Posted inଜାତୀୟ

ଜାତୀୟ ସୁରକ୍ଷା କେବଳ ସ୍ଲୋଗାନରେ

ନୂଆଦିଲ୍ଲୀ, ୫।୭(ପି.ଟି.): ରାଫାଲ ଯୁଦ୍ଧବିମାନ କିଣା ଚୁକ୍ତିନାମାରେ ହୋଇଥିବା ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣ ଅଭିଯୋଗର ତଦନ୍ତ ପାଇଁ ଫ୍ରାନ୍ସ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେବା ପରେ କେନ୍ଦ୍ର ସରକାରଙ୍କ ନୀରବତାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ଯୁଦ୍ଧ ବିମାନ କ୍ରୟ ନେଇ ଭାରତ ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର ହୋଇଥିବାରୁ ଏଥିରେ କେହି ମଧ୍ୟସ୍ଥ ରହିବା କଥା ନୁହେଁ କିମ୍ବା ଦୁର୍ନୀତି ହେବା ଆଶା କରାଯାଉ ନ ଥିଲା। ତେବେ ଦୁର୍ନୀତିର ଫାଇଦା ଉଠାଇଥିବା ଗୋଟିଏ ଦେଶ ଯେତେବେଳେ ତଦନ୍ତ ନିର୍ଦ୍ଦେଶ ଦେଇସାରିଲାଣି, ସେତେବେଳେ ଜନସାଧାରଣଙ୍କ ଟିକସ ଅର୍ଥ ହରାଇଥିବା ଦେଶ ତଦନ୍ତ ନିର୍ଦ୍ଦେଶ ଦେଉନି କାହିଁକି ବୋଲି କଂଗ୍ରେସ ମୁଖପାତ୍ର ପଓ୍ବନ ଖେରା ରବିବାର ପ୍ରଶ୍ନ କରିଛନ୍ତି। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଜାତୀୟ ସୁରକ୍ଷାକୁ ନେଇ ବହୁତ ହୋହଲ୍ଲା କରୁଥିବାବେଳେ ଏହାର ପୁଞ୍ଜିପତି ବନ୍ଧୁମାନଙ୍କୁ ସାହାଯ୍ୟ କଥା ଉଠିଲେ, ଦେଶର ସୁରକ୍ଷା ସ୍ବାର୍ଥ ପ୍ରତି ଆଖିବୁଜି ଦେଉଥିବା ପଓ୍ବନ ଅଭିଯୋଗ କରିଛନ୍ତି। ଫ୍ରାନ୍ସ ସରକାର ରାଫାଲ ଦୁର୍ନୀତି, ମନିଲଣ୍ଡରିଂ, ଅନୁକମ୍ପା ପ୍ରଦର୍ଶନ ଆଦିର ତଦନ୍ତ ନିର୍ଦ୍ଦେଶ ଦେବାର ୨୪ ଘଣ୍ଟା ପରେ ମଧ୍ୟ ସରକାର କ’ଣ ପାଇଁ ନୀରବ ରହିଛନ୍ତି, ତାହା ପ୍ରତ୍ୟେକ ଦାୟିତ୍ୱବାନ୍‌ ଭାରତୀୟ ଓ ପ୍ରତି ସଚେତନ ନାଗରିକଙ୍କ ମନରେ ପ୍ରଶ୍ନ ଉଠୁଛି। ପ୍ରଧାନମନ୍ତ୍ରୀଙ୍କ ସତ୍‌ସାହସ ଥିଲେ ଖବରଦାତା ସମ୍ମିଳନୀରେ ଏହି ପ୍ରଶ୍ନ ଗୁଡିକର ଉତ୍ତର ଦିଅନ୍ତୁ ବୋଲି କଂଗ୍ରେସ ମୁଖପାତ୍ର କହିଛନ୍ତି।
ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା ରାଫାଲ ଡିଲ୍‌ର ତଦନ୍ତ କରିବା ଲାଗି କଂଗ୍ରେସ ଦାବି କରିଛି। ଦେଶବାସୀ ସତ୍ୟ ଜାଣିବାକୁ ହକ୍‌ଦାର ବୋଲି ପଓ୍ବନ କହିଛନ୍ତି।

ଜେପିସି ତଦନ୍ତ ଦାବି କଲା ସିପିଏମ୍‌

କଂଗ୍ରେସ ପରେ ସିପିଆଇ(ଏମ୍‌) ରାଫାଲ ଚୁକ୍ତିନାମାର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବି କରିଛି। ଫ୍ରାନ୍ସ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ କରିଥିବାରୁ ବିମାନ କିଣା ଚୁକ୍ତିନାମାରେ ଦୁର୍ନୀତି ଓ ମନିଲଣ୍ଡରିଂ ହୋଇଥିବା ସନ୍ଦେହକୁ ସ୍ପଷ୍ଟ କରୁଛି। ନରେନ୍ଦ୍ର ମୋଦି ସରକାର ଜେପିସି ତଦନ୍ତକୁ କାହିଁକି ବିରୋଧ କରୁଛନ୍ତି ବୋଲି ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟର ଜରିଆରେ ଜନସାଧାରଣଙ୍କ ମତାମତ ଲୋଡ଼ିଛନ୍ତି। ଜୁନ୍‌ ୩ରେ ସିପିଆଇ(ଏମ୍‌) ପଲିଟିବ୍ୟୁରୋ ବୈଠକରେ ରାଫାଲ ଚୁକ୍ତିନାମାର ଜେପିସି ତଦନ୍ତ ଦାବି କରିବାକୁ ନିଷ୍ପତ୍ତି ହୋଇଥିଲା ବୋଲି ଏହାର ନେତା ସୀତାରାମ ୟେଚୁରୀ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ସ୍ରୋତରେ ଭାସିଗଲେ: ଜଣେ ଉଦ୍ଧାର, ଜଣେ ନିଖୋଜ

ପଟ୍ଟାମୁଣ୍ଡାଇ୩୧।୮(କଳ୍ପତରୁ ନାୟକ): କେନ୍ଦ୍ରପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ କୋଳଥିଆ ବ୍ରାହ୍ମଣ ସାହି ଘୋଷରା ନିକଟ ଘାଇରେ ଘଟିଛି ଏକ ଦୁଃଖଦ ଘଟଣା। ବନ୍ୟା ସ୍ରୋତରେ ଦୁଇଜଣ…

୫ ସେପ୍ଟେମ୍ବର CJP ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ବଢିଲା ସରକାରଙ୍କ ଚିନ୍ତା, ଖୁସିହେଲେ ଦୀପକେ

ନୂଆଦିଲ୍ଲୀ,୩୧।୮: କକରୋଚ ଜନତା ପାର୍ଟି (CJP) ପକ୍ଷରୁ ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ପୁଣି ଏକ ବିରୋଧ ମାର୍ଚ୍ଚ ଆୟୋଜନ କରାଯିବାକୁ ଘୋଷଣା ହୋଇଛି। ଏହି ପ୍ରସ୍ତାବିତ…

ଗୁଡ଼ାରି ଏନ୍‌ଏସିରେ ଜାତୀୟ ପତାକାକୁ ଅବମାନନା

ଗୁଡ଼ାରି, ୩୧।୮ (ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍‌ଏସି ପରିସରରେ ସୋମବାର ସ୍ୱାୟତ୍ତ ଶାସନ ଦିବସ ପାଳନ ବେଳେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି।…

ବ୍ୟାପୁଛି ସ୍କ୍ରବ ଟାଇଫସ୍‌: ଦିନକରେ ୨୨ ପଜିଟିଭ ଚିହ୍ନଟ

ପାଳଲହଡ଼ା,୩୧।୮(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡ଼ା ସାନବାଗଦରୀ ଗାଁରେ ସ୍କ୍ରବ ଟାଇଫସ୍‌(Scrub Typhus) ବ୍ୟାପିବା ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଟିମ୍‌ ଗାଁରେ…

୬ ମାସର ପାରିଶ୍ରମିକ ଦାବିରେ ଆଶା କର୍ମୀଙ୍କ ଆନ୍ଦୋଳନ

ଖଡ଼ିଆଳ, ୩୧।୮ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ସମସ୍ତ ଆଶା କର୍ମୀଙ୍କ ୬ ମାସର ଆର୍ଥିକ ସହାୟତା ପ୍ରଦାନ…

ଦୌଡୁଛି ଭାରତୀୟ ଅର୍ଥନୀତି: ପ୍ରଥମ ତ୍ରୈମାସିକରେ GDP ଅଭିବୃଦ୍ଧି ଆଶ୍ଚର୍ଯ୍ୟଜନକ

ନୂଆଦିଲ୍ଲୀ,୩୧।୮: ଆମେରିକା-ଇରାନ ବିବାଦରୁ ସୃଷ୍ଟି ହୋଇଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ ଭାରତୀୟ ଅର୍ଥନୀତି ପ୍ରଭାବଶାଳୀ ପ୍ରଦର୍ଶନ କରିଛି। ୨୦୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର GDP…

ବ୍ରେକଅପ୍‌ ପରେ ଭାଙ୍ଗିପଡ଼ିଥିଲେ ବିଜୟ, ସମ୍ଭାଳିଥିଲେ ରଶ୍ମିକା! ଚମକାଇଲା ଅଭିନେତାଙ୍କ ବଡ଼ ଖୁଲାସା

ମୁମ୍ବାଇ: ତେଲୁଗୁ ସିନେମାର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଏକ ଇଭେଣ୍ଟରେ ନିଜ ବ୍ୟକ୍ତିଗତ ଜୀବନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଅନେକ…

ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ: ମିଳିଲା ୨ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କଲେ…

ଗଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ୨୦୨୫-୨୬ ଆର୍ଥିକ ବର୍ଷରେ ରାଜସ୍ୱ ଆଦାୟ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ଉଲ୍ଲେଖନୀୟ ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri