Posted inଖେଳ

ପାକିସ୍ତାନକୁ ବଡ ଝଟ୍‌କା: ଫୁସଫୁସ୍‌ ସଂକ୍ରମଣକୁ ନେଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ଏହି ଷ୍ଟାର ବୋଲର୍‌

ଲାହୋର,୨୮।୯: ପାକିସ୍ତାନ କ୍ରିକେଟ ଟିମ୍‌କୁ ବଡ଼ ଝଟ୍‌କା। ଦଳର ତାରକା ଦ୍ରୁତ ବୋଲର୍‌ ନସିମ ଶାହ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ କିଛି ଦିନ ଧରି ପ୍ରବଳ ଜ୍ୱର ହୋଇଥିଲା। ଏପରିକି ତାଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ତାଙ୍କର ଡେଙ୍ଗୁ ଟେଷ୍ଟ କରାଯିବା ସହ ଚିକିତ୍ସା କରାଯାଉଛି। ଏଭଳି ସ୍ଥିତିରେ ସେ କେବେ ସୁସ୍ଥ ହେବେ ତାହା ସ୍ପଷ୍ଟ ହୋଇନାହିଁ। ଆଗାମୀ ଦିନରେ ବିଶ୍ୱକପ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଆସୁଥିବାରୁ ଦଳ ପାଇଁ ଏହା ଚିନ୍ତାର କାରଣ ପାଲଟିଛି।

କହିରଖୁଛୁ, ପାକିସ୍ତାନ ଟିମ୍‌ ଏବେ ଇଂଲଣ୍ଡ ବିପକ୍ଷରେ ୭ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଟି୨୦ ସିରିଜ୍‌ ଖେଳୁଛି। ସେପ୍ଟେମ୍ବର ୨୮ରେ ଏହାର ୫ମ ମୁକାବିଲା ଖେଳାଯିବ। ଏଯାବତ ଖେଳାଯାଇଥିବା ୪ ମ୍ୟାଚ୍‌ରେ ଉଭୟ ଟିମ୍‌ ବରାବର ସ୍ଥିତିରେ ରହିଛନ୍ତି। ପାକିସ୍ତାନର ଷ୍ଟାର ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦି ଆହତ ଥିବା ଯୋଗୁ ଇଂଲଣ୍ଡରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅନୁପସ୍ଥିତିରେ ନସିମ ମୁଖ୍ୟ ବୋଲର ଭୂମିକା ତୁଲାଇ ଆସୁଥିଲେ। ଏବେ ସେ ମଧ୍ୟ ଦଳରୁ ବାହାରିଥିବା ଯୋଗୁ ଦଳ ଚିନ୍ତାରେ ରହିଛି। ତେବେ ନସିମ ସୁସ୍ଥ ହୋଇ ବିଶ୍ୱକପ୍‌ ଟିମ୍‌ ସହ ଯୋଡ଼ି ହେବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୫୫ ରନ୍‌ରେ ଅଟକିଲା ମୁମ୍ବାଇ

ମୁମ୍ବାଇ,୨୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ରବୀନ୍ଦ୍ର ଜାଡେଜା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।...

୧୧ ବର୍ଷ ତଳେ ପାକିସ୍ତାନରେ ଶ୍ରୀଲଙ୍କା କ୍ରିକେଟ ଦଳ ଉପରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ

ଇସଲାମାବାଦ୍‌,୩।୩: ପାକିସ୍ତାନକୁ ଯାଇଥିବା ଶ୍ରୀଲଙ୍କା କ୍ରିକେଟ ଦଳ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଇତିମଧ୍ୟରେ ୧୧ ବର୍ଷ ବିତିଛି। ୨୦୦୯ ମାର୍ଚ୍ଚ ୩ରେ ଲାହୋରସ୍ଥିତ...

୨-୧ରେ ସିରିଜ ଜିତିଲା ଭାରତ

ହାଇଦ୍ରାବାଦ,୨୫।୯: ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଟି୨୦ ସିରିଜର ତୃତୀୟ ତଥା ଅନ୍ତିମ ମୁକାବିଲାରେ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କ...

ଇନିଂସ ବିଜୟ ସହ ବିଦାୟ ନେଲେ

ଖ୍ରୀଷ୍ଟଚର୍ଚ୍ଚ,୧୧।୧: ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶକୁ ୩ ଦିନ ମଧ୍ୟରେ ଏକ ଇନିଂସ ଓ ୧୧୭ ରନ୍‌ରେ ହରାଇ ଦେଇଛି ନ୍ୟୁଜିଲାଣ୍ଡ। ଏଭଳି ଫଳାଫଳ...

ମେସି ମାଇଲଷ୍ଟୋନ

ରେକର୍ଡ ଷଷ୍ଠଥର ପାଇଁ ବାଲୋନ ଡି’ ଅର ପୁରସ୍କାର ହାସଲ କରିଥିବା ଲିଓନେଲ ମେସି ବାର୍ସିଲୋନା ପାଇଁ ୭୦୦ତମ ମ୍ୟାଚ ଖେଳିଛନ୍ତି। ଚାମ୍ପିୟନ୍ସ ଲିଗ୍‌ରେ ବୋରୁସିଆ...

ଓଲିଭିଏରା ଜିତିଲେ ମୋଟୋ ଜିପି

ମଣ୍ଟମେଲୋ(ସ୍ପେନ୍‌),୭ା୬(ଏପି)-ମିଗୁଏଲ ଓଲିଭିଏରା କାଟାଲୋନିଆ ଜିପି ଜିତିଛନ୍ତି। ଚଳିତ ସିଜନରେ ଏହା ତାଙ୍କର ପ୍ରଥମ ମୋଟୋ ଜିପିି ବିଜୟ। ପ୍ରାୟ ୨୦,୦୦୦ ଦର୍ଶକଙ୍କ ଉପସ୍ଥିତିରେ ଏ‘ହି ରେସ୍‌...

ମହାମୁକାବିଲା ପୂର୍ବରୁ ପାକିସ୍ତାନକୁ ଝଟ୍‌କା

ଦୁବାଇ, ୨୧।୧୦: ଟି -୨୦ ବିଶ୍ୱକପ ୨୦୨୧ ପୂର୍ବରୁ ପାକିସ୍ତାନକୁ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ବୁଧବାର ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍‌ରେ ଦଳ ଦକ୍ଷିଣ...

ମୋରିସ ଖେଳିବା ସମ୍ଭାବନା କମ୍‌

ଦୁବାଇ, ୨୪।୯(ପି.ଟି.)- ଆହତ ସମସ୍ୟାରୁ ସମ୍ପୂର୍ଣ୍ଣ ମୁକୁଳି ନ ଥିବାରୁ କ୍ରିସ୍‌ ମୋରିସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପକ୍ଷରୁ ଆଗାମୀ ମ୍ୟାଚରେ ମଧ୍ୟ ଖେଳିବା...

Advertisement
Archives

Model This Week