୨ବର୍ଷରେ ସରିବ ଜାତୀୟ ଅଭିଲେଖାଗାର ଡିଜିଟାଇଜେଶନ

ଭୁବନେଶ୍ୱର,୯ା୬(ଶର୍ମିଷ୍ଠା ପାଣିଗ୍ରାହୀ)ରାଜଧାନୀ ଭୁବନେଶ୍ୱରରେ ରାଜ୍ୟ ଅଭିଲେଖାଗାର ସହିତ ଜାତୀୟ ଅଭିଲେଖାଗାରର ଏକ ଆଞ୍ଚଳିକ ଶାଖା ରହିଛି। ମାତ୍ର ଏହି ଜାତୀୟ ଅଭିଲେଖାଗାର ସମ୍ପର୍କରେ ବହୁ ଲୋକ ଜାଣିନାହାନ୍ତି। ଏପରିକି ଦେଶରେ ମଧ୍ୟ ଅଭିଲେଖାଗାରଗୁଡ଼ିକର ବିଭିନ୍ନ ବିକାଶମୂଳକ କାମ ଅନ୍ୟ କ୍ଷେତ୍ର ତୁଳନାରେ ଟିକେ ପଛୁଆ ରହିଥିବା ଲକ୍ଷ୍ୟ କରାଯାଉଛି। ସଂରକ୍ଷଣ, ଅନୁସନ୍ଧାନ, ଗବେଷଣା, ଡିଜିଟାଲାଇଜେଶନ କ୍ଷେତ୍ରରେ କାମ ସବୁ ଏବେ ଆରମ୍ଭ ହେଉଛି। ସାରା ଦେଶରେ ଜାତୀୟ ଅଭିଲେଖାଗାରର ୪ଟି ଶାଖା ରହିଛି। ପୂର୍ବାଞ୍ଚଳ କ୍ଷେତ୍ରରେ ୧୨ଟି ରାଜ୍ୟକୁ ନେଇ ଭୁବନେଶ୍ୱର ଶାଖା କାର୍ଯ୍ୟ କରୁଛି, ଯେଉଁଠି ୧୧ତମ ଶତାବ୍ଦୀଠାରୁ ଆରମ୍ଭ କରି ବିଭିନ୍ନ ତଥ୍ୟ ରହିଛି। ଅନେକ ତାଳପତ୍ର ପୋଥିକୁ ସଂରକ୍ଷିତ କରି ସେଠାରେ ରଖାଯାଇଛି। କେବଳ ଓଡ଼ିଶା ନୁହେଁ, ଅନ୍ୟ ରାଜ୍ୟ ସମ୍ପର୍କିତ ତଥ୍ୟ ମଧ୍ୟ ଏହି ଅଭିଲେଖାଗାର ପ୍ରଦାନ କରେ। ଗତ ଏପ୍ରିଲରୁ ଏହି ଅଭିଲେଖାଗାରରେ ଡିଜିଟାଇଜେନ। ୨ବର୍ଷ ମଧ୍ୟରେ ଏହା ସରିବ। ୧ଲକ୍ଷ ପବ୍ଲିକ ରେକର୍ଡ, ୨୩୦୦ ବେସରକାରୀ କାଗଜପତ୍ର, ୨୦୦ କାଗଜ ପାଣ୍ଡୁଲିପି, ୪୫୦ ତାଳପତ୍ର ପୋଥିର ଡିଜିଟାଇଜେଶନ କାମ ଆଗେଇ ଚାଲିଛି। ପେଟେଣ୍ଡ ଡିଜାଇନ୍ସ, ପ୍ରତ୍ନତତ୍ତ୍ୱ ବିଭାଗ, ଡାକ ବିଭାଗ, ଖଣି ବିଭାଗ, ପାଣିପାଗ ବିଭାଗର ଦସ୍ତାବିଜ ସହ ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀ ଓ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷ ଯଥା ରମା ଦେବୀ, ମାଳତୀ ଚୌଧୁରୀ, ମନମୋହନ ଚୌଧୁରୀ, ସୁରେନ୍ଦ୍ର ଦ୍ୱିବେଦୀ, ଅନ୍ନପୂର୍ଣ୍ଣା ମହାରଣା, ସୁରତ ଅଲି, ମାୟାଧର ମାନସିଂହ ପ୍ରମୁଖଙ୍କ ଦସ୍ତାବିଜ ସଂରକ୍ଷିତ ହୋଇରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏସବୁ ଦସ୍ତାବିଜ୍‌ର ଡିଜିଟାଇଜେଶନ ପ୍ରକ୍ରିୟା ଚାଲିଥିବା ସୂଚନା ଦିଆଯାଇଛି।
ଏ ନେଇ ଅଭିଲେଖାଗାରର ସହକାରୀ ନିର୍ଦ୍ଦେଶକ ଡ. ସତ୍ୟନାରାୟଣ ମିଶ୍ର କହିଛନ୍ତି, ଅଭିଲେଖାଗାର ମୁଖ୍ୟ କାର୍ଯ୍ୟ ନେଇ ଅନେକେ ଏତେଟା ସଚେତନ ନୁହନ୍ତି। ଅଭିଲେଖାଗାରକୁ ନେଇ କିଭଳି ସଚେତନତା ସୃଷ୍ଟି ସହ ଅଧିକରୁ ଅଧିକ ଆକ୍ଟିଭିଟି ହେବ ସେଥିପାଇଁ ଆମେ ଏବେ ଧ୍ୟାନ ଦେଉଛୁ। ସେଥିପାଇଁ ୨ମାସ ହେବ ଏକ ମାସିକ ଆଲୋଚନାଚକ୍ରର ଆୟୋଜନ କରାଯାଉଛି। ଓଡ଼ିଶା ତଥା ବାହାରର ସ୍କଲାରମାନେ ଆସି ଏଠାରେ ଗବେଷଣା କରୁଛନ୍ତି। ଐତିହାସିକ ତଥ୍ୟ, ଦସ୍ତାବିଜ ସଂରକ୍ଷଣ ସହ ଡିଜିଟାଇଜେଶନ ଦିଗରେ ଏବେ ଅଧିକ ଫୋକସ୍‌ ଦେଉଛୁ। ଖୁବ୍‌ଶୀଘ୍ର ଘରେ କିମ୍ବା ବାହାରେ ରହୁଥିବା ସ୍କଲାରମାନେ ସହଜରେ ତଥ୍ୟ ପାଇପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ସହ ନୂଆ ଲୁକରେ ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨।୮: ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛନ୍ତି, ରିପୋର୍ଟ ଅନୁସାରେ ସେ ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହୋଇପାରନ୍ତି। IPL 2027 ନିଲାମ ପୂର୍ବରୁ ସେ ଚେନ୍ନାଇ…

