ନାଇଡୁଙ୍କ ନୂଆ ବ୍ୟବସ୍ଥା

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌.ଚନ୍ଦ୍ରବାବୁ ନାଇଡୁ ପଦବୀରେ ଦୃଢ଼ ରହିଛନ୍ତି। ପ୍ରଶାସନରୁ ଆରମ୍ଭକରି ସବୁ କ୍ଷେତ୍ରରେ ପରିବର୍ତ୍ତନ ହେବାକୁ ଯାଉଛି ବୋଲି ରାଜ୍ୟ ସରକାର ଏକ ବାର୍ତ୍ତା ଦେଉଛନ୍ତି। ଏହି ପରିବର୍ତ୍ତନ ଧାରାର ସଦ୍ୟତମ ପଦକ୍ଷେପ କ୍ରମେ ଆଇପିଏସ୍‌ ଅଧିକାରୀ ଏଲ୍‌. ସୁବାରାୟୁଡୁଙ୍କୁ ତେଲଙ୍ଗନାରୁ ଆନ୍ଧ୍ରପ୍ରଦେଶକୁ ୩ ବର୍ଷ ପାଇଁ ଡେପୁଟେଶନରେ ଅଣାଯାଇଛି। ତାଙ୍କୁ ତୁରନ୍ତ ତେଲଙ୍ଗାନାରୁ ରିଲିଭ୍‌ କରିବା ଲାଗି ଅନୁରୋଧ କରାଯାଇଛି । କିନ୍ତୁ ଏହା ଆରମ୍ଭ ମାତ୍ର। ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳରେ ୧୯ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ଆନ୍ଧ୍ରପ୍ରଦେଶ ମଧ୍ୟରେ ବଦଳି କରାଯାଇଛି। ମୁଖ୍ୟ ଶାସନ ସଚିବ ନୀରବ ପ୍ରସାଦ ଜାରି କରିଥିବା ଏ ସମ୍ପର୍କିତ ନିର୍ଦ୍ଦେଶଗୁଡ଼ିକ ପ୍ରଶାସନିକ ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନକୁ ସୂଚିତ କରୁଛି। ଉଲ୍ଲେଖନୀୟ ପରିବର୍ତ୍ତନ ଗୁଡ଼ିକ ମଧ୍ୟରେ ରହିଛି ଭିଜିଲାନ୍ସ ଆଣ୍ଡ ଏନ୍‌ଫୋର୍ସମେଣ୍ଟର ମହାନିର୍ଦ୍ଦେଶକ ଭାବେ ହରିଶ ଗୁପ୍ତାଙ୍କ ନିଯୁକ୍ତି। ଏହା ବ୍ୟତୀତ ଗୃହ ବିଭାଗର ପ୍ରମୁଖ ସଚିବ ଭାବେ କୁମାର ବିଶ୍ୱଜିତଙ୍କୁ ନିଯୁକ୍ତ କରାଯାଇଛି। ଏତିକିରେ ଅଦଳବଦଳ ଅଟକି ଯାଇନାହିଁ। ସ୍ବତନ୍ତ୍ର ମୁଖ୍ୟ ସଚିବ( ବିସି ଓ୍ବେଲ୍‌ଫେୟାର) ଜି. ଅନନ୍ତ ରାମୁଙ୍କୁ ପରିବେଶ, ଜଙ୍ଗଲ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗକୁ ସ୍ଥାନାନ୍ତର କରାଯାଇଛି, ଯାହା ଫଳରେ ମୁଖ୍ୟ ଶାସନ ସଚିବ ଅତିରିକ୍ତ ଦାୟିତ୍ୱରୁ ମୁକ୍ତି ପାଇଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶ ହ୍ୟୁମାନ ରିସୋର୍ସେସ୍‌ ଡେଭଲପ୍‌ମେଣ୍ଟ ଇନ୍‌ଷ୍ଟିଚ୍ୟୁଟର ମହା ନିର୍ଦ୍ଦେଶକ ରାମ ପ୍ରକାଶ ସିସୋଡିଆଙ୍କୁ ରାଜସ୍ବ ବିଭାଗର ସ୍ବତନ୍ତ୍ର ମୁଖ୍ୟ ସଚିବ(ଲାଣ୍ଡସ୍‌ ଆଣ୍ଡ ଡିଏମ୍‌, ରେଜିଷ୍ଟ୍ରେଶନ ଆଣ୍ଡ ଷ୍ଟମ୍ପସ୍‌) ଦାୟିତ୍ୱ ଦିଆଯିବା ଦ୍ୱାରା ଅଜୟ ଜୈନ ତାଙ୍କ ଅତିରିକ୍ତ ଦାୟିତ୍ୱରୁ ମଧ୍ୟ ମୁକ୍ତ ହୋଇଛନ୍ତି। ଏହି ବାର୍ତ୍ତାରୁ ସ୍ପଷ୍ଟ ଯେ, ଏକ ପରିବର୍ତ୍ତନଶୀଳ ଅବଧି ତଥା ଶାସନର ନୂତନ ଆଭିମୁଖ୍ୟ ପାଇଁ ଦକ୍ଷତା ଓ ଉତ୍ତରଦାୟିତ୍ୱକୁ ଗୁରୁତ୍ୱ ଦେଇ ନାଇଡୁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି।

ଖେଡ୍‌କର ଅଧ୍ୟାୟ

୨୦୨୩ ବ୍ୟାଚ୍‌ ଆଇଏଏସ୍‌ ପ୍ରୋବେସନାରି ଅଫିସର ପୂଜା ଖେଡ୍‌କର ଜଟିଳ ସ୍ଥିତରେ ପଡ଼ିଛନ୍ତି। ୟୁପିଏସ୍‌ସି ପରୀକ୍ଷା ମାଧ୍ୟମରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ରେ ନିଜ ସ୍ଥାନ ସୁରକ୍ଷିତ ରଖିବା ପାଇଁ ଏକ ନକଲି ଦୃଷ୍ଟିବାଧିତ ପ୍ରମାଣପତ୍ର ବ୍ୟବହାର କରିଥିବା ଅଭିଯୋଗକୁ ନେଇ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଏହା ତାଙ୍କ ନିଯୁକ୍ତିର ବୈଧତା ଉପରେ ବଡ଼ ସନ୍ଦେହ ସୃଷ୍ଟିକରିଛି ଏବଂ ତାଙ୍କ ଆଇଏଏସ୍‌ ପଦବୀ ପ୍ରତ୍ୟାହାର ହେବାର ଅଧିକ ସମ୍ଭାବନା ରହିଛି । ୟୁପିଏସ୍‌ସିି ଏବଂ ସେଣ୍ଟ୍ରାଲ ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ(ସିଏଟି)ର ବିରୋଧ ସତ୍ତ୍ୱେ ସେ କିପରି ଆଇଏଏସ୍‌ ପାଇବାରେ ସଫଳ ହେଲେ ସେ ନେଇ ପ୍ରଶ୍ନ ଉଠିଛି। କେହି ରାଜନୈତିକ ନେତା ତାଙ୍କ ନିଯୁକ୍ତିକୁ ପ୍ରଭାବିତ କରିଥିବା ବିଷୟରେ ମଧ୍ୟ କଳ୍ପନାଜଳ୍ପନା ପ୍ରକାଶ ପାଉଛି। ସୂତ୍ରରୁ ଜଣାପଡ଼ିଛି ଯେ ପୂର୍ବ କେନ୍ଦ୍ର ସରକାରଙ୍କ ଜଣେ ମନ୍ତ୍ରୀ ଖେଡ୍‌କର ପରିବାରର ନିକଟତର ଏବଂ ପୂଜାଙ୍କ ମହାରାଷ୍ଟ୍ର କ୍ୟାଡର ଆଇଏଏସ୍‌ ପୋଷ୍ଟିଂରେ ତାଙ୍କର ହାତ ଥାଇପାରେ। ପ୍ରକୃତ ଘଟଣା ଜାଣିବା ପାଇଁ ଆମକୁ ଏକକ ସଦସ୍ୟବିଶିଷ୍ଟ କମିଟିର ତଦନ୍ତ ରିପୋର୍ଟକୁ ଅପେକ୍ଷା କରିବାକୁ ହେବ। ଏହି ଅଧ୍ୟାୟ ସୂଚିତକରେ ଯେ ୟୁପିଏସ୍‌ସି ପରୀକ୍ଷାରେ ମଧ୍ୟ ଅସାଧୁ ଉପାୟ ଅବଲମ୍ବନ କରାଯାଇପାରେ । ନିଟ୍‌ ପରୀକ୍ଷା ବିବାଦ ପରେ ଏହି ଘଟଣା କମ୍‌ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଖେଡ୍‌କରଙ୍କ ମାମଲା ସରକାରଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପରୀକ୍ଷା, ବିଶେଷକରି କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିିଓପିଟି) ଏହାର ତଦନ୍ତ ପ୍ରକ୍ରିୟାକୁ ପୁନଃ ଯାଞ୍ଚ କରିବା ଆବଶ୍ୟକ । ବର୍ତ୍ତମାନ ସରକାର ଏହା ପଛର ସତ୍ୟକୁ ସାମ୍ନାକୁ ଆଣି ୟୁପିଏସ୍‌ସିର ବିଶ୍ୱସନୀୟତା ଫେରାଇ ଆଣିବା ଦରକାର।

ଜେଡି(ୟୁ) ପାଇଁ ନୂଆ ଆଶା

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପରାମର୍ଶଦାତା ମନୀଷ ବର୍ମା ନିକଟରେ ଓପଚାରିକ ଭାବେ ଜନତା ଦଳ(ୟୁ)ରେ ଯୋଗ ଦେଇଥିଲେ। ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ବର୍ମା ହେଉଛନ୍ତି ୨୦୦୦ ବ୍ୟାଚ୍‌ର। ସେ ନୀତୀଶ କୁମାରଙ୍କ ପରାମର୍ଶ କ୍ରମେ ୨୦୧୮ରେ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିବା ପରଠାରୁ ତାଙ୍କ ବିଶ୍ୱସ୍ତ ଭାବେ କାମ କରୁଛନ୍ତି। ଜେଡି(ୟୁ)ରେ ବର୍ମା ଯୋଗଦେବାକୁ ନେଇ ଗୁଞ୍ଜରଣ ସୃଷ୍ଟି ହୋଇଛି ଏବଂ ଅନେକେ ଆକଳନ କରୁଛନ୍ତି ଯେ ତାଙ୍କୁ ଦଳର ଭବିଷ୍ୟତ ନେତା ପାଇଁ ପ୍ରସ୍ତୁତ କରାଯାଉଛି। ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପାର୍ଟିର ସାଙ୍ଗଠନିକ କାର୍ଯ୍ୟକ୍ରମଗୁଡ଼ିକରେ ସେ ସକ୍ରିୟ ଭାବେ ଜଡ଼ିତ ରହିଆସିଛନ୍ତି। ବର୍ମା ଜେଡି(ୟୁ)ର କାର୍ଯ୍ୟକାରୀ ସଭାପତି ତଥା ରାଜ୍ୟ ସଭା ସଦସ୍ୟ ସଞ୍ଜୟ କୁମାର ଝା ଏବଂ ରାଜ୍ୟ ଜଳ ସଂସାଧନ ମନ୍ତ୍ରୀ ବିଜୟ କୁମାର ଚୌଧୁରୀଙ୍କ ଉପସ୍ଥିତିରେ ଓପଚାରିକ ଭାବେ ପାର୍ଟିରେ ଯୋଗଦେଇଥିଲେ। ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ଜେଡି(ୟୁ)ର ପ୍ରଚାର କାର୍ଯ୍ୟକ୍ରମରେ ବର୍ମା ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ଦଳ ପ୍ରତିଦ୍ୱନ୍ଦ୍ୱିତା କରିଥିବା ୧୬ଟି ଲୋକ ସଭା ନିର୍ବାଚନମଣ୍ଡଳୀକୁ ସେ ଗସ୍ତ କରିଥିଲେ ଏବଂ ପ୍ରାର୍ଥୀମାନଙ୍କ ପାଇଁ ଉଲ୍ଲେଖନୀୟ ସଫଳତା ଆଣିପାରିଥିଲେ । ଫଳରେ ୧୨ଟି ଆସନରେ ଜେଡି(ୟୁ) ଜିତି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଧୀନ ଏନ୍‌ଡିଏ ସରକାରର ବଡ଼ ସହଯୋଗୀ ଭାବେ ନିଜର ସ୍ଥିତି ଦୃଢ଼ କରିଛି। ବର୍ମା ଅମଲାତନ୍ତ୍ରରୁ ଜଣେ ରାଜନେତା ହେବା ବିହାର ରାଜନୀତିରେ ଏକ ଆକର୍ଷଣୀୟ ଅଧ୍ୟାୟକୁ ସୂଚିତକରେ। ତେବେ ତାଙ୍କ ପ୍ରଭାବ ଜେଡି(ୟୁ)ର ଭବିଷ୍ୟତକୁ କିପରି ପ୍ରଭାବିତ କରିବ ତାହା ହିଁ ସବୁଠୁ ବଡ଼ ପ୍ରଶ୍ନ।

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri