Odisha Elections 2024

ନଗଡ଼ା ବାମ, ଡାହାଣ ପାର୍ଶ୍ୱ ଅବହେଳିତ

ଯାଜପୁର,୧୦ା୫(ହର୍ଷବର୍ଦ୍ଧନ ବେହେରା): ପ୍ରତି ୫ ବର୍ଷରେ ଥରେ ସାଧାରଣ ନିର୍ବାଚନ ହୁଏ। କିନ୍ତୁ ଆଦିବାସୀ ବହୁଳ ସୁକିନ୍ଦା ବ୍ଲକର ଭାଗ୍ୟ ବଦଳେ ନାହିଁ। ଯାହାର ଉଦାହରଣ ଏବେ ବି ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁମୁଣି ଏବଂ ନାଳିଆଡାବ ଗ୍ରାମଦ୍ୱୟରେ ଦେଖିବାକୁ ମିଳିଛି। ଏବେ ବି ଏହି ଦୁଇ ପାହାଡିଆ ଗ୍ରାମକୁ ରାସ୍ତା ନାହିଁ ା ଶିଶୁ ମୃତ୍ୟୁ ଘଟଣା ପରେ ନଗଡା ଗ୍ରାମକୁ ଫୋକସ କରାଯାଇଛି ସତ ହେଲେ ଏହାର ଡାହାଣ ଏବଂ ବାମ ପାର୍ଶ୍ୱ ଅଞ୍ଚଳ ଅବହେଳିତ ହୋଇ ପଡି ରହିଛି ବୋଲି ଅଭିଯୋଗ ହୋଇଛି ା
ପୁଷ୍ଟିହୀନତାର ଶିକାର ହୋଇ ନଗଡା ଶିଶୁ ମୃତ୍ୟୁ ଘଟଣାକୁ ୭ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇଛି। ଏହାପରେ ନଗଡା ରାଜସ୍ବ ମୌଜାର ସାମଗ୍ରୀକ ବିକାଶ ନିମନ୍ତେ ପ୍ରାୟ ୧୩ କୋଟି ଟଙ୍କା ଖର୍ଚ୍ଚ କରି ପାହାଡ଼ ଚିରି ରାସ୍ତା ନିର୍ମାଣ ହୋଇଛି। ଏହାପରେ ସେଠାରେ ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାନୀୟ ଜଳ, ସାଧାରଣ ବଣ୍ଟନ ଆଦି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ନଗଡାଠାରୁ ୨.୭୦୦ କି.ମି. ଦୂର ବାମ ପାର୍ଶ୍ୱରେ ଥିବା ତୁମୁଣି ଗ୍ରାମକୁ ଏଯାଏ ରାସ୍ତା ନିର୍ମାଣ ହୋଇ ପାରିନାହିଁ। ତୁମୁଣୀ ଗାଁଟି ପାହାଡ଼ ଶିଖରର ସମତଳ ଭୂମିରେ ରହିଛି। ପାହାଡ଼ ଉପରେ ନିଜ ପରିବାର ଚଳାଇବା ପାଇଁ ଗ୍ରାମବାସୀ ଜଙ୍ଗଲରୁ ଫଳମୂଳ, ମହୁ ସଂଗ୍ରହ କରି ସାପ୍ତାହିକ ହାଟରେ ବିକ୍ରି କରି କିରୋସିନି ଓ ଲୁଣ କିଣି ଆଣନ୍ତି। ରାଶନ ନେବାକୁ ଚିଙ୍ଗୁଡିପାଳ କିମ୍ବା ନାଲିଆଡାବାକୁ ଆସିବାକୁ ପଡେ। ଏହି ଗ୍ରାମବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅପହଞ୍ଚ ହୋଇଛି। ଏବେ ବି ମାତୃ ମୃତ୍ୟୁହାର ଓ ଶିଶୁ ଅପପୃଷ୍ଟିରେ ଲଗାମ ଲାଗି ପାରିନାହିଁ। ସ୍ବାସ୍ଥ୍ୟ କର୍ମୀମାନେ ପକ୍କା ରାସ୍ତାରେ ଯାଇ ନଗଡ଼ାବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବା ବେଳେ ରାସ୍ତା ନ ଥିବାରୁ ତୁମୁଣୀ ଗାଁକୁ ପହଞ୍ଚିବାକୁ କଷ୍ଟକର ହେଉଛି। ପାହାଡ଼ କଡରେ ବଡବଡ ପଥର ଉପରେ ପାଦ ଚଲା ରାସ୍ତା ରହିଛି। ତେଣୁ ସରକାରୀ କର୍ମଚାରୀମାନେ ସେଠାକୁ ଯିବାକୁ ଅମଙ୍ଗ ହେଉଛନ୍ତି । ତୁମୁଣୀ ଗାଁ ଲୋକମାନେ ଲୁଣ ଟିକେ କିଣିବାକୁ ହେଲେ ଗୋଟିଏ ଦିନରେ ଘରକୁ ଫେରିପାରନ୍ତି ନାହିଁ । ପାହାଡ଼ ରାସ୍ତା ଦେଇ ଯିବା ସମୟରେ ବନ୍ୟ ଜନ୍ତୁ ଆକ୍ରମଣ ଭୟ ଲାଗି ରହିଥାଏ। ବହୁ ସମୟରେ କେତେକ ଗ୍ରାମବାସୀଙ୍କ ଭାଲୁ ଆକ୍ରମଣରେ ଜୀବନ ହାରିଥିବା ଉଦାହରଣ ରହିଛି । ପ୍ରାୟ ୨୫ ଘର ବସବାସ କରୁଥିବା ଏହି ତୁମୁଣି ଗ୍ରାମରେ ବିଜୁଳି ଆଲୁଅ ଦିବା ସ୍ବପ୍ନ । ୨୦୧୭ରେ ଏଠାରେ ଏକ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ହୋଇଥିଲା। ହେଲେ ତାହା ପ୍ରାୟ ଅକାମି ହୋଇ ରହିଛି। ଅନୁରୂପ ପରିସ୍ଥିତି ଦେଖା ଦେଇଛି ନଗଡ଼ା ଡାହାଣ ପାର୍ଶ୍ୱ ୩ କି.ମି. ଦୂରବର୍ତ୍ତୀ ଗୁହିଆଶାଳ ଗ୍ରାମରେ। ଏଠାରେ ପ୍ରାୟ ୪୦ପରିବାର ବସବାସ କରୁଥିବାବେଳେ ତୁମୁଣି ଭଳି ସରକାରୀ ଅବହେଳା ଜଳଜଳ ହୋଇ ଦିଶୁଛି। ଏଠାରେ ବସବାସ କରୁଥିବା ସରଳ, ନୀରିହ ଜୁଆଙ୍ଗ ଆଦିବାସୀଙ୍କ ମାନବ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଛି ବୋଲି ମତପ୍ରକାଶ ପାଇଛି ା ସରକାର ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠି ଗଠନ କରିଛନ୍ତି। ତେବେ ଏହି ପାଣ୍ଠିର ବିନିଯୋଗ ଅନ୍ୟତ୍ର ହେଉଥିବାବେଳେ ଖଣି ପ୍ରଭାବିତ ଅବହେଳିତ ତୁମୁଣି ଏବଂ ଗୁହିଆଶାଳ ଗ୍ରାମକୁ ବଞ୍ଚିତ କରାଯାଇଛି। କ୍ରେମାଇଟ ଖଣିରେ ଭରପୁର ତୁମୁଣିକୁ ଏଯାଏ ରାସ୍ତା ନିର୍ମାଣ ନ ହେବା ଏବଂ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେବା ଦୁର୍ଭାଗ୍ୟ ଜନକ ବୋଲି ସାଧାରଣରେ ଆଲୋଚନା ହେଉଛି।
ସାମାଜିକ କର୍ମୀ ମଣ୍ଟୁ ଦାସ ତୁମୂଣୀ ଗ୍ରାମବାସୀଙ୍କ ମୌଳିକ ଅଧିକାର, ପାନୀୟଜଳ ଓ ଗମନାଗମନ ସୁବିଧାସୁଯୋଗ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ଅଭେଦ୍ୟ ଓ ଅପହଞ୍ଚ ତୁମୁଣି ଗ୍ରାମର ମୁଖ୍ୟ ସମସ୍ୟା ଗମନାଗମନ ଅସୁବିଧା ଯୋଗୁ ସରକାରୀ ଯୋଜନାରେ ବାଧକ ହେଉଥିବାର ଏଯାଏ ଜଳଜଳ ହୋଇ ଦିଶୁଛି। ଏ ସଂକ୍ରାନ୍ତରେ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ତୁମୁଣି ଓ ଗୁହିଆଶାଳ ଗ୍ରାମକୁ ରାସ୍ତା ନିର୍ମାଣ ତାଙ୍କ ବିଭାଗୀୟ ଅଧୀନରେ ନାହିଁ। ଯଦି ସରକାରୀ ନିର୍ଦ୍ଦେଶ ଆସେ ତେବେ ନିଶ୍ଚିତ ଭାବେ ପକ୍କା ରାସ୍ତା ନିର୍ମାଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅପରାହ୍ନ ୫ଟା ସୁଦ୍ଧା ବରଗଡ଼ ଜିଲାରୁ ଆସିଲା ମତଦାନ ହାର

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ଏବେବି ମତଦାତାଙ୍କ...

ଜୀବନ ହାରିଦେଲେ ମହିଳା: କାରଣ ଖୋଜୁଛି ପୋଲିସ

ଗଞ୍ଜାମ,୨୦ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧୀନ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମର ଜଣେ ମହିଳା ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପିଙ୍କି ବେହେରା (୨୮)।...

ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ

ଛତ୍ରପୁର,୨୦।୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି।...

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,...

ମର୍ମନ୍ତୁଦ ଦୁର୍ଘଟଣା: ମା’, ବାପାଙ୍କ ସହ ୨ ସନ୍ତାନ ମୃତ

ଢେଙ୍କାନାଳ,୨୦।୫: ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଅଧୀନ ପିଙ୍ଗୁଆ ନିକଟରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ ମୃତ୍ୟୁ...

ସୁନ୍ଦରଗଡ ଜିଲାରେ ମଧ୍ୟାହ୍ନ ୧ଟା ସୁଦ୍ଧା ୩୬.୩୨%ମତଦାନ

ସୁନ୍ଦରଗଡ,୨୦।୫(ଜୟ ନାରାୟଣ ମେଣ୍ଡୁଳି)ସାଧାରଣ ନିର୍ବାଚନ-୨୦୨୪ ପାଇଁ ଓଡ଼ିଶାରେ ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମବାର ସୁନ୍ଦରଗଡ ଜିଲାରେ ଶାନ୍ତି ଶ୍ରୁଙ୍ଖଳାର ସହ ଆରମ୍ଭ ହୋଇଛି।...

ସରସରା ହତ୍ୟାକାଣ୍ଡ ନିର୍ବାଚନୀ ହିଂସା ନୁହେଁ: ସ୍ପଷ୍ଟ କଲେ ଜିଲାପାଳ, ଆଇଜି

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ନେଇ ମତଦାନ ପ୍ରକ୍ରିୟା ଚାଲିଛି। ତେବେ ଗୋଟିଏ ଗ୍ରାମର ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ଚାଲିଥିବାବେଳେ...

ଭୋଟ ଦେବାକୁ ଆସିଥିବା ଲୋକଙ୍କ ଉପରେ ଖସିଲା ସାଇନବୋର୍ଡ : ଶିଶୁ ସମେତ ୫ ଗୁରୁତର ଆହତ

ଦାରିଙ୍ଗବାଡି, ୨୦।୫ (ଅରୁଣ ସାହୁ): ରାଜ୍ୟରେ ଦିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମବାର ଚାଲିଛି। ମତଦାନବେଳେ ଏକ ଦୁର୍ଘଟଣା ଘଟିଛି। ସାଇନବୋର୍ଡ଼ ଖସି ଯିବାରୁ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri