ଆଖି ବୁଜିଲେ କରୋନା ଆକ୍ରାନ୍ତ ଶିଶୁ

ଭୁବନେଶ୍ୱର, ୧୫।୭(ବ୍ୟୁରୋ): କରୋନାରେ ଆକ୍ରାନ୍ତ ସୁନ୍ଦରଗଡ଼ର ଜଣେ ଶିଶୁ ଆଖିବୁଜିଛନ୍ତି। ତାଙ୍କୁ ଏକବର୍ଷ ୩ ମାସ ହୋଇଥିଲା। ତେବେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିଲେ ମଧ୍ୟ ଜିଏମ୍‌୧ ଗାଙ୍ଗଲିଓସିଡୋସିସ୍‌ ରୋଗରେ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଙ୍ଗଳବାର ସୂଚନା ଦେଇଛି। ଏହି ରୋଗ ଯୋଗୁ ମସ୍ତିଷ୍କ ଓ ମେରୁଦଣ୍ଡ ମଧ୍ୟଦେଇ ଯାଇଥିବା ସ୍ନାୟୁକୋଷ ସବୁ ନଷ୍ଟ ହୋଇଯାଇଥାଏ। ତେବେ ଅନ୍ୟ ରୋଗରେ କରୋନା ଆକ୍ରାନ୍ତ ଶିଶୁଙ୍କ ମୃତ୍ୟୁ ଘଟିବା ହେଉଛି ରାଜ୍ୟର ପ୍ରଥମ ଘଟଣା। ଏହାକୁ ମିଶାଇ ଇତିମଧ୍ୟରେ ୨୧ଜଣ ଆକ୍ରାନ୍ତଙ୍କ ଅନ୍ୟ ରୋଗରେ ମୃତ୍ୟୁ ଘଟିଥିବା ବିଭାଗୀୟ ତଥ୍ୟରୁ ଜଣାପଡିଛି।
ସେପଟେ ମଙ୍ଗଳବାର ଆଉ ୪ଜଣଙ୍କ ଜୀବନ ନେଇଛି କରୋନା। ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଗଞ୍ଜାମରୁ ଜଣେ ଲେଖାଏ ରହିଛନ୍ତି। କଟକ ଓ ଭୁବନେଶ୍ୱରର ମୃତ ଦୁଇଜଣ ହେଲେ ୭୧ବର୍ଷୀୟ ପୁରୁଷ। ଉଭୟ ଭିନ୍ନ ଭିନ୍ନ କର୍କଟ ରୋଗରେ ମଧ୍ୟ ପୀଡ଼ିତ ଥିଲେ। ଗଞ୍ଜାମର ମୃତକ ହେଉଛନ୍ତି ଜଣେ ୮୦ବର୍ଷୀୟ ପୁରୁଷ। ସେ ମଧୁମେହ ଓ ହୃଦ୍‌ରୋଗରେ ପୀଡିତ ଥିଲେ। ସେହିଭଳି ଖୋର୍ଦ୍ଧାର ଜଣେ ୪୦ବର୍ଷୀୟ ମହିଳାଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଫଳରେ ରାଜ୍ୟରେ ଏବେ କରୋନାଜନିତ ମୃତ୍ୟୁସଂଖ୍ୟା ୭୪ରେ ପହଞ୍ଚତ୍ଛି।
ଅନ୍ୟପଟେ ରାଜ୍ୟରେ ଆଉ ୨୩ ଜିଲାରୁ ୫୪୩ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୩୫୪ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୮୯ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ପ୍ରତିଦିନ ପରି ଏଥର ବି ଗଞ୍ଜାମ ଜିଲାରୁ ସର୍ବାଧିକ ୧୮୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଏବେ ଏହି ଜିଲାରେ ମୋଟ ସଂକ୍ରମିତ ସଂଖ୍ୟା ୪,୩୩୫କୁ ବୃଦ୍ଧି ପାଇଛି। ସେହିପରି ଖୋର୍ଦ୍ଧା ଜିଲାରୁ ୮୭, ସୁନ୍ଦରଗଡ଼ ୫୨, କଟକ ୩୯, ଗଜପତି ୨୯, ରାୟଗଡ଼ା ୨୪, ମୟୂରଭଞ୍ଜ ଓ କେନ୍ଦୁଝରରୁ ୨୨ଜଣ ଲେଖାଏ, ଜଗତ୍‌ସିଂହପୁର ୧୫, ମାଲାକାନଗିରି ୧୧, କେନ୍ଦ୍ରାପଡ଼ା ୧୦, ବାଲେଶ୍ୱର ୮, ପୁରୀ ଓ ବୌଦ୍ଧରୁ ୭ଜଣ ଲେଖାଏ, ଝାରସୁଗୁଡ଼ା ୬, ବଲାଙ୍ଗୀର ୫, ବରଗଡ଼ ୩, ଢେଙ୍କାନାଳ ଓ ସମ୍ବଲପୁରରୁ ୨ଜଣ ଲେଖାଏ ଥିବାବେଳେ ଯାଜପୁର, ନୟାଗଡ଼, ଅନୁଗୋଳ ଓ ଭଦ୍ରକରୁ ଜଣେ ଲେଖାଏ ରହିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୧୪,୨୮୦ ଛୁଇଁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri