ନାଲ୍‌କୋର ନୂତନ ଡାଉନଷ୍ଟ୍ରିମ୍‌ ଉତ୍ପାଦ ଶୁଭାରମ୍ଭ

ଭୁବନେଶ୍ୱର,୩୧ା୧୨: ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ)ର ନୂତନ ଡାଉନଷ୍ଟ୍ରିମ୍‌ ଉତ୍ପାଦର ଶୁଭାରମ୍ଭ କରାଯାଇଛି। ବିଶେଷକରି କମ୍ପାନୀର ନୂତନ ଡାଉନଷ୍ଟ୍ରିମ୍‌ ଉତ୍ପାଦ ‘ଆଲୁମିନିୟମ୍‌ ଏଲ୍‌ଇଡି କ୍ୟାପ୍‌ ଷ୍ଟକ୍‌ ଏଲୋୟ ଏଏ୧୧୦୦ର କଏଲ୍‌ ଫର୍ମ ଏଚ୧୨ ସହ ଶୁଭାରମ୍ଭ କରାଯାଇଛି। ଏପରିକି ନିକଟରେ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରସ୍ଥିତ ନାଲ୍‌କୋ କର୍ପୋରେଟ୍‌ କାର୍ଯ୍ୟାଳୟ ପରିଦର୍ଶନ ସମୟରେ କେନ୍ଦ୍ର ଖଣି ସଚିବ ବିବେକ ଭରଦ୍ୱାଜଙ୍କ ଦ୍ବାରା ଆଭାସି ମାଧ୍ୟମରେ ଅନୁଗୋଳସ୍ଥିତ ନାଲ୍‌କୋର ସ୍ମେଲଟର ୟୁନିଟ୍‌ର ଆର୍‌ପିୟୁଠାରୁ ଉକ୍ତ ଉତ୍ପାଦର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନାଲ୍‌କୋ ସିଏମ୍‌ଡି ଶ୍ରୀଧର ପାତ୍ର, ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଯୁଗ୍ମ ସଚିବ ଡ. ବୀଣା କୁମାରୀ ଡି, ନାଲ୍‌କୋର ନିର୍ଦ୍ଦେଶକ ମଣ୍ଡଳୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଉକ୍ତ ଉନ୍ମୋଚନ କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଉତ୍ପାଦନ ୟୁନିଟ୍‌ ଅର୍ଥାତ୍‌ ଅନୁଗୋଳ ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟରେ ରୋଲ୍ଡ୍‌ ପ୍ରଡକ୍ଟ ୟୁନିଟ୍‌ରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇ ଉତ୍ପାଦର ପ୍ରଥମ ସାମଗ୍ରୀକୁ ମଧ୍ୟ ପଠାଯାଇଥିଲା। ଏହା ସାଧାରଣତଃ ଏଲ୍‌ଇଡି ବଲ୍‌ବରେ କ୍ୟାପ୍‌ ଭାବେ ବ୍ୟବହୃତ ହୁଏ, ଯାହା ବଲ୍‌ବ ନିମନ୍ତେ ଉତ୍ତାପ ନିୟନ୍ତ୍ରଣର ଭାବେ କାମ କରେ। ଉତ୍ତାପ ନିୟନ୍ତ୍ରଣର ପ୍ରୟୋଗଗୁଡ଼ିକ ପାଇଁ ଆଲୁମିନିୟମ୍‌ ଏକ ଆଦର୍ଶ ଓ ଉପଲବ୍ଧ ପଦାର୍ଥ ଭାବେ ପରିଗଣିତ ହୋଇଥାଏ। ଏପରିକି ଏହା ଏଲ୍‌ଇଡି ବଲ୍‌ବ କ୍ୟାପ୍‌ ପାଇଁ ଏଏ୧୧୦୦ ଅଧିକ ଉପଯୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri