ବିଶ୍ୱସ୍ତରୀୟ ଚିଡ଼ିଆଖାନା ହେବ ନନ୍ଦନକାନନ

ବାରଙ୍ଗ,୩୦।୧୨(ଡି.ଏନ୍‌.ଏ.): ଧଳାବାଘ, ବଜ୍ରକାପ୍ତା ଓ ଘଡ଼ିଆଳ କୁମ୍ଭୀର ପ୍ରଜନନକୁ ନେଇ କେନ୍ଦ୍ରର ଦୃଷ୍ଟିଆକର୍ଷଣ କରିପାରିଥିବା ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଖୁବ୍‌ଶୀଘ୍ର ହେବାକୁ ଯାଉଛି ବିଶ୍ୱସ୍ତରୀୟ ଚିଡ଼ିଆଖାନା। ଏଥିପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି। ଏଥିସହ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ସ୍ବୀକୃତି ଦେଇଛନ୍ତି ବୋଲି ପ୍ରଧାନ ମୁଖ୍ୟ ବନସଂରକ୍ଷକ ଶିଶିର କୁମାର ରଥ କହିଛନ୍ତି। ବୁଧବାର ନନ୍ଦନକାନନର ୬୨ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହା ପରିସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରଥ କହିଥିଲେ, ବିଶ୍ୱସ୍ତରୀୟ ଚିଡ଼ିଆଖାନା ହେବା ପାଇଁ ନନ୍ଦନକାନନ ତା’ର କାର୍ଯ୍ୟ ଆରମ୍ଭ କରିଦେଇଛି। ନୂଆ ଢାଞ୍ଚାରେ କାର୍‌ ପାର୍କିଂସ୍ଥଳ, ଶିଶୁ ରେଳଗାଡ଼ି କାର୍ଯ୍ୟ ସାରିବା ପରେ ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ କାର୍ଯ୍ୟ ହେବାକୁ ଯାଉଛି। ଏହାସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଶ୍ୱସ୍ତରୀୟ ଚିଡ଼ିିଆଖାନାରେ ସାମିଲ ହେବା ପାଇଁ ନିର୍ଦ୍ଧାରିତ ହୋଇଥିବା ୧୫ଟି ବଡ଼ ଚିଡ଼ିଆଖାନା ମଧ୍ୟରେ ନନ୍ଦନକାନନକୁ ସାମିଲ କରାଯାଇଛି ବୋଲି କହିଥିଲେ। କେବଳ ଜୀବଜନ୍ତୁ ଓ ପର୍ଯ୍ୟଟକଙ୍କ ସୁବିଧା ନୁହେଁ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ମଧ୍ୟ କାର୍ଯ୍ୟ କରାଯିବ ବୋଲି କହିଥିଲେ।

ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶଶୀ ପଲ ସମ୍ମାନିତ ଅତିଥିଭାବେ ଯୋଗଦେଇ କହିଥିଲେ, ନନ୍ଦନକାନନ ବିଶ୍ୱସ୍ତରୀୟ ଚିଡ଼ିଆଖାନା ହେବାକୁ ଥିବାବେଳେ ନୂଆ ପଶୁପକ୍ଷୀ ଆଣିବା ପାଇଁ ସିଙ୍ଗାପୁର, ଶ୍ରୀଲଙ୍କାର ଚିଡିଆଖାନା ସହ ଚୁକ୍ତିପତ୍ର ସରିଛି। ଏହାସହ ଏନକ୍ଲୋଜରଗୁଡିକୁ ମର୍ଡନ ଲୁକ୍‌ ଦେବା ପାଇଁ ଜର୍ମାନର ବର୍ଲିନ ଟିୟର ପାର୍କ ଜୁ ସହ ଚୁକ୍ତିପତ୍ର ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ଓ ସିଜେଡିଏ ଅନୁମୋଦନ କରିସାରିଛନ୍ତି। ଏଥିସହ କାଞ୍ଜିଆ ଓ କିଆଖଣି ହ୍ରଦର ମଧ୍ୟ ପୁନରୁଦ୍ଧାର କରାଯିବ ବୋଲି ଶଶୀ ପଲ କହିଥିଲେ। ଏହି ଅବସରରେ ପ୍ରଥମକରି ଏକ ବଜ୍ରକାପ୍ତାକୁ ପରୀକ୍ଷାମୂଳକ ଭାବେ ମୁକ୍ତରେ ବିଚରଣ ପାଇଁ ଛଡ଼ାଯାଇଥିଲା। ମହାରାଷ୍ଟ୍ର ପରେ ଓଡ଼ିଶାର ପ୍ରଥମ ଚିଡିଆଖାନା ଭାବେ ନନ୍ଦନକାନନ ୨୮ନଭେମ୍ବର ୨୦୨୧ ଗଜପତି ଜିଲା ପାରଳାଖେମୁଣ୍ଡି ବନ ବିଭାଗ ଦ୍ୱାରା ଜବତ ହୋଇ ଆସିଥିବା ୧୪କେଜି ଓଜନର ଏକ ଅଣ୍ଡିରା ବଜ୍ରକାପ୍ତାର ଶରୀରରେ ଭିଏଚ୍‌ଏଫ୍‌-ରେଡିଓ ଟ୍ରାନ୍ସମିଟର ଲଗାଯାଇ ଛଡ଼ାଯାଇଥିଲା। ଏହାଦ୍ୱାରା ତା’ର ଗତିବିଧିକୁ ପରଖାଯାଇପାରିବ। ଏହାସହ ମେଘା ଓ ନନ୍ଦନ, ବିଜୟା ଓ ସେଫ ଔରସରୁ ଜନ୍ମଗ୍ରହଣ କରିଥବା ୬ଟି ଶାବକର ନାମକରଣ କରାଯାଇଥିଲା। ବାଘୁଣୀ ମେଘାର ଛୁଆ ନାମ ସାହିନି, ଅଭୟ, ବିବେକ ରଖାଯାଇ ଥିବାବେଳେ ବାଘୁଣୀ ବିଜୟା ଛୁଆଙ୍କ ନାମ ବଂଶୀ, ରକି, ରାକେଶ ରଖାଯାଇଥିଲା। ପରେ ନନ୍ଦନକାନନର ବାର୍ଷିକ ପୁସ୍ତିକା କ୍ୟାଲେଣ୍ଡର ଉନ୍ମୋଚନ ସହ ବିଶେଷ ଅବଦାନ ଥିବା କେତେଜଣ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ନିର୍ଦ୍ଦେଶକ ଡ. ମନୋଜ ଭି ନାୟାର ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଉପନିର୍ଦ୍ଦେଶକ ଡ.ସଞ୍ଜିତ କୁମାର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri