Posted inଖେଳ

ଜାତୀୟ କ୍ରୀଡା: ସ୍ବସ୍ତି ସିଂଙ୍କୁ ସ୍ବର୍ଣ୍ଣ ପଦକ, ଖୋ ଖୋରେ ୨ ରୌପ୍ୟ, ଓଡ଼ିଶାର ପଦକ ସଂଖ୍ୟା ୫୦ ପାର

ଭୁବନେଶ୍ୱର,୮ା୧୧: ଗୋଆରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡାରେ ଓଡ଼ିଶା ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ବୁଧବାର ଓଡ଼ିଆ ସାଇକ୍ଲିଷ୍ଟ ସ୍ବସ୍ତି ସିଂ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଓଡ଼ିଶାର ପଦକ ସଂଖ୍ୟା ୫୦ ପାର କରିଛି। ୭୫ କି.ମି. ମାସ୍‌ ଷ୍ଟାର୍ଟ ରୋଡ ସାଇକ୍ଲିଂ ଇଭେଣ୍ଟରେ ସ୍ବସ୍ତି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହା ସହିତ ଓଡ଼ିଶାର ପୁରୁଷ ଓ ମହିଳା ଖୋ ଖୋ ଦଳ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ନୂତନ ଭାବରେ ଜାତୀୟ କ୍ରୀଡାରେ ସାମିଲ କରାଯାଇଥିବା ସ୍କ୍ବେ ମାର୍ଶିଆଲ ଆଟର୍‌ସରେ ଓଡ଼ିଶାର କୁନ୍ଧା ମାଝି ରୌପ୍ୟ ପଦକ ହାସଲ କରିଥିବା ବେଳେ ମୀନତି ସାହୁ ଓ ଡିଲାଫ୍ରୋଜ୍‌ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ସେହିପରି ଲନ୍‌ ବୋଲ୍‌ରେ ମଧ୍ୟ ଓଡ଼ିଶା ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିଛି। ପୁରୁଷ ଫୋର୍‌ସ ଓ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ଦଳ ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିଛି। ବୁଧବାର ସାଇକ୍ଲିଂରେ ଓଡ଼ିଶା ଏହାର ଚତୁର୍ଥ ପଦକ ହାସଲ କରିଥିଲା। ପୂର୍ବରୁ ୩ଟି ବ୍ରୋଞ୍ଜ ମିଳିଥିବା ବେଳେ ସ୍ବସ୍ତି ବ୍ୟକ୍ତିଗତ ପ୍ରଥମ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ଅନ୍ୟ ପକ୍ଷରେ ଖୋ ଖୋରେ ଉଭୟ ପୁରୁଷ ଓ ମହିଳା ଦଳର ଅପରାଜେୟ ଧାରା ଶେଷ ହୋଇଛି। ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ୍‌ ମହାରାଷ୍ଟ୍ର ଉଭୟ ଦଳଙ୍କୁ ପରାସ୍ତ କରିଥିଲା।

ପୁରୁଷ ଦଳ ୨୬-୭୨ରେ ପରାଜିତ ହୋଇଥିବା ବେଳେ ମହିଳା ଦଳ ସଂଘର୍ଷପୂର୍ଣ୍ଣ ୪୦-୪୬ରେ ପରାଜିତ ହୋଇଥିଲା। ମହାରାଷ୍ଟ୍ର ଏକ ଶକ୍ତିଶାଳୀ ଦଳ ହୋଇଥିବା ବେଳେ ଆମ ଦଳର ପ୍ରଦର୍ଶନକୁ ନେଇ ମୁଁ ଖୁସି ଅଛି ବୋଲି କୋଚ୍‌ ସଞ୍ଜୀବ ଶର୍ମା କହିଛନ୍ତି। ଅଗଷ୍ଟ ମାସରୁ ଆମେ ଜାତୀୟ କ୍ରୀଡା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲୁ ଯାହାର ସୁଫଳ ମିଳିଛି। ପୁରୀରେ କରାଯାଇଥିବା କ୍ୟାମ୍ପ ଆମ ପାଇଁ ଲାଭଦାୟକ ରହିଥିଲା ବୋଲି ସେ କହିଛନ୍ତି। ଏହା ସହ ସେ ଓଡ଼ିଶା ସରକାରଙ୍କ ପକ୍ଷରୁ ମିଳୁଥିବା ସହାୟତାକୁ ପ୍ରଶଂସା କରିଛନ୍ତି। ଦୀର୍ଘ ୩୬ ବର୍ଷର କ୍ରୀଡା କ୍ୟାରିୟର ମଧ୍ୟରେ କୌଣସି ସରକାରଙ୍କ ନିକଟରୁ ଏଭଳି ସହଯୋଗିତା ଦେଖି ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?