Posted inଜାତୀୟ

ଭାଜପାରେ ଯୋଗ ଦେଲେ କଂଗ୍ରେସ କାର୍ଯ୍ୟକାରୀ ସଭାପତି

ଶିମ୍‌ଲା,୨୮।୯: ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ଝଟକା ଦେଇଛି। ହିମାଚଳ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହର୍ଷ ମହାଜନ ଭାଜପାରେ ଯୋଗ ଦେଇଛନ୍ତି। ସେ ଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡା ଏବଂ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି। ଦଳରେ ହର୍ଷଙ୍କୁ ପୂର୍ଣ୍ଣ ସମ୍ମାନ ଦିଆଯିବ ବୋଲି ଗୋୟଲ କହିଛନ୍ତି। ହର୍ଷ ମହାଜନ ଚମ୍ବା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି। ୨୦୦୩-୦୮ରୁ ସେ ବିରଭଦ୍ର ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ।
ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂଙ୍କ ଅନ୍ୟତମ ବିଶ୍ୱସ୍ତ ବ୍ୟକ୍ତି ଥିଲେ ହର୍ଷ ମହାଜନ। ୧୯୯୩ ରୁ ୨୦୦୭ ପର୍ଯ୍ୟନ୍ତ ହର୍ଷ ଚମ୍ବା ବିଧାନସଭା ନିର୍ବାଚନମଣ୍ଡଳୀରୁ ତିନିଥର ବିଧାୟକ ଥିଲେ। ୨୦୦୩ରେ ମହାଜନ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ। ୧୯୮୬ରୁ ୧୯୯୬ ପର୍ଯ୍ୟନ୍ତ ମହାଜନ ପ୍ରଦେଶ ଯୁବ କଂଗ୍ରେସର ସଭାପତି ଥିଲେ। ୨୦୧୨ରେ, ସେ ରାଜ୍ୟ ସମବାୟ ବ୍ୟାଙ୍କର ଚେୟାରମ୍ୟାନ ଭାବରେ ନିଯୁକ୍ତ ହୋଇଥିଲେ। କଂଗ୍ରେସ ପ୍ରତି ତାଙ୍କର ବିଶ୍ୱସ୍ତତା ଦେଖି ହାଇକମାଣ୍ଡ ତାଙ୍କୁ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌-୪୦୦ ମିଶାଇଲ୍‌ ଡିଫେନ୍ସ୍‌ ସିଷ୍ଟମ୍‌ ବାଟରେ କଣ୍ଟା ସାଜିଛି ଆମେରିକା

ନୂଆଦିଲ୍ଲୀ,୧୬।୧: ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ରୁଷ୍‌ଠାରୁ ଏସ୍‌-୪୦୦ ମିଶାଇଲ୍‌ ଡିଫେନ୍ସ୍‌ ସିଷ୍ଟମ କିଣାଯିବା ଲାଗି ଚୁକ୍ତି ସ୍ବାକ୍ଷର ହୋଇଛି। ତେବେ ବାଟରେ...

କୋଭିଡ ଭୟରେ ୧୦ ବର୍ଷର ପୁଅ ସହ ୩ ବର୍ଷ ହେଲା ଘରେ ବନ୍ଦ ଥିଲେ ମହିଳା, ସ୍ୱାମୀଙ୍କୁ ବି ଆସିବାକୁ ଦେଉ ନ ଥିଲେ ଅନୁମତି

ଗୁରୁଗ୍ରାମ,୨୩ ।୨: ଗୁରୁଗ୍ରାମ ଥାନା ସେକ୍ଟର-୨୯ରେ ମାରୁତି ବିହାର ସୋସାଇଟିରେ ଜଣେ ମହିଳା କରୋନା ସଂକ୍ରମଣ ଭୟରେ ଗତ ୩ ବର୍ଷ ହେବ ନିଜକୁ ଓ...

ଲୋକଙ୍କ ପକେଟରେ ନିଆଁ ଲାଗିଛି, ଦରଦାମ ବୃଦ୍ଧି ନେଇ ଅଧୀର ରଞ୍ଜନଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ, ୨।୮ : ଦେଶରେ ଦରଦାମ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉତ୍ତର ସମ୍ପର୍କରେ କଂଗ୍ରେସ ନେତା ଅଧୀର ରଞ୍ଜନ ଭାଜପା ସରକାରଙ୍କ ନୀତିକୁ କଡ଼ା...

ଟୁଇଟରରେ ଭାରତର ଭୁଲ୍‌ ମାନଚିତ୍ର, ପ୍ରତିବାଦ ପରେ ହଟାଇଲା

ନୂଆଦିଲ୍ଲୀ,୧।୧: ଟୁଇଟର ହ୍ୟାଣ୍ଡଲରେ ଭାରତର ଭୁଲ୍‌ ମାନଚିତ୍ର ପ୍ରକାଶ ପାଇଥିଲା। କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଶନିବାର ଏନେଇ ଉକ୍ତ ମେସେଜିଂ ପ୍ଲାଟ୍‌ଫର୍ମକୁ...

ଭାରତରେ ପହଞ୍ଚିଲା ଆଉ ୩ ରାଫାଲ

ନୂଆଦିଲ୍ଲୀ,୨୩ା୨: ଫ୍ରାନ୍ସରୁ ଆଉ ୩ ରାଫାଲ ବିମାନ ଭାରତରେ ପହଞ୍ଚିଛି। ବାୟୁସେନା ଅନୁଯାୟୀ, ୩୬ଟି ରାଫାଲ ଯୁଦ୍ଧ ବିମାନ ପାଇଁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ...

ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକାକୁ ଆସନ୍ତା ସପ୍ତାହରେ ମଞ୍ଜୁରୀ ଦେଇପାରନ୍ତି ସରକାର

ନୂଆଦିଲ୍ଲୀ,୨୩।୧୨: କରୋନା ପ୍ରତିଷେଧକ ଟିକାକୁ ସାର୍ବଜନୀକ ଭାବେ ଦେବା ପାଇଁ ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତା ସପ୍ତାହରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନିକା...

କଂଗ୍ରେସରେ ସଙ୍କଟମୋଚକଙ୍କ ଅଭାବ: ହାଇକମାଣ୍ଡଙ୍କୁ ନାହିଁ ଭୟ

ନୂଆଦିଲ୍ଲୀ, ୧୩।୭: ମଧ୍ୟପ୍ରଦେଶ ପରେ ଏବେ ରାଜସ୍ଥାନରେ ଶାସକ କଂଗ୍ରେସ ଦଳରେ ଅସନ୍ତୋଷ ବଢ଼ିଚାଲିଛି। ୧୩୫ ବର୍ଷ ସର୍ବପୁରାତନ ରାଜନୈତିକ ଦଳରେ ଏଭଳି ସ୍ଥିତି ଲଗାତାର...

ଅନୁଚ୍ଛେଦ ୩୭୦ ହଟିବା ପରେ ଜମ୍ମୁ-କଶ୍ମୀରରେ ୩୪ ଜଣ କିଣିଛନ୍ତି ଜମି…

ନୂଆଦିଲ୍ଲୀ, ୨୯।୩ : କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଙ୍ଗଳବାର  ଲୋକ ସଭାରେ କହିଛନ୍ତି ଯେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ଏଠାରେ ୩୪ ଜଣ...

Advertisement
Archives

Model This Week