ଶେଷ ହେବ ଆମେରିକା-ଇରାନ ଯୁଦ୍ଧ? ଚୁକ୍ତିନାମାରେ ହର୍ମୁଜ ସମ୍ପର୍କରେ କ’ଣ ନିଷ୍ପତ୍ତି ନିଆଯାଇଥିଲା, ଜାଣନ୍ତୁ

ଓ୍ବାଶିଂଟନ,୨।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ହର୍ମୁଜ ପ୍ରଣାଳୀ ପ୍ରସଙ୍ଗରେ ଇରାନ ଉପରେ ଆକ୍ରମଣ କରିବା କଥା କହିଛନ୍ତି। ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ…

ଗୋଟିଏ ଦିନରେ ୧୬ ପଦକ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଶନିବାର ଭାରତ ମୋଟ ୧୬ ଟି ପଦକ ଜିତିଥିଲା, ଯେଉଁଥିରେ ୮ ଟି ସ୍ବର୍ଣ୍ଣ ପଦକ ସାମିଲ ଥିଲା। ସବୁଠାରୁ ଚମତ୍କାର ପ୍ରଦର୍ଶନ…

ମସ୍କୋରେ ବୋମା ବିସ୍ଫୋରଣ; ୩ ମୃତ ୨୧ ଆହତ

ମସ୍କୋ,୨।୮: ଶନିବାର ସାରେ (ଅଗଷ୍ଟ ୧) ରୁଷିଆର ରାଜଧାନୀ ମସ୍କୋର ଏକ ରେଷ୍ଟୁରାଣ୍ଟ ନିକଟରେ ବିସ୍ଫୋରଣରେ ତିନି ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୨୧ ଜଣ…

ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ: ଶବ ବ୍ୟବଚ୍ଛେଦ ପାଇଁ ୩୬ ଘଣ୍ଟାର ପ୍ରତୀକ୍ଷା, ୩ଟି ମେଡିକାଲ ବୁଲିଲେ …

ଥୁଆମୂଳ ରାମପୁର, ୨।୮ (ଦୁର୍ଗା କୀର୍ତ୍ତି): ମୃତ୍ୟୁ ପରେ ମଧ୍ୟ ମିଳିଲାନି ସମ୍ମାନ। ଶବ ବ୍ୟବଚ୍ଛେଦ ପାଇଁ ଶୋକସନ୍ତପ୍ତ ପରିବାରକୁ ଦୀର୍ଘ ୩୬ ଘଣ୍ଟା ଧରି ସଂଘର୍ଷ…

ଆଣ୍ଟାର୍କଟିକାର କୋନ୍‌କୋର୍ଡିଆରେ ୧୬ ବର୍ଷର ରେକର୍ଡ ଥଣ୍ଡା

ନୂଆଦିଲ୍ଲୀ, ୨ା୮: ଉତ୍ତର ଗୋଲାର୍ଦ୍ଧର ଦେଶଗୁଡ଼ିକ (ୟୁରୋପ, ଉତ୍ତର ଆମେରିକା, ଏସିଆ) ଗ୍ରୀଷ୍ମକାଳୀନ ପ୍ରଚଣ୍ଡ ତାପମାତ୍ରା ଓ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେଉଥିବା ବେଳେ ଦକ୍ଷିଣ ଗୋଲାର୍ଦ୍ଧରେ…

ସପିଂ ସେଣ୍ଟରରେ ଆଖିବୁଜା ଗୁଳି ଚାଳନା, ୩ ମୃତ

ଓ୍ବାଶିଂଟନ,୨।୮: ଆମେରିକାରେ ଗୁଳିକାଣ୍ଡ ଘଟଣା ବଢ଼ିବାରେ ଲାଗିଛି। ସଦ୍ୟତମ ଘଟଣାଟି ଆଇଡାହୋର ଟ୍ବିନ ଫଲ୍ସ ସହରରେ ଘଟିଛି, ଯେଉଁଠାରେ ଶନିବାର ଅପରାହ୍ନରେ ଜଣେ ଆକ୍ରମଣକାରୀ ଏକ ସପିଂ…

ଏଇ ଭାରତରେ

ବେଙ୍ଗାଲୁରୁର ସୂର୍ଯ୍ୟ ଉତ୍କର୍ଷ ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି। ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ଅନେକ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri