Posted inଫୁରସତ

ନନ୍ଦିନୀ: ଏକ ସଂକଳ୍ପର ନାଁ

ନନ୍ଦିନୀ ଶତପଥୀ ଥିଲେ ବାସ୍ତବରେ ଏକ ସଂକଳ୍ପ, ଏକ ସ୍ବାଭିମାନ। ଉଭୟ ରାଜନୀତିରେ, ମାନବ ସେବାରେ, ସାହିତ୍ୟ ରଚନାରେ। ୧୯୩୧ ମସିହା ଆଜିର ଦିନରେ କଟକରେ ତାଙ୍କର ଜନ୍ମ। ଯୁଗନ୍ଧର ଲେଖକ ପଦ୍ମଭୂଷଣ କାଳିନ୍ଦୀଚରଣ ପାଣିଗ୍ରାହୀ ତା’ଙ୍କ ବାପା। ଧୂଳିବାଲିରୁ ଉଠି ଉଠି କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ଦୁଇ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ବି! ରାଜନୀତିର ନାନା ଝଡ଼ଝଞ୍ଜା ଭିତରେ ଥାଇ ବି ନିଜକୁ ତହିଁରୁ ମୁକୁଳାଇ ଗଳ୍ପ, କବିତା, ନିବନ୍ଧ ଲେଖୁଥିଲେ। ଓଡ଼ିଆ ଭାଷାକୁ ବହୁ କାଳଜୟୀ ପୁସ୍ତକର ଅନୁବାଦ କରି ଯଶସ୍ବିନୀ ହୋଇଥିଲେ।
ନନ୍ଦିନୀ ଶୈଶବରୁ ତାଙ୍କ ବୟସର ପୁଅ ଝିଅଙ୍କଠାରୁ ଅଲଗା ଥିଲେ ମନରେ, ବିବେକରେ ଓ ଆଚରଣରେ। ଯାହା ମନସ୍ଥ କରୁଥିଲେ, କରୁଥିଲେ। ଯେଉଁ ବାଟରେ ଯିବା ସ୍ପୃହଣୀୟ ମଣୁଥିଲେ, ସେହି ବାଟରେ ଚାଲୁଥିଲେ। ନିଜ ବିଷୟରେ କହିବାବେଳେ ଠାଏ ସେ କହିଥିଲେ: ‘ମୁଁ ମୋ’ ନିଜ ପାଇଁ ବଞ୍ଚତ୍ନାହିଁ, ବଞ୍ଚତ୍ଛି ସମାଜ ପାଇଁ, ଦେଶ ପାଇଁ।“ ଏକଥା କେବଳ ସେ କହି ନ ଥିଲେ, ନିଜର କର୍ମମୟ ଜୀବନର ପ୍ରତି ପଦପାତରେ କାର୍ଯ୍ୟରେ କରି ଦେଖାଇ ଦେଇଥିଲେ। ସେ ମୁଖ୍ୟମନ୍ତ୍ରୀ ହେଲା ବେଳକୁ ଓଡ଼ିଶାରେ ଭୂ-ସଂସ୍କାର ଆଇନ ଥିଲା, କିନ୍ତୁ ଠିକ୍‌ ଭାବେ କାର୍ଯକାରୀ ହୋଇପାରୁ ନ ଥିଲା। ତାହାକୁ ସେ କାର୍ଯ୍ୟକାରୀ କରାଇଥିଲେ ବିହିତ ସଂସ୍କାର ସହ। ସେ ବୁଝିଥିଲେ- ଓଡ଼ିଶାର କ୍ଷେତକୁ ଅଧିକ ଅମଳକ୍ଷମ କରିବା ପାଇଁ ସାର ଦରକାର। ତେଣୁ ତାଳଚେରରେ ସାର କାରଖାନା ବସାଇଥିଲେ। ସେ ଶାସନକୁ ଆସିବା ଆଗରୁ ଜମିଦାରି ଉଚ୍ଛେଦ ହୋଇଥିଲା ସତ, କିନ୍ତୁ ସରକାରମାନେ ମଠ ମନ୍ଦିର ଅଧିକାରୀମାନଙ୍କୁ ଡରି ମଠ, ମନ୍ଦିର ଟ୍ରଷ୍ଟ ଉଚ୍ଛେଦ କରି ନ ଥିଲେ। ନନ୍ଦିନୀ ଦେବୀ ଏକ ଘୋଷଣାନାମାରେ ଟ୍ରଷ୍ଟବୋର୍ଡ ଉଚ୍ଛେଦ କରିଦେଇଥିଲେ। ତାଙ୍କ ନାଅଁାରେ ପ୍ରଚାର ହୋଇଥିଲା- ‘ଶ୍ରୀଜଗନ୍ନାଥ ଆଜିଠାରୁ ଭୂମିହୀନ ହେଲେ।’ ସରକାରଙ୍କୁ ବଦନାମ କରାଇବା ପାଇଁ ସେବକମାନଙ୍କୁ ମତାଇ ଚକ୍ରାନ୍ତକାରୀଏ ରଥାଯାତ୍ରା ପହଣ୍ଡିରେ ବିଳମ୍ବ କରାଇଥିଲେ। ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ହେଲେ ଏହାର ୧୪ ବର୍ଷ ପରେ ୧୯୮୮ରେ ସୁପ୍ରିମ କୋର୍ଟ ସରକାରଙ୍କ ନିଷ୍ପତ୍ତିକୁ ଆଇନସିଦ୍ଧ ବୋଲି ରାୟ ଦେଇଥିଲେ।
ନନ୍ଦିନୀ ଦେବୀଙ୍କ ସରକାର ମହାଜନୀ କାରବାରକୁ ବେଆଇନ ଘୋଷଣା କରିଥିଲେ। ଯୌତୁକ ପ୍ରଥା ବିରୋଧରେ ଆମୃତ୍ୟୁ ଲଢ଼ିଥିଲେ। ତାଙ୍କର ନିନ୍ଦୁକମାନେ କହୁଥିଲେ- ”ନନ୍ଦିନୀ ଶତପଥୀଙ୍କର କିଛି କାମ ନାହିଁ, ‘ଯୌତୁକ ପ୍ରଥା’ ଭଳି ମାମୁଲି କଥାର ପିଛା ଧରିଛନ୍ତି।“ ଏବେ ସେ ନାହାନ୍ତି। ହେଲେ ତାଙ୍କ କଥା ଯେ କେତେ ଉଚିତ ଥିଲା, ତାହା ହେଜିବା ବାକି ରହେନାହିଁ। ଆଜିର ‘ଚିଟ୍‌ଫଣ୍ଡ’ ଠକେଇ ଯୁଗରେ ବୁଝି ହୁଏ, ମହାଜନୀ କାରବାରକୁ ବେଆଇନ କରିବା ସେ ସମୟରେ କିପରି ଥିଲା ଖୁବ୍‌ ପ୍ରାସଙ୍ଗିକ ପଦକ୍ଷେପ। ନନ୍ଦିନୀଙ୍କ ସମୟରେ ବସା ହୋଇ ଉପତ୍ାଦନ ଆରମ୍ଭ କରିଥିଲା ରାଉରକେଲାର ଏସିଆଟିକ୍‌ ଅକ୍ସିଜେନ୍‌। ଆଜି କରୋନା କାଳରେ ଅକ୍ସିଜେନ୍‌ ଯେତେବେଳେ ଜୀବନ ରକ୍ଷା ପାଇଁ ଅତି ଦୁର୍ଲଭ, ସେତେବେଳେ ବୁଝିହୁଏ ଅକ୍ସିଜେନ୍‌ ଉପତ୍ାଦନ କାରଖାନା ପ୍ରତିଷ୍ଠା କିପରି ସେତେବେଳେ ଥିଲା ନନ୍ଦିନୀଙ୍କର ଏକ ଦୂରଦୃଷ୍ଟିସମ୍ପନ୍ନ ନିର୍ଣ୍ଣୟ।
ନନ୍ଦିନୀ ଦେବୀ ଏପରି ଏକ ନେତ୍ରୀ ଥିଲେ, ଯିଏ ନିଜେ ବଞ୍ଚୁଥିବା ସମୟର ବହୁ ଆଗକୁ ଦେଖିପାରୁଥିଲେ। ୧୯୭୪ରେ ଇନ୍ଦିରା ଗାନ୍ଧୀ ସରକାର ଯେଉଁ ‘କଳିଙ୍ଗ କୁଟୀର’ ଯୋଜନାର ଶୁଭାରମ୍ଭ କରିଥିଲେ, ଅନେକେ ଜାଣନ୍ତି ନାହିଁ ଯେ ତାହା ନନ୍ଦିନୀଙ୍କର ହିଁ ଚିନ୍ତାପ୍ରସୂତ ଥିଲା। ପ୍ଲାନିଂ କମିଶନର ଡେପୁଟି ଚେୟାରମ୍ୟାନ ଥାଆନ୍ତି ପି.ଏନ୍‌. ହକ୍‌ସର। ଇନ୍ଦିରା ଗାନ୍ଧୀ ଥାଆନ୍ତି କମିଶନର। ଓଡ଼ିଶାର ୫ ଲକ୍ଷ ଗରିବ ଲୋକଙ୍କୁ ଘର ଯୋଗାଇବାକୁ ପଡ଼ିବ କହି ନନ୍ଦିନୀ ଯେତେବେଳେ କମିଶନ ନିକଟରେ ଅଡ଼ି ବସିଲେ, ହକ୍‌ସର କହିଲେ- ”ନନ୍ଦିନୀଜୀ! ମୁଝେ ଲଗ୍‌ତା ଆପ୍‌ ଓଡ଼ିଶାକୋ ଏକ୍‌ ଅଟୋନମସ୍‌ ଷ୍ଟେଟ୍‌ ବନାଏଙ୍ଗେ।“ ଏପରି ଟିପ୍ପଣୀ ସତ୍ତ୍ୱେ ନନ୍ଦିନୀ ତାଙ୍କ ଜିଦ୍‌ରେ ଅଟଳ ରହିଲେ ଓ ଶେଷରେ ତାଙ୍କର ଦାବି ମଞ୍ଜୁର ହେଲା।
ନନ୍ଦିନୀଙ୍କ ଦୂରଦୃଷ୍ଟିସମ୍ପନ୍ନ ରାଜନୈତିକ ନିଷ୍ପତ୍ତିର ତାଲିକା କରିବସିଲେ ତାହା ଖୁବ୍‌ ଲମ୍ବା ହେବ। ଜଳସେଚନ ପ୍ରକଳ୍ପ, କେନ୍ଦୁପତ୍ର ଜାତୀୟକରଣଠାରୁ ଜନହିତର ନାନା ସ୍ତର ଯାଏଁ ତା’ର ବ୍ୟାପ୍ତି। ଶାସନରେ କଠୋର ଥିଲେ ବି ଅନ୍ତରରେ ବେଶ୍‌ ଦରଦୀ ଥିଲେ ନନ୍ଦିନୀ। ମରୁଡ଼ିପୀଡ଼ିତ ନୂଆପଡ଼ାରେ ତାଙ୍କୁ ଅଖିଆଅପିଆ ଦିନଦିନ ବୁଲିବାର ଯିଏ ଦେଖିଛି, ସେ ଅବଶ୍ୟ ବୁଝିଛି ଯେ ତାଙ୍କ ଭିତରେ କିପରି ସମାହିତା ଥିଲେ ଦେବୀ ଅନ୍ନପୂର୍ଣ୍ଣା। ଏକଦା ସେ କହିଥିଲେ: ”ମୁଁ ବିଜୟୀ ହେବାଟାକୁ ଆଖି ଆଗରେ ରଖି କୌଣସି କଥାରେ କେବେ ବି ଲଢ଼େ ନାହିଁ। ଯେଉଁ କଥା ପାଇଁ ଲଢ଼ିବାକୁ ନିଷ୍ପତ୍ତି ନିଏ, କେବଳ ସେହି କଥା ପାଇଁ ଲଢ଼େ।“ ଆଜି ତାଙ୍କର ପୁଣ୍ୟ ଜନ୍ମ ଦିନରେ ତାଙ୍କ କଥା ସ୍ମରଣକୁ ଆଣିଲେ ମଥା ସ୍ବତଃ ନଇଁଯାଏ। ଲାଗେ, ଆମ ଗହଣରେ, ଏଇ ଭାରତମାଟିରେ ଆଜି ଥାଆନ୍ତେ କି ନନ୍ଦିନୀ ଦେବୀ।

ଡ. ହୃଷୀକେଶ ମଲ୍ଲିକ
ମୋ: ୯୮୫୩୨୮୭୭୫୫


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri