ନିକଟରେ ଶିକ୍ଷା କିପରି ପହଞ୍ଚତ୍ ପାରିବ ସେନେଇ ନିରନ୍ତର ପ୍ରଚେଷ୍ଟା ଜାରି ରହିଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ପୁରସ୍କାର ପାଇଁ ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷକମାନଙ୍କ ଠାରୁ ଆବେଦନ ଆହ୍ବାନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ଯାଞ୍ଚ ଜିଲାସ୍ତରରେ ଜିଲା ମନୋନୟନ କମିଟି ଦ୍ୱାରା କରାଯାଇଥିଲା। ଜାତୀୟ ପୁରସ୍କାର ପାଇଁ ମନୋନୀତ ଶିକ୍ଷକମାନେ କେବଳ ଗୁଣାତ୍ମକ ଶିକ୍ଷା ନୁହେଁ ବରଂ ସେମାନେ ଛାତ୍ରୀଛାତ୍ରଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବା ସହ ସମାଜ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ସମ୍ପର୍କରେ ଅବଗତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛନ୍ତି। ବିଶେଷକରି ବିଦ୍ୟାଳୟଗୁଡ଼ିକରେ ଛାତ୍ର ଅନୁପସ୍ଥିତ ହାର କମାଇବା ସହ ଉତ୍ତମ ଏବଂ ଶୈକ୍ଷିକ ବାତାବରଣ ମାଧ୍ୟମରେ ଶିକ୍ଷାଦାନ କରିବାରେ ପୁରସ୍କୃତ ହୋଇଥିବା ଶିକ୍ଷକମାନେ ବେଶ୍‌ ସହାୟକ ହୋଇପାରିଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍‌ ନିଶଙ୍କ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

କେତେ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ? କେବଳ ଅଫିସର ଦାମ ୯ କୋଟି! ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୭।୧୦: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରାୟତଃ ନିଜର ରାଜନୈତିକ ନିଷ୍ପତ୍ତି ଏବଂ ସରକାରଙ୍କ ବିରୋଧରେ ଦେଉଥିବା ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।…

ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଡବଲ୍‌ ଇଞ୍ଜିନ ସରକାରରେ…

ଖୋର୍ଦ୍ଧା,୭।୧୦(ପ୍ରଭାତ ପାଣିଗ୍ରାହୀ): ‘ବିକଶିତ ଭାରତ’ ସହ ‘ବିକଶିତ ଓଡ଼ିଶା’ ଗଠନ ପ୍ରକ୍ରିୟାରେ ସମସ୍ତ ନାଗରିକ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ…

ବିରାଟଙ୍କୁ ବଡ଼ ଝଟକା, ଶୂନ୍ୟ ରନରେ ଆଉଟ ହେବା ପରେ ତଳକୁ ଖସି ଆସିଛନ୍ତି କୋହଲି, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୭।୧୦: ଭାରତର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କୁ ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଖେଳୁଥିବାର ଦେଖିବାକୁ ମିଳିଥିଲା। କୋହଲି ପ୍ରଥମ ମ୍ୟାଚରେ…

ନବରାତ୍ରୀ ଆରମ୍ଭରୁ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରଚୁର ଧନବର୍ଷା ସହ ଘରକୁ ଆସିବ ଖୁସି ଖବର

ଶାରଦୀୟ ନବରାତ୍ରୀର ପବିତ୍ର ପର୍ୱ ୧୧ ଅକ୍ଟୋବର, ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ନବରାତ୍ରୀର ପ୍ରଥମ ଦିନରେ ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ କଳସ ସ୍ଥାପନ କରାଯାଏ…

ODI ବ୍ୟାଟ୍ସମ୍ୟାନଙ୍କ ଟପ-୧୦ରେ ସାମିଲ ହେଲେ କେଏଲ ରାହୁଲ, ଜାଣନ୍ତୁ ପ୍ରଥମ ସ୍ଥାନରେ କିଏ ଅଛନ୍ତି

ନୂଆଦିଲ୍ଲୀ,୭।୧୦: ODI କ୍ରିକେଟରେ ଭାରତୀୟ ବ୍ୟାଟରମାନଙ୍କର ପ୍ରାଧାନ୍ୟ ପୁଣିଥରେ ସ୍ପଷ୍ଟ ହୋଇଛି। ସାମ୍ପ୍ରତିକ ICC ରାଙ୍କିଙ୍ଗରେ, କେ.ଏଲ. ରାହୁଲ ଏକ ବଡ଼ ଧରଣର ଅଗ୍ରଗତି କରି ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?