Advertisement

ନଖକଟାରେ ନାଗସାପ ଦାନ୍ତ ଭାଙ୍ଗୁଥିଲେ

ବଲାଙ୍ଗୀର ଅଫିସ,୧୩।୧୧: ବଲାଙ୍ଗୀର ଜିଲା ପୁଇଁତଲା ଥାନା ବିଲେଇସର୍ଡା ଗ୍ରାମର ଜଣେ ଯୁବକ ନାଗସାପ ଧରିବା ପରେ ନଖକଟାରେ ସାପ ଦାନ୍ତ ଭାଙ୍ଗିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସମ୍ପୃକ୍ତ ଯୁବକ
ହେଲେ ଗ୍ରାମର ବୀର ବିଶ୍ୱାଳ(୩୫)। ବିଭିନ୍ନ ସ୍ଥାନରୁ ବିଷଧର ସାପ ବିଶେଷକରି ନାଗସାପ ଧରିବା ପରେ ଏକ ନଖକଟା ଯନ୍ତ୍ରରେ ସମ୍ପୃକ୍ତ ସାପର ବିଷଦାନ୍ତ ଭାଙ୍ଗିଦେଉଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ବଲାଙ୍ଗୀର ସ୍ନେକ୍‌ ହେଲ୍‌ପଲାଇନ୍‌ ପକ୍ଷରୁ ସ୍ଥାନୀୟ ବନ ବିଭାଗ ରେଞ୍ଜ ଅଫିସରେ ଅଭିଯୋଗ କରାଯାଇଛି। ସାପକୁ ନିର୍ଯାତନା ଦେଉଥିବା ଏବଂ ଏହାର ଭିଡିଓ କରି ଭାଇରାଲ କରୁଥିବା
ସମ୍ପୃକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ କରାଯାଇଛି। ସ୍ନେକ୍‌ ହେଲପଲାଇନ୍‌ ପକ୍ଷରୁ ଅନୋଜ
ମିଶ୍ର କହିଛନ୍ତି ଯେ, ସାପକୁ ଏଭଳି ନିର୍ଯାତନା ଦେବା ଆଇନସଙ୍ଗତ ନୁହେଁ। ଏନେଇ ବଲାଙ୍ଗୀର ବନବିଭାଗ ରେଞ୍ଜ ଅଫିସର କେଶବ କିଶୋର ନାୟକଙ୍କୁ
ପଚାରିବାରୁ ଅଭିଯୋଗ ଏବଂ ଭାଇରାଲ ଭିଡିଓ ପାଇବା ପରେ ବିଭାଗ ଟିମ୍‌ ତୁରନ୍ତ ବିଲେଇସର୍ଡା ଯାଇ ସମ୍ପୃକ୍ତ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରିଥିଲା। ତେବେ ଅଭିଯୁକ୍ତ କୁଆଡେ ପଳାଇ ଯାଇଥିବାରୁ ତାଙ୍କୁ ଧରାଯାଇ ପାରିନାହିଁ ବୋଲି ସେ କହିଛନ୍ତି। ଆଇନ ଅନୁଯାୟୀ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ ତାର ଲଗି ବୃଦ୍ଧଙ୍କ ଜୀବନ ଗଲା

ତିହିଡି,୧୭।୪(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡି ଥାନା ଅଧୀନ ବାହାବଳପୁର ଗ୍ରାମର ଦୀନବନ୍ଧୁ ବେହେରା(୮୧) ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳେ ବାଡିରେ କାମ...

ପ୍ରମାଣ ପତ୍ର ନ ଥିବାରୁ ଅପାଠୁଆ ରହିଲେ ପିଲା

ଧରାକୋଟ,୧୯ା୧୦(ଡି.ଏନ୍‌.ଏ.): ଧରାକୋଟ ଗ୍ରାମପଞ୍ଚାୟତର ଟାଟା କଲୋନୀ ବା ଘୋଡ଼ାପଲି ବାସିନ୍ଦା ଏବେ ଦୁର୍ଦ୍ଦଶା ମଧ୍ୟରେ କାଳ କାଟୁଛନ୍ତି। ମୁଣ୍ଡ ଗୁଞ୍ଜି ରହିଥିବା ଘର ହେଉ ବା...

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବାହାଘର

ବଲାଙ୍ଗୀର ଅଫିସ/ଖପ୍ରାଖୋଲ,୨୫ା୬ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ତେଲେନପାଲିରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର (ଟିଏମ୍‌ସି)ରେ ବୁଧବାର ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି। ତେଲେନପାଲି ସରପଞ୍ଚ...

ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ: ଜଣେ ଅଟକ

ଝାରସୁଗୁଡ଼ା ଅଫିସ,୧୧।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଗଙ୍ଗାନଗରଠାରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ସେ ହେଲେ ଗଙ୍ଗାନଗରର ଅଜୟ କୁମାର ପ୍ରଧାନ। ସୂଚନାନୁଯାୟୀ, ଅଜୟଙ୍କୁ...

ବିପଦପୂର୍ଣ୍ଣ ଅବସ୍ଥାରେ ପୋଲ

ଯୋଡ଼ା, ୩୦।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ରାଜ୍ୟ ରାଜପଥ ନଂ ୨ ବାମେବାରୀ-ବାଂଶପାଣି ରାସ୍ତା ରେ ଥିବା ବିଭିନ୍ନ ପୋଲ ଗୁଡିକ ଭାଙ୍ଗି ଜରାଜୀର୍ଣ୍ଣ ହୋଇପଡିଛି।...

କୋଇଲା ବୋଝେଇ ଟ୍ରକ୍‌ ସହ ସ୍କୁଟି ମୁହାଁମୁହିଁ : ୨ ଗୁରୁତର

ନିଶ୍ଚିନ୍ତକୋଇଲି,୨୨।୧(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା କଟିକଟା ବଜାରରେ ବୁଧବାର ସକାଳେ ଦୁର୍ଘଟଣା ଘଟିଛି। ଏକ କୋଇଲା ବୋଝେଇ ଟ୍ରକ୍‌ ସ୍କୁଟିକୁ ଧକ୍କା ଦେବା ଫଳରେ...

କ୍ୱାରାଣ୍ଟାଇନ ନିୟମ ଉଲ୍ଲଂଘନ କଲେ ବଢ଼ିବ ଅବଧି, ଭୋଗିବାକୁ ପଡ଼ିବ ଜେଲ ଦଣ୍ଡ: ଗଞ୍ଜାମ ଜିଲାପାଳ

ଛତ୍ରପୁର, ୫।୫(ଡି.ଏନ୍‌.ଏ.): ବାହାର ରାଜ୍ୟରୁ ବସ୍‌ ଓ ଟ୍ରେନ ଯୋଗେ ପ୍ରବାସୀ ଓଡ଼ିଆ ଗଞ୍ଜାମ ଜ଼ିଲାକୁ ଫେରୁଛନ୍ତି। ତେବେ ଜିଲାର କେତେକ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା...

ବ୍ରହ୍ମପୁର ବିମାନବନ୍ଦର ଦାବି ନେଇ ରାଜନୀତି

ବ୍ରହ୍ମପୁର ଅଫିସ,୨୬।୧୧: ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର ନିକଟସ୍ଥ ଗୋପାଳପୁର ବେଳାଭୂମି ଆକର୍ଷଣୀୟ ହୋଇଥିବାରୁ ରାଜ୍ୟ ଓ ଦେଶର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାପିତ ହୋଇଛି।...

Advertisement
Archives

Model This Week