ଭୁବନେଶ୍ୱର, ୧୫।୭(ବ୍ୟୁରୋ): ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଆବଶ୍ୟକ ପଡୁଥିବା ଡାଲି ଓଡ଼ିଶାକୁ ଦେବା ସକାଶେ ନାଫେଡ୍ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି। ନାଫେଡ୍ର ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ କୁମାର ଚଢ଼ା ଦେଇଥିବା ପ୍ରସ୍ତାବ ଅନୁଯାୟୀ, ଏହି ସଂସ୍ଥା ନିକଟରେ ମୁଗ, ହରଡ଼ ଛଡ଼ା ଅନ୍ୟାନ୍ୟ ସମସ୍ତ ପ୍ରକାର ଡାଲି ଓ ତୈଳବୀଜ ମହଜୁଦ ରହିଛି। ଏହିସବୁ ସାମଗ୍ରୀକୁ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ସରକାର ଯୋଗାଇ ଦେଇପାରିବେ। ସରକାର ମଧ୍ୟାହ୍ନଭୋଜନ, ଅନ୍ତ୍ୟୋଦୟ, ଅନ୍ନପୂର୍ଣ୍ଣା, ଆଇସିଡିଏସ୍କୁ ସାଧାରଣ ବଣ୍ଟନ ଜରିଆରେ ବିଭିନ୍ନ ସାମଗ୍ରୀ ଯୋଗାଇ ଥାଆନ୍ତି। ଯେହେତୁ ରାଜ୍ୟ ସରକାରଙ୍କ ସହ ନାଫେଡ୍ର ଭଲ ସମ୍ପର୍କ ରହିଛି ସେଥିପାଇଁ ଏହି ଜାତୀୟ ସଂସ୍ଥା ପକ୍ଷରୁ ଏଭଳି ପ୍ରସ୍ତାବ ଦିଆଯାଇଛି। ନାଫେଡ୍ ଦେଇଥିବା ପ୍ରସ୍ତାବ ଉପରେ ରାଜ୍ୟ ସରକାର ବର୍ତ୍ତମାନ ବିଚାର କରୁଥିବା ଜଣାପଡିଛି। ରାଜ୍ୟରେ କେତେ ଡାଲିର ଆବଶ୍ୟକତା ରହିଛି ସେନେଇ ସରକାର ନାଫେଡ୍କୁ ଆଗକୁ ସୂଚନା ଦେବାପରେ ସେହି ଅନୁଯାୟୀ ତାହା ସରକାରଙ୍କୁ ଯୋଗାଇ ଦେଇପାରିବ। ଚଢ଼ା ଆହୁରି କହିଛନ୍ତି, ସରକାର ତାଙ୍କ ମାସେ ଓ୍ବାରି ଆବଶ୍ୟକତାକୁ ନାଫେଡ୍କୁ ଅବଗତ କରାଇଲେ ଆଗାମୀ ବର୍ଷକ ପାଇଁ ଯେତେ ପ୍ରକାର ଡାଲି ଜାତୀୟ ଶସ୍ୟ ଓ ତୈଳବୀଜର ଆବଶ୍ୟକତା ପଡିବ ତାହା ନାଫେଡ୍ ଯୋଗାଇଦେବ। ଏହା ଅତ୍ୟନ୍ତ ଗୁଣାତ୍ମକ ଏବଂ ବଜାର ମୂଲ୍ୟଠାରୁ ଅପେକ୍ଷାକୃତ କମ୍ ଦରରେ ଯୋଗାଇ ଦିଆଯାଏ। ତେଣୁ ରାଜ୍ୟ ସରକାର ଏ ସଂକ୍ରାନ୍ତରେ ନାଫେଡ୍କୁ ତାଙ୍କ ଆବଶ୍ୟକତା ଜଣାଇବା ପାଇଁ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି।

ଚାଷୀଙ୍କୁ ଆବଶ୍ୟକ ସାର ଦେବାକୁ କଂଗ୍ରେସର ଦାବି
ଭୁବନେଶ୍ୱର,୨୫।୮(ବ୍ୟୁରୋ): ସାରା ରାଜ୍ୟରେ ଅନୁକୂଳ ପାଣିପାଗ ଥିବା ଯୋଗୁ ଚାଷ ପାଇଁ ୟୁରିଆସାରର ଯଥେଷ୍ଟ ଚାହିଦା ରହିଛି। କିନ୍ତୁ ସରକାରଙ୍କ ପକ୍ଷରୁ ୟୁରିଆ ଯୋଗାଣ କ୍ଷେତ୍ରରେ...

ଖୋଲୁନି ରହସ୍ୟ, ବଢୁଛି ଦ୍ୱନ୍ଦ୍ୱ
ଢେଙ୍କାନାଳ ଅଫିସ, ୫।୨ ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ନୂଆଗାଁ ପଞ୍ଚାୟତର ବିଜେଡି ସମର୍ଥତ୍ତ ସମିତିସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା (୨୩) ଅପହରଣ ମାମଲା ଅଦ୍ୟାବଧି...

୮୪ ପ୍ରତିଶତ ଗାଁ ଗ୍ରୀନ୍ ଜୋନରେ, ସହର ପାଇଁ ବଢ଼ିଛି ଚିନ୍ତା: ଗଞ୍ଜାମ ଜିଲାପାଳ
ଛତ୍ରପୁର,୧୬।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ସହ ମୃତ୍ୟୁ ହାର ରାଜ୍ୟ ସରକାରଙ୍କ...

ଗାଡି ଯାଞ୍ଚବେଳେ ଏସ୍ଆଇଙ୍କୁ ପିଟିଲେ: ୨ଗିରଫ
ଗଞ୍ଜାମ,୨୮ା୮(ଡି.ଏନ୍.ଏ.)-ଗଞ୍ଜାମ ଥାନାରେ କାର୍ଯ୍ୟରତ ଏସ୍ଆଇ ଚନ୍ଦନ ବେହେରା ଶୁକ୍ରବାର ଗାଡି ଯାଞ୍ଚ କରୁଥିବାବେଳେ ୨ ଯୁବକ ତାଙ୍କୁ ଆକ୍ରମଣ କରିଛନ୍ତି। ଏନେଇ ୨ଜଣଙ୍କୁ ଗିରଫ କରାଯାଇଛି।...

ଟେଣ୍ଟ ଭାଙ୍ଗିଲା ପ୍ରଶାସନ
ବନ୍ତ,୧୨।୫: ଭଦ୍ରକ ଜିଲା ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଣ୍ଢିଆ ଗ୍ରାମର ସର୍ବସାଧାରଣ ରାସ୍ତା ଉପରେ ବନ୍ଧା ଯାଇଥିବା ଟେଣ୍ଟକୁ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

କେନ୍ଦ୍ରାପଡ଼ାରେ ମିତ୍ତଲ କରିବ ମେଗା ଷ୍ଟିଲ୍ ପ୍ଲାଣ୍ଟ
ଭୁବନେଶ୍ୱର,୧୮।୧୨(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ାଠାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ ପକ୍ଷରୁ ୧ ଲକ୍ଷ ୨ ହଜାର ୨୭୫ କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ ଏକ...

ଅମାନିଆ ହେଉଛନ୍ତି ଫୁଡ୍ ଡେଲିଭରି ବୟ
ବ୍ରହ୍ମପୁର ଅଫିସ୍,୨୫ା୪: କରୋନା ମହାମାରୀର ଦ୍ୱିତୀୟ ଲହରକୁ ରୋକିବାକୁ ନେଇ ସହରାଞ୍ଚଳରେ ହୋଇଥିବା ସପ୍ତାହାନ୍ତ ଶଟ୍ଡାଉନ ରବିବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଦ୍ୱିତୀୟ ଦିନରେ ମହାନଗରରେ...

ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ହେଲା କଳ୍ପନାଙ୍କ ସ୍ମୃତି
ଭୁବନେଶ୍ୱର,୨୯ା୫(ବ୍ୟୁରୋ): ରାଜ୍ୟ ସଂଗ୍ରହାଳୟରେ ସ୍ଥାନ ପାଇଛି ପର୍ବତାରୋହୀ ତଥା ଏଭରେଷ୍ଟ ବିଜୟିନୀ ସ୍ବର୍ଗତା କଳ୍ପନା ଦାସଙ୍କ ସ୍ମୃତି। ୨୦୦୮ରେ କଳ୍ପନା ଏଭରେଷ୍ଟ ଚଢିଥିବାବେଳେ ଯେଉଁ ପୋଷାକ...