Posted inଜାତୀୟ

ନମାମି ଗଙ୍ଗେ ପ୍ରକଳ୍ପ: ପ୍ରତିଦିନ ୧୫୧ ନିୟୁତ ଲିଟରରୁ ଅଧିକ ଜଳ ହେବ ଶୋଧନ, ଟଙ୍କାଏରେ ପାଣି ସଂଯୋଗ ସୁବିଧା

ହରିଦ୍ୱାର, ୨୯।୯: ନମାମି ଗଙ୍ଗେ ମିଶନ ପ୍ରକଳ୍ପ ଅର୍ନ୍ତଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତରଖଣ୍ଡରେ ୬ ମେଗା ପରିଯୋଜନାର ଲୋକାର୍ପଣ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କରିଛନ୍ତି। ଏହା ଦ୍ୱାରା ପ୍ରତିଦିନ ୧୫୧.୫ ନିୟୁତ ଲିଟର ଜଳ ଶୋଧନ କରାଯାଇପାରିବ। ସେଥିମଧ୍ୟରେ ହରିଦ୍ୱାରର ଜଗଜିତ୍‌ପୁରରେ ୬୮ ନିୟୁତ ଲିଟର ଜଳ ଶୋଧନ କରାଯିବାର ପ୍ରକଳ୍ପ ରହିଛି। ସେହିପରି ଋଷିିକେଶର ଲକ୍କଡ଼ଘାଟରେ ୨୬ ନିୟୁତ ଲିଟର ଜଳ ଶୋଧନ କରାଯିବ। ଚନ୍ଦ୍ରଶ୍ୱରନଗରରେ ୭.୫ ନିୟୁତ, ଚୋରପାନିରେ ୫ ନିୟୁତ ଲିଟର ଜଳ ଶୋଧନ ପ୍ରକଳ୍ପ ମଧ୍ୟ ଏଥିରେ ରହିଛି। ଏହା ସହିତ ଜଗଜିତ୍‌ପୁରରେ ୨୭ ନିୟୁତ ଲିଟର ଜଳ ଶୋଧନ ପ୍ରକଳ୍ପର ନବୀକରଣ କରାଯାଇଛି। ସେହିପରି ସରାୟରେ ମଧ୍ୟ ୧୮ ନିୟୁତ ଲିଟର ଜଳ ଶୋଧନ ପ୍ରକଳ୍ପର ନବୀକରଣ ହୋଇଛି। ଏହା ସହିତ ମୋଦି ଜଳ ଜୀବନ ମିଶନର ଲୋଗୋ ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ପ୍ରତିଘରେ ଶୁଦ୍ଧ ପିଇବା ପାଣି ପହଞ୍ଚିବ। ପୂର୍ବରୁ ଗଙ୍ଗା ସଫେଇ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହୋଇଥିଲେ ବି କୌଣସି ସୁଫଳ ମିଳି ନ ଥିଲା। ତେବେ ଏବେ ସାଧାରଣ ଲୋକଙ୍କ ଅସୁବିଧା ଦୂର ହୋଇପାରିବ ବୋଲି ମୋଦି କହିଛନ୍ତି। ପ୍ରତିଘରକୁ ଟଙ୍କାଏରେ ପିଇବା ପାଣି ସଂଯୋଗ ସୁବିଧା ଯୋଗାଇ ଦିଆଯିବ। ଏବେ ଦିଲ୍ଲୀରେ ନୁହେଁ ଦେଶର ପ୍ରତି ଗାଁରେ ବିକାଶ କାର୍ଯ୍ୟ ଜାରି ରହିଥିବା ମୋଦି କହିଛନ୍ତି। ପୂର୍ବରୁ ୧୩୦ ନର୍ଦ୍ଦମା ପାଣି ଗଙ୍ଗାରେ ମିଶୁଥିଲା। ଏବେ ଏସବୁକୁ ବନ୍ଦ କରି ଦିଆଯାଇଛି। ନମାମି ଗଙ୍ଗେ ମିଶନ ପାଇଁ ୩୦ ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରିବା ଳାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ଏହା ସହିତ ଇଣ୍ଡିଆ ଗେଟ୍‌ ସମ୍ମୁଖରେ ହୋଇଥିବା ଟ୍ରାକ୍ଟର ପୋଡ଼ି ଘଟଣା ନେଇ ମୋଦି ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଚାଷୀ ପୂଜା କରୁଥିବା ଚାଷ ସରଞ୍ଜାମରେ ବିରୋଧୀ ଦଳ ନିଆଁ ଲଗାଇ ଦେଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବଡ଼ ନିଷ୍ପତ୍ତି : ଏଣିକି ହେବ…

ଭୁବନେଶ୍ୱର,୨୯।୮: ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ ପରୀକ୍ଷା। ଥରେ…

ବୁର୍ଲାରେ ଫୁଟିଲା ଗୁଳି: ମାଂସ ବ୍ୟବସାୟୀଙ୍କ ଚାଲିଗଲା ଜୀବନ, ପରକୀୟା ପ୍ରୀତି …

ସମ୍ବଲପୁର,୨୯ା୮(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଅତ୍ୟନ୍ତ ବ୍ୟସ୍ତ ବହୁଳ ଅଞ୍ଚଳ କିର୍ବା ଛକରେ ଶନିବାର ପୂର୍ବାହ୍ନରେ ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ ଘଟିଛି। ଏଥିରେ କିର୍ବା ଛକରେ ମାଂସ…

କାମରେ ଆସୁନି ଆଧାର କାର୍ଡ, ନିୟମଗିରିରେ ବଢୁଛି ଡଙ୍ଗରିଆଙ୍କ ଅସନ୍ତୋଷ

କଲ୍ୟାଣସିଂହପୁର,୨୯ା୮(ଦୀପକ କୁମାର ପରିଡ଼ା): ସରକାରୀ ସୁବିଧା ସୁଯୋଗ ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ଆଧାର ଶିବିର ଏବେ ନିୟମଗିରିର ଡଙ୍ଗରିଆ କନ୍ଧମାନଙ୍କ ପାଇଁ ନୂଆ ସମସ୍ୟା…

କୋହଲିଙ୍କଠାରୁ ଶ୍ରେଷ୍ଠ ବୁମ୍‌ରା: କହୁ କହୁ ଏମିତି କହିଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କୁ ଚୟନ କରିବାକୁ…

ଆର୍‌ଟିଓ ଅଫିସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା ସବୁ

ଗଜପତି,୨୯ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଜଳିଯାଇଛି କମ୍ପ୍ୟୁଟର ପ୍ରକୋଷ୍ଠ। ଅଗ୍ନିକାଣ୍ଡର କାରଣ ଏବେବି ଅସ୍ପଷ୍ଟ…

ଆନ୍ଧ୍ରରେ ଅଟୋ ଓଲଟି ଓଡ଼ିଆ ଶ୍ରମିକଙ୍କ ଜୀବନ ଗଲା

ରାଇକିଆ,୨୯ା୮(ପ୍ରଦୀପ କୁମାର ବେହେରା): ଦାଦନ ଖଟିବାକୁ ଯାଇ ପୁଣି ଜଣେ କନ୍ଧମାଳ ଶ୍ରମିକ ପ୍ରାଣ ହରାଇଛନ୍ତି। ଆନ୍ଧ୍ରପ୍ରଦେଶର ଅଙ୍ଗୁଲୁ ଜିଲା ଅନ୍ତର୍ଗତ ମେଜରମେଣ୍ଟାଠାରେ ଚଳିତ ମାସ ୨୪…

୧ ସେପ୍ଟେମ୍ୱରରୁ ମହଙ୍ଗା ହେବ ଅନଲାଇନ ସପିଂ! ପାର୍ସଲ ପ୍ରତି ଏତେ ବଢିଯିବ ଡେଲିଭରୀ ଚାର୍ଜ

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ବି ପାର୍ୱଣ ଋତୁରେ ଅନଲାଇନ ସପିଂ (Online Shopping) କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେପ୍ଟେମ୍ୱର…

ଭାତପୁରା ସ୍କୁଲରେ ଅବ୍ୟବସ୍ଥା: ବିପଦରେ ୧୬୨ ଛାତ୍ରଛାତ୍ରୀ

ଜମନକିରା,୨୯।୮(ରବିନ୍ଦ୍ର ପ୍ରସାଦ ଦାନୀ): ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭାତପୁରା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ଦୁରବସ୍ଥା ଯୋଗୁଁ ୧୬୨ ଛାତ୍ରଛାତ୍ରୀ ବିପଦସଙ୍କୁଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri