ଚନ୍ଦ୍ରରେ ଓ୍ବାଇ-ଫାଇ ନେଟ୍‌ଓ୍ବାର୍କ ସ୍ଥାପନ ପାଇଁ ନାସାର ଯୋଜନା…

ଓ୍ବାଶିଂଟନ,୧୮।୧୦: ଆମେରିକାର ସ୍ପେସ ଏଜେନ୍ସି ନାସା ଚନ୍ଦ୍ରରେ ୱାଇ-ଫାଇ ନେଟୱାର୍କ ସ୍ଥାପନ କରିବାକୁ ଚିନ୍ତା କରୁଛି। ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି। ଏହା ଦ୍ୱାରା ଆମେରିକାର କେତେକ ଅଞ୍ଚଳରେ ଇଣ୍ଟରନେଟ ସମସ୍ୟାକୁ ଦୂର କରାଯାଇ ପାରିବ। ଭବିଷ୍ୟତର ଆର୍ଟେମିସ ମିଶନରେ ମଧ୍ୟ ଆବଶ୍ୟକ ସହାୟତା ମିଳିପାରିବ। ନାସାର ଗ୍ଲେନ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ମେରି ଲୋବୋ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ଆର୍ଟେମିସ ମିଶନ ଅନ୍ତର୍ଗତ ଚନ୍ଦ୍ରକୁ ମହାକାଶଚାରୀଙ୍କୁ ପଠାଇବା ସମୟରେ ଯୋଗାଯୋଗ ବ୍ୟବସ୍ଥାରେ ଦେଖା ଦେଉଥିବା ସମସ୍ୟାର ସମାଧାନ ଏହା ଦ୍ୱାରା ମଧ୍ୟ ସମ୍ଭବ ହୋଇପାରିବ।

ଗତ ବର୍ଷ ଆର୍ଟେମିସ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଏହାର ଲକ୍ଷ୍ୟ ହେଉଛି ୧୯୭୨ ପରଠାରୁ ପ୍ରଥମ ଥର ପାଇଁ ଚନ୍ଦ୍ରକୁ ମଣିଷ ପଠାଇବା। ଏହି ମିଶନ ଅନ୍ତର୍ଗତ ୨୦୨୧ରେ ଚନ୍ଦ୍ରକୁ ଏକ ମାନବବିହୀନ ମିଶନ ପଠାଇବାର କାର୍ଯ୍ୟକ୍ରମ ରହିଛି। ସେହିପରି ୨୦୨୩ରେ ଚନ୍ଦ୍ର ନିକଟକୁ ଏକ କ୍ରୁ ପଠାଇବାର ଯୋଜନା ରହିଛି। ୨୦୨୪ରେ ଜଣେ ବ୍ୟକ୍ତିଙ୍କୁ ଚନ୍ଦ୍ରରେ ଅବତରଣ କରିବାକୁ ନାସା ପ୍ରସ୍ତୁତି ଆରମ୍ଭ କରିଛି। ଚନ୍ଦ୍ରରେ ୱାଇ-ଫାଇ ନେଟ୍‌ ଓ୍ବାର୍କ ଉପରେ ନିକଟରେ ଏକ ଅଧ୍ୟୟନ ନାସାର କମ୍ପାସ ଲ୍ୟାବ ଦ୍ୱାରା କରାଯାଇଛି।

ଇନସାଇଡର୍‌ ସହ କଥାବାର୍ତ୍ତା କରି କମ୍ପାସ ଲ୍ୟାବ୍‌ର ଷ୍ଟିଭ ଓଲସନ କହିଛନ୍ତି ଯେ ଏହି ଅଧ୍ୟୟନ ଗୁରୁତ୍ୱପୂର୍ଣ୍ଣ କାରଣ ଆର୍ଟେମିସ ବେସକ୍ୟାମ୍ପରେ ରହିଥିବା କ୍ରୁ, ରୋଭର୍ସ, ବିଜ୍ଞାନ ଏବଂ ଖନନ ଉପକରଣର ପୃଥିବୀ ସହିତ ସମ୍ପର୍କ ରଖିବା ପାଇଁ ଏକ ଉତ୍ତମ ଯୋଗାଯୋଗ ବ୍ୟବସ୍ଥାର ଆବଶ୍ୟକତା ରହିଛି। ଚନ୍ଦ୍ରରେ ଓ୍ବାଇ-ଫାଇ ସ୍ଥାପନ ଦ୍ୱାରା ଏହା ସମ୍ଭବ ହୋଇ ପାରିବ।

ସେହିପରି ଆମେରିକାରେ ଉନ୍ନତ ଇଣ୍ଟରନେଟ ସେବା ଅଭାବ ରହିଛି। ନାସା ଏକ ପ୍ରେସ ବିବୃତ୍ତିରେ କହିଛି ଯେ ଆମେରିକାରେ ଡିଜିଟାଲ ଅସମାନତା ଏବଂ ଉନ୍ନତ ଇଣ୍ଟରନେଟ ସେବା କ୍ଷେତ୍ରରେ ସମସ୍ୟା ଦେଖାଦେଉଛି। ଏହା ଯୋଗୁ ଆମେରିକାର ସାମାଜିକ-ଆର୍ଥିକ ବ୍ୟବସ୍ଥା କରୋନା ମହାମାରୀ ଦ୍ୱାରା ଖରାପ ସ୍ଥିତିରେ ରହିଛି। ନ୍ୟାଶନାଲ ଡିଜିଟାଲ ଇନକ୍ଲୁସନ ଆଲାଏନ୍ସର ଏକ ରିପୋର୍ଟ ଅନୁଯାୟୀ, କ୍ଲିଭଲାଣ୍ଡର ପ୍ରାୟ ୩୧ ପ୍ରତିଶତ ଘରେ ବ୍ରଡବ୍ୟାଣ୍ଡ ସୁବିଧା ନାହିଁ।

ପୂର୍ବରୁ ଖବର ଆସିଥିଲା ଯେ ନାସା ଏହାର ପରବର୍ତ୍ତୀ ’ଚନ୍ଦ୍ର ମିଶନ’କୁ ଚନ୍ଦ୍ରକୁ ଆରମ୍ଭ କରିବାକୁ ଯାଉଛି। ଏହି ମିଶନର ଲକ୍ଷ୍ୟ ହେଉଛି ଚନ୍ଦ୍ର ପୃଷ୍ଠରେ ଏକ ସ୍ଥାୟୀ କ୍ରୁ ଷ୍ଟେସନ ନିର୍ମାଣ କରିବା।

ନାସାର ପରବର୍ତ୍ତୀ ଚନ୍ଦ୍ର ମିଶନରେ ଚନ୍ଦ୍ରକୁ ଜଣେ ମହାକାଶଚାରୀ ପଠାଇବା ପୂର୍ବରୁ ଏଜେନ୍ସି ଚନ୍ଦ୍ରର ଶୀତଳ, ଛାୟାଯୁକ୍ତ ଦକ୍ଷିଣ ଗୋଲାର୍ଦ୍ଧରେ ଏକ ଗଲ୍ଫ କୋର୍ଟ ଆକାରର ରୋଭର ଲଞ୍ଚ କରିବାର ଯୋଜନା ରହିଛି। ଏହାର ନାମ ଭୋଲାଟାଇଲ୍‌ ଇନଭେଷ୍ଟିଗେଟିଂ ପୋଲାର ଏକ୍ସପ୍ଲୋରେଶନ ରୋଭର ରଖାଯାଇଛି। ଏହି ରୋଭର ଚନ୍ଦ୍ର ପୃଷ୍ଠରେ ଜଳ ଉତ୍ସ ଖୋଜିବାରେ ୧୦୦ ଦିନ ବିତାଇବ। ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଏହା ପ୍ରଥମ ସର୍ଭେ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

ଜଣଙ୍କୁ ପଢ଼ାଇବା ପାଇଁ ଶିକ୍ଷକଙ୍କ ଦୈନିକ ୫ କି.ମି. ପଦଯାତ୍ରା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୋଲ୍ହାପୁର, ୧୪ା୯ (ପି.ଟି.):ପ୍ରତିଦିନ ସକାଳେ ଶିକ୍ଷକମାନେ ନିଜ ନିଜ ଗାଡ଼ି କିମ୍ବା ବସ୍‌ରେ ସ୍କୁଲ ଯାଉଥିବା ବେଳେ ୫୫ ବର୍ଷୀୟ ଶିକ୍ଷକ ଜୀବନ ମିଥାରୀ କିନ୍ତୁ ଖରା,…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

‘ବ୍ରିକ୍ସ ଥାଳି’ (BRICS Thali) କୁ ନେଇ ରାଜନୀତି ସରଗରମ; ନିରାମିଷ ଖାଦ୍ୟ ତାଲିକାକୁ ନେଇ କଂଗ୍ରେସ-ଭାଜପା ମଧ୍ୟରେ ରାଜନୈତିକ ଲଢ଼େଇ

ନୂଆଦିଲ୍ଲୀ,୧୪।୯: ନୂଆଦିଲ୍ଲୀରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀର ସଫଳ ସମାପ୍ତି ପରେ ଦେଶରେ ଏକ ନୂଆ ରାଜନୈତିକ ବିବାଦ ଦେଖାଦେଇଛି। ଏହି ବିବାଦ ସମ୍ମିଳନୀ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?