ଦିଗପହଣ୍ଡିରେ ଜାତୀୟ ଆଇନ ସେବା ଦିବସ ପାଳିତ

ଦିଗପହଣ୍ଡି,୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକା ଆଇନ ସହାୟତା କମିଟି ପକ୍ଷରୁ ରବିବାର ଆଙ୍କୋରଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଗ୍ରାମବାସୀଙ୍କୁ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଥିବା ମୁକ୍ତ ଆଇନ ସହାୟତା ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଯାଇଥିଲା। ଏହା ସହିତ ନାଗରିକଙ୍କ ଅଧିକାର ଓ କର୍ତ୍ତବ୍ୟ ସମେତ ବିଭିନ୍ନ ଆଇନଗତ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ତାଲୁକା ଆଇନ ସହାୟତା କମିଟିର ସମ୍ପାଦକ ତଥା କୋର୍ଟ କର୍ମଚାରୀ ପ୍ରଦୀପ କୁମାର ପୁରୋହିତଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହା ବ୍ୟତୀତ ସ୍ଥାନୀୟ ସରପଞ୍ଚ ରୀନା ପ୍ରଧାନ, ଓକିଲ ସଂଘର ସମ୍ପାଦକ ପ୍ରଦୀପ କୁମାର ନାୟକ, ଉପସଭାପତି ସନ୍ତୋଷ କୁମାର ସାହୁ, ପୂର୍ବତନ ସମ୍ପାଦକ ହେମନ୍ତ କୁମାର ପାଣିଗ୍ରାହୀ ଏବଂ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଅନିତା ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଅଙ୍ଗନବାଡ଼ି କର୍ମୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବିଚାର ବିଭାଗୀୟ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ: ସାମିଲ ହେଲେ ବିଧାୟକ-ଜିଲାପାଳ

ବରଗଡ଼,୨୧।୬(ପ୍ରେମାନନ୍ଦ ଖମାରୀ): ଅନ୍ତର୍ଜାତୀୟ ଯୋଗ ଦିବସ ରବିବାର ବରଗଡ଼ ଜିଲାର ସମସ୍ତ ବ୍ଲକ ଓ ଗ୍ରାମପଞ୍ଚାୟତ ମୁଖ୍ୟାଳୟ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଉତ୍ସାହ…

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

କୁନା ମୁଣ୍ଡା ହତ୍ୟା ମାମଲା: ହତ୍ୟା ମାମଲାରେ ୫ ଅଭିଯୁକ୍ତ କୋର୍ଟ ଚାଲାଣ

ବଞ୍ଚୋ, ୨୧/୦୬ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନାରେ ରୁଜୁ ହୋଇଥିବା କେସ୍ ନଂ–୪୪ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ହତ୍ୟା ସମ୍ବନ୍ଧୀୟ ଧାରା ଅନୁଯାୟୀ ତଦନ୍ତ ଚାଲିଥିବା…

ବଲାଙ୍ଗୀରରେ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗୀର, ୨୧/୬ (ସୁନିଲ କୁମାର ମହାନ୍ତି): ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ…

ରକ୍ତଦାନ ମହତଦାନ: କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ…

ଭଞ୍ଜନଗର, ୨୧/୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ ରବିବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଏକ…

ଦିଗପହଣ୍ଡିରେ ଅନ୍ତର୍ଜାତୀୟ ଯୋଗ ଦିବସ

ଦିଗପହଣ୍ଡି,୨୧|୬ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ କମ୍ପ୍ଲେକ୍ସ ପରିସରରେ ରବିବାର ଦ୍ଵାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜେଏମଏଫସି କୋର୍ଟ…

ପଞ୍ଚାୟତ ସ୍ତରୀୟ ‘ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ,୨୧।୬ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ‘ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri