Posted inଜାତୀୟ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପଦରୁ ହଟାଇବାକୁ ସରିଥିଲା ପ୍ରସ୍ତୁତି! ପୁସ୍ତକରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୦।୬: ଲୋକ ସଭା ନିର୍ବାଚନକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନିଜର ପ୍ରଚାର ଅଭିଯାନରେ ବାରମ୍ବାର ଗୋଟିଏ କଥା ଦୋହରାଇଥିଲେ। ସେଇଟି ଥିଲା ଭାଜପା କ୍ଷମତାକୁ ଆସିବା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହଟାଇ ଦିଆଯିବ। ଯଦିଓ ଭାଜପା ପକ୍ଷରୁ ଏଭଳି ଦାବିକୁ ଖଣ୍ଡନ କରାଯାଇଥିଲା। ହେଲେ ପୁଣିଥରେ ଆଦିତ୍ୟନାଥ ଚର୍ଚ୍ଚାକୁ ଆସିଛନ୍ତି।

୨୦୨୨ରେ ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ପ୍ରସ୍ତୁତି ସରିଥିଲା। ଏନେଇ ଦାବି କରିଛନ୍ତି ଇଣ୍ଡିଆନ ଏକ୍ସପ୍ରେସର ବରିଷ୍ଠ ଖବରଦାତା ଶ୍ୟାମପାଳ ଯାଦବ। ସେ ନିଜର ପୁସ୍ତକ ‘At the Heart Of Power: The Chief Ministers Of Uttar Pradesh’ରେ ଏନେଇ ଉଲ୍ଲେଖ କରିଛନ୍ତି।

ଶ୍ୟାମପାଳ ନିଜ ପୁସ୍ତକରେ କହିଛନ୍ତି,ୟୁପି ବିଧାନସଭା ନିର୍ବାଚନ ହେବାକୁ କେବଳ ୯ ମାସ ସମୟ ବାକି ରହିଛି। ଏମିତିରେ ଲକ୍ଷ୍ନୌ ଏବଂ ଦିଲ୍ଲୀରେ ଭାଜପା-ଆର୍‌ଏସ୍‌ଏସ୍‌ ନେତାଙ୍କ ଅନେକ ଥର ବୈଠକ ହୋଇଛି। ଗୋଟିଏ ସମୟରେ ନିଶ୍ଚିତ ହୋଇଯାଇଥିଲା ଯେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ପଦରୁ ହଟାଇ ଦିଆଯିବ। ଯୋଗୀ ଆଦିତ୍ୟନାଥ ନେତୃତ୍ୱରେ କୌଣସି ପରିବର୍ତ୍ତନ କରାଯିବା ପୂର୍ବରୁ ଭାଜପାର ହାଇକମାଣ୍ଡଙ୍କୁ ଆଭାସ ହୋଇଗଲା ଯେ ଏବେ ସରକାର ଚାଲୁଥିବା ଯୋଗୁ ଆଦିତ୍ୟନାଥଙ୍କୁ ପଦରୁ ହଟାଗଲେ ଦଳକୁ କ୍ଷତି ସହିବାକୁ ହେବ।

ତେବେ ଶ୍ୟାମଲାଲ ନିଜ ପୁସ୍ତକରେ ଯୋଗୀଙ୍କୁ ହଟାଯିବାକୁ ଚେଷ୍ଟା ପଛରେ କି କାରଣ ରହିଛି ସେନେଇ ସ୍ପଷ୍ଟ ଭାବେ କହି ନାହାନ୍ତି। ହେଲେ ଯୋଗୀଙ୍କ ଉପରେ ଲେଖାଯାଇଥିବା ୧୬ ପୃଷ୍ଠାରେ ସେ ସରକାରଙ୍କ ବିରୋଧରେ ହେଉଥିବା ବିଷୟକୁ ଉଲ୍ଲେଖ କରିଛନ୍ତି। ଉଦାହରଣ ସ୍ବରୂପ ସେ କହିଛନ୍ତି ଯେ ସେତେବେଳେ ଆଦିତ୍ୟନାଥଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟଙ୍କ ମତଭେଦ ବଢ଼ୁଥିଲା। ଏହି ମାମଲାରେ ସଂଘର ନେତା ଦଖଲ ଦେବା ପରେ ଜୁନ ୨୦୨୧ରେ ମୁଖ୍ୟମନ୍ତ୍ରୀ ହଠାତ କେଶବଙ୍କୁ ଭେଟିବାକୁ ପହଞ୍ଚିଥିଲେ। ଏହି ଭେଟକୁ ସମ୍ପର୍କରେ ସୁଧାର ଭାବେ ଦେଖାଯାଇଥିଲା।

କେଶବ ପ୍ରସାଦଙ୍କୁ ୨୦୧୬ ମସିହା ଏପ୍ରିଲରେ ଉତ୍ତରପ୍ରଦେଶ ଅଧ୍ୟକ୍ଷ କରାଯାଇଥିଲା। ୨୦୧୭ରେ ଭାଜପା ବିଜେତା ହେବା ପରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ତାଙ୍କ ନାମ ରହିଥିଲା। ହେଲେ ଭାଜପାର ଶୀର୍ଷ ନେତୃବୃନ୍ଦ କେଶବଙ୍କ ସ୍ଥାନରେ ଆଦିତ୍ୟନାଥଙ୍କୁ ଉତ୍ତରପ୍ରଦେଶର ଦାୟିତ୍ୱ ନେଇଥିଲେ। ସେବେଠାରୁ ଉଭୟଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?