ଦିଗପହଣ୍ଡିର ୩ ବର୍ଷୀୟ ବିସ୍ମୟ ବାଳକ ମୋକ୍ଷିତ: ଜାତୀୟ ସ୍ତରରେ ସୃଷ୍ଟି କଲେ ଇତିହାସ

ଦିଗପହଣ୍ଡି,୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣେ ମାତ୍ର ୩ ବର୍ଷ ବୟସର ଶିଶୁ ପୁଅ ଜାତୀୟ ସ୍ତରରେ ରେକର୍ଡ ସୃଷ୍ଟି କରି ସାରା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଏହି ଶିଶୁଟି ହେଉଛନ୍ତି ଶାସନ ସାହିର ମୋକ୍ଷିତ ମିଶ୍ର (ମଣିମାମୟ ମିଶ୍ର ଓ ଦୀପିକା ମିଶ୍ରଙ୍କ ପୁତ୍ର ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗିରୀଶ ଚନ୍ଦ୍ର ମିଶ୍ରଙ୍କ ନାତି)।

ଶିଶୁ ମୋକ୍ଷିତ ମିଶ୍ର ସୌର ଜଗତର ସମସ୍ତ ଗ୍ରହମାନଙ୍କୁ ସଠିକ୍ ଭାବେ ଚିହ୍ନଟ କରି ସେମାନଙ୍କ ନାମ ନିର୍ଭୁଲ ଭାବେ କହିବାର ବିରଳ ତଥା ବିଚକ୍ଷଣ ପ୍ରତିଭା ପ୍ରଦର୍ଶନ କରିଛନ୍ତି।ଶିଶୁଟିର ଏହି ଅସାଧାରଣ ସଫଳତା ପାଇଁ ଭାରତ ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଚାଇଲ୍ଡ ଡ୍ରିମ୍ ବୁଷ୍ଟର ହବ୍ ‘ବୁକ୍ ଅଫ୍ ରେକର୍ଡସ୍’ ଦ୍ୱାରା ସମ୍ମାନିତ ଓ ପ୍ରଶଂସିତ କରାଯାଇଛି।

ମୋକ୍ଷିତଙ୍କ ଏହି ବିଚକ୍ଷଣ ମେଧାଶକ୍ତି ଏବଂ ସଫଳତା ପଛରେ ତାଙ୍କର ଆଈ ସ୍ମିତା ମିଶ୍ର, ମାଉସୀ ଅଙ୍କିତା ମିଶ୍ର ଏବଂ ମାମୁଁ ପ୍ରତ୍ୟୁଷ ମିଶ୍ରଙ୍କ ପ୍ରେରଣା ରହିଥିବା ଜଣାପଡ଼ିଛି।

ଏହି ଖବର ପ୍ରଚାରିତ ହେବା ପରେ ଶିଶୁ ମୋକ୍ଷିତଙ୍କୁ ଦେଖିବା ପାଇଁ ଗିରୀଶ ଚନ୍ଦ୍ର ମିଶ୍ରଙ୍କ ବାସଭବନରେ ଭିଡ଼ ଜମିଛି ଏବଂ ବିଭିନ୍ନ ମହଲରୁ ଶିଶୁଟିର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜ୍ଞାପନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଟ୍ୟୁସନରେ ମାଟ୍ରିକ୍‌ ଟପ୍ପର, ବଡ଼ ହେଲେ ଡାକ୍ତର ହେବେ କହିଲେ ଦୀପଶିଖା

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ): ବିଦ୍ୟାଳୟରେ ପାଠପଢ଼ା ବ୍ୟତୀତ ଘରେ ଦୈନିକ ୬ରୁ ୭ଘଣ୍ଟା ପଢ଼ୁଥିଲି। ଟ୍ୟୁସର ପଢ଼ୁ ନ ଥିଲି। ପଦ୍ମପୁରସ୍ଥିତ ନାନା ମମତା(ବାପାଙ୍କ ଭଉଣୀ) ଘରେ ରହୁଛନ୍ତି…

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା: ବ୍ୟବଚ୍ଛେଦ ରିପୋର୍ଟକୁ ବିରୋଧ କରି ଧାରଣା ଦେବା ପରେ…

ଦାରିଙ୍ଗବାଡ଼ି,୩ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦନେକବାଡ଼ି ପଞ୍ଚାୟତ ମାଣ୍ଡୁବାଡ଼ି ଗ୍ରାମ ବଲାମାହା ଜଙ୍ଗଲ ଡବାଡ଼ଙ୍ଗା ଗଛରେ ଗତ ସୋମବାର ଉଜ୍ଜ୍ବଳ ସିଂ ଦିଗାଲଙ୍କ ଝୁଲନ୍ତା…

ହରିଶଙ୍କର ବୈଶାଖ ମେଳାରେ ଶ୍ରଦ୍ଧାଳୁଙ୍କୁ ମିଳିଲା ଅନ୍ନସେବା

ବଲାଙ୍ଗୀର,୨।୫(ସୁନିଲ କୁମାର ମହାନ୍ତି): ଓଡ଼ିଶାର ପବିତ୍ର ତୀର୍ଥସ୍ଥଳୀ ହରିଶଙ୍କର ପୀଠରେ ବୈଶାଖମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୁବ କୁଲୁତା ସମାଜ ଖପ୍ରାଖୋଲ ଏବଂ ପଶ୍ଚିମ ଓଡ଼ିଶା…

୨ବାଇକ୍‌ ମୁହାଁ ମୁହିଁ ଧକ୍କା: ତଳେ ପଡିଥିବା ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ

ବଲାଙ୍ଗୀର,୨।୫: ବଲାଙ୍ଗୀର ଜିଲା ଟିଟିଲାଗଡ଼ ରୋଡ଼ ବିଜାଖମନଠାରେ ଶନିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁଇ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା…

ସପ୍ତାହେ ହେଲା ନିଖୋଜ ଥିଲେ, ପରିତ୍ୟକ୍ତ କୋଠାରୁ ଜବତ ହେଲା ମୃତଦେହ; କାରଣ ଖୋଜୁଛି…

ଦିଗପହଣ୍ଡି,୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡା ନିକଟ ଚାଞ୍ଚଡାପଲ୍ଲୀ ଗ୍ରାମ ସ୍ବାସ୍ଥ୍ୟକେନ୍ଦ୍ର ନିକଟ ପରିତ୍ୟକ୍ତ କୋଠାରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ଗଳିତ…

ରାଉରକେଲାରେ ୨ ନାବାଳିକାଙ୍କୁ ବଳାତ୍କାର

ରାଉରକେଲା,୨।୫(ସଙ୍ଗୀତା ଜେନା): ଇସ୍ପାତ ସହର ରାଉରକେଲାର ସେକ୍ଟର-୧୯ ଥାନା ଅଞ୍ଚଳରେ କୋଲ୍‌ ଡ୍ରିଙ୍କ୍‌ସ କିଣିବା ବାହାନାରେ ୨ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ…

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଅଭିଷେକ ହେଲେ ଦିଗପହଣ୍ଡି ବ୍ଳକ ଟପ୍ପର 

ଦିଗପହଣ୍ଡି,୨|୫(ଅଶେଷ ନାଥ ମିଶ୍ର) ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ବୋର୍ଡ଼ ବାର୍ଷିକ ପରୀକ୍ଷା ଫଳ ଶନିବାର ଅପରାହ୍ନରେ ପ୍ରକାଶ ପାଇଥିବା ବେଳେ ଦିଗପହଣ୍ଡି …

ପ୍ରବାସୀ ଶ୍ରମିକ ଦମ୍ପତିଙ୍କ ପୁଅ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ, ଇଞ୍ଜିନିୟର ହେବା ସହ ସଫଳ…

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ) – ଶନିବାର ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଛି ।ଏଥିରେ ଜିଲାର ୪୬ଜଣ ଛାତ୍ରୀଛାତ୍ର ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଅର୍ଥାତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri