Posted inଖେଳ

ପଦାର୍ପଣରେ ନାଗାଲଙ୍କ ବିଜୟ

ନୂଆଦିଲ୍ଲୀ, ୨୦ା୩ : ଭାରତୀୟ ଟେନିସ ଖେଳାଳି ସୁମିତ ନାଗାଲ ଏଠାରେ ଚାଲିଥିବା ମାୟାମି ଓପନ ଟେନିସ ଟୁର୍ନାମେଣ୍ଟରେ ତାଙ୍କ ପଦାର୍ପଣ ମ୍ୟାଚରେ ବିଜୟ ହାସଲ କରିଛନ୍ତି। ୨୬ ବର୍ଷୀୟ ଖେଳାଳି ପ୍ରଥମ ରାଉଣ୍ଡ କ୍ୱାଲିଫାୟରରେ ୬.୮ ଇଞ୍ଚ ଉଚ୍ଚତା ବିଶିଷ୍ଟ କାନାଡାର ଗାବ୍ରିଲ୍‌ ଡିଆଲୋଙ୍କୁ ୭-୬ (୩), ୬-୨ରେ ହରାଇ ଦେଇଛନ୍ତି। ତେବେ ଫାଇନାଲ କ୍ୱାଲିଫାଇଙ୍ଗ ରାଉଣ୍ଡରେ ସେ ହଂକଂର କୋଲ୍‌ମାନ ଓଙ୍ଗ୍‌ଙ୍କଠାରୁ ୬-୩, ୧-୬, ୫-୭ରେ ହାରିଯାଇଛନ୍ତି। ସୂଚନାଯୋଗ୍ୟ, ନାଗାଲ ଇଣ୍ଡିଆନ ଓ୍ବେଲ୍ସରେ ଗତ ଟୁର୍ନାମେଣ୍ଟରେ ମିଲୋସ ରାଓନିକ୍‌ଙ୍କଠାରୁ ପରାଜିତ ହୋଇଥିଲେ। ରାଫାଲ ନାଡାଲ ଶେଷ ମୁହୂର୍ତ୍ତରେ ଓହରିଯିବା ପରେ ନାଗାଲ ମୁଖ୍ୟ ଡ୍ର ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ନାଗାଲ ଜାନୁଆରୀରେ ଅଷ୍ଟ୍ରେଲିଆନ ଓପନ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିବା ପରେ ଏଟିପି ର଼୍ୟାଙ୍କିଙ୍ଗର ଟପ୍‌ ୧୦୦ରେ ପ୍ରବେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ‘ଚୌକା’ ଲଗାଇବାକୁ ପଡ଼ିଆକୁ ଓହ୍ଲାଇବ ଟିମ୍‌ଇଣ୍ଡିଆ:ଜାଣନ୍ତୁ କେବେ, କେଉଁଠି ଦେଖିପାରିବ ମ୍ୟାଚ୍‌

ନୂଆଦିଲ୍ଲୀ,୨୦।୬: ଟି-୨୦ ବିଶ୍ୱକପ ୨୦୨୪ରେ ଭାରତ ଆଜି ସୁପର-୮ରେ ଆଫଗାନିସ୍ତାନକୁ ଭେଟିବ। ବାରବାଡୋସରେ ଏହି ମ୍ୟାଚ ଖେଳାଯିବ। ସୁପର-୮ରେ ଉଭୟ ଦଳ ଗ୍ରୁପ-୧ରେ ଅଛନ୍ତି। ଆଫଗାନିସ୍ତାନର...

ଏହି ପ୍ରଶ୍ନ ଶୁଣି ରାଗିଗଲେ ଦ୍ରାବିଡ: କହିଲେ…

ନୂଆଦିଲ୍ଲୀ,୨୦।୬: ଟି -୨୦ ବିଶ୍ୱକପ ୨୦୨୪ରେ ସୁପର-୮ ଆରମ୍ଭ ହୋଇଛି। ଭାରତୀୟ ଦଳ ଆଜି ଆଫଗାନିସ୍ତାନକୁ ଭେଟିବ। ଏହି ମ୍ୟାଚ ବାରବାଡୋସର କେନ୍ସିଙ୍ଗଟନ ଓଭାଲରେ ଖେଳାଯିବ।...

ମନ୍ଧାନା, ହରମନ୍‌ପ୍ରୀତଙ୍କ ଶତକ; ଭାରତର ରୋମାଞ୍ଚକ ବିଜୟ

ବେଙ୍ଗାଲୁରୁ,୧୯ା୬: ସ୍ମୃତି ମନ୍ଧାନା ଓ ଅଧିନାୟିକା ହରମନପ୍ରୀତ୍‌ କୌରଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ମହିଳା ଦିନିକଆ ସିରିଜ୍‌ର ଦ୍ୱିତୀୟ...

ପୁଣି ଦେଶ ପାଇଁ ସ୍ବର୍ଣ୍ଣ ପଦକ ଆଣିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୧୯।୬: ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ନୀରଜ ଚୋପ୍ରା ଜବରଦସ୍ତ ଫର୍ମ ଦେଖାଇଛନ୍ତି। ଷ୍ଟାର ଜାଭେଲିନ ଥ୍ରୋ ପାଭୋ ନୁରମି ଗେମ୍ସରେ ସ୍ବର୍ଣ୍ଣ ଜିତିଛନ୍ତି। ଫିନଲାଣ୍ଡର ତୁର୍କୁଠାରେ...

ଟି-୨୦ ବିଶ୍ୱକପ ଚାଲିଥିବାବେଳେ ହଠାତ୍‌ ଅଧିନାୟକ ପଦ ଛାଡିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୯।୬: ଆଇସିସି ଟି-୨୦ ବିଶ୍ୱକପ ୨୦୨୪ରେ, କେନ ୱିଲିୟମସନଙ୍କ ଅଧିନାୟକତ୍ୱରେ ନ୍ୟୁଜିଲାଣ୍ଡ ଦଳ ସୁପର ୮ରେ ମଧ୍ୟ ନିଜ ସ୍ଥାନ ସୁରକ୍ଷିତ କରିବାରେ ସଫଳ ହୋଇପାରିଲା...

ଓଡ଼ିଶାର ପ୍ରତୀକଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୬(ତପନ ସ୍ବାଇଁ): ଛତିଶଗଡ଼ର ବିଳାସପୁରସ୍ଥିତ ବାହତରାଇ ଆଥଲେଟିକ୍ସ ଷ୍ଟାଡିୟମରେ ସୋମବାର ଶେଷ ହୋଇଥିବା ୧୯ଶ ଜାତୀୟ ଯୁବ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ...

ଆର୍ମେନିଆରେ ଟାଇଟଲ ଜିତିଲେ ଏରିଗାସି

ନୂଆଦିଲ୍ଲୀ, ୧୯ା୬(ପି.ଟି.): ଭାରତୀୟ ଗ୍ରାଣ୍ଡମାଷ୍ଟର ଅର୍ଜୁନ ଏରିଗାସିଙ୍କଠାରୁ ଆଉ ଏକ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି। ଆର୍ମେନିଆର ଜର୍ମୁକ୍‌ଠାରେ ମଙ୍ଗଳବାର ଶେଷ ହୋଇଥିବା ଆଭାଜ୍ଞାନ ମେମୋରିଆଲ...

ଲିଗ୍‌ ପର୍ଯ୍ୟାୟ ଶେଷ, ଆଜିଠୁ ସୁପର-୮

ଗ୍ରସ୍‌ ଆଇଲେଟ୍‌,୧୯ା୬(ପି.ଟି.): ଟି୨୦ ବିଶ୍ୱକପ୍‌ର ଲିଗ୍‌ ପର୍ଯ୍ୟାୟ ମଙ୍ଗଳବାର ଶେଷ ହୋଇଛି। ନିକୋଲାସ୍‌ ପୁରନଙ୍କ ୯୮ ରନ୍‌ ବଳରେ ଆଫଗାନିସ୍ତାନକୁ ୧୦୪ ରନ୍‌ରେ ପରାସ୍ତ କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri