ଆରମ୍ଭ ହେଲା ନ୍ୟାଶନାଲ ଆର୍ଟ, କ୍ରାଫ୍ଟ ମେଳା

ସମ୍ବଲପୁର,୨୪।୪(ବ୍ୟୁରୋ): ନ୍ୟାଶନାଲ ଆର୍ଟ ଏବଂ କ୍ରାଫ୍ଟ କଟନ୍‌ ସିଲ୍କ ଏକ୍ସପୋ-୨୦୨୨ (ପ୍ରଦର୍ଶନୀ ଓ ମେଳା) ସମ୍ବଲପୁର ଅଇଁଠାପାଲିସ୍ଥିତ ପିଏଚ୍‌ଡି ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି। ମେଳାରେ ୧ଲକ୍ଷରୁ ଅଧିକ ସାମଗ୍ରୀ ପ୍ରଦର୍ଶନୀ ଓ ବିକ୍ରି ସକାଶେ ଉପଲବ୍ଧ ରହିଛି।

ଜାତୀୟ କଳା ଓ ହସ୍ତଶିଳ୍ପ ରେସମୀ ସୂତାର ସାମଗ୍ରୀ ଗ୍ରାହକଙ୍କୁ ଆକର୍ଷିତ କରୁଛି। ସୂଚନା ମୁତାବକ, ଚଳିତ ବର୍ଷ ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ, ଜମ୍ମୁ ଓ କଶ୍ମୀର, ହରିୟାଣା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ନାଗାଲାଣ୍ଡ, କେରଳ, ଆସାମ, ଓଡ଼ିଶା, ମହାରାଷ୍ଟ୍ର ଓ ଛତିଶଗଡ ଅଞ୍ଚଳରୁ କାରିଗରମାନେ ବିଭିନ୍ନ ପ୍ରକାର ଉତ୍ପାଦ ନେଇ ଆସିଛନ୍ତି। ପ୍ରଥମ ଦିନରୁ ହିଁ ଗ୍ରାହକଙ୍କ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ସାମଗ୍ରୀ ମଧ୍ୟରେ ହସ୍ତତନ୍ତ ଶାଢ଼ୀ, ସାଲ, କଶ୍ମିରୀ ଶାଢ଼ୀ, ଜୟପୁର ବେଡ୍‌ସିଟ୍‌, ପାନିପାଟ ବେଡ୍‌ସିଟ୍‌, ସୁଟ୍‌, କୁର୍ତ୍ତା, ବନାରସୀ ସାଲ ଓ ଶାଢ଼ୀ, ଖଦୀ ଶାର୍ଟ, କୁର୍ତ୍ତା, କୋଲକାତା ଟପ ଓ ଜିନ୍ସ, ଜୋତା, ଚପଲ, ବମ୍ବେ ସିଲ୍କ, ହାଇଦ୍ରାବାଦୀ ପର୍ସ ଓ ଅଳଙ୍କାର, ବମ୍ବେ ଫ୍ୟାନ୍ସି ଟପ, ଭାଗଲପୁରୀ ଶାଢ଼ୀ ଓ ପୋଷାକ, କାନପୁର ଚମଡା ବ୍ୟାଗ, ପର୍ସ, ମହିସୁର ଅଗରବତୀ, ଆୟୁର୍ବେଦିକ ତେଲ, ବେବି ସୁଟ୍‌, ଟେବୁଲ ମ୍ୟାଟ, ଡୋର ମ୍ୟାଟ, ହରିୟାଣାର ହ୍ୟାଣ୍ଡଲୁମ, ଟି-ଶାର୍ଟ, ଶାହାରାନପୁର ଆସବାବପତ୍ର, କୋଲକାତାର ଟେରାକୋଟା, କର୍ନାଟକ ଚନ୍ଦନ କାଠ ଖେଳଣା, ରାଜସ୍ଥାନୀ ଚପଲ, ଫିରୋଜାବାଦ କାଚ ଚୁଡି ସମେତ କାରୁକାର୍ଯ୍ୟ ପୂର୍ଣ୍ଣ କାଠ ସାମଗ୍ରୀ ମେଳାରେ ମହଜୁଦ ରହିଛି। ମେଳା ପ୍ରତ୍ୟହ ସକାଳ ୧୦ଟାରୁ ରାତ୍ରି ୧୦ଟା ପର୍ଯ୍ୟନ୍ତ ଖୋଲା ରହୁଛି। ଗ୍ରାହକଙ୍କ ସକାଶେ ପାର୍କିଂ, ଆଲୋକ, ପିଇବା ପାଣି ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଙ୍ଗାଯାଉନି ବିପଦସଙ୍କୁଳ ଶ୍ରେଣୀଗୃହ : ଛାତ୍ରୀଛାତ୍ରଙ୍କ ଜୀବନ ପ୍ରତି ବିପଦ

ନୟାଗଡ଼ ଅଫିସ/ନୂଆଗାଁ (ଡି.ଏନ.ଏ.)୨୭।୯: ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଚାହାଳିସ୍ଥିତ ଜନଶକ୍ତି ନୋଡ଼ାଲ ଉଚ୍ଚବିଦ୍ୟାଳୟରେ କେତେକ ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଫଳରେ ଛାତ୍ରୀଛାତ୍ରଙ୍କ ଜୀବନ...

ପ୍ରକାଶ ପାଇଲା ଓଟିଇଟି ପରୀକ୍ଷାଫଳ

କଟକ ଅଫିସ,୮।୪: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)ର ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। www.bseodisha.ac.in ୱେବସାଇଟରେ ରେଜଲ୍ଟ...

ବନଭୋଜି ବେଶରେ ମହାପ୍ରଭୁ

ପୁରୀ ଅଫିସ,୨୩ା୮:ଶ୍ରୀମନ୍ଦିରରେ ସୋମବାର କୋଳିବିକା ନୀତି ଓ ଶ୍ରୀବିଗ୍ରହଙ୍କ ବନଭୋଜି ବେଶ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଡ଼ଭାଇ ପ୍ରଭୁ ବଳଭଦ୍ର ହାତରେ ବାଡ଼ି...

ପିଆଜ ଟ୍ରକରେ ଗଞ୍ଜେଇ ଚାଲାଣ

ଲମତାପୁଟ/ଜୟପୁର ,୧୪ା୬ (ଡି.ଏନ.ଏ )- କୋରାପୁଟ ଜିଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଲମତାପୁଟ ଫାଣ୍ଡି ପକ୍ଷରୁ ରବିବାର ପୂର୍ବାହ୍ନରେ ପାଟ୍ରୋଲିଂ ବେଳେ ଅଭିନବ ଉପାୟରେ ଗଞ୍ଜେଇ...

ହାଇକୋର୍ଟ ଗଲେ ସୁମିତ୍‌ଙ୍କ ବାପା

ବ୍ରହ୍ମପୁର ଅଫିସ,୧୦।୧: ବ୍ରହ୍ମପୁର ବ୍ରହ୍ମାନଗରର ବହୁଚର୍ଚ୍ଚିତ ତପସ୍ବିନୀ ଦାଶ ଓ ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ସୁମିତଙ୍କ...

ଧରିତ୍ରୀ ପୋର୍ଟାଲ ପ୍ରଭାବ: ତାଲା ପକାଯାଇଥିବା ଗୋରୁଙ୍କୁ ଛାଡ଼ିଲା ଗଞ୍ଜାମ ଏନ୍‌ଏସି , ଭୋକ ଉପାସରେ ବୁଲୁଥିବାରୁ ଖାଦ୍ୟପେୟ ବ୍ୟବସ୍ଥା କରିବାକୁ ଦାବି

ଗଞ୍ଜାମ,୨୯।୩(ଡି.ଏନ୍‌.ଏ.): କରୋନା କଟକଣା ଲାଗି ଗଞ୍ଜାମ ସହର ଶୂନଶାନ। ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା ପରେ ଘରୁ ବାହାରୁନାହାନ୍ତି ଲେକେ। ଗତ ୨୨ ତାରିଖରେ ହୋଇଥିବା...

ଟାଙ୍କିଲିପଦର ଗ୍ରାମ ମୁଖ୍ୟ ରାସ୍ତାରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ପରିଚୟ ଖୋଜୁଛି ପୋଲିସ

ଚନ୍ଦ୍ରଗିରି,୧୮।୫(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ପୋଲିସ ଫାଣ୍ଡି ଅଧୀନ ଟାଙ୍କିଲିପଦର ଗ୍ରାମ ମୁଖ୍ୟ ରାସ୍ତାରୁ ଶୁକ୍ରବାର ମଧ୍ୟରାତ୍ରରେ ଜଣେ ଅଜଣା ମହିଳାଙ୍କ ମୃତଦେହ...

ଯୌତୁକ ପାଇଁ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ

ଅନୁଗୋଳ ଅଫିସ,୪ା୧୦- ଅନୁଗୋଳ ଜିଲା ବନ୍ତଳା ଥାନା ବ୍ରହ୍ମପୁର ଅଞ୍ଚଳରେ ଯୌତୁକ ପାଇଁ ସ୍ତ୍ରୀଙ୍କୁ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ...

Advertisement
Archives

Model This Week