ଅଦିନରେ ହ୍ୟୁଷ୍ଟନରେ ଗଡ଼ିଲା ନନ୍ଦିଘୋଷ ରଥ

ପୁରୀ/ଭୁବନେଶ୍ୱର, ୧୧ା୧୧ (ଅଜିତ୍‌ କୁମାର ମହାନ୍ତି/ ବନ୍ଦନା ସେଠୀ): ଆମେରିକାର ହ୍ୟୁଷ୍ଟନ ସହରରେ ନଭେମ୍ବର ୯ରେ ଅଦିନରେ ନନ୍ଦିଘୋଷ ରଥ ଗଡ଼ିଛି। ତେବେ ଉକ୍ତ ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଗ୍ରହ ନ ଥିବାବେଳେ ରାଧାକୃଷ୍ଣ ଏବଂ ନିତାଇଗୌରଙ୍କ ମୂର୍ତ୍ତି ବିରାଜମାନ କରିଥିବା ଦେଖିବାକୁ ମିଳିଛି। ତେବେ ନନ୍ଦିଘୋଷ ରଥ ପରି ଇସ୍କନର ଏହି ରଥ ପ୍ରତୀୟମାନ ହେଉଥିବାରୁ ଏହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଏହା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନ ଥିଲା, ବରଂ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା ଥିଲା ବୋଲି ଇସ୍କନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ସୂଚନାଯୋଗ୍ୟ, ଇସ୍କନ ପକ୍ଷରୁ ହ୍ୟୁଷ୍ଟନରେ ନଭେମ୍ବର ୩ରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ୯ରେ ରଥଯାତ୍ରା ଆୟୋଜନ କରାଯିବାକୁ ଯୋଜନା ହୋଇଥିଲା। ଏ ନେଇ ସୋସିଆଲ ମିଡିଆରେ ଇସ୍କନ ପକ୍ଷରୁ ସୂଚନା ମଧ୍ୟ ଦିଆଯାଇଥିଲା। ଏହାକୁ ଜଗନ୍ନାଥପ୍ରେମୀ, ସେବାୟତଙ୍କ ସମେତ ପୁରୀ ଶଙ୍କରାଚାର୍ଯ୍ୟ ଏବଂ ଗଜପତି ମହାରାଜା ଦିବ୍ୟସିଂହ ଦେବ ତୀବ୍ର ବିରୋଧ କରିଥିଲେ। ଗଜପତି ମହାରାଜା ଇସ୍କନକୁ ଚିଠି ଲେଖି ମହାପ୍ରଭୁଙ୍କ ଅଦିନିଆ ରଥଯାତ୍ରା ବନ୍ଦ କରିବା ନିମନ୍ତେ ଅନୁରୋଧ କରିବା ସହ ଆବଶ୍ୟକ ପଡ଼ିଲେ ଆଇନର ଆଶ୍ରୟ ନିଆଯିବ ବୋଲି ଚେତାବନୀ ଦେଇଥିଲେ। ଆମେରିକାରେ ଥିବା ପ୍ରବାସୀ ଭାରତୀୟମାନେ ମଧ୍ୟ ଅଦିନିଆ ରଥଯାତ୍ରାକୁ ବିରୋଧ କରିଥିଲେ। ଫଳରେ ଇସ୍କନ ବାଧ୍ୟହୋଇ ସ୍ନାନଯାତ୍ରା ଓ ରଥଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ରଥଯାତ୍ରା ବଦଳରେ ଉକ୍ତ ଦିନ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା କରାଯିବ ବୋଲି ଇସ୍କନ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ଏଥିରେ କିଛି ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ନନ୍ଦିଘୋଷ ରଙ୍ଗ ପରି ହଳଦିଆ ଓ ନାଲି ରଙ୍ଗରେ ସଜ୍ଜିତ ରଥରେ କୃଷ୍ଣ, ବଳରାମ ଓ ନିତାଇଗୌରଙ୍କୁ ବସାଇ ଯାତ୍ରା ଆୟୋଜନ କରିଛି। ଏନେଇ ଶ୍ରୀମନ୍ଦିରର ବରିଷ୍ଠ ସେବକ ଗୌରହରି ପ୍ରଧାନ କହିଛନ୍ତି, ମହାପ୍ରଭୁଙ୍କ ରଥ ପରି ରଥ କରି ଅଦିନିଆ ରଥଯାତ୍ରା କରିବା ଗ୍ରହଣଯୋଗ୍ୟ ନୁହେଁ। ମୂଳ ପୀଠର ପରମ୍ପରା ଓ ସଂସ୍କତିକୁ ଅବମାନନା କରି ଏକ ଚକ୍ରାନ୍ତ କରାଯାଉଛି। ଚକ୍ରାନ୍ତର ଶିକାର ହେବାକୁ ଦିଆଯିବ ନାହିଁ। ଅନ୍ୟପକ୍ଷରେ ଏ ସମସ୍ତ ଅଭିଯୋଗକୁ ଇସ୍କନ ପକ୍ଷରୁ ଖଣ୍ଡନ କରାଯାଇଛି। ଏନେଇ ଭୁବନେଶ୍ୱର ଇସ୍କନର ଭାଇସ୍‌ ପ୍ରେସିଡେଣ୍ଟ ତୁକାରାମ ଦାସ କହିଛନ୍ତି, ଆମେ ପୂର୍ବରୁ କହିଥିଲୁ ଯେ, ଜଗନ୍ନାଥ ରଥଯାତ୍ରା କରିବୁ ନାହିଁ। ରଥରେ ଶ୍ରୀଜଗନ୍ନାଥ ନ ଥିଲେ। ଯେ କୌଣସି ରଥକୁ ନନ୍ଦିଘୋଷ କୁହାଯାଏ ନାହିଁ, ଯେଉଁ ରଥ ଉପରେ ଜଗନ୍ନାଥ ସ୍ବୟଂ ବିରାଜନ୍ତି ତାହାକୁ ନନ୍ଦିଘୋଷ କୁହାଯାଏ। ସମୟ ଅଭାବରୁ ପୂର୍ବରୁ ପ୍ରସ୍ତୁତ ରଥରେ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ଦଳ କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଉଚ୍ଚସ୍ଥ ଗୁରୁ-ବକ୍ରୀ ଶନିଙ୍କ ଚମତ୍କାର ସଂଯୋଗ: ଦୀପାବଳି ପର୍ଯ୍ୟନ୍ତ ଏହି ୩ ରାଶିକୁ ମିଳିବ ପ୍ରଚୁର ଧନଲାଭ, କ୍ୟାରିୟରରେ…

ଗୁରୁ ଗ୍ରହ ଜୁନ ୨ ତାରିଖରେ କର୍କଟ ରାଶିରେ ଗୋଚର କରିଥିଲେ। ଏବେ ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬ରେ ସିଂହ ରାଶିରେ ଗୋଚର କରିବେ। ଶନି…

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

ମହିଳାଙ୍କ ଖାତାକୁ ଆସିବ ୩ହଜାର ଟଙ୍କା, ହେଲେ ସରକାର କାହିଁକି ଦେଉଛନ୍ତି ଏହି ଟଙ୍କା? ଜାଣନ୍ତୁ ଏହା ପଛର ରହସ୍ୟ

କୋଲକାତା,୧୮।୮: ପଶ୍ଚିମବଙ୍ଗ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନାରେ ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର ପ୍ରକ୍ରିୟା ସୋମବାର (ଅଗଷ୍ଟ ୧୭, ୨୦୨୬) ଠାରୁ ଆରମ୍ଭ ହୋଇଛି। ରାଜ୍ୟ…

ଜନସାଧାରଣଙ୍କ ପାଇଁ ଚିନ୍ତାଜନକ ଖବର: ପେଟ୍ରୋଲ-ଡିଜେଲ ଦାମ୍‌…

ନୂଆଦିଲ୍ଲୀ, ୧୮।୮: ଜନସାଧାରଣଙ୍କ ପାଇଁ ଅନ୍ତର୍ଜାତୀୟ ବଜାରରୁ ଏକ ନୂଆ ଚିନ୍ତାଜନକ ଖବର ଆସୁଛି। Crude Oil ଦରରେ ଲଗାତାର ତୃତୀୟ ଦିନ ପାଇଁ ବୃଦ୍ଧି ଦେଖିବାକୁ…

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri