ଜାତୀୟ ଉଦ୍ୟାନ ପରିବେଶ ନଷ୍ଟ ହେବ

କେନ୍ଦ୍ରାପଡ଼ା ଅଫିସ, ୩୧ା୫: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ଶିଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ସରକାର ଆର୍ସେଲର ମିତ୍ତଲଙ୍କ ପେଲେଟ ପ୍ଲାଣ୍ଟ ସହିତ ଜାପାନର ନିପ୍ପନ ଷ୍ଟିଲକୁ ଯୋଡ଼ି ବୃହତ୍‌ ଶିଳ୍ପର ଯୋଜନା କରୁଛନ୍ତି। ଏହାବ୍ୟତୀତ ଆଖଡ଼ାଶାଳୀଠାରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର, କେନ୍ଦ୍ର ସରକାରଙ୍କ ଭାରତାମାଳା ଯୋଜନାରେ ଜିଲାର ୪୯ କିଲୋମିଟରର ଉପକୂଳ ରାଜପଥ ଆଦି ଯୋଜନା ରହିଛି। ତେବେ ସ୍ଥାନୀୟ ଅଞ୍ଚଳରେ ଶିଳ୍ପ, ବନ୍ଦର, ରାଜପଥକୁ ନେଇ ବିରୋଧ ଆରମ୍ଭ ହୋଇଛି। ଜଙ୍ଗଲ ଜମିରେ ଦୀର୍ଘଦିନ ଧରି ରହିଥିବା ଅଧିବାସୀ ବାସସ୍ଥାନ ହରାଇବା ଆଶଙ୍କାରେ ଜିଲାପାଳଙ୍କୁ ବାସସ୍ଥାନ ଜମିର ସ୍ବତ୍ୱ ଦାବି କରିଛନ୍ତି। ସେହିପରି ମତ୍ସ୍ୟଜୀବୀ ଓ ପରିବେଶବିତ୍‌ ମଧ୍ୟ ଜାତୀୟ ଉଦ୍ୟାନ ଭିତରକନିକା, ନଦୀ ଓ ନାଳର ପରିବେଶ ନଷ୍ଟ ହେବା ଭୟରେ ଆନ୍ଦୋଳନ ପାଇଁ ସଜବାଜ ହେଲେଣି। ଶିଳ୍ପ, ବନ୍ଦର, ରାଜପଥ ପାଇଁ ଗହୀରମଥା ତଟାଞ୍ଚଳକୁ ଅଲିଭ୍‌ ରିଡ୍‌ଲେ ଆସିବେ ନାହିଁ ଆଶଙ୍କା ଥିବା ବେଳେ ତଟକ୍ଷୟ ଆହୁରି ଅଧିକ ହେବ।
ଏ ସମ୍ପର୍କରେ ପରିବେଶବିତ୍‌ ପ୍ରଭୁପ୍ରସାଦ ମହାପାତ୍ର କହିଛନ୍ତି, ରାଜ୍ୟର ଅନ୍ୟ ଜିଲା ସମେତ କେନ୍ଦ୍ରାପଡ଼ା ଜିଲାର ୪୯ କିଲୋମିଟର ଉପକୂଳ ରାଜପଥରେ ସାମିଲ ହେବ ବୋଲି ସୂଚନା ମିଳିଛି। ଏହି ରାଜପଥ ଜମ୍ବୁ ଜଙ୍ଗଲ, ଗହୀରମଥା ରେଞ୍ଜ ଅଞ୍ଚଳ ଓ ଜାତୀୟ ଉଦ୍ୟାନ ମଧ୍ୟସ୍ଥ ସାତଭାୟା ଦେଇ ଭଦ୍ରକର ଧାମରା ଛୁଇଁବ। ସେହିପରି କେତେଗୋଟି ନଦୀ ଓ ନାଳରେ ପୋଲ ହେବ। ଓଡ଼ିଶା ଉପକୂଳରେ ଥିବା ବନ୍ଦରଗୁଡ଼ିକ ସଂଯୋଗ ସହ ପର୍ଯ୍ୟଟନ ଓ ସାମାଜିକ ବିକାଶ ତଥା ଗମନାଗମନକୁ ସହଜ ହେବ ବୋଲି ପରିକଳ୍ପନା କରାଯାଇଛି। ମାତ୍ର ଏଠାରେ ପ୍ରସ୍ତାବିତ ଶିଳ୍ପ, ରାଜପଥ ଯୋଗୁ ଜାତୀୟ ଉଦ୍ୟାନର ଜୈବ ବିବିଧତା ଓ ପ୍ରାକୃତିକ ପରିବେଶ ନଷ୍ଟ ହେବ। ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ନଷ୍ଟ ହେବ। ଏ ସମ୍ପର୍କରେ ଆଲୋଚନା ଓ ଆବଶ୍ୟକସ୍ଥଳେ ବିରୋଧ ପାଇଁ ବୈଠକ ଡକାଯାଇଛି। ପରିବେଶବିତ୍‌ ପ୍ରଭାକର ସାମଲ କହିଛନ୍ତି, ୧୯୭୫ ମସିହାରେ ୬୭୨ ବର୍ଗ କିଲୋମିଟର ଅଞ୍ଚଳକୁ ଭିତରକନିକା ଅଭୟାରଣ୍ୟ ଘୋଷଣା କରାଯାଇଥିବା ବେଳେ ୧୯୯୮ରେ ୧୪୫ ବର୍ଗ କିଲୋମିଟର ଅଞ୍ଚଳ ଜାତୀୟ ଉଦ୍ୟାନ ମାନ୍ୟତା ପାଇଛି। ୨୦୦୨ ମସିହାରେ ଅନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ରାମସାର ସାଇଟ ଭାବେ ଭିତରକନିକାକୁ ନିଆଯାଇଛି। ଏହାର ଆର୍ଦ୍ରଭୂମି, ବନ୍ୟଜନ୍ତୁ, ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଥାଏ। ଏହି ଅଞ୍ଚଳରେ ଉପକୂଳ ରାଜପଥ, ଶିଳ୍ପ, ପେଟ୍ରୋ କେମିକାଲ ପ୍ଲାଣ୍ଟ ଆଦି ନିର୍ମାଣ ହେଲେ ପ୍ରକୃତି ସହିତ ବନ୍ୟଜନ୍ତୁ, ସାମୁଦ୍ରିକ ପ୍ରାଣୀ, ସମୁଦ୍ର ପ୍ରାଚୀର ଭାବେ କାର୍ଯ୍ୟ କରୁଥିବା ହେନ୍ତାଳ ବଣ ନଷ୍ଟ ହେବ। ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ଅନିରୁଦ୍ଧ ରାଉତ କହିଛନ୍ତି, ରାଜପଥରେ ଗାଡ଼ି ମୋଟର ଯାତାୟାତ ଫଳରେ ଆଲୋକରେ ପ୍ରବାହିତ ହୋଇ ଅଲିଭ୍‌ ରିଡ୍‌ଲେ ଏଠାକୁ ଆସିବେ ନାହିଁ। ଏପରି ଘଟଣା ପୂର୍ବରୁ ଦେଖିବାକୁ ମିଳିଛି। ପୁରୀ ଜିଲା ବ୍ରହ୍ମଗିରି ରେଞ୍ଜର ବଙ୍ଗୋପସାଗର ଉପକୂଳରେ ଥିବା ମଙ୍ଗଳା ନଈଠାରୁ ହରଚଣ୍ଡୀ ମୁହାଣ ପର୍ଯ୍ୟନ୍ତ ୨୫ କିଲୋମିଟର ତଟାଞ୍ଚଳରେ ଅଲିଭ୍‌ ରିଡ୍‌ଲେ କଇଁଛ ଅଣ୍ଡାଦାନ କରୁଥିଲେ। ତେବେ ୨୦୧୪ଠାରୁ ଏଠାରେ ଅଲିଭ୍‌ ରିଡ୍‌ଲେଙ୍କୁ ଆଉ ଦେଖିବାକୁ ମିଳିନାହିଁ। ଓଡ଼ିଶା କୃଷକ ସଭା କେନ୍ଦ୍ରାପଡ଼ା ଜିଲା ସଭାପତି ଗୟାଧର ଧଳ କହିଛନ୍ତି, ଜଙ୍ଗଲ ଜମିରେ ଦୀର୍ଘ ୭୦ ବର୍ଷରୁ ଊର୍ଦ୍ଧ୍ୱ ପ୍ରାୟ ୨୦ ଗ୍ରାମର ଅଧିବାସୀ ରହୁଛନ୍ତି। ଏମାନଙ୍କଠାରୁ ଫର୍ମ କେ’ରେ ଜରିମାନା ନିଆଯାଇ ରସିଦ ପ୍ରଦାନ କରାଯାଉଛି। ଶିଳ୍ପ, ପ୍ଲାଣ୍ଟ, ରାଜପଥ, ଉପକୂଳ ରାଜପଥ ପାଇଁ ସରକାର ଜମି ଅଧିଗ୍ରହଣ କରୁଛନ୍ତି। ଏହିକ୍ରମରେ ସ୍ଥାନୀୟ ଅଧିବାସୀଙ୍କ ଜମି ଅଧିଗ୍ରହଣ ପୂର୍ବରୁ ଜମି ସ୍ବତ୍ୱ ପ୍ରଦାନ କରାଯାଉ। ଫଳରେ ଅଧିଗ୍ରହଣ ବାବଦ କ୍ଷତିପୂରଣ ମିଳିପାରିବ। ଏ ନେଇ ଜିଲା ପ୍ରଶାସନକୁ ଦାବିପତ୍ର ଦିଆଯାଇଛି। ପ୍ରଶାସନର ଜୋରଜବରଦସ୍ତ ଜବରଦଖଲ ହଟାଇବା ଏକ ବିରାଟ ଆନ୍ଦୋଳନର ରୂପ ନେବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri