Nails ରଙ୍ଗ କହିବ ରୋଗ, ଏବେଠୁ ଜାଣି ନିଅନ୍ତୁ…

ନଖର ରଙ୍ଗ ଏବଂ ଆକୃତିର ପରିବର୍ତ୍ତନ ରୋଗ ବିଷୟରେ ସୂଚନା ଦେଇଥାଏ । ଯଦି ଆପଣଙ୍କ ନଖରେ ପରିବର୍ତ୍ତନ ଦେଖନ୍ତି, ତେବେ ଆପଣ ସତର୍କ ହେଇଯାଆନ୍ତୁ । ନଖ ଯଦି ଧଳା, ହଳଦିଆ କିମ୍ବା ଗୋଲାପୀ ହେଉଛି ଏଥି ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି । ଜାଣନ୍ତୁ ଏ ସମ୍ପର୍କରେ…

Colour of your Nails: ନଖରେ ଗାର ପଡିଥିଲେ ଜାଣିବେ ଯେ, ଏହା ଭିଟାମିନ-ବି, ବି -୧୨, ଜିଙ୍କ ଅଭାବକୁ ସୂଚିତ କରେ । ନଖଗୁଡ଼ିକରେ ଉଜ୍ଜ୍ୱଳତା ନଥିଲେ କିମ୍ବା ଶୁଖିଲା ଦିଶୁଥିଲେ ଥାଇରଏଡ ପରି ସମସ୍ୟାର ଶିକାର ହେବାର ସଙ୍କେତ ହୋଇପାରେ । ନଖ ନୀଳ ପଡୁଥିଲେ ଜାଣିବେ ହୃଦୟ, ଫୁସଫୁସରେ ଅମ୍ଳଜାନ ଅଭାବର ଲକ୍ଷଣ ରହିଛି । ନଖଗୁଡ଼ିକ ମଳିନ ଦେଖାଯାଉଥିଲେ ଜାଣିବେ ଏହା ରକ୍ତହୀନତା, ହୃଦଘାତ, ଯକୃତ ରୋଗ ଏବଂ ପୁଷ୍ଟିହୀନତାର ଲକ୍ଷଣ ହୋଇପାରେ ।

ନଖ ବଙ୍କା ହେଉଥିଲେ ଜାଣିବେ ଯେ ଏହା ଏକ ଜେନେଟିକ ସମସ୍ୟା । ଏହା ସହ ଯକୃତ ସମ୍ବନ୍ଧୀୟ ସମସ୍ୟା କିମ୍ବା ହାଇପୋକ୍ରୋମିକ ରକ୍ତହୀନତାର ଲକ୍ଷଣ ହୋଇପାରେ । ନଖର ଉପର ଭାଗରେ ଗୋଲାପୀ ରେଖା ଦେଖାଯାଉଥିଲେ ଜାଣିବେ ଏହା ଶରୀରର କିଛି ଗମ୍ଭୀର ରୋଗ, ହୃଦ ରୋଗ, ଗମ୍ଭୀର ସଂକ୍ରମଣ ଇତ୍ୟାଦିର ଲକ୍ଷଣ । ହଳଦିଆ ନଖ ଥିଲେ ଜାଣିବେ ଫଙ୍ଗାଲ ସଂକ୍ରମଣ ହେଉଛି । ଥାଇରଏଡ, ଫୁସଫୁସ ଏବଂ ମଧୁମେହ ଥିଲେ ନଖ ହଳଦିଆ ଦେଖାଯାଏ । ସେହିପରି ନଖ ଧଳା ଦେଖାଗଲେ ଜାଣିବେ ଯେ ହେପାଟାଇଟିସ ଅବା ଲିଭର ରୋଗରେ ସଂକ୍ରମିତ । ନଖର ଘନତା ଅସୱାଭାବିକ ଭାବରେ ବଢିବାକୁ ଲାଗେ ଅବା ମୋଟା ହେବାକୁ ଲାଗେ, ତେବେ ଜାଣିବେ ଯେ ଏହା ମଧୁମେହ, ଫୁସଫୁସ ସଂକ୍ରମଣ ଏବଂ ଆର୍ଥ୍ରାଇଟିସରେ ଆକ୍ରାନ୍ତ ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୫ କଥା ମନେ ରଖନ୍ତୁ, ଜୀବନରେ କେବେ ହେବେ ନାହିଁ ଦରିଦ୍ର

ମନୁଷ୍ୟ ଜୀବନରେ ଧନର ବିଶେଷ ମହତ୍ୱ ରହିଛି। କାରଣ ଏହାଦ୍ୱାରା ସମସ୍ତେ ନିଜର ଇଚ୍ଛା ଏବଂ ଆବଶ୍ୟକତାକୁ ପୂରଣ କରିଥାନ୍ତି। ଏହାକୁ ନେଇ ମହାନ ବିଦ୍ୱାନ...

ଖରାଦିନେ ଚର୍ମ ସମସ୍ୟା ଦେଖାଯାଉଛି କି, ଆଲୋଭେରା ସହ ଏହି ଜିନିଷ ମିଶାଇ ଲଗାନ୍ତୁ

ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ଚର୍ମ ସମସ୍ୟା ଆରମ୍ଭ ହୋଇଯାଏ। ଟାଣ ଖରା, ଝାଳ ଏବଂ ଆର୍ଦ୍ରତା ଚର୍ମକୁ ଶୁଷ୍କ କରିଥାଏ। ଯାହାଦ୍ୱାରା ଦେହ କୁଣ୍ଡାଇ...

ସାବଧାନ! ହାର୍ଟ ପାଇଁ ସବୁଠୁ ବିପଦ ବଢୁଥିବା ତାପମାତ୍ରା, ଅବଲମ୍ବନ କରନ୍ତୁ ଏହି ଉପାୟ

ଜଳବାୟୁ ପରିବର୍ତ୍ତନ ଏକ ଗମ୍ଭୀର ସମସ୍ୟା ପାଲଟିଛି। ବୃଦ୍ଧି ପାଉଥିବା ତାପମାତ୍ରା, ଅସନ୍ତୁଳିତ ପାଗ ଏବଂ ପ୍ରଦୂଷଣ କେବଳ ପରିବେଶକୁ ପ୍ରଭାବିତ କରୁନାହିଁ ବରଂ ଆମ...

ଏହି ୬ ଅଭ୍ୟାସ କରିଦେବ ଦରିଦ୍ର

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ମାଛ କଣ୍ଟା ଲାଗିଥିଲେ କ’ଣ କରିବେ

ମାଛ ଖାଇବା ସମୟରେ ଅସାବଧାନତା ବଶତଃ ବେଳେବେଳେ ତଣ୍ଟିରେ କଣ୍ଟା ଲାଗିଯାଇଥାଏ। ଏଥିପାଇଁ ଅନେ କଷ୍ଟ ହୋଇଥାଏ। ଫଳରେ ଆମକୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଥାଏ।...

ଏସବୁ ଖାଇଲେ ନିିୟନ୍ତ୍ରଣରେ ରହିବ ଡାଇବେଟିସ୍‌: ସ୍ବାସ୍ଥ୍ୟ ବିଶେଷଜ୍ଞ

ଡାଇବେଟିସ୍‌ ବା ମଧୁମେହ ରୋଗୀ ଯେହେତୁ ନିଜର ବ୍ଲଡ୍‌ ସୁଗାରକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରି ନ ଥାନ୍ତି ସେଥିପାଇଁ ତାଙ୍କୁ ଖାଦ୍ୟ ପାନୀୟ ପ୍ରତି...

ଭାରତ ଆସିଲା ଓଜନ କମାଇବା ଇଞ୍ଜେକ୍‌ଶନ୍‌

ନୂଆଦିଲ୍ଲୀ,୨୧ା୩: ଆମେରିକୀୟ ମଲ୍ଟି ନ୍ୟାଶନାଲ ଫାର୍ମାସ୍ୟୁଟିକାଲ କମ୍ପାନୀ ଏଲି ଲିଲୀ ପକ୍ଷରୁ ଗୁରୁବାର ଭାରତରେ ମେଦ ବହୁଳତା ଏବଂ ଟାଇପ୍‌ ୨ ମଧୁମେହ ପାଇଁ ‘ମୌନଜାରୋ’...

କେବଳ ସୌନ୍ଦର୍ଯ୍ୟ ନୁହେଁ, ଘରର ଐଶ୍ୱର୍ଯ୍ୟ ବୃଦ୍ଧି କରେ ଏସବୁ ଇଣ୍ଡୋର୍‌ ପ୍ଲାଣ୍ଟ, ଜାଣନ୍ତୁ…

ଇଣ୍ଡୋର୍‌ ପ୍ଲାଣ୍ଟ କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରେନାହିଁ ଘର ପରିବେଶକୁ ବିଶୁଦ୍ଧ କରିବା ସହ ଘରେ ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ କରିଥାଏ। ତେବେ ଏମିତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri