ମଙ୍ଗଳ ଗ୍ରହରେ ଅନୁଭୂତ ହେଲା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ

ଓ୍ବାଶିଂଟନ୍‌,୧୯।୧୦: ଭୂକମ୍ପ! ଏହି ନାଁ ଶୁଣିଲେ ସମସ୍ତଙ୍କ ମନରେ ଛନକା ପଶେ। ନିକଟରେ ଆଫଗାନିସ୍ତାନରେ ଭୂକମ୍ପ କିପରି ପ୍ରଳୟ ରଚିଥିଲା ଆପଣ ନିଶ୍ଚେ ଜାଣିଥିବେ। ଯେଉଁଥିରେ ହଜାର ହଜାର ନିରୀହ ଲୋକଙ୍କ ଅକାଳରେ ଜୀବନ ଯାଇଛି। ତେବେ କେବଳ ଆଫଗାନିସ୍ତାନ ନୁହେଁ ଭାରତରେ ମଧ୍ୟ ନିକଟ ଅତୀତରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ମୋଟ ଉପରେ କହିବାକୁ ଗଲେ ପୃଥିବୀରେ ଭୂକମ୍ପର କଳା ଇତିହାସ ଲମ୍ବା। ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ପୃଥିବୀରେ କେବଳ ଭୂକମ୍ପ ହୁଏ ନାଁ ଅନ୍ୟଗ୍ରହ ଗୁଡିକରେ ଭୂକମ୍ପ ଅନୁଭୂତ ହୁଏ? ଆପଣ ଠିକ୍‌ ଭାବିଛନ୍ତି। କେବଳ ପୃଥିବୀ ନୁହେଁ ଅନ୍ୟ ଗ୍ରହଗୁଡିକରେ ମଧ୍ୟ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୁଏ। ନିକଟରେ ଚନ୍ଦ୍ରପୃଷ୍ଠ ଏବଂ ମଙ୍ଗଳ ଗ୍ରହରେ ଭୂକମ୍ପ ହେବା ନେଇ ସୂଚନା ମିଳିଛି।

ରିକ୍ଟର ସ୍କେଲର ତୀବ୍ରତା ୪.୭ରେ ମଙ୍ଗଳରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପ ଗତ ବର୍ଷ ମେ ୪ତାରିଖରେ ଅନୁଭୂତ ହୋଇଥିଲା। ଏହି ତୀବ୍ରତା ପୃଥିବୀପୃଷ୍ଠରେ ସାମାନ୍ୟ ରହିଥିଲେ ମଧ୍ୟ ମଙ୍ଗଳପୃଷ୍ଠରେ ପୃଥିବୀର ଭୂକମ୍ପ ତୀବ୍ରତା ଠାରୁ ଯଥେଷ୍ଟ ଅଧିକ ଥିଲା। ସ୍ପେସ ଏଜେନ୍ସି ନାସାର ଇନସାଇଟ ଲ୍ୟାଣ୍ଡର ଏନେଇ ସୂଚନା ପ୍ରଦାନ କରିଛି।

ଗତ ୪ବର୍ଷ ମଧ୍ୟରେ ନାସାର ଇନସାଇଟ ଲ୍ୟାଣ୍ଡର ଦ୍ୱାରା ମଙ୍ଗଳପୃଷ୍ଠରେ ୧୩୧୯ ଭୂକମ୍ପ ଚିହ୍ନଟ ହୋଇଛି। ଏହି ସମ୍ପର୍କରେ ଇମ୍ପେରିଆଲ କଲେଜ ଲଣ୍ଡନର ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି।
ସେହିଭଳି ଜିଓଫିଜିକାଲ ରିସର୍ଚ୍ଚ ଲେଟର୍ସ ପତ୍ରିକାରେ ପ୍ରକାଶିତ ତଥ୍ୟରେ ଉଲ୍‌କାପିଣ୍ଡ ଯୋଗୁ ଲାଲ୍‌ ଗ୍ରହ ମଙ୍ଗଳରେ ଭୂକମ୍ପ ହୋଇଥିବା ଅନୁମାନ କରାଯାଉଛି।

ବୈଜ୍ଞାନିକଙ୍କ ଅନୁଯାୟୀ, ଟେକ୍ଟୋନିକ ପ୍ଲେଟର ଚଳନ ଯୋଗୁ ପୃଥିବୀପୃଷ୍ଠରେ ଭୂକମ୍ପ ହୋଇଥାଏ। ସେହିଭଳି ଭାବେ ମଙ୍ଗଳରେ ମଧ୍ୟ ଏକ କଠିନ ପ୍ଲେଟ ରହିଛି। ଯାହାର ଚଳନ ଯୋଗୁ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେଉଛି।
ସୂଚନାଯୋଗ୍ୟ, ମେ ୪ରେ ମଙ୍ଗଳ ଗ୍ରହର ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ଅଲ-କହିରା ୱାଲିସ ଅଞ୍ଚଳରେ ୪.୭ତୀବ୍ରତାର ଭୂକମ୍ପ ହୋଇଥିଲା। ଇନସାଇଟର ଅବସ୍ଥାନ ଠାରୁ ଏହା ପ୍ରାୟ ୧୨୦୦ମାଇଲ ଉତ୍ତରରେ ଅନୁଭୂତ ହୋଇଥିଲା। ଏହି ଭୂକମ୍ପ ସେତେଟା ଶକ୍ତିଶାଳୀ ନ ହେଲେ ମଧ୍ୟ ପୃଥିବୀରେ ଅନୁଭୂତ ହେଉଥିବା ଭୂକମ୍ପ ଠାରୁ କେଇଗୁଣା ଅଧିକ। ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି, ଏହି ତୀବ୍ରତାରେ ପୃଥିବୀରେ ଭୂକମ୍ପ ହେଲେ ବଡ ବଡ ମହଲ ଭୁଶୁଡି ପଡିବା ସହ ଘରର ଝରକା ଭାଙ୍ଗିଯାଇପାରେ। କିନ୍ତୁ ମଙ୍ଗଳ ଗ୍ରହରେ ହୋଇଥିବା ଏହି ଭୂକମ୍ପ ମଙ୍ଗଳପୃଷ୍ଠରେ ବଡ ଧରଣର ହୋଇଥିବ ବୋଲି ଅନୁମାନ କରାଯାଉଛି।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ ମଙ୍ଗଳ ଗ୍ରହର ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ଅଲ-କହିରା ୱାଲିସ ଅଞ୍ଚଳରେ ୪.୭ତୀବ୍ରତାର ଭୂକମ୍ପ ହୋଇଛି। ଇନସାଇଟର ଅବସ୍ଥାନ ଠାରୁ ଏହା ପ୍ରାୟ ୧୨୦୦ମାଇଲ ଉତ୍ତରରେ ଅନୁଭୂତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଞ୍ଚଲ୍ୟକର ଖୁଲାସା: ୨ ମହିଳାଙ୍କୁ ଦଙ୍ଗାକାରୀଙ୍କ ପାଖରେ ଛାଡ଼ିଥିଲା ମଣିପୁର ପୋଲିସ

ନୂଆଦିଲ୍ଲୀ,୧ା୫(ପି.ଟି.):ଗତବର୍ଷ ଭାଜପା ଶାସିତ ରାଜ୍ୟ ମଣିପୁରରେ ଜାତିଆଣ ହିଂସା ଉଗ୍ର ରୂପ ନେଇଥିବାବେଳେ ମେ’ ୪ରେ ପୋଲିସର ଶରଣ ଚାହିଁଥିଲେ କୁକି-ଜୋମି ସମ୍ପ୍ରଦାୟର ୨ ମହିଳା।...

ଖୁସି ଖବର: କମିଲା ଏଲ୍‌ପିଜି ସିଲିଣ୍ଡରର ଦାମ୍‌

ନୂଆଦିଲ୍ଲୀ,୧।୫: ସାରା ଦେଶରେ ଚାଲିଥିବା ଲୋକ ସଭା ନିର୍ବାଚନ ମଧ୍ୟରେ ସାଧାରଣ ଲୋକଙ୍କୁ ପୁନର୍ବାର ଆରାମ ମିଳିଛି। ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

ହାମିଲଟନ ହଲ୍‌କୁ କବ୍‌ଜା କଲେ ବିକ୍ଷୋଭକାରୀ

ନ୍ୟୁୟର୍କ, ୧।୫: ଗତ କିଛିଦିନ ଧରି ପାଲେଷ୍ଟାଇନକୁ ସମର୍ଥନ କରି ଆମେରିକାର ଅନେକ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ ହେଉଥିବାବେଳେ ମଙ୍ଗଳବାର ଏହା ଉଗ୍ରରୂପ ଧାରଣ କରିଛି। କଲମ୍ବିଆ...

କୋଭିଶିଲ୍ଡ ଟିକାର ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଟିଟିଏସ୍‌

ନୂଆଦିଲ୍ଲୀ,୧ା୫: କୋଭିଡ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଭାରତ ସମେତ ବିଭିନ୍ନ ଦେଶରେ କୋଟି କୋଟି ଲୋକ ଅଷ୍ଟ୍ରାଜେନିକା କମ୍ପାନୀର କୋଭିଶିଲ୍ଡ ଟିକା ନେଇଥିଲେ। ଏହି...

ସୁଗନ୍ଧ ହରାଉଛି ଭାରତୀୟ ମସଲା

ହାଇଦ୍ରାବାଦ/ନୂଆଦିଲ୍ଲୀ,୧ା୫: ପ୍ରଥମେ ହଂକଂ ଓ ସିଙ୍ଗାପୁର। ଆମେରିକା ପରେ ଏବେ ଅଷ୍ଟ୍ରେଲିଆ। ଏମିତି ଗୋଟିଏ ପରେ ଗୋଟିଏ ଦେଶରେ ସୁଗନ୍ଧ ହରାଇବସିଛି ଭାରତୀୟ ମସଲା। ଏମ୍‌ଡିଏଚ୍‌...

‘ଆୟୁଷ୍ମାନ୍‌ ଭାରତ ଅତି ଦୁର୍ବଳ’

ନୂଆଦିଲ୍ଲୀ,୧ା୫(ପି.ଟି.):କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ୍‌ ଭାରତ ସ୍ବାସ୍ଥ୍ୟ ଯୋଜନାକୁ ଅତି ଦୁର୍ବଳ ଭାବେ ଗଢ଼ାଯାଇଛି। ଏହାକୁ ଉପଯୁକ୍ତ ପାଣ୍ଠି ମଧ୍ୟ ଯୋଗାଇ ଦିଆଯାଉ ନାହିଁ ବୋଲି ମଙ୍ଗଳବାର...

ଇଡି ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ ନିର୍ବାଚନ ପୂର୍ବରୁ କେଜରିୱାଲଙ୍କୁ କାହିଁକି ଗିରଫ କଲ…

ନୂଆଦିଲ୍ଲୀ,୩୦।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିଜର ଗିରଫଦାରୀ ବିରୋଧରେ କରିଥିବା ଆବେଦନର ଶୁଣାଣି ମଙ୍ଗଳବାର ସୁପ୍ରିମକୋର୍ଟ କରିଛନ୍ତି। ଏହି ସମୟରେ କୋର୍ଟ ଅବକାରୀ ଦୁର୍ନୀତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri