ଅଣକୃଷି ଉତ୍ପାଦକ ସଙ୍ଗଠନକୁ ନାବାର୍ଡର ଅଣଦେଖା

ରସୁଲପୁର,୨୪ା୯(ଡି.ଏନ୍‌.ଏ): ରସୁଲପୁର ବ୍ଲକ ପ୍ରଥମାଖଣ୍ଡି ପଞ୍ଚାୟତ ଅଧୀନ ଗୋପାଳପୁର ଗାଁକୁ ୧୭ ତାରିଖରେ ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)ର ଅଧ୍ୟକ୍ଷ ଡ. ଜି.ଆର. ଚିନ୍ତାଲା ଆସିଥିଲେ। ସେ ଗୋପାଳପୁର ଗାଁର ଗୋଟିଏ ବର୍ଗ ବୁଣାକାରଙ୍କ ସହ ଆଲୋଚନା କରିଥିଲେ। କୃଷି ଓ ଗ୍ରାମୀଣ ବିକାଶ କ୍ଷେତ୍ରରେ ନାବାର୍ଡର ପ୍ରମୁଖ ଭୂମିକା ରହିଛି। ଅଣ କୃଷିସଙ୍ଗଠନ କ୍ଷେତ୍ରରେ କାମ କରୁଥିବା ପରିବାର ସଦସ୍ୟଙ୍କୁ ଚିହ୍ନଟ କରାଯାଇ ଆର୍ଥିକ ସହାୟତା ପ୍ରଦାନ କରି ଆତ୍ମ ନିର୍ଭରଶୀଳ କରିବା ବ୍ୟାଙ୍କର ଲକ୍ଷ୍ୟ। ହେଲେ ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁବିଧ ଅଣ କୃଷି ସଙ୍ଗଠନମାନଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଗୋପାଳପୁରରେ ୫ ହଜାରରୁ ଊର୍ଦ୍ଧ୍ୱ ବୁଣାକାର ଥିଲେ ମଧ୍ୟ କାର୍ଯ୍ୟକ୍ରମରେ ୨୫୦ଜଣଙ୍କୁ ସାମିଲ କରାଯାଇଥିଲା। ଯାହାକୁ ନେଇ ଅଣ କୃଷିକ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ବର୍ଗର କାରିଗରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କଂସାପିତ୍ତଳ, ଟେରାକୋଟା, ବାଉଁଶ, ବେତ, କାଠ, ଯାତ୍ରା ପୋଷାକ, ପିକୋ, ଜରିମାଳି କ୍ଷେତ୍ରରେ କାମ କରୁଥିବା ୪ହଜାରରୁ ଊର୍ଦ୍ଧ୍ୱ ପରିବାର ଏବେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି। କରୋନା ପ୍ରଭାବ ଏହି କାରିଗରଙ୍କ ଆର୍ଥିକ ମେରୁଦଣ୍ଡକୁ ଦେହଲାଇ ଦେଇଛି। ହେଲେ ସେହି କାରିଗରଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଏପରି କି ଗ୍ରାମୀଣ ବିକାଶ କ୍ଷେତ୍ରରେ ନାବାର୍ଡ ଭୂମିକାକୁ ସଙ୍କୁଚିତ ପାଇଁ ପ୍ରୟାସ କରାଯାଇଛି।
ଏହାବାଦ୍‌ କୃଷି କ୍ଷେତ୍ରରେ ନାବାର୍ଡ ଆର୍ଥିକ ସହାୟତା ଯୋଗାଇ ଦେବାରେ ପ୍ରମୁଖ ଭୂମିକା ନିର୍ବାହ କରି ଆସୁଛି। ଜିଲାର ଉକ୍ତ ବ୍ଲକ ପରିବା ଚାଷର ପେଣ୍ଠସ୍ଥଳ। ଏହି ବର୍ଗର ଚାଷୀଙ୍କ ବିଭିନ୍ନ ସମସ୍ୟା ରହିଛି। ନାବାର୍ଡ ଅଧ୍ୟକ୍ଷଙ୍କ ଗସ୍ତ କାଳରେ ସେହି ଚାଷୀଙ୍କୁ ବି ଅଣଦେଖା କରାଯାଇଛି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରୁ ଗ୍ରାମାଞ୍ଚଳର ଉଦ୍ୟୋଗୀ ସୁଫଳ ପାଇ ନ ଥିବା ମତ ପ୍ରକାଶ ପାଇଛି ା
ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଉକ୍ତ କାର୍ଯ୍ୟକ୍ରମ ହୋଇଥିଲା। ନାବାର୍ଡ ଅଧ୍ୟକ୍ଷ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ନବକିଷାନ ଫାଇନାନ୍ସ ଲିମିଟେଡ୍‌ ନିର୍ଦ୍ଦେଶିକା ସୁଶୀଲା ଚିନ୍ତାଲା, ନାବାର୍ଡ ଓଡ଼ିଶା ମୁଖ୍ୟ ମହାପ୍ରବନ୍ଧକ ସି. ଉଦୟ ଭାସ୍କର, ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ନାବାର୍ଡ ଯାଜପୁର ଜିଲା ବିକାଶ ପ୍ରବନ୍ଧକ ସୁବ୍ରତ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅଣକୃଷି ଉପତ୍ାଦକ ସଙ୍ଗଠନ (ଓଏଫ୍‌ପିଓ) କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ୨୫୦ ବୁଣାକାରଙ୍କ ପାଇଁ ନାବାର୍ଡ ପକ୍ଷରୁ ୫୦ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏ ନେଇ ଜିଲାପାଳ ରାଠୋର କହିଛନ୍ତି, ଏହା ନାବାର୍ଡ ପକ୍ଷରୁ ଗ୍ରାମୀଣ ବିକାଶ କ୍ଷେତ୍ରରେ ଏକ ପାଇଲଟ୍‌ ପ୍ରୋଗ୍ରାମ ଥିଲା। ପ୍ରଥମ ପର୍ଯ୍ୟାୟରେ ଚକ ଗୋପାଳପୁରର କେତେଜଣ ବୁଣାକାରଙ୍କୁ ନେଇ ଗୋଟିଏ ଅଣକୃଷି ଉତ୍ପାଦକ ଗୋଷ୍ଠୀ ଗଠନ କରାଯାଇଛି। ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ତା’ପରେ ଅନ୍ୟମାନଙ୍କୁ ଏଫ୍‌ପିଓରେ ସାମିଲ କରାଯିବ। ନାବାର୍ଡ ଯାଜପୁର ଜିଲା ବିକାଶ ପ୍ରବନ୍ଧକ ସାହୁଙ୍କୁ ଏ ସଂକ୍ରାନ୍ତରେ ପ୍ରଶ୍ନ କରିବାରୁ ସେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ପାରିବେ ନାହିଁ ବୋଲି କହିଛନ୍ତି। ଓଡ଼ଶା ବୁଣାକାର ମହାସଂଘ କାର୍ଯ୍ୟକାରୀ ସଭାପତି ଶ୍ରୀଧର ବେହେରା କହିଛନ୍ତି, ନାବାର୍ଡ ଅଧ୍ୟକ୍ଷ ଆମ ଅଞ୍ଚଳକୁ ଆସିବା ବଡ଼ କଥା। ଏକାଥରେ ସମସ୍ତଙ୍କୁ ସହାୟତା ମିଳିବା ସମ୍ଭବ ନୁହେଁ। ମାତ୍ର ସବୁ ଅଣ କୃଷି ଉତ୍ପାଦକ ବର୍ଗରେ ସାମିଲ ଥିବା କାରିଗରଙ୍କ ସମସ୍ୟା ଶୁଣିବାରେ ଅସୁବିଧା କେଉଁଠି ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଟେରାକୋଟା ଶିଳ୍ପୀ ପର୍ଶୁରାମ ବେହେରା କହିଛନ୍ତି, ଅଣକୃଷି ଉତ୍ପାଦନ କ୍ଷେତ୍ରରେ କାମ କରୁଥିବା କାରିଗରଙ୍କ ମଧ୍ୟରେ ବାଛବିଚାର କରାଯାଇଛି। ଗୋଟିଏ ବର୍ଗର କେତେଜଣ କାରିଗରଙ୍କୁ ନେଇ କାର୍ଯ୍ୟକ୍ରମ ହେବା ଗ୍ରହଣୀୟ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ବଢୁଛି ଅସଦାଚରଣ ମାମଲା : ନିଲମ୍ବନରେ ସୀମିତ ରହୁଛି କାର୍ଯ୍ୟାନୁଷ୍ଠାନ

କେନ୍ଦ୍ରାପଡା ଅଫିସ୍‌, ୧୮।୯ : କେନ୍ଦ୍ରାପଡା ଜିଲାର ବିଭିନ୍ନ ସ୍କୁଲରେ ଅନେକ ସମୟରେ ନାବାଳିକା/ନାବାଳକ (ଛାତ୍ରୀ/ଛାତ୍ର)ମାନେ ଅସଦାଚରଣର ଶିକାର ହେଉଛନ୍ତି। କିନ୍ତୁ ଏହି ଘଟଣାରେ ସମ୍ପୃକ୍ତ...

ନିର୍ବାଚନ ପରେ ହିଂସା

ବାଲେଶ୍ୱର ଅଫିସ,୧୯।୨ ବାଲେଶ୍ବର ଜିଲା ସିଂଲା ଥାନା ଅନ୍ତର୍ଗତ ପାଉଂଶକୁଲି ବଜାରରେ ନିର୍ବାଚନ ପରେ ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଗତକାଲି ବସ୍ତା ବ୍ଲକରେ...

ଗୁଜୁରାଟରେ ଫସିଛନ୍ତି ବରଗଡ଼ର ୨୮ଶ୍ରମିକ

ବରଗଡ଼ ଅଫିସ୍‌,୬।୪: ରାଜ୍ୟ ବାହାରକୁ କର୍ମ ଅନ୍ବେଷଣରେ ଯାଇ କିଛି ରୋଜଗାର ଆଶା ରଖିଥିଲେ । ମାତ୍ର ଲକ୍‌ ଡାଉନ୍‌ ନୁହେଁ, ସଟ୍‌ ଡାଉନ କଟକଣା...

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ବୋହୂର ସ୍ବୀକୃତି ଦାବି କଲେ ଯୁବତୀ

ପରଜଙ୍ଗ, ୫।୧୨(ଡି.ଏନ.ଏ.) – ବୋହୂର ସ୍ବୀକୃତି ଦାବିକରି ଜଣେ ଯୁବତୀ ପ୍ରେମିକଙ୍କ ଘର ବାରଣ୍ଡାରେ ଦୁଇଦିନ ହେଲା ଧାରଣାରେ ବସିବା ଘଟଣା ଢେଙ୍କାନାଳ ଜିଲା ପରଜଙ୍ଗ...

ଲୋକଙ୍କ ଅଭିଯୋଗ ଶୁଣୁନି ଯୋଗାଣ ବିଭାଗ : ଗଞ୍ଜାମରେ ୮୨୦ ମାମଲା ପେଣ୍ଡିଂ

ଛତ୍ରପୁର,୧୬।୧(ଡି.ଏନ୍‌.ଏ): ଯୋଗାଣ ସମ୍ବନ୍ଧୀୟ ଲୋକଙ୍କ ଅଭିଯୋଗ ଓ ସମସ୍ୟା ଜାଣିବା ଏବଂ ଏହାର ସମାଧାନ କରିବା ଲାଗି ରାଜ୍ୟ ସରକାର ଜିଆରଏସ ପୋର୍ଟାଲର ବ୍ୟବସ୍ଥା କରିଛନ୍ତି...

ହୀରାକୁଦ ଜଳଭଣ୍ଡାରରେ ଫାଟ, ଡ୍ରୋନ୍‌ ସହାୟତାରେ ଯାଞ୍ଚ ନିର୍ଦ୍ଦେଶ

ସମ୍ବଲପୁର,୨୫ା୮(ବ୍ୟୁରୋ):  ହୀରାକୁଦ ଡ୍ୟାମର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ବନ୍ଧ ନିରାପତ୍ତା...

ଋଷିକୂଲ୍ୟାରେ ବୁଡ଼ି ଛତିଶଗଡ଼ ଯୁବକ ନିଖୋଜ

ଛତ୍ରପୁର,୨୬।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଗଙ୍ଗାପୁର ଗାଁରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ନିକଟ ଋଷିକୁଲ୍ୟା କଂସାରୀ ଗଣ୍ଡରେ ଗାଧୋଇାକୁ ଯାଇ ଛତିଶିଗଡ଼ର...

ସେଣ୍ଟ୍ରାଲ ହସ୍ପିଟାଲରେ ହୋଇପାରୁନି ଅଲ୍ଟ୍ରାସାଉଣ୍ଡ

ତାଳଚେର, ୨୦ା୮(ନି.ପ୍ର.): ଜିଲା ସ୍ବାସ୍ଥ୍ୟ ବିଭାଗର ଅବହେଳା କାରଣରୁ ତାଳଚେରସ୍ଥିତ ଏମ୍‌ସିଏଲ୍‌ର କେନ୍ଦ୍ରୀୟ ଚିକିତ୍ସାଳୟରେ ଗତ ମେ ମାସରୁ ଅଲ୍ଟ୍ରାସାଉଣ୍ଡ ସେବା ବନ୍ଦ ରହିଥିବା ଅଭିଯୋଗ...

Advertisement
Archives

Model This Week