ନାସାର ମୁଖ୍ୟ ପ୍ରଯୁକ୍ତିବିତ୍‌

ଏ ସି ଚରନିଆ

ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା) ପୃଥିବୀର ଅନ୍ୟାନ୍ୟ ମହାଶୂନ୍ୟ ଗବେଷଣା ସଂସ୍ଥାଠାରୁ ବହୁ ଆଗରେ ରହିଛି। ଏହାର ମୁଖ୍ୟ ପ୍ରଯୁକ୍ତିବିତ୍‌ଙ୍କ ଭୂମିକା ସର୍ବଦା ଗୁରୁତ୍ୱ ରଖିଥାଏ। ନିକଟରେ ଭାରତୀୟ-ଆମେରିକୀୟ ଭବ୍ୟ ଲାଲ୍‌ ଏହି ପଦବୀରୁ ଅବ୍ୟାହତି ନେବା ପରେ ଆଉ ଜଣେ ଭାରତୀୟ-ଆମେରିକୀୟ ଏ ସି ଚରନିଆ ସେଥିରେ ଅବସ୍ଥାପିତ ହୋଇଛନ୍ତି। କ୍ରମାଗତ ଦୁଇ ଜଣ ଭାରତୀୟ-ଆମେରିକୀୟ ନାସା ଭଳି ସଂସ୍ଥାରେ ମୁଖ୍ୟ ପ୍ରଯୁକ୍ତିବିତ୍‌ ଆସନରେ ଆସୀନ ହେବା ଗୌରବର କଥା। ବିଶ୍ୱବ୍ୟାପୀ ପ୍ରଯୁକ୍ତି କ୍ଷେତ୍ରରେ ଭାରତୀୟ ହୁଅନ୍ତୁ ବା ଭାରତୀୟ ବଂଶୋଦ୍ଭବଙ୍କ ଉତ୍କର୍ଷ ପ୍ରଦର୍ଶନ ନୂଆ ପିଢ଼ିକୁ ଆହୁରି ଭଲ କରିବା ଲାଗି ପ୍ରେରଣା ଯୋଗାଇବ।
ଭାରତୀୟ-ଆମେରିକୀୟ ଏରୋସ୍ପେସ୍‌ ବିଶେଷଜ୍ଞ ଏ ସି ଚରନିଆ ଜର୍ଜିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରୁ ଏରୋସ୍ପେସ୍‌ ଇଞ୍ଜିନିୟରିଂରେ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ସେ ମଧ୍ୟ ଏମୋରି ୟୁନିଭର୍ସିଟିରୁ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ପ୍ରଯୁକ୍ତି ସହ ଅର୍ଥନୀତିରେ ଚରନିଆଙ୍କ ଜ୍ଞାନ ତାଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଛି। ନାସାରେ ଯୋଗଦେବା ପୂର୍ବରୁ ସେ ‘ରିଲାଏବଲ୍‌ ରୋବୋଟିକ୍ସ’ରେ ଭାଇସ୍‌-ପ୍ରେସିଡେଣ୍ଟ ଭାବେ କାର୍ଯ୍ୟ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ସାର୍ଟିଫାଏଡ୍‌ ଅଟୋନମସ୍‌ ଭେହିକିଲ୍ସକୁ କମର୍ସିଆଲ୍‌ ଏଭିଏଶନ୍‌ କରିବାରେ ରିଲାଏବଲ୍‌ ରୋବୋଟିକ୍ସ କାର୍ଯ୍ୟ କରିଥାଏ। ଚରନିଆ ମଧ୍ୟ ‘ବ୍ଲୁ ଅରିଜିନ୍‌’ ସହ ଜଡ଼ିତ ଥିଲେ। ସେଥିରେ ଲୁନାର ପର୍ମାନେନ୍ସ ଷ୍ଟ୍ରାଟେଜି, ବ୍ଲୁ ମୁନ୍‌ ଲୁନାର ଲାଣ୍ଡ୍‌ର ପ୍ରୋଗ୍ରାମ୍‌ ଏବଂ ନାସାରେ ହେଉଥିବା ବହୁବିଧ ପ୍ରଯୁକ୍ତି କାର୍ଯ୍ୟକ୍ରମରେ କାର୍ଯ୍ୟ କଲାବେଳେ ବହୁ ଅଭିଜ୍ଞତା ଅର୍ଜନ କରିଥିଲେ। ରିଚାର୍ଡ ବ୍ରାନ୍‌ସନଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଭର୍ଜିନ୍‌ ଗାଲାକ୍‌ଟିକ୍‌’ (ଏବେ ତାହା ଭର୍ଜିନ ଅର୍ବିଟ୍‌)ରେ ଚରନିଆଙ୍କ କାର୍ଯ୍ୟ ଉଲ୍ଲେଖନୀୟ ଥିଲା। ନାସାର ଅଭିନବ ବିକଶିତ କାର୍ଯ୍ୟକ୍ରମ ହାଇ ସ୍ପିଡ୍‌ ପଏଣ୍ଟ-ଟୁ-ପଏଣ୍ଟ ଟ୍ରାନ୍ସପୋର୍ଟେଶନକୁ ଗତିଶୀଳ କରିବାରେ ତାଙ୍କ ଭୂମିକା ମଧ୍ୟ ସର୍ବାଗ୍ରେ ଥିଲା। ଏବେ ଚରନିଆ ନାସାର ମୁଖ୍ୟ ପ୍ରଯୁକ୍ତିବିତ୍‌ ହେବା ପରେ ସେ ଅନ୍ୟାନ୍ୟ ସରକାରୀ ସଂସ୍ଥା, ଘରୋଇ କ୍ଷେତ୍ର ଏବଂ ବୈଦେଶିକ ବ୍ୟାପାର ସହିତ ଯୋଗାଯୋଗ ରଖୁଥିବା ବିଭାଗ ସହ ପ୍ରଯୁକ୍ତିଭିତ୍ତିକ ସମ୍ବନ୍ଧ ସ୍ଥାପନ କ୍ଷେତ୍ରରେ କାର୍ଯ୍ୟ କରିବେ। ନାସାର ମୁଖ୍ୟାଳୟରେ ଟେକ୍ନୋଲୋଜି ନୀତି ଓ କାର୍ଯ୍ୟକ୍ରମ ସମ୍ପର୍କିତ କାର୍ଯ୍ୟର ମୁଖ୍ୟ ଆଡ୍‌ମିନିଷ୍ଟ୍ରେଟର ବିଲ୍‌ ନେଲ୍‌ସନଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ଚରନିଆ କାର୍ଯ୍ୟ କରିବା ତାଙ୍କ ବ୍ୟକ୍ତିତ୍ୱକୁ ଆହୁରି ବିକଶିତ କରିଛି। ଚରନିଆଙ୍କ ନିଯୁକ୍ତିରେ ଭବ୍ୟ ଲାଲ୍‌ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ନାସାର ପ୍ରତ୍ୟେକଟି ମିଶନ୍‌ରେ ପ୍ରଯୁକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି। ଅଭିନବତ୍ୱ କ୍ଷେତ୍ରରେ ନାସା ଆହୁରି ଅନେକ ପରୀକ୍ଷଣ କରି ବିଶ୍ୱ ସମ୍ମୁଖରେ ନେତୃତ୍ୱ ନେବାରେ ଲାଗିଛି। ଆଉ ଏହି କାର୍ଯ୍ୟକୁ ଆଗକୁ ବଢ଼ାଇବାରେ ଚରନିଆଙ୍କ ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତା ବେଶ୍‌ ସହାୟକ ହେବ ବୋଲି ଲାଲ୍‌ କହିଛନ୍ତି। ଚରନିଆ ନାସାର ଏଭଳି ଗୁରୁଦାୟିତ୍ୱ ବହନ କରିବା ଅବସରରେ କହିଛନ୍ତି, ସେ ସର୍ବଦା ପ୍ରଯୁକ୍ତି କ୍ଷେତ୍ରରେ ଥିବା ଆହ୍ବାନକୁ ସମ୍ମୁଖୀନ କରିବାକୁ ଚାହିଁଥାଆନ୍ତି। ଯେତେବେଳେ କୌଣସି ମିଶନ୍‌ରେ ଅଧିକ ଅସୁବିଧା ଭୋଗିବାକୁ ପଡ଼ିଥାଏ, ସେତେବେଳେ ସେ ତାହା ଉପରେ ଅହର୍ନିଶ ପରୀକ୍ଷଣ କରିଥାଆନ୍ତି; ଆଉ ତାହା ହିଁ ତାଙ୍କୁ ପରବର୍ତ୍ତୀ ସମୟରେ ସଫଳତା ଦେଇଥାଏ ବୋଲି ସେ କହିଛନ୍ତି। ବାସ୍ତବରେ ଚରନିଆଙ୍କ ପ୍ରଯୁକ୍ତି ଯାତ୍ରା ଯୁବ ପ୍ରଯୁକ୍ତିବିତ୍‌ଙ୍କୁ ଆଗକୁ ଯିବା ଲାଗି ଉତ୍ସାହିତ କରିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri