Posted inଖେଳ

ଷଷ୍ଠ ଟାଇଟଲ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

କେପ୍‌ଟାଉନ୍‌,୨୬ା୨: ରବିବାର କେପ୍‌ଟାଉନ୍‌ର ନ୍ୟୁଲାଣ୍ଡ୍ସରେ ଖେଳାଯିବ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ ଫାଇନାଲ। ଷଷ୍ଠ ଟାଇଟଲ ହାସଲ ଲକ୍ଷ୍ୟରେ ରହିଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆ ସମ୍ମୁଖରେ ରହିଛି ଘରୋଇ ଦକ୍ଷିଣ ଆଫ୍ରିକା। ବିଗତ ଏକ ବର୍ଷ ମଧ୍ୟରେ ଘରୋଇ ଦଳ କ୍ରିକେଟରେ ବେଶ୍‌ ଆଗେଇଛି। ବର୍ଷେ ତଳେ ବିଶ୍ୱକପ୍‌ ସେମିଫାଇନାଲରୁ ବିଦାୟ ନେଇଥିବା ଏହି ଦଳ ଚଳିତ ଟି୨୦ ବିଶ୍ୱକପ୍‌ରେ ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଛି। ତେବେ ସାମ୍ନାରେ ରହିଛି ୫ ଥର ଟି୨୦ ବିଶ୍ୱକପ୍‌ ଚାମ୍ପିୟନ୍‌ ଅଷ୍ଟ୍ରେଲିଆ। କ୍ରମାଗତ ସପ୍ତମ ଥର ଫାଇନାଲରେ ପ୍ରବେଶ କରିଥିବା ତଥା ଷଷ୍ଠ ଟାଇଟଲ ଲକ୍ଷ୍ୟରେ ରହିଥିବା ଅଷ୍ଟ୍ରେଲିଆକୁ ମାତ୍‌ ଦେବାର ଯୋଜନାରେ ଘରୋଇ ଦଳ କେତେ ସଫଳ ହେବ ତାହା ଦେଖିବାକୁ ବାକି ଅଛି। ଲୌରା ଓଲ୍‌ଭାଡର୍ଟ ଓ ତାଜମିନ୍‌ ବ୍ରିଟ୍ସ ଟୁର୍ନାମେଣ୍ଟର ଅନ୍ୟତମ ଶ୍ରେଷ୍ଠ ଓପନିଂ ଯୋଡ଼ି ରହିଛନ୍ତି। ପୂର୍ବତନ ଜୁନିୟର ଜାଭେଲିନ୍‌ ଥ୍ରୋୟର ବିଶ୍ୱ ଚାମ୍ପିୟନ ତାଜମିନ ବ୍ରିଟ୍ସ ୨୦୧୨ କାର୍‌ ଦୁର୍ଘଟଣା ପରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ଫାଇନାଲରେ ଘରୋଇ ଦଳର ସଫଳତା ଏହି ଦୁଇ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିବ। ଭାରତ ବିପକ୍ଷରେ ଅବିଶ୍ୱସନୀୟ ବିଜୟ ପରେ ଅଷ୍ଟ୍ରେଲିଆ ଦଳ ଦୃଢ଼ ଆତ୍ମବିଶ୍ୱାସରେ ନଜର ଆସିବ। ଅଷ୍ଟ୍ରେଲିଆ ବିପକ୍ଷରେ ସଫଳ ହେବାକୁ ହେଲେ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ମାରିଜେନ୍‌ କାପ୍‌ଙ୍କ ପ୍ରଦର୍ଶନ ଉପରେ ସଭିଙ୍କ ନଜର ରହିବ। ଇଂଲଣ୍ଡ ବିପକ୍ଷ ସେମିରେ ତାଙ୍କ ପ୍ରଦର୍ଶନ ଭଲ ରହିଥିଲା। ଅଧିନାୟିକା ସୁନ୍‌ ଲୁସ୍‌ଙ୍କ ସମେତ ଶବନିମ ଇସମାଇଲ ଓ ଆୟୋବୋଙ୍ଗା ଖାଖାଙ୍କ ପରି ପ୍ରଭାବୀ ବୋଲର ରହିଛନ୍ତି। ମିଡିଲ ଅର୍ଡରରେ କ୍ଲୋଏ ଟ୍ରାୟନ୍‌ ଓ ନାଡିନ୍‌ ଡି କ୍ଲାର୍କଙ୍କ ଭଳି ଖେଳାଳି ରହିଛନ୍ତି। କ୍ଲୋଏ ଟ୍ରାୟନ୍‌ ନିଜ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାକୁ ସ୍ଥାନୀୟ ଦର୍ଶକଙ୍କ ସମର୍ଥନ ମଧ୍ୟ ମିଳିବ। ଗ୍ରୁପ୍‌ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ସହଜରେ ଦକ୍ଷିଣ ଆଫ୍ରିକାକୁ ହରାଇଥିବାରୁ ଏହା ଦଳର ଆତ୍ମବିଶ୍ୱାସ ବଢାଇବାରେ ସହାୟକ ହେବ। ତେବେ ଟାଇଟଲ ମୁକାବିଲା କଙ୍ଗାରୁ ଦଳ ପାଇଁ ଏତେଟା ସହଜ ନ ହେବା ନେଇ ଅନୁମାନ କରାଯାଉଛି। ଭାରତ ବିପକ୍ଷ ସେମି ଫାଇନାଲରେ ଦଳ ଯେଉଁ ଢଙ୍ଗରେ ଅନ୍ତିମ ୫ ଓଭରରେ ୩୯ ରନ୍‌ ରୋକିବାରେ ସମର୍ଥ ହେଲା ତାହା ମେଗ୍‌ ଲାନିଙ୍ଗଙ୍କ ଦଳର ମାନସିକ ଦୃଢ଼ତା ପ୍ରମାଣିତ କରୁଛି। ଫାଇନାଲ ମ୍ୟାଚରେ ଉଭୟ ଦଳ ପାଇଁ ସମାନ ସୁଯୋଗ ରହିଥିବା କହିଛନ୍ତି ଓପନର ବ୍ରିଟ୍ସ। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଆମେ ଫେଭରିଟ୍‌ ନ ଥିଲୁ। ମାତ୍ର ବିଜୟୀ ହେବା ସହିତ ଆମେ ଯେ କୌଣସି ଦଳକୁ ପରାସ୍ତ କରିବାରେ ସମର୍ଥ ବୋଲି ପ୍ରମାଣିତ କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri