ବିପଦସଙ୍କୁଳ ଅବସ୍ଥାରେ ନାଇପେଟା, ନାଗାବଳୀ ପୋଲ

ରାୟଗଡା,୧୧।୯ (ଭାଗ୍ୟଶ୍ରୀ ମିଶ୍ର ): ରାଜପଥ ବିଭାଗର ଖାମଖିଆଲି ମନୋଭାବ ଯୋଗୁ ବର୍ଷ ବର୍ଷ ଧରି ରାଜପଥଗୁଡ଼ିକର ନିର୍ମାଣ କି ମରାମତି ହେଉନି। ରାୟଗଡ଼ା ଜିଲା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥ ଦୀର୍ଘଦିନ ହେଲା ମରାମତି ଅଭାବରୁ ମରଣଯନ୍ତା ପାଲଟିଛି। ରାୟଗଡା ସହରର ରିଲାଏନ୍ସ ପେଟ୍ରୋଲ ପମ୍ପଠାରୁ ଆରମ୍ଭକରି ଅମ୍ଲାଭଟା ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ ଶୋଚନୀୟ ହୋଇପଡ଼ିଛି। ଏଥିସହ ନାଗାବଳୀ ବ୍ରିଜ୍‌ ଏବଂ ନାଇପେଟା ବ୍ରିଜ ବହୁତ ପୁରୁଣା ହୋଇଥିବାବେଳେ ମରାମତି କରାଯାଉ ନ ଥିବାରୁ ଏହା ବିପଦସଙ୍କୁଳ ହୋଇପଡ଼ିଛି। ବ୍ରିଜ୍‌ ଦେଇ କୌଣସି ଭାରିଯାନ ଗଲେ ଏହା ଜୋରରେ ହଲୁଥିବାରୁ କୌଣସି ମୁହୂର୍ତ୍ତରେ ଅଘଟଣ ଘଟିବା ଆଶଙ୍କା ଥିବା ବୁଦ୍ଧିଜୀବୀ କହିଛନ୍ତି। ବ୍ରିଜଗୁଡିକ ବହୁ ପୁରୁଣା ହୋଇଥିବାରୁ ସେଥିରୁ କାଡପା ପ୍ଲେଟ, ସିମେଣ୍ଟ ଛାଡି ଲୁହା ଛଡ଼ ବାହାରି ପଡ଼ିଲାଣି। ତେବେ ବ୍ରିଜର ଅବସ୍ଥା ଶୋଚନୀୟ ଥିଲେ ମଧ୍ୟ ପ୍ରତିଦିନ ଶତାଧିକ ଭାରିଯାନ ଏହି ବ୍ରିଜ୍‌ ଦେଇ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି। ବର୍ଷା ହେଲେ ରାସ୍ତାରେ ଥିବା ଖାଲରେ ପାଣି ଜମି ରହୁଥିବାରୁ ଲୋକେ ଜାଣି ନ ପାରି ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ରାଜପଥ ପଡୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ, ବ୍ରହ୍ମପୁର ଓ କୋରାପୁଟକୁ ସଂଯୋଗ କରୁଥିବାରୁ ଉକ୍ତ ରାସ୍ତାରେ ପ୍ରତିଦିନ ନେତା, ମନ୍ତ୍ରୀମାନେ ଯିବା ଆସିବା କରୁଥିଲେ ମଧ୍ୟ ରାସ୍ତାର ଅବସ୍ଥା ଉପରେ କାହାର ନଜର ପଡୁ ନ ଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ବ୍ରିଜ୍‌ ମରାମତି ପାଇଁ ଅଞ୍ଚଳବାସୀ ଅଭିଯୋଗ କଲେ, ବିଭାଗୀୟ କର୍ତ୍ତୃପକ୍ଷ କାମଚଳା ନୀତିରେ ଖାଲଖମାରେ ମାଟି, ସିମେଣ୍ଟ ଭରି ଦେଇ ଚୁପ ବସୁଛନ୍ତି। ତୁରନ୍ତ ରାସ୍ତା ମରାମତି ସହ ବ୍ରିଜର ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ସୂଚନାଯୋଗ୍ୟ,ଗତ କିଛି ଦିନ ତଳେ ରାୟଗଡା ଜିଲା କଲ୍ୟାଣସିଂପୁରର ଉପରସାଜା ଗ୍ରାମରେ ନିର୍ମାଣାଧୀନ ବ୍ରିଜ ଭୁଶୁଡି ୪ ଶିଶୁଙ୍କ ସମେତ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ଜିଲା ତଥା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା l ତେଣୁ ଏହି ୨ଟି ପୁରୁଣା ବ୍ରିଜ୍‌ରେ କିଛି ଦୁର୍ଘଟଣା ଘଟିବା ପୂର୍ବରୁ ରାଜପଥ ବିଭାଗ ତୁରନ୍ତ ମରାମତି କରିବାକୁ ଦାବି ହୋଇଛି। ଏ ନେଇ ରାୟଗଡାର ଜଣେ ଆଇନଜୀବୀ ଲାବଣ୍ୟ ମୋହନ ପଟ୍ଟନାୟକ କହିଛନ୍ତି, ଏଭଳି ବିପଦପୂର୍ଣ୍ଣ ରାସ୍ତା ଦେଇ ଯିବା ଆସିବା କରିବାକୁ ଭୟ ଲାଗୁଛି। ତେଣୁ ତୁରନ୍ତ ରାସ୍ତା ମରାମତି କରିବାକୁ ସେ ଦାବି କରିଛନ୍ତି l ରାୟଗଡ଼ା ଜାତୀୟ ରାଜପଥ କାର୍ଯ୍ୟାଳୟରେ ଅବସ୍ଥାପିତ ଏସ୍‌ଡିଓ ବିକ୍ରମ ପାଣିଗ୍ରାହୀ ସୁନାବେଡାରେ ଥିବା ମୁଖ୍ୟ ଡିଭିଜନ କାମ ଥିବା ଦର୍ଶାଇ ରାୟଗଡାରେ ଅନୁପସ୍ଥିତ ରହୁଛନ୍ତି। ଫଳରେ ଲକ୍ଷ୍ମୀପୁର ଜେଇଙ୍କୁ ରାୟଗଡା ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବାବେଳେ ସେ ମଧ୍ୟ ଅଧିକାଂଶ ସମୟରେ ଅନୁପସ୍ଥିତ ରହୁଥିବାରୁ ୪ ଜଣ ପିଅନଙ୍କୁ ନେଇ ଚାଲିଛି ଜାତୀୟ ରାଜପଥ ବିଭାଗ l ତେଣୁ ଜାତୀୟ ରାଜପଥରେ ଏକ ସ୍ଥାୟୀ ଜେଇଙ୍କୁ ନିଯୁକ୍ତି କରିବାକୁ ମଧ୍ୟ ସାଧାରଣରେ ଦାବି ହୋଇଛି। ରାଜପଥ ସମସ୍ୟା ସମ୍ପର୍କରେ ପାଣିଗ୍ରାହୀଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରିବାରୁ ଉପରିସ୍ଥ ଅଧିକାରୀଙ୍କୁ ନୂତନ ବ୍ରିଜ ପାଇଁ ପ୍ରସ୍ତାବ ଦିଆଯାଇଛି। ତେବେ ବ୍ରିଜ୍‌ ମରାମତି କାମ ଅତିଶୀଘ୍ର ଆରମ୍ଭ କରାଯିବ ବୋଲି ସେ କହିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

୨୦ ବର୍ଷରେ ପାଦ ଥାପିବ ଟାଉନ ଦୁର୍ଗାପୂଜା କମିଟି, ବଂଶଧାରା ନଦୀତଟରେ ପୂଜାର୍ଚ୍ଚନା

ଗୁଡ଼ାରି,୧୯ା୯(ପ୍ରମୋଦ କୁମାର ପତି): ପବିତ୍ର ରାଧାଷ୍ଟମୀ ଅବସରରେ ଶନିବାର ଗୁଡ଼ାରି ଟାଉନ ଦୁର୍ଗାପୂଜା କମିଟି ପକ୍ଷରୁ ଦୁର୍ଗାପୂଜା ନିମନ୍ତେ ମୃତ୍ତିକା ପୂଜା ଅନୁଷ୍ଠିତ ହୋଇଯାଇଛି। ପବିତ୍ର ବଂଶଧାରା…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?