ଜାତୀୟ ବିଜ୍ଞାନ ଦିବସ : କିଛି କଥା

ଆ ମ ଦେଶରେ ପ୍ରତିବର୍ଷ ଫେବୃଆରୀ ୨୮ ତାରିଖକୁ ଜାତୀୟ ବିଜ୍ଞାନ ଦିବସ ଭାବେ ପାଳନ କରାଯାଉଛି। ଦେଶରେ ବିଜ୍ଞାନର ପ୍ରଚାର ଓ ପ୍ରସାର କରି ଲୋକମାନଙ୍କ ମନରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂର କରିବା ହେଉଛି ଏହାର ଉଦ୍ଦେଶ୍ୟ। ଏହା ସହିତ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପଢିବା ପ୍ରତି ଆକୃଷ୍ଟ କରିବା, ସାଧାରଣ ଭାବେ ଲୋକମାନଙ୍କୁ ବିଜ୍ଞାନମନସ୍କ କରିବା ହେଉଛି ଏହାର ଅନ୍ୟତମ ଲକ୍ଷ୍ୟ। ଏହି ଦିନ ବିଭିନ୍ନ ସ୍କୁଲ, କଲେଜ ଓ ବିଜ୍ଞାନ ଅନୁଷ୍ଠାନଗୁଡିକରେ ବିଜ୍ଞାନ ସମ୍ବନ୍ଧରେ ବିଭିନ୍ନ ଆଲୋଚନା, ସେମିନାର ଅନୁଷ୍ଠିତ ହୋଇଥାଏ।
ଆମ ଦେଶରେ ଜଣେ ଯଶସ୍ବୀ ମହାନ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟରମଣ (ଯାହାକୁ ସି.ଭି. ରମଣ ଭାବେ ସମେସ୍ତ ଜାଣନ୍ତି) ୧୯୨୮ ମସିହା ଫେବୃଆରୀ ୨୮ ତାରିଖ ଦିନ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ ଆବିଷ୍କାର କରିଥିଲେ। ଏହା ଆଲୋକ ବିଚ୍ଛୁରଣ ଉପରେ ପଯର୍‌ୟବେସିତ ଥିଲା ଏବଂ ଏହି ଆବିଷ୍କାରକୁ ତାଙ୍କ ନାମନୁସାରେ ‘ରମଣ ପ୍ରଭାବ’ କୁହାଯାଉଛି। ଏହି କୃତିତ୍ୱ ପାଇଁ ତାଙ୍କୁ ୧୯୩୦ ମସିହାରେ ପଦାର୍ଥ ବିଜ୍ଞାନରେ ମଯର୍‌ୟାଦଜନକ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ସେ ଥିଲେ ଏସିଆ ମହାଦେଶର ପ୍ରଥମ ବୈଜ୍ଞାନିକ। ଏଣୁ ତାଙ୍କ ସମ୍ମାନରେ ଫେବୃଆରୀ ୨୮ ତାରିଖକୁ ଆମ ଦେଶରେ ‘ଜାତୀୟ ବିଜ୍ଞାନ ଦିବସ’ ରୂପେ ପାଳନ କରାଯାଉଛି।
ସି.ଭି. ରମଣ ୧୮୮୮ମସିହା ନଭେମ୍ବର ମାସ ୭ତାରିଖରେ ତାମିଲନାଡୁର ତ୍ରିଚିନାପଲ୍ଲୀ ନିକଟସ୍ଥ ଗୋଟିଏ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ। ମନରେ ପ୍ରଶ୍ନ ଆସେ ଯେ ଜାତୀୟ ବିଜ୍ଞାନ ଦିବସକୁ ତାଙ୍କ ଜନ୍ମ ଦିନରେ କାହିଁକି ପାଳନ କରାଗଲା ନାହିଁ ? ଏହା ତାଙ୍କୁ ଅଧିକ ସମ୍ମାନିତ କରିଥାଆନ୍ତା। ଯେପରି ଶିଶୁଦିବସ ନେହୁରୁଙ୍କ ଜନ୍ମତିଥିରେ, ଗୁରୁଦିବସ ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମ ଦିବସରେ, ଜାତୀୟ ଯୁବ ଦିବସ ବିବେକାନନ୍ଦଙ୍କ ଜନ୍ମଦିବସରେ ପାଳନ କରାଯାଉଛି। ରମଣଙ୍କ ଜନ୍ମଦିବସକୁ ଜାତୀୟ ବିଜ୍ଞାନ ଦିବସ ଭାବେ କାହିଁକ ଗ୍ରହଣ କରାଗଲା ନାହିଁ? ଏହା ପଛର କାହାଣୀ ଅନେକଙ୍କୁ ଜଣା ନାହିଁ।
୧୮୮୬ମସିହାରେ ଜାତୀୟ ବିଜ୍ଞାନ ଦିବସ ପାଳନ କରିବା ପାଇଁ ‘ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଯୋଗାଯୋଗ ପରିଷଦ’ରେ ଆଲୋଚନା ହେଲା। ସେତେବେଳେ ଏହାର ନିର୍ଦ୍ଦେଶକ ଥିଳେ ବିଶିଷ୍ଟ ବିଜ୍ଞାନ ପ୍ରଚାରକ ତଥା ଜନପ୍ରିୟ ବିଜ୍ଞାନ ଲେଖକ ନରେନ୍ଦର କୁମାର ସେହଗଲ୍‌। ଏଠାରେ ସି. ଭି. ରମଣଙ୍କ ସମ୍ମାନରେ ଏହି ଦିବସ ପାଳନ କରିବା ପାଇଁ ସ୍ଥିର ହେଲା ଏବଂ ସ୍ବାଭାବିକ ଭାବେ ତାଙ୍କ ଜନ୍ମ ଦିବସ ନଭେମ୍ବର ମାସ ୭ତାରିଖକୁ ଏଥିପାଇଁ ସମସ୍ତ ସଭ୍ୟ ପ୍ରସ୍ତାବ ଦେଲେ। କିନ୍ତୁ ନିଦ୍ଦେର୍ଶକ ସେହଗଲ୍‌ ଏଥିରେ ରାଜି ନ ହୋଇ ରମଣଙ୍କ ଆବିଷ୍କାର ଦିନକୁ ଏଥିପାଇଁ ବାଛିଲେ। କାରଣ ହେଉଛି ନଭେମ୍ବର ୭ ମଧ୍ୟ ହେଉଛି ସେହଗାଲ୍‌ଙ୍କ ଜନ୍ମଦିବସ। ସେ ୧୯୪୦ ମସିହା ନଭେମ୍ବର ୭ତାରିଖରେ ଲାହୋରଠାରେ ଭୂମିଷ୍ଠ ହୋଇଥିଲେ। ଏଣୁ ଏହି ଦିନକୁ ପାଳନ କଲେ କେତେକ ସମାଲୋଚନା କରିପାରନ୍ତି ଯେ ନିର୍ଦ୍ଦେଶକ ନିଜ ଜନ୍ମଦିବସକୁ ଏଥିପାଇଁ ବାଛିଲେ। ଫଳରେ ଫେବୃଆରୀ ୨୮ତାରିଖକୁ ଜାତୀୟ ବିଜ୍ଞାନ ଦିବସଭାବେ ୧୯୮୭ମସିହାରୁ ପାଳନ କରାଗଲା। ଏହିଦିନ ଆମ ଭାରତୀୟ ମାନଙ୍କ ପାଇଁ ଗୌରବ ଦୃଷ୍ଟିରୁ କିଛି କମ୍‌ ନୁହେଁ।

ଇଂ ମାୟାଧର ସ୍ବାଇଁ
– ୭୦, ଲକ୍ଷ୍ମୀବିହାର, ଫେଜ୍‌-୧,
ଭୁବନେଶ୍ୱର-୧୮
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୯(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?