Posted inଜାତୀୟ

ନମାମି ଗଙ୍ଗେ ପ୍ରକଳ୍ପ: ପ୍ରତିଦିନ ୧୫୧ ନିୟୁତ ଲିଟରରୁ ଅଧିକ ଜଳ ହେବ ଶୋଧନ, ଟଙ୍କାଏରେ ପାଣି ସଂଯୋଗ ସୁବିଧା

ହରିଦ୍ୱାର, ୨୯।୯: ନମାମି ଗଙ୍ଗେ ମିଶନ ପ୍ରକଳ୍ପ ଅର୍ନ୍ତଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତରଖଣ୍ଡରେ ୬ ମେଗା ପରିଯୋଜନାର ଲୋକାର୍ପଣ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କରିଛନ୍ତି। ଏହା ଦ୍ୱାରା ପ୍ରତିଦିନ ୧୫୧.୫ ନିୟୁତ ଲିଟର ଜଳ ଶୋଧନ କରାଯାଇପାରିବ। ସେଥିମଧ୍ୟରେ ହରିଦ୍ୱାରର ଜଗଜିତ୍‌ପୁରରେ ୬୮ ନିୟୁତ ଲିଟର ଜଳ ଶୋଧନ କରାଯିବାର ପ୍ରକଳ୍ପ ରହିଛି। ସେହିପରି ଋଷିିକେଶର ଲକ୍କଡ଼ଘାଟରେ ୨୬ ନିୟୁତ ଲିଟର ଜଳ ଶୋଧନ କରାଯିବ। ଚନ୍ଦ୍ରଶ୍ୱରନଗରରେ ୭.୫ ନିୟୁତ, ଚୋରପାନିରେ ୫ ନିୟୁତ ଲିଟର ଜଳ ଶୋଧନ ପ୍ରକଳ୍ପ ମଧ୍ୟ ଏଥିରେ ରହିଛି। ଏହା ସହିତ ଜଗଜିତ୍‌ପୁରରେ ୨୭ ନିୟୁତ ଲିଟର ଜଳ ଶୋଧନ ପ୍ରକଳ୍ପର ନବୀକରଣ କରାଯାଇଛି। ସେହିପରି ସରାୟରେ ମଧ୍ୟ ୧୮ ନିୟୁତ ଲିଟର ଜଳ ଶୋଧନ ପ୍ରକଳ୍ପର ନବୀକରଣ ହୋଇଛି। ଏହା ସହିତ ମୋଦି ଜଳ ଜୀବନ ମିଶନର ଲୋଗୋ ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ପ୍ରତିଘରେ ଶୁଦ୍ଧ ପିଇବା ପାଣି ପହଞ୍ଚିବ। ପୂର୍ବରୁ ଗଙ୍ଗା ସଫେଇ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହୋଇଥିଲେ ବି କୌଣସି ସୁଫଳ ମିଳି ନ ଥିଲା। ତେବେ ଏବେ ସାଧାରଣ ଲୋକଙ୍କ ଅସୁବିଧା ଦୂର ହୋଇପାରିବ ବୋଲି ମୋଦି କହିଛନ୍ତି। ପ୍ରତିଘରକୁ ଟଙ୍କାଏରେ ପିଇବା ପାଣି ସଂଯୋଗ ସୁବିଧା ଯୋଗାଇ ଦିଆଯିବ। ଏବେ ଦିଲ୍ଲୀରେ ନୁହେଁ ଦେଶର ପ୍ରତି ଗାଁରେ ବିକାଶ କାର୍ଯ୍ୟ ଜାରି ରହିଥିବା ମୋଦି କହିଛନ୍ତି। ପୂର୍ବରୁ ୧୩୦ ନର୍ଦ୍ଦମା ପାଣି ଗଙ୍ଗାରେ ମିଶୁଥିଲା। ଏବେ ଏସବୁକୁ ବନ୍ଦ କରି ଦିଆଯାଇଛି। ନମାମି ଗଙ୍ଗେ ମିଶନ ପାଇଁ ୩୦ ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରିବା ଳାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ଏହା ସହିତ ଇଣ୍ଡିଆ ଗେଟ୍‌ ସମ୍ମୁଖରେ ହୋଇଥିବା ଟ୍ରାକ୍ଟର ପୋଡ଼ି ଘଟଣା ନେଇ ମୋଦି ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଚାଷୀ ପୂଜା କରୁଥିବା ଚାଷ ସରଞ୍ଜାମରେ ବିରୋଧୀ ଦଳ ନିଆଁ ଲଗାଇ ଦେଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୭ରେ ମୋଦି-ହାସିନା ଆଲୋଚନା

ନୂଆଦିଲ୍ଲୀ, ୧୬ା୧୨: ଭାରତ ଓ ବାଂଲାଦେଶ ମଧ୍ୟରେ ଆସନ୍ତା ଗୁରୁବାର ଦ୍ୱିପାକ୍ଷିକ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶ ପ୍ରତିପକ୍ଷ ଶେଖ ହାସିନାଙ୍କ...

ଦେଶକୁ ବଞ୍ଚାଇବାକୁ ହେଲେ ଏକାଠି ହେବାକୁ ପଡ଼ିବ: ତେଜସ୍ବୀ

ନୂଆଦିଲ୍ଲୀ/ପାଟନା,୧୬।୨: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର ୨୦୨୪ ମିଶନ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ନେତା ତେଜସ୍ବୀ...

ଆତ୍ମହତ୍ୟା କରିବା ପୂର୍ବରୁ ସ୍ତ୍ରୀଙ୍କୁ ଏମିତି ନିବେଦନ କଲେ ସ୍ବାମୀ

ଅନ୍‌ଲାଇନ୍‌ ଜୁଆ ଖେଳି ଲକ୍ଷ ଲକ୍ଷ ଟଙ୍କା ହରାଇବା ପରେ ପୁଡୁଚେରୀର ଜଣେ ବ୍ୟକ୍ତି ମୃତ୍ୟୁକୁ ଆପଣାଇନ୍ତି। ବିଜୟ କୁମାର ନାମକ ଏହି ବ୍ୟକ୍ତି ଜଣଙ୍କ...

କରୋନାର ଦ୍ୱିତୀୟ ଲହରରେ ଜନ୍ମ ନେଇଛନ୍ତି ଦୁଇଗୁଣା ଅପରିପକ୍ୱ ଶିଶୁ!

ନୂଆଦିଲ୍ଲୀ,୧୯ ।୭: କରୋନା ମହାମାରୀ ସାରା ବିଶ୍ୱର ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଥିବା ବେଳେ ଏହା ଅନେକ ଅସ୍ୱାଭାବିକ ପରିସ୍ଥିତି ବି ସୃଷ୍ଟି କରିଛି । ମିଳିଥିବା...

ବିଜୟ ପରେ  ବି ଏଏପି ମେୟର ପାଇଁ କେଜରିଓ୍ବାଲଙ୍କୁ ଖେଳିବାକୁ ପଡିବ ପର୍ଦ୍ଦାପଛରେ ଖେଳ…

ନୂଆଦିଲ୍ଲୀ,୭।୧୨ : ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନ (ଏମସିଡି) ନିର୍ବାଚନରେ ୨୫୦ ଟି ଆସନ ପାଇଁ ଭାଜପା ଏବଂ ଆମ ଆଦମୀ ପାର୍ଟି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଜାରି...

ସୁପ୍ରିମକୋର୍ଟରେ ପହଞ୍ଚିଲା ନୂଆ ସଂସଦ ଭବନର ଉଦ୍‌ଘାଟନୀ ମାମଲା

ନୂଆଦିଲ୍ଲୀ,୨୫।୫: ନୂତନ ସଂସଦ ଭବନର ଉଦ୍‌ଘାଟନ ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରାଯାଇଛି। ପିଟିସନରେ ଲୋକ ସଭା ସଚିବାଳୟ ଏବଂ...

ଅସୁସ୍ଥତା ପାଇଁ ଲକ୍ଷ୍ନୌ ଗଲେ ଚିନ୍ମୟାନନ୍ଦ

ଶାହାଜହାନପୁର,୨୩।୯: ଯୌନ ନିର୍ଯ୍ୟାତନା ମାମଲାରେ ଜେଲ୍‌ରେ ଥିବା ଭାଜପା ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦ ସରସ୍ବତୀଙ୍କ ସ୍ବାସ୍ଥ୍ୟ ବିଗିଡି ଯିବାରୁ ତାଙ୍କୁ ଲକ୍ଷ୍ନୌ...

ଜିହ୍ନାଙ୍କୁ ପ୍ରଶଂସା କଲେ ଶତ୍ରୁଘ୍ନ

ଭୋପାଳ,୨୭।୪: ବଲିଉଡ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନା ମହମ୍ମଦ୍‌ ଅଲ୍ଲୀ ଜିହ୍ନାଙ୍କୁ ପ୍ରଶଂସା କରିଛନ୍ତି। ମଧ୍ୟପ୍ରଦେଶ ଚିନ୍ଦଓ୍ବାରାରେ ଏକ ନିର୍ବାଚନୀ ସଭାରେ ଶତ୍ରୁଘ୍ନ କହିଥିଲେ ଯେ, ସର୍ଦ୍ଧାର...

Advertisement
Archives

Model This Week