ଯାଦବ ସମାଜ ଦ୍ୱାରା ଆୟୋଜିତ ଦୋଳ ଉତ୍ସବରେ ଯୋଗ ଦେଲେ ନରସିଂହ, କହିଲେ…

ବଲାଙ୍ଗୀର,୨।୩( ସୁନିଲ କୁମାର ମହାନ୍ତି); ଦୋଳ ମହୋତ୍ସବ କେବଳ ବଲାଙ୍ଗୀରରେ ନୁହେଁ ସମଗ୍ର ଦେଶରେ ସମସ୍ତ ଜାତି, ଧର୍ମ, ବର୍ଣ୍ଣ ଲୋକେ ଏକତ୍ରିତ ହୋଇ ପାଳନ କରିଥାନ୍ତି । ଯାଦବ ସମାଜ ଏହି ପବିତ୍ର ପର୍ବ ପାଳନର ସୁତ୍ରଧର ସାଜି ଏହି ଉତ୍ସବର ମହତ୍ତ୍ୱକୁ ବଲାଙ୍ଗୀରବାସୀଙ୍କ ମଧ୍ୟରେ ସଂଚାର କରୁଛି । ଏ ଉତ୍ସବ ଅବସରରେ ସମଗ୍ର ଯାଦବ ସମାଜ ସମେତ ବଲାଙ୍ଗୀର ଜିଲାବାସୀଙ୍କୁ ମୁଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ପବିତ୍ର ଦୋଳ ମହୋତ୍ସବ ଆମ ଅଂଚଳରେ ଭାଇଚାରା ଓ ବିିକାଶର ବାର୍ତ୍ତାକୁ ସଂଚରିତ କରୁ ବୋଲି ଆଜି ପୌରାଞ୍ଚଳ ଯାଦବ ମହାସଭା ଦ୍ୱାରା ଆୟୋଜିତ ୩୦ତମ ଦୋଳ ମହୋତ୍ସବରେ ଯୋଗଦେଇ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏ ଅବସରରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦିଓ ଏହି ଉତ୍ସବ ଆୟୋଜନ ଯାଦବ ସମାଜ କରୁଛି , ତଥାପି ମଧ୍ୟ ଏଠାରେ ଆମ ଅଞ୍ଚଳର ପ୍ରତ୍ୟେକ ଜାତି, ଧର୍ମ, ବର୍ଣ୍ଣ ଲୋକେ ସମବେତ ହୋଇ ଭାଇଚାରା ବାର୍ତ୍ତା ବାଣ୍ଟୁଛନ୍ତି । ଏହି ଉତ୍ସବ ସମସ୍ତଙ୍କ ଭିତରେ ଏକତା ଭାବ ଉଦ୍ରେକ କରୁ ଯାହା ଦ୍ୱାରା ଆମେ ସମସ୍ତେ ଏକତ୍ରିତ ହୋଇ ଆମ ଅଞ୍ଚଳକୁ ପ୍ରତ୍ୟେକ କ୍ଷେତ୍ରରେ ବିକଶିତ କରିପାରିବା ।

ସୂଚନାଯୋଗ୍ୟ ଯେ ଜିଲା ଯାଦବ ସମାଜ ଓ ପୌରାଞ୍ଚଳ ଯାଦବ ସମାଜ ବଲାଙ୍ଗୀର ଦ୍ୱାରା ଗତ ୩୦ ବର୍ଷ ଧରି ଦୋଳ ମହୋତ୍ସବ ସୁରୁଖୁରୁରେ ମହାଆଡମ୍ବରରେ ପାଳନ କରାଯାଉଛି । ଯାଦବ ସମାଜ କାର୍ଯ୍ୟାଳୟରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ସହ ଭଗବାନଙ୍କୁ ଦୋଳରେ ବସାଇ ଏହି ଦିନ ନଗର ପରିକ୍ରମା କରାଯାଇଥାଏ । ଏ ବର୍ଷ ଏହି ମହୋତ୍ସବର ମୁଖ୍ୟକର୍ତ୍ତା ଭାବରେ ଯୁବ ଯାଦବ ରାଧାରମଣ ବଗର୍ତ୍ତି ଓ ତାଙ୍କ ଧର୍ମପତ୍ନୀ ସୁଷମା ବଗର୍ତ୍ତି ଦାୟିତ୍ୱ ବହନ କରିଛନ୍ତି। ପୌରାଞ୍ଚଳ ଯୁବ ଯାଦବ ସଭାପତି ସନ୍ଦିପ ବାଗ୍‌ଙ୍କ ନେତୃତ୍ୱରେ ଆୟୋଜିତ ଏହି ଦୋଳ ମହୋତ୍ସବରେ ଖୁସିରାମ ଦିପ, ପ୍ରଦୀପ କୁମାର ଦାଶ, ପିଣ୍ଟୁ ମହାକୁର, ଭବାନି ଦିପ, ତ୍ରିନାଥ ଚନ୍ଦନ, ପ୍ରଫୁଲ୍ଲ ପୋଡ, ସଂପାଦକ ପ୍ରଶାନ୍ତ ଷାଣ୍ଢ, ଉପଦେଷ୍ଟା ସତ୍ୟନାରାୟଣ ବାଗ, ମହେନ୍ଦ୍ର ବାଗ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି । ଏହି ଦୋଳ ଉତ୍ସବରେ ଯାଦବ ସମାଜର ଅନେକ ଯୁବକ, ଛାତ୍ର, ମହିଳାଙ୍କ ସମେତ ସହରର ବିଭିନ୍ନ ରାଜନୈତିକ ନେତୃତ୍ୱମାନେ ଅଂଶଗ୍ରହଣ କରିଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଉତ୍ସାହିତ ଭାଜପା କର୍ମକର୍ତ୍ତା: ଗାଁ ଗାଁରେ ସରକାରୀ ଯୋଜନା ପହଞ୍ଚାଇବା ଲକ୍ଷ୍ୟ

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ଏବେ ରାଜ୍ୟ ଓ କେନ୍ଦ୍ରରେ ଭାଜପା ସରକାର ଶାସନ କରୁଛି। ସେହିପରି କନ୍ଧମାଳ ସଂସଦୀୟ କ୍ଷେତ୍ର ମଧ୍ୟ ଭାଜପା ହାତରେ ରହିଛି। ଏହି ପ୍ରରିପ୍ରେକ୍ଷୀରେ…

CJPର ଆନ୍ଦୋଳନ ପରେ ଆସିଲା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବୟାନ: NEET ପେପର ଲିକ୍‌ ଉପରେ କହିଲେ-ଦୋଷୀଙ୍କୁ…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟିର ସଂସଦ ମାର୍ଚ୍ଚ ପରେ ନିଟ୍‌ (NEET) ପେପର ଲିକ୍‌ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏନଡିଏ…

CJP ପ୍ରତିନିଧିଙ୍କ ସହ ସାକ୍ଷାତ ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ନଡ୍ଡା, କହିଲେ…

ନୂଆଦିଲ୍ଲୀ,୨୧।୭: ପେପର ଲିକ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ସୋସିଆଲ ମିଡିଆରେ ଉଭା ହୋଇଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର…

ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘର ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଛତ୍ରପୁର,୨୧।୭(ଦିଲ୍ଲୀପ ସାମଲ/ଦ୍ଵାରୀକା ପଟ୍ଟନାୟକ): ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନ ମହାବିଦ୍ୟାଳୟରେ ୨୦୦୮ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଦରମା…

ଅଭିଜିତ ଦିପ୍‌କେଙ୍କ ବଡ଼ ପ୍ଲାନ୍‌! ଆଜି ବି ସଂସଦ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟି (CJP) ର ପ୍ରତିଷ୍ଠାତା ଅଭିଜିତ ଦିପ୍‌କେ କହିଛନ୍ତି ଯେ ମଙ୍ଗଳବାର ଦ୍ୱିତୀୟ ଦିନ ପାଇଁ ମଧ୍ୟ ସଂସଦ ପର୍ଯ୍ୟନ୍ତ ମାର୍ଚ୍ଚ ଜାରି…

ଦିଲ୍ଲୀ ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା CJP: ଯେଉଁ ଟ୍ରକ୍‌ରେ ଅଭିଜିତ, ଅଭିନେତା ପ୍ରକାଶ ରାଜ ଥିଲେ…

ନୂଆଦିଲ୍ଲୀ,୨୧।୭: ସଂସଦ ମାର୍ଚ୍ଚ ସମୟରେ ହୋଇଥିବା ଧସ୍ତିଧାସ୍ତିର ଗୋଟିଏ ଦିନ ପରେ ଅର୍ଥାତ୍‌ ମଙ୍ଗଳବାର ‘କକ୍ରୋଚ ଜନତା ପାର୍ଟି’ (CJP) ଦିଲ୍ଲୀ ପୋଲିସ ବିରୋଧରେ ଗୁରୁତର ଅଭିଯୋଗ…

ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ବଡ଼ ଘୋଷଣା କଲା CJP: ଯେ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟିର ମୁଖପାତ୍ର ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା ସୋମବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ସମ୍ମୁଖରେ ନିଜର ଦାବିଗୁଡ଼ିକ ରଖିଛନ୍ତି। ବିଳମ୍ବିତ ସନ୍ଧ୍ୟା…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୪….

କଟକ,୨୧।୭(ପ୍ରଭୁକଲ୍ୟାଣ ପାଲ୍): ରାଜ୍ୟରେ ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଆଉ ଚାରି ଜଣଙ୍କ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଦିଲ୍ଲୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri