Posted inରାଜ୍ୟ

ଅକ୍ଟୋବର ୪ରୁ ଖୋଲିବ ନନ୍ଦନକାନନ

ଭୁବନେଶ୍ୱର, ବାରଙ୍ଗ, ୨୮।୯(ବ୍ୟୁରୋ)- ପ୍ରାଣୀ ଉଦ୍ୟାନ ନନ୍ଦନାକନନ ଅକ୍ଟୋବର ୪ ତାରିଖରେ ଖୋଲିବା ନେଇ କର୍ତ୍ତୃପକ୍ଷ ସୋମବାର ଘୋଷଣା କରିଛନ୍ତି। ଏହାସହ ବଟାନିକାଲ ଗାର୍ଡେନ ମଧ୍ୟ ସେହିଦିନଠାରୁ ଖୋଲାଯିବ। ଦୀର୍ଘ ୭ମାସ ପରେ ନନ୍ଦନକାନନ ଖୋଲିବା ନିଷ୍ପତ୍ତି ଶୁଣି ପର୍ଯ୍ୟଟକ ଓ ବ୍ୟବସାୟୀଙ୍କ କ୍ଷେତ୍ରରେ ଉତ୍ସାହ ଖେଳିଯାଇଛି। କିନ୍ତୁ କର୍ମଚାରୀ ଓ ପର୍ଯ୍ୟଟକଙ୍କ ପାଇଁ କୋଭିଡ୍‌କୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ କେତେକ ଗାଇଡ୍‌ଲାଇନ ଜାରି କରିଛନ୍ତି। ଥଣ୍ଡା, କାଶ, ଜ୍ୱର ଲକ୍ଷଣ ଥିବା ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ କଟକଣା ରଖାଯାଇଛି। ପର୍ଯ୍ୟଟକମାନଙ୍କ ପାଇଁ ମାସ୍କ ପନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହାସହ ପ୍ରବେଶ ପଥ ପାଖରେ ପର୍ଯ୍ୟଟକଙ୍କ ସମ୍ପୂର୍ଣ୍ଣ ଶରୀରକୁ ସାନିଟାଇଜ୍‌ ବ୍ୟବସ୍ଥା କରାଯିବ। ପର୍ଯ୍ୟଟକମାନେ ସାଙ୍ଗରେ ଜରୁରୀ ସାମଗ୍ରୀ ବ୍ୟତୀତ ଅନ୍ୟ କିଛି ଭିତରକୁ ନେଇପାରିବେ ନାହିଁ। ପର୍ଯ୍ୟଟକମାନେ ଜନ୍ତୁ ଏନକ୍ଲୋଜେର ଆଗରେ ଥିବା ବ୍ୟାରିକେଡ୍‌କୁ ଛୁଇଁବେ ନାହିଁ ଏବଂ ସାମାଜିକ ଦୂରତ୍ୱକୁ ବଜାୟ ରଖି ପଶୁପକ୍ଷୀଙ୍କୁ ଦେଖିବେ। ନନ୍ଦନକାନନର ବିଭିନ୍ନ ସ୍ଥାନରେ ପର୍ଯ୍ୟଟକଙ୍କ ପାଇଁ ହାତସଫା ନିମନ୍ତେ ହ୍ୟାଣ୍ଡଓ୍ବାଶ ଓ ସାନିଟାଇଜର ରଖାଯିବ। ଅନ୍ୟପକ୍ଷେ କର୍ମଚାରୀମାନଙ୍କ ପାଇଁ ଗ୍ଲୋବ୍ସର ବ୍ୟବସ୍ଥା କରାଯିବାକୁ ନନ୍ଦନକାନନ ପକ୍ଷରୁ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହିଭଳି ନିୟମ ବଟାନିକାଲ ପାଇଁ ଲାଗୁ ହେବାକୁ ଥିବାବେଳେ ବଣଭୋଜିକୁ ଏବେ ବନ୍ଦ କରାଯାଇଥିବା ଜଣାପଡିଛି। ତେବେ ନନ୍ଦନକାନନ ଖୋଲିଲେ ଏକାସଙ୍ଗେ କେତେ ସଂଖ୍ୟକ ପର୍ଯ୍ୟଟକ ପ୍ରବେଶ ଅନୁମତି ମିଳିବ ତାହା ଏବେ ସୁଦ୍ଧା ଜଣାପଡି ନାହିଁ। ପ୍ରଥମଦିନର ପର୍ଯ୍ୟଟକ ସଂଖ୍ୟାକୁ ଆକଳନ କରି ପୁନର୍ବାର ନିଷ୍ପତ୍ତି ନିଆଯିବ ବୋଲି ନନ୍ଦନକାନନ ସହକାରୀ ନିର୍ଦ୍ଦେଶକ ଅମୂଲ୍ୟ କୁମାର ପରିଡ଼ା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

ଭୁବନେଶ୍ୱରରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି

ଭୁବନେଶ୍ବର,୨୪।୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ ବିଗ ଫାଇଟ । ଯୁବ ଓ ମହିଳା ଭୋଟରଙ୍କୁ ହାତେଇପାରନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ବିଜେଡିର...

ଓଡିଶା ଆସୁଛନ୍ତି ଅମିତ ଶାହା, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୪।୪: ଗୁରୁବାର ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। କାଲିଠୁ ଭାଜପାର ବିଧିବଦ୍ଧ ଭାବେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ଅପରାହ୍ଣ ସାଢ଼େ...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri