ନଗଡ଼ା ବାମ, ଡାହାଣ ପାର୍ଶ୍ୱ ଅବହେଳିତ

ଯାଜପୁର,୧୦ା୫(ହର୍ଷବର୍ଦ୍ଧନ ବେହେରା): ପ୍ରତି ୫ ବର୍ଷରେ ଥରେ ସାଧାରଣ ନିର୍ବାଚନ ହୁଏ। କିନ୍ତୁ ଆଦିବାସୀ ବହୁଳ ସୁକିନ୍ଦା ବ୍ଲକର ଭାଗ୍ୟ ବଦଳେ ନାହିଁ। ଯାହାର ଉଦାହରଣ ଏବେ ବି ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁମୁଣି ଏବଂ ନାଳିଆଡାବ ଗ୍ରାମଦ୍ୱୟରେ ଦେଖିବାକୁ ମିଳିଛି। ଏବେ ବି ଏହି ଦୁଇ ପାହାଡିଆ ଗ୍ରାମକୁ ରାସ୍ତା ନାହିଁ ା ଶିଶୁ ମୃତ୍ୟୁ ଘଟଣା ପରେ ନଗଡା ଗ୍ରାମକୁ ଫୋକସ କରାଯାଇଛି ସତ ହେଲେ ଏହାର ଡାହାଣ ଏବଂ ବାମ ପାର୍ଶ୍ୱ ଅଞ୍ଚଳ ଅବହେଳିତ ହୋଇ ପଡି ରହିଛି ବୋଲି ଅଭିଯୋଗ ହୋଇଛି ା
ପୁଷ୍ଟିହୀନତାର ଶିକାର ହୋଇ ନଗଡା ଶିଶୁ ମୃତ୍ୟୁ ଘଟଣାକୁ ୭ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇଛି। ଏହାପରେ ନଗଡା ରାଜସ୍ବ ମୌଜାର ସାମଗ୍ରୀକ ବିକାଶ ନିମନ୍ତେ ପ୍ରାୟ ୧୩ କୋଟି ଟଙ୍କା ଖର୍ଚ୍ଚ କରି ପାହାଡ଼ ଚିରି ରାସ୍ତା ନିର୍ମାଣ ହୋଇଛି। ଏହାପରେ ସେଠାରେ ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାନୀୟ ଜଳ, ସାଧାରଣ ବଣ୍ଟନ ଆଦି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ନଗଡାଠାରୁ ୨.୭୦୦ କି.ମି. ଦୂର ବାମ ପାର୍ଶ୍ୱରେ ଥିବା ତୁମୁଣି ଗ୍ରାମକୁ ଏଯାଏ ରାସ୍ତା ନିର୍ମାଣ ହୋଇ ପାରିନାହିଁ। ତୁମୁଣୀ ଗାଁଟି ପାହାଡ଼ ଶିଖରର ସମତଳ ଭୂମିରେ ରହିଛି। ପାହାଡ଼ ଉପରେ ନିଜ ପରିବାର ଚଳାଇବା ପାଇଁ ଗ୍ରାମବାସୀ ଜଙ୍ଗଲରୁ ଫଳମୂଳ, ମହୁ ସଂଗ୍ରହ କରି ସାପ୍ତାହିକ ହାଟରେ ବିକ୍ରି କରି କିରୋସିନି ଓ ଲୁଣ କିଣି ଆଣନ୍ତି। ରାଶନ ନେବାକୁ ଚିଙ୍ଗୁଡିପାଳ କିମ୍ବା ନାଲିଆଡାବାକୁ ଆସିବାକୁ ପଡେ। ଏହି ଗ୍ରାମବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅପହଞ୍ଚ ହୋଇଛି। ଏବେ ବି ମାତୃ ମୃତ୍ୟୁହାର ଓ ଶିଶୁ ଅପପୃଷ୍ଟିରେ ଲଗାମ ଲାଗି ପାରିନାହିଁ। ସ୍ବାସ୍ଥ୍ୟ କର୍ମୀମାନେ ପକ୍କା ରାସ୍ତାରେ ଯାଇ ନଗଡ଼ାବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବା ବେଳେ ରାସ୍ତା ନ ଥିବାରୁ ତୁମୁଣୀ ଗାଁକୁ ପହଞ୍ଚିବାକୁ କଷ୍ଟକର ହେଉଛି। ପାହାଡ଼ କଡରେ ବଡବଡ ପଥର ଉପରେ ପାଦ ଚଲା ରାସ୍ତା ରହିଛି। ତେଣୁ ସରକାରୀ କର୍ମଚାରୀମାନେ ସେଠାକୁ ଯିବାକୁ ଅମଙ୍ଗ ହେଉଛନ୍ତି । ତୁମୁଣୀ ଗାଁ ଲୋକମାନେ ଲୁଣ ଟିକେ କିଣିବାକୁ ହେଲେ ଗୋଟିଏ ଦିନରେ ଘରକୁ ଫେରିପାରନ୍ତି ନାହିଁ । ପାହାଡ଼ ରାସ୍ତା ଦେଇ ଯିବା ସମୟରେ ବନ୍ୟ ଜନ୍ତୁ ଆକ୍ରମଣ ଭୟ ଲାଗି ରହିଥାଏ। ବହୁ ସମୟରେ କେତେକ ଗ୍ରାମବାସୀଙ୍କ ଭାଲୁ ଆକ୍ରମଣରେ ଜୀବନ ହାରିଥିବା ଉଦାହରଣ ରହିଛି । ପ୍ରାୟ ୨୫ ଘର ବସବାସ କରୁଥିବା ଏହି ତୁମୁଣି ଗ୍ରାମରେ ବିଜୁଳି ଆଲୁଅ ଦିବା ସ୍ବପ୍ନ । ୨୦୧୭ରେ ଏଠାରେ ଏକ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ହୋଇଥିଲା। ହେଲେ ତାହା ପ୍ରାୟ ଅକାମି ହୋଇ ରହିଛି। ଅନୁରୂପ ପରିସ୍ଥିତି ଦେଖା ଦେଇଛି ନଗଡ଼ା ଡାହାଣ ପାର୍ଶ୍ୱ ୩ କି.ମି. ଦୂରବର୍ତ୍ତୀ ଗୁହିଆଶାଳ ଗ୍ରାମରେ। ଏଠାରେ ପ୍ରାୟ ୪୦ପରିବାର ବସବାସ କରୁଥିବାବେଳେ ତୁମୁଣି ଭଳି ସରକାରୀ ଅବହେଳା ଜଳଜଳ ହୋଇ ଦିଶୁଛି। ଏଠାରେ ବସବାସ କରୁଥିବା ସରଳ, ନୀରିହ ଜୁଆଙ୍ଗ ଆଦିବାସୀଙ୍କ ମାନବ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଛି ବୋଲି ମତପ୍ରକାଶ ପାଇଛି ା ସରକାର ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠି ଗଠନ କରିଛନ୍ତି। ତେବେ ଏହି ପାଣ୍ଠିର ବିନିଯୋଗ ଅନ୍ୟତ୍ର ହେଉଥିବାବେଳେ ଖଣି ପ୍ରଭାବିତ ଅବହେଳିତ ତୁମୁଣି ଏବଂ ଗୁହିଆଶାଳ ଗ୍ରାମକୁ ବଞ୍ଚିତ କରାଯାଇଛି। କ୍ରେମାଇଟ ଖଣିରେ ଭରପୁର ତୁମୁଣିକୁ ଏଯାଏ ରାସ୍ତା ନିର୍ମାଣ ନ ହେବା ଏବଂ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେବା ଦୁର୍ଭାଗ୍ୟ ଜନକ ବୋଲି ସାଧାରଣରେ ଆଲୋଚନା ହେଉଛି।
ସାମାଜିକ କର୍ମୀ ମଣ୍ଟୁ ଦାସ ତୁମୂଣୀ ଗ୍ରାମବାସୀଙ୍କ ମୌଳିକ ଅଧିକାର, ପାନୀୟଜଳ ଓ ଗମନାଗମନ ସୁବିଧାସୁଯୋଗ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ଅଭେଦ୍ୟ ଓ ଅପହଞ୍ଚ ତୁମୁଣି ଗ୍ରାମର ମୁଖ୍ୟ ସମସ୍ୟା ଗମନାଗମନ ଅସୁବିଧା ଯୋଗୁ ସରକାରୀ ଯୋଜନାରେ ବାଧକ ହେଉଥିବାର ଏଯାଏ ଜଳଜଳ ହୋଇ ଦିଶୁଛି। ଏ ସଂକ୍ରାନ୍ତରେ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ତୁମୁଣି ଓ ଗୁହିଆଶାଳ ଗ୍ରାମକୁ ରାସ୍ତା ନିର୍ମାଣ ତାଙ୍କ ବିଭାଗୀୟ ଅଧୀନରେ ନାହିଁ। ଯଦି ସରକାରୀ ନିର୍ଦ୍ଦେଶ ଆସେ ତେବେ ନିଶ୍ଚିତ ଭାବେ ପକ୍କା ରାସ୍ତା ନିର୍ମାଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?