Posted inଫୁରସତ

ନନ୍ଦ ମାଷ୍ଟ୍ରେଙ୍କ ଚାଟଶାଳୀ

ଜୀବନର ଅପରାହ୍ନରେ ସେ ଉପନୀତ। ତଥାପି ବଞ୍ଚେଇ ରଖିଛନ୍ତି ଗାଁ ଚାଟଶାଳୀକୁ। କିନ୍ତୁ ଶିକ୍ଷା କ୍ଷେତ୍ରରେ ସେବା ଓ ତ୍ୟାଗ ପାଇଁ ତାଙ୍କୁ ମିଳିଛି ଦେଶର ସମ୍ମାନଜନକ ଉପାଧି ପଦ୍ମଶ୍ରୀ ପୁରସ୍କାର। ସେହି ବିରଳ ବ୍ୟକ୍ତି ହେଲେ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି। ଗୁରୁଙ୍କ ସ୍ଥାନ ସବୁବେଳେ ସର୍ବାଗ୍ରେ। ଗୁରୁ ହିଁ ଈଶ୍ୱରଙ୍କୁ ଚିହ୍ନେଇ ଥାନ୍ତି। ଶିକ୍ଷା ଦୂର କରେ ଅଜ୍ଞାନରୂପକ ଅନ୍ଧାରକୁ । ଶିକ୍ଷା ପାଇଲେ ମଣିଷର ବ୍ୟକ୍ତିତ୍ୱ ବିକଶିତ ହୁଏ। ତେବେ ଶିକ୍ଷା କଥା ମନକୁ ଆସିଲେ ଆପେ ଆପେ ମନେପଡ଼େ ବିଦ୍ୟାଳୟ। କିନ୍ତୁ ଦିନଥିଲା ଶିକ୍ଷାଗ୍ରହଣ ପାଇଁ ଶିଷ୍ୟମାନେ ଯାଉଥିଲେ ଗୁରୁକୁଳ ଆଶ୍ରମ ତ ପୁଣି କେହି କେହି ଯାଉଥିଲେ ଗାଁ ଚାଟଶାଳୀକୁ। ସେମିତି ଜଣେ ଗୁରୁ ଯେ କି ମାଗଣାରେ ଦୀର୍ଘ ୭ ଦଶନ୍ଧି ଧରି ଶିକ୍ଷାଦାନ ଦେଇ ଚାଲିଛନ୍ତି। ଏଥିପାଇଁ କାହାରିଠାରୁ କେବେ ନେଇନାହାନ୍ତି ତାଙ୍କ ଶିକ୍ଷାଦାନର ମୂଲ। କିନ୍ତୁ ସେ କୌଣସି ସରକାରୀ ସ୍କୁଲର ନିଯୁକ୍ତପ୍ରାପ୍ତ ଶିକ୍ଷକ ନୁହନ୍ତି। ହେଲେ ଶିକ୍ଷାଦାନକୁ ନିଜର ପରମବ୍ରତ ଭାବେ ପାଳନକରି ଚାଲିଛନ୍ତି। ସେ ଜଣେ ନୀତିନିଷ୍ଠ, ଧାର୍ମିକ, କର୍ତ୍ତବ୍ୟପରାୟଣ ଓ ଛାତ୍ରବତ୍ସଳ ବ୍ୟକ୍ତି। ସର୍ବଦା ନିରାମିଷ ଭୋଜନ କରନ୍ତି। ପତଳା ଚେହେରା, ଗୌରବର୍ଣ୍ଣ, ଡେଙ୍ଗାଶରୀରକୁ ଶୋଭାପାଉଥାଏ ଖୋର୍ଦ୍ଧା ଗାମୁଛା। ଏବେ ସେ ଶତାୟୁ । ବୟସ ୧୦୨ ଟପିସାରିଲାଣି । ଜୀବନର ଅପରାହ୍ନରେ ସେ ଉପନୀତ। ତଥାପି ବଞ୍ଚେଇ ରଖିଛନ୍ତି ଗାଁ ଚାଟଶାଳୀକୁ । କିନ୍ତୁ ଶିକ୍ଷା କ୍ଷେତ୍ରରେ ସେବା ଓ ତ୍ୟାଗ ପାଇଁ ତାଙ୍କୁ ମିଳିଛି ଦେଶର ସମ୍ମାନଜନକ ଉପାଧି ପଦ୍ମଶ୍ରୀ ପୁରସ୍କାର। ସେହି ବିରଳ ବ୍ୟକ୍ତି ହେଲେ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି । ତାଙ୍କ ପିତାଙ୍କ ନାମ ନାଭ ପୃଷ୍ଟି । ମାତା ଚନ୍ଦ୍ରମଣି ଦେଈ । ଘର ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ବର୍ତ୍ତଣ୍ଡା ଗ୍ରାମ ପଞ୍ଚାୟତର ନୂଆଗାଁରେ। ସେ କୁହନ୍ତି-ସେତେବେଳେ ଚାରିଆଡ଼େ ବଣ ଜଙ୍ଗଲ। ବିଭିନ୍ନ ଗାଁକୁ ଯିବାକୁ ହେଲେ ପାଦଚଲା ବାଟରେ ଯିବାକୁ ପଡ଼େ। ଶିକ୍ଷାର ବିଶେଷ ପ୍ରଚାର ପ୍ରସାର ହୋଇ ନ ଥାଏ। ଅନେକେ ପାଠପଢ଼ାରୁ ବଞ୍ଚିତ ହୁଅନ୍ତି। କିନ୍ତୁ ମୋର ଜନ୍ମଲାଭ ପୂର୍ବରୁ ମୋ ମା’ବାପାଙ୍କର କେତୋଟି ପିଲା ମରିଯାଇଥିଲେ। ଏଥିପାଇଁ ଘରେ ମୋର ଜାତକ କରି ନ ଥିଲେ। ପିଲାଟି ଦିନରୁ ମାମୁଘର ହରିପୁରରେ ରହି ପାଠ ପଢ଼ିଥିଲି । ସେତେବେଳେ ମୋର ସାଙ୍ଗମାନେ ଶିକ୍ଷକ ଚାକିରି କରୁଥିବାରୁ ମୋର ବି ଇଚ୍ଛାଥିଲା ଶିକ୍ଷକ ହେବା ପାଇଁ। ଦିନେ ଲୁଚିକରି ମାମୁଘରକୁ ପଳାଇ ଥିଲି। ମାମୁ କହିଲେ ତୋର ଭାଗ୍ୟରେ ଚାକିରି ନାହିଁ, ତୁ ଘରକୁ ଯା, ତା’ପରେ ଫେରିଆସିଲି। ବାପା କହିଲେ ଘରେ ମୁଁ ଚାକର ରଖୁଛି ମୋ ପୁଅ ପୁଣି ଚାକିରି କରିବ। ସେବେଠୁ ମତେ ଚାକିରି ପାଇଁ ସୁଯୋଗ ଦେଲେ ନାହିଁ। ବାପାଙ୍କ ସହିତ ଘରେ ବିଲବାରି କାମ କଲି। ସେତେବେଳେ ଦେଖିଲି ଗାଁର ବହୁ ଲୋକ ଦସ୍ତଖତ ନକରି ଟିପ ଦେଉଛନ୍ତି। ସେମାନେ ଭଲମନ୍ଦ କିଛି ଜାଣୁନାହାନ୍ତି । ସେମାନଙ୍କୁ ସ୍ବାକ୍ଷର ଶିଖାଇଲି, ପଣକିଆ ପଢ଼ାଇଲିି। ସେବେଠୁ ଚାଲିଛି ପାଠପଢ଼େଇବା । ପୁରୁଣା ଘରକୁ ଲାଗି ଏକ ନୁଆଁଣିଆ ଚାଳିଆଘରଟିଏ ତୋଳିଲି । ୧୯୪୮ ମସିହାରେ ଆରମ୍ଭ କଲି ଚାଟଶାଳୀ। ପ୍ରତିଦିନ ଏହି ଚାଟଶାଳୀରେ ସକାଳ ୭ଟାରୁ ୯ଯାଏ ଏବଂ ଅପରାହ୍ନ ପ୍ରାୟ ୪ଟାରୁ ସନ୍ଧ୍ୟା ୬ଟା ଯାଏ ପିଲାଙ୍କୁ ପାଠ ପଢ଼େଇଥାଏ। ଚାଟଶାଳୀ ସମ୍ମୁଖରେ ଥିବା ଏକ ପିଣ୍ଡିରେ ପିଲାମାନେ ଶୀତଦିନେ କଅଁଳିଆ ଖରାରେ ବି ପାଠପଢ଼ନ୍ତି। ଗାଁରେ ଅଧାରୁ ପାଠପଢ଼ା ଛାଡ଼ୁଥିବା କେତେକ ପିଲାଙ୍କ ସମେତ ଛୋଟଛୋଟ ପିଲାମାନଙ୍କୁ ଏହି ଚାଟଶାଳୀରେ ଅ-ଆ.. ପାଠପଢ଼ାରୁ ଆରମ୍ଭକରି ନିତିଶିକ୍ଷା ଦିଆଯାଇଥାଏ। ସେବେଠାରୁ ଆଜିଯାଏ ଏମିତି ଚାଟଶାଳୀ ଚାଲିଛି। କାହାରିଠାରୁ ଏଥିପାଇଁ ପଇସା ନିଏ ନାହିଁ। ମାଗଣାରେ ଛୋଟଛୋଟ ପିଲାଙ୍କୁ ଶିକ୍ଷାଦାନ ଦେଇ ଆନନ୍ଦ ପାଏ। ଏମିତି ପାଠ ପଢ଼େଇବାରେ ୭୦ବର୍ଷ ବିତିସାରିଲାଣି। ପ୍ରତିଦିନ ସକାଳୁ କିଛି ସମୟ ପାଇ ବିଭିନ୍ନ ବୃକ୍ଷ ଲତାର ଯତ୍ନ ନେବାକୁ ଭୁଲେନାହିଁ। ଅଧିକାଂଶ ସମୟ ବ୍ରାହ୍ମଣୀନଦୀରେ ସ୍ନାନ କରିଥାଏ। ନିଜର ନିତ୍ୟକର୍ମ ସାରି ଘର ନିକଟରେ ଥିବା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରେ। ତା’ପରେ ପିଲାଙ୍କୁ ପାଠପଢ଼େଇବାରେ ସମୟ ଦିଏ। ମଝିରେ ମଝିରେ ଟିକେ ସମୟ ମିଳିଲେ ଘରକୁ ଚା ପିଇବାକୁ ଯାଏ। ପୁଣି ସନ୍ଧ୍ୟାରେ ଗାଁ ଲୋକମାନେ ଭାଗବତ ଶୁଣିବାକୁ ମୋ ପାଖକୁ ଆସନ୍ତି। ସତ୍‌ସଙ୍ଗ ଗୋଷ୍ଠୀରେ ଧର୍ମଚର୍ଚ୍ଚା ଚାଲେ। ଗାଁରେ ବିଭିନ୍ନ ବର୍ଗର ଲୋକ ଥିଲେ ବି ଅଧିକାଂଶ କୈବର୍ତ୍ତ। ମୋ ଗାଁ ଲୋକମାନେ ବହୁତ ଭଲ। ସେମାନଙ୍କ ସୁଖଦୁଃଖରେ ସାମିଲ ହୋଇଥାଏ । ପୂର୍ବରୁ ଚାଷବାସ କରି ଚଳୁଥିଲି, ଏବେ ପିଲାମାନେ ଚାଷ ଓ ବେପାର କରି ଘର ଚଳାଉଛନ୍ତି। ସବୁ ଠିକ୍‌ଠାକ୍‌ ଚାଲିଛି। ସ୍ତ୍ରୀ ରୁକ୍ମଣୀ ଆରପାରିରେ। ଘରେ ଦୁଇପୁଅଙ୍କ ମଧ୍ୟରେ ବଡ଼ ଗଣେଶ୍ୱର ଓ ସାନ ନିରଞ୍ଜନ ବିବାହିତ, ସେହିପରି ଝିଅ ସତ୍ୟଭାମା ଓ ଗମନୀର ବିବାହ ସରିଛି। ଆଗ ଅପେକ୍ଷା ଭଲରେ ଟିକେ ଶୁଭା ଯାଉନାହିଁ। ବାର୍ଦ୍ଧକ୍ୟ ହେତୁ ଶରୀର ଟିକେ ଅସୁସ୍ଥ ଅନୁଭବ କରୁଛି। ତଥାପି ପିଲାଙ୍କୁ ନ ପଢ଼େଇଲେ ଭଲ ଲାଗେନା। ପଦ୍ମଶ୍ରୀ ପାଇବା କେବେ ଭାବି ନ ଥିଲି। ସବୁ ଭଗବାନଙ୍କ କୃପା। ସମସ୍ତେ ଭଲରେ ରହିଲେ ଭଲ। ସେତେବେଳେ ଆମେ ପ୍ରଥମେ ଓଡ଼ିଆ ଭାଷା ଶିଖୁଥିଲୁ। ତା’ପରେ ଅନ୍ୟଭାଷା। ସବୁଭାଷା ଶିଖିବା ଦରକାର। ମାତ୍ର ମାତୃଭାଷାର ମମତାକୁ ଯେପରି ନ ପାସୋରିବା। ଏହି ଚାଟଶାଳୀରୁ ପାଠପଢ଼ି ଥିବା ପିଲାମାନେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଗାଁ ପାଇଁ ଭଲକଥା। ତେବେ ଗାଁ ଚାଟଶାଳୀ ନନ୍ଦ ମାଷ୍ଟ୍ରେଙ୍କ ଶିକ୍ଷାଦାନ ସମାଜ ପରିବର୍ତ୍ତନରେ ଭୂମିକା ଅତୁଳନୀୟ।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ଭାଜପାକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ବିଧାୟକ

ବେଙ୍ଗାଲୁରୁ,୧୪।୯: ଭାଜପାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଓବିସି (OBC) ମୋର୍ଚ୍ଚା ସଭାପତି ଏନ.ଏଲ. ନରେନ୍ଦ୍ର ବାବୁ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ‘ଭାରତ ଯୋଡ଼ୋ’…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ଆସିଲା ବଡ଼ ଖବର: ପୁଣି ବଢ଼ିବ LPG ସିଲିଣ୍ଡର ଦାମ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୪।୯: ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ବହନ କରୁଛି। ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ଇନ୍ଧନ ମୂଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?