Posted inଫୁରସତ

ନନ୍ଦ ମାଷ୍ଟ୍ରେଙ୍କ ଚାଟଶାଳୀ

ଜୀବନର ଅପରାହ୍ନରେ ସେ ଉପନୀତ। ତଥାପି ବଞ୍ଚେଇ ରଖିଛନ୍ତି ଗାଁ ଚାଟଶାଳୀକୁ। କିନ୍ତୁ ଶିକ୍ଷା କ୍ଷେତ୍ରରେ ସେବା ଓ ତ୍ୟାଗ ପାଇଁ ତାଙ୍କୁ ମିଳିଛି ଦେଶର ସମ୍ମାନଜନକ ଉପାଧି ପଦ୍ମଶ୍ରୀ ପୁରସ୍କାର। ସେହି ବିରଳ ବ୍ୟକ୍ତି ହେଲେ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି। ଗୁରୁଙ୍କ ସ୍ଥାନ ସବୁବେଳେ ସର୍ବାଗ୍ରେ। ଗୁରୁ ହିଁ ଈଶ୍ୱରଙ୍କୁ ଚିହ୍ନେଇ ଥାନ୍ତି। ଶିକ୍ଷା ଦୂର କରେ ଅଜ୍ଞାନରୂପକ ଅନ୍ଧାରକୁ । ଶିକ୍ଷା ପାଇଲେ ମଣିଷର ବ୍ୟକ୍ତିତ୍ୱ ବିକଶିତ ହୁଏ। ତେବେ ଶିକ୍ଷା କଥା ମନକୁ ଆସିଲେ ଆପେ ଆପେ ମନେପଡ଼େ ବିଦ୍ୟାଳୟ। କିନ୍ତୁ ଦିନଥିଲା ଶିକ୍ଷାଗ୍ରହଣ ପାଇଁ ଶିଷ୍ୟମାନେ ଯାଉଥିଲେ ଗୁରୁକୁଳ ଆଶ୍ରମ ତ ପୁଣି କେହି କେହି ଯାଉଥିଲେ ଗାଁ ଚାଟଶାଳୀକୁ। ସେମିତି ଜଣେ ଗୁରୁ ଯେ କି ମାଗଣାରେ ଦୀର୍ଘ ୭ ଦଶନ୍ଧି ଧରି ଶିକ୍ଷାଦାନ ଦେଇ ଚାଲିଛନ୍ତି। ଏଥିପାଇଁ କାହାରିଠାରୁ କେବେ ନେଇନାହାନ୍ତି ତାଙ୍କ ଶିକ୍ଷାଦାନର ମୂଲ। କିନ୍ତୁ ସେ କୌଣସି ସରକାରୀ ସ୍କୁଲର ନିଯୁକ୍ତପ୍ରାପ୍ତ ଶିକ୍ଷକ ନୁହନ୍ତି। ହେଲେ ଶିକ୍ଷାଦାନକୁ ନିଜର ପରମବ୍ରତ ଭାବେ ପାଳନକରି ଚାଲିଛନ୍ତି। ସେ ଜଣେ ନୀତିନିଷ୍ଠ, ଧାର୍ମିକ, କର୍ତ୍ତବ୍ୟପରାୟଣ ଓ ଛାତ୍ରବତ୍ସଳ ବ୍ୟକ୍ତି। ସର୍ବଦା ନିରାମିଷ ଭୋଜନ କରନ୍ତି। ପତଳା ଚେହେରା, ଗୌରବର୍ଣ୍ଣ, ଡେଙ୍ଗାଶରୀରକୁ ଶୋଭାପାଉଥାଏ ଖୋର୍ଦ୍ଧା ଗାମୁଛା। ଏବେ ସେ ଶତାୟୁ । ବୟସ ୧୦୨ ଟପିସାରିଲାଣି । ଜୀବନର ଅପରାହ୍ନରେ ସେ ଉପନୀତ। ତଥାପି ବଞ୍ଚେଇ ରଖିଛନ୍ତି ଗାଁ ଚାଟଶାଳୀକୁ । କିନ୍ତୁ ଶିକ୍ଷା କ୍ଷେତ୍ରରେ ସେବା ଓ ତ୍ୟାଗ ପାଇଁ ତାଙ୍କୁ ମିଳିଛି ଦେଶର ସମ୍ମାନଜନକ ଉପାଧି ପଦ୍ମଶ୍ରୀ ପୁରସ୍କାର। ସେହି ବିରଳ ବ୍ୟକ୍ତି ହେଲେ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି । ତାଙ୍କ ପିତାଙ୍କ ନାମ ନାଭ ପୃଷ୍ଟି । ମାତା ଚନ୍ଦ୍ରମଣି ଦେଈ । ଘର ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ବର୍ତ୍ତଣ୍ଡା ଗ୍ରାମ ପଞ୍ଚାୟତର ନୂଆଗାଁରେ। ସେ କୁହନ୍ତି-ସେତେବେଳେ ଚାରିଆଡ଼େ ବଣ ଜଙ୍ଗଲ। ବିଭିନ୍ନ ଗାଁକୁ ଯିବାକୁ ହେଲେ ପାଦଚଲା ବାଟରେ ଯିବାକୁ ପଡ଼େ। ଶିକ୍ଷାର ବିଶେଷ ପ୍ରଚାର ପ୍ରସାର ହୋଇ ନ ଥାଏ। ଅନେକେ ପାଠପଢ଼ାରୁ ବଞ୍ଚିତ ହୁଅନ୍ତି। କିନ୍ତୁ ମୋର ଜନ୍ମଲାଭ ପୂର୍ବରୁ ମୋ ମା’ବାପାଙ୍କର କେତୋଟି ପିଲା ମରିଯାଇଥିଲେ। ଏଥିପାଇଁ ଘରେ ମୋର ଜାତକ କରି ନ ଥିଲେ। ପିଲାଟି ଦିନରୁ ମାମୁଘର ହରିପୁରରେ ରହି ପାଠ ପଢ଼ିଥିଲି । ସେତେବେଳେ ମୋର ସାଙ୍ଗମାନେ ଶିକ୍ଷକ ଚାକିରି କରୁଥିବାରୁ ମୋର ବି ଇଚ୍ଛାଥିଲା ଶିକ୍ଷକ ହେବା ପାଇଁ। ଦିନେ ଲୁଚିକରି ମାମୁଘରକୁ ପଳାଇ ଥିଲି। ମାମୁ କହିଲେ ତୋର ଭାଗ୍ୟରେ ଚାକିରି ନାହିଁ, ତୁ ଘରକୁ ଯା, ତା’ପରେ ଫେରିଆସିଲି। ବାପା କହିଲେ ଘରେ ମୁଁ ଚାକର ରଖୁଛି ମୋ ପୁଅ ପୁଣି ଚାକିରି କରିବ। ସେବେଠୁ ମତେ ଚାକିରି ପାଇଁ ସୁଯୋଗ ଦେଲେ ନାହିଁ। ବାପାଙ୍କ ସହିତ ଘରେ ବିଲବାରି କାମ କଲି। ସେତେବେଳେ ଦେଖିଲି ଗାଁର ବହୁ ଲୋକ ଦସ୍ତଖତ ନକରି ଟିପ ଦେଉଛନ୍ତି। ସେମାନେ ଭଲମନ୍ଦ କିଛି ଜାଣୁନାହାନ୍ତି । ସେମାନଙ୍କୁ ସ୍ବାକ୍ଷର ଶିଖାଇଲି, ପଣକିଆ ପଢ଼ାଇଲିି। ସେବେଠୁ ଚାଲିଛି ପାଠପଢ଼େଇବା । ପୁରୁଣା ଘରକୁ ଲାଗି ଏକ ନୁଆଁଣିଆ ଚାଳିଆଘରଟିଏ ତୋଳିଲି । ୧୯୪୮ ମସିହାରେ ଆରମ୍ଭ କଲି ଚାଟଶାଳୀ। ପ୍ରତିଦିନ ଏହି ଚାଟଶାଳୀରେ ସକାଳ ୭ଟାରୁ ୯ଯାଏ ଏବଂ ଅପରାହ୍ନ ପ୍ରାୟ ୪ଟାରୁ ସନ୍ଧ୍ୟା ୬ଟା ଯାଏ ପିଲାଙ୍କୁ ପାଠ ପଢ଼େଇଥାଏ। ଚାଟଶାଳୀ ସମ୍ମୁଖରେ ଥିବା ଏକ ପିଣ୍ଡିରେ ପିଲାମାନେ ଶୀତଦିନେ କଅଁଳିଆ ଖରାରେ ବି ପାଠପଢ଼ନ୍ତି। ଗାଁରେ ଅଧାରୁ ପାଠପଢ଼ା ଛାଡ଼ୁଥିବା କେତେକ ପିଲାଙ୍କ ସମେତ ଛୋଟଛୋଟ ପିଲାମାନଙ୍କୁ ଏହି ଚାଟଶାଳୀରେ ଅ-ଆ.. ପାଠପଢ଼ାରୁ ଆରମ୍ଭକରି ନିତିଶିକ୍ଷା ଦିଆଯାଇଥାଏ। ସେବେଠାରୁ ଆଜିଯାଏ ଏମିତି ଚାଟଶାଳୀ ଚାଲିଛି। କାହାରିଠାରୁ ଏଥିପାଇଁ ପଇସା ନିଏ ନାହିଁ। ମାଗଣାରେ ଛୋଟଛୋଟ ପିଲାଙ୍କୁ ଶିକ୍ଷାଦାନ ଦେଇ ଆନନ୍ଦ ପାଏ। ଏମିତି ପାଠ ପଢ଼େଇବାରେ ୭୦ବର୍ଷ ବିତିସାରିଲାଣି। ପ୍ରତିଦିନ ସକାଳୁ କିଛି ସମୟ ପାଇ ବିଭିନ୍ନ ବୃକ୍ଷ ଲତାର ଯତ୍ନ ନେବାକୁ ଭୁଲେନାହିଁ। ଅଧିକାଂଶ ସମୟ ବ୍ରାହ୍ମଣୀନଦୀରେ ସ୍ନାନ କରିଥାଏ। ନିଜର ନିତ୍ୟକର୍ମ ସାରି ଘର ନିକଟରେ ଥିବା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରେ। ତା’ପରେ ପିଲାଙ୍କୁ ପାଠପଢ଼େଇବାରେ ସମୟ ଦିଏ। ମଝିରେ ମଝିରେ ଟିକେ ସମୟ ମିଳିଲେ ଘରକୁ ଚା ପିଇବାକୁ ଯାଏ। ପୁଣି ସନ୍ଧ୍ୟାରେ ଗାଁ ଲୋକମାନେ ଭାଗବତ ଶୁଣିବାକୁ ମୋ ପାଖକୁ ଆସନ୍ତି। ସତ୍‌ସଙ୍ଗ ଗୋଷ୍ଠୀରେ ଧର୍ମଚର୍ଚ୍ଚା ଚାଲେ। ଗାଁରେ ବିଭିନ୍ନ ବର୍ଗର ଲୋକ ଥିଲେ ବି ଅଧିକାଂଶ କୈବର୍ତ୍ତ। ମୋ ଗାଁ ଲୋକମାନେ ବହୁତ ଭଲ। ସେମାନଙ୍କ ସୁଖଦୁଃଖରେ ସାମିଲ ହୋଇଥାଏ । ପୂର୍ବରୁ ଚାଷବାସ କରି ଚଳୁଥିଲି, ଏବେ ପିଲାମାନେ ଚାଷ ଓ ବେପାର କରି ଘର ଚଳାଉଛନ୍ତି। ସବୁ ଠିକ୍‌ଠାକ୍‌ ଚାଲିଛି। ସ୍ତ୍ରୀ ରୁକ୍ମଣୀ ଆରପାରିରେ। ଘରେ ଦୁଇପୁଅଙ୍କ ମଧ୍ୟରେ ବଡ଼ ଗଣେଶ୍ୱର ଓ ସାନ ନିରଞ୍ଜନ ବିବାହିତ, ସେହିପରି ଝିଅ ସତ୍ୟଭାମା ଓ ଗମନୀର ବିବାହ ସରିଛି। ଆଗ ଅପେକ୍ଷା ଭଲରେ ଟିକେ ଶୁଭା ଯାଉନାହିଁ। ବାର୍ଦ୍ଧକ୍ୟ ହେତୁ ଶରୀର ଟିକେ ଅସୁସ୍ଥ ଅନୁଭବ କରୁଛି। ତଥାପି ପିଲାଙ୍କୁ ନ ପଢ଼େଇଲେ ଭଲ ଲାଗେନା। ପଦ୍ମଶ୍ରୀ ପାଇବା କେବେ ଭାବି ନ ଥିଲି। ସବୁ ଭଗବାନଙ୍କ କୃପା। ସମସ୍ତେ ଭଲରେ ରହିଲେ ଭଲ। ସେତେବେଳେ ଆମେ ପ୍ରଥମେ ଓଡ଼ିଆ ଭାଷା ଶିଖୁଥିଲୁ। ତା’ପରେ ଅନ୍ୟଭାଷା। ସବୁଭାଷା ଶିଖିବା ଦରକାର। ମାତ୍ର ମାତୃଭାଷାର ମମତାକୁ ଯେପରି ନ ପାସୋରିବା। ଏହି ଚାଟଶାଳୀରୁ ପାଠପଢ଼ି ଥିବା ପିଲାମାନେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଗାଁ ପାଇଁ ଭଲକଥା। ତେବେ ଗାଁ ଚାଟଶାଳୀ ନନ୍ଦ ମାଷ୍ଟ୍ରେଙ୍କ ଶିକ୍ଷାଦାନ ସମାଜ ପରିବର୍ତ୍ତନରେ ଭୂମିକା ଅତୁଳନୀୟ।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri