ପୌରାଣିକ ଧାରାବାହିକ: ବଢ଼ୁଛି ଆଦର

ଘରେ ବସି ମନୋରଞ୍ଜନ କରିବାର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ଟେଲିଭିଜନ୍‌। ଦିନ ଥିଲା, ଖବର ଜାଣିବାକୁ ହେଉ ଅବା ଗୀତ-ନାଟକ ଶୁଣିବାକୁ ରେଡିଓ ଉପରେ ନିର୍ଭର କରିବାକୁ ପଡୁଥିଲା। ତା’ପରେ ଆସିଲା ଦୂରଦର୍ଶନ। ଏବେ ଅନେକ ଘରୋଇ ଚ୍ୟାନେଲ୍‌ରେ ପ୍ରସାରିତ ବିଭିନ୍ନ ପ୍ରୋଗ୍ରାମ ଦର୍ଶକଙ୍କୁ କେତେ ପ୍ରଭାବିତ କରିଛି ତାହା କହିବା ବାହୁଲ୍ୟ। ଏପରି କି କେବଳ ମନୋରଞ୍ଜନ ପାଇଁ ସ୍ବତନ୍ତ୍ର ଚ୍ୟାନେଲ୍‌ ମଧ୍ୟ ପ୍ରସ୍ତୁତ କରାଯାଇଛି। ଏଥିରେ ଧାରାବାହିକ, ଚଳଚ୍ଚିତ୍ର, ରିୟଲିଟି ଶୋ’ ଆଦିର ପ୍ରସାରଣ ଘରେ ବସି ନିଜକୁ ଏଣ୍ଟରଟେନ୍‌ କରିବାର ସୁଯୋଗ ଦେଇଛି। ସାମାଜିକ କଥାବସ୍ତୁ, ନାରୀକୈନ୍ଦ୍ରିକ କାହାଣୀ ଉପରେ ଆଧାରିତ ଧାରାବାହିକ ବେଶ୍‌ ଲୋକପ୍ରିୟ ହୋଇପାରିଛି। ତା’ସହ ପୌରାଣିକ ବିଷୟ ଉପରେ ନିର୍ମିତ ଧାରାବାହିକର ରହିଛି ସ୍ବତନ୍ତ୍ର ମହତ୍ତ୍ୱ। ‘ରାମାୟଣ’ ‘ମହାଭାରତ’ ଧାରାବାହିକ ସେତେବେଳେ ଡିଡି ନ୍ୟାଶନାଲରେ ପ୍ରସାରିତ ହୋଇ ସୃଷ୍ଟି କରିଥିଲା ମାଇଲ୍‌ଷ୍ଟୋନ୍‌। ନିକଟରେ କରୋନା ମହାମାରୀ ସମୟରେ ଦୂରଦର୍ଶନରେ ରାମାୟଣ, ମହାଭାରତ, ବିଷ୍ଣୁ ପୁରାଣ, ଶ୍ରୀକ୍ରିଷ୍ଣା ପରି ପୌରାଣିକ ଧାରାବାହିକର ପୁନଃ ପ୍ରସାରଣ କରାଯାଇଥିଲା। ଖାସ୍‌ କଥା ହେଲା, ଏହି ସମୟରେ ଏହାର ଲୋକପ୍ରିୟତା ଆହୁରି ବଢ଼ି ଯାଇଥିଲା।
୧୯୭୦-୯୦ରେ ଦୂରଦର୍ଶନରେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା ପୌରାଣିକ ଧାରାବାହିକ। କାରଣ ଏହି ଦଶକ ମଧ୍ୟରେ ଦୁଇଟି ଲୋକପ୍ରିୟ ଧାରାବାହିକ ‘ରାମାୟଣ’ ଏବଂ ‘ମହାଭାରତ’ ପ୍ରସାରିତ ହୋଇଥିଲା। ପୌରାଣିକ କଥାବସ୍ତୁକୁ ଧାରାବାହିକର ରୂପ ଦେବା ଏବଂ ତାହାକୁ ଜାତୀୟ ଚ୍ୟାନେଲ୍‌ରେ ପ୍ରସାରଣ କରିବାକୁ ଏକ ଚ୍ୟାଲେଞ୍ଜ ଭାବରେ ନେଇଥିଲେ ସେ ସମୟର ଆଗଧାଡ଼ିର ପ୍ରଯୋଜକ ଏବଂ ନିର୍ଦ୍ଦେଶକ ରାମାନନ୍ଦ ସାଗର। ବିଭିନ୍ନ ବାଧାବିଘ୍ନର ସମ୍ମୁଖୀନ ହୋଇ ମଧ୍ୟ ସେ ଏପରି ଲୋକପ୍ରିୟ ବିଷୟକୁ ଧାରାବାହିକରେ ପରିଣତ କରି ପ୍ରସାରିତ କରିବାରେ ସକ୍ଷମ ହୋଇଥିଲେ। ୧୯୮୭ ଜାନୁୟାରୀ ୨୪ରେ ‘ରାମାୟଣ’ ଧାରାବାହିକର ପ୍ରଥମ ଏପିସୋଡ୍‌ ପ୍ରସାରିତ ହୋଇଥିଲା। ୭୮ ଏପିସୋଡ୍‌ ବିଶିଷ୍ଟ ଏହି ମେଗା ପୌରାଣିକ ଧାରାବାହିକ ସେ ସମୟରେ ବେଶ୍‌ ଲୋକପ୍ରିୟ ହୋଇ ଧାରାବାହିକ ଦୁନିଆରେ ଏକ ନୂଆ ଉଦାହରଣ ସୃଷ୍ଟି କରିଥିଲା। ସେତେବେଳେ ଦର୍ଶକ ଏହାର ପ୍ରସାରଣ ଦେଖିବାକୁ ଏପରି ପାଗଳ ହୋଇଯାଉଥିଲେ ଯେ ରାସ୍ତାଘାଟ ଶୂନ୍‌ଶାନ ହୋଇଯାଉଥିଲା। ଏହି ଧାରାବାହିକର ରାମ-ସୀତା ଭୂମିକାରେ ଅଭିନୟ କରୁଥିବା ଅରୁଣ ଗୋଭିଲ୍‌ ଏବଂ ଦୀପିକା ଚିଖଲିୟାଙ୍କୁ ଅନେକେ ଜୀବନ୍ତ ରାମ-ସୀତା ଭାବରେ ଗ୍ରହଣ କରିନେଇଥିଲେ। କେବଳ ସେତିକି ନୁହେଁ, ସୁନୀଲ ଲାହିରି (ଲକ୍ଷ୍ମଣ), ଦାରା ସିଂ (ହନୁମାନ), ଅରବିନ୍ଦ ତ୍ରିବେଦୀ (ରାବଣ), ବିଜୟ ଆରୋରା (ଇନ୍ଦ୍ରଜିତ) ଏବଂ ଲଲିତା ପାଓ୍ବାର (ମନ୍ଥରା)ଙ୍କ ଅଭିନୟ ଧାରାବାହିକଟିକୁ ଆହୁରି ଲୋକପ୍ରିୟ କରାଇପାରିଥିଲା। ଏପରି କି ଚଳିତବର୍ଷ କରୋନା ମହାମାରୀ ସମୟରେ ଦୂରଦର୍ଶନ ପକ୍ଷରୁ ଏହାର ପୁନଃ ପ୍ରସାରଣ କରାଯାଇଥିଲା, ଯାହାକି ଆଶାତୀତ ସଫଳତା ହାସଲ କରିଥିଲା।
ବି.ଆର. ଚୋପ୍ରାଙ୍କ ପ୍ରଯୋଜିତ ଏବଂ ରବି ଚୋପ୍ରାଙ୍କ ନିର୍ଦ୍ଦେଶିତ ମେଗା ତଥା ଦର୍ଶକାଦୃଶ ପୌରାଣିକ ଧାରାବାହିକ ‘ମହାଭାରତ’। ୧୯୮୮ ଅକ୍ଟୋବର ୨ରେ ଏହାର ପ୍ରଥମ ଏପିସୋଡ୍‌ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା। ୯୪ ଏପିସୋଡ୍‌ ବିଶିଷ୍ଟ ଏହି ଧାରାବାହିକକୁ ଦର୍ଶକ ଏପରି ଗ୍ରହଣ କଲେ ଯେ, ତାହା ସବୁଠାରୁ ଲୋକପ୍ରିୟ ପୌରାଣିକ ଧାରାବାହିକ ଆଖ୍ୟା ପାଇଥିଲା। ଉକ୍ତ ସିରିଏଲ୍‌ରେ ମୁକେଶ ଖାନ୍ନା (ଭୀଷ୍ମ), ନିତେଶ ଭରଦ୍ୱାଜ (କୃଷ୍ଣ), ରୂପା ଗାଙ୍ଗୁଲି (ଦ୍ରୌପଦୀ), ଗୁଫି ପେଣ୍ଟାଲ (ଶକୁନି), ପଙ୍କଜ ଧୀର (କର୍ଣ୍ଣ), ଗଜେନ୍ଦ୍ର ଚୌହାନ (ଯୁଧିଷ୍ଠିର), ପ୍ରବୀଣ କୁମାର (ଭୀମ) ଏବଂ ଅର୍ଜୁନ (ଅର୍ଜୁନ)ଙ୍କ ଭୂମିକା କେତେ ଜୀବନ୍ତ ଥିଲା, ତାହା ଯିଏ ଦେଖିଛି ସିଏ ଜାଣିଛି। ଚଳିତବର୍ଷ କୋଭିଡ୍‌ ଲକ୍‌ଡାଉନ୍‌ ସମୟରେ ଦୂରଦର୍ଶନ ପକ୍ଷରୁ ଏହାର ପୁନଃ ପ୍ରସାରଣ ମଧ୍ୟ ଦର୍ଶକଙ୍କୁ ବେଶ୍‌ ମନୋରଞ୍ଜନର ଖୋରାକ ଯୋଗାଇଥିଲା।
ଏହାବ୍ୟତୀତ ଲୋକପ୍ରିିୟ ପୌରାଣିକ ଧାରାବାହିକଗୁଡ଼ିକ ମଧ୍ୟରେ ରହିଛି ‘ଶ୍ରୀକ୍ରିଷ୍ଣା’। କରୋନା ଲକ୍‌ଡାଉନ୍‌ ସମୟରେ ଦୂରଦର୍ଶନ ପକ୍ଷରୁ ଏହାର ମଧ୍ୟ ପୁଣି ଥରେ ପ୍ରସାରଣ କରାଯାଇଥିଲା। ଅନ୍ୟପକ୍ଷରେ ରବି ଚୋପ୍ରାଙ୍କ ନିର୍ଦ୍ଦେଶିତ ତଥା ୨୦୦୦ ମସିହାରେ ପ୍ରସାରିତ ଅନ୍ୟତମ ପୌରାଣିକ ଧାରାବାହିକ ‘ବିଷ୍ଣୁ ପୁରାଣ’ ବେଶ୍‌ ଚର୍ଚ୍ଚିତ ହୋଇଥିଲା। ଏଥିରେ କୃଷ୍ଣ ଭୂମିକାରେ ନିତେଶ ଭରଦ୍ୱାଜ ଏବଂ ଲକ୍ଷ୍ମୀ ରୋଲ୍‌ରେ ବୈଦେହୀ ଅମୃତେ ଅଭିନୟ କରିଥିଲେ। ଚଳିତବର୍ଷ ଲକ୍‌ଡାଉନ୍‌ ସମୟରେ ଏହାର ପୁନଃ ପ୍ରସାରଣ ମଧ୍ୟ ଦର୍ଶକଙ୍କୁ ବେଶ୍‌ ଆମୋଦିତ କରିଥିଲା।
ଏଗୁଡ଼ିକ ବ୍ୟତୀତ ‘ସଙ୍କଟମୋଚନ ମହାବଲୀ ହନୁମାନ’, ‘ମହିମା ଶନିଦେବ କି’, ‘ଜୟ ଗଙ୍ଗା ମୟା’, ‘ଓଁ ନମଃ ଶିବାୟ’, ‘ଜୟ ହନୁମାନ’ ଆଦି ପୌରାଣିକ ଧାରାବାହିକ ଦର୍ଶକଙ୍କୁ ସ୍ବତନ୍ତ୍ର ମନୋରଞ୍ଜନ ଯୋଗାଇବାରେ ସକ୍ଷମ ହୋଇଛି।

 

ପୌରାଣିକ ଧାରାବାହିକ ସବୁବେଳେ
ସ୍ବତନ୍ତ୍ର : ମହେଶ ହାଜ୍‌ରା (ନିର୍ଦ୍ଦେଶକ)
ପୌରାଣିକ ଧାରାବାହିକ ସବୁବେଳେ ସ୍ବତନ୍ତ୍ର ବୋଲି କହିବି। କାରଣ ଏହାର କଥାବସ୍ତୁ ଦର୍ଶକଙ୍କୁ ପ୍ରଭାବିତ କରିବାର କ୍ଷମତା ରଖିଥାଏ। ତା’ ହୋଇ ନ ଥିଲେ ପୂର୍ବରୁ ରେକର୍ଡ ସୃଷ୍ଟି କରିଥିବା ‘ରାମାୟଣ’, ‘ମହାଭାରତ’ ପରି ମେଗା ପୌରାଣିକ ଧାରାବାହିକ କରୋନା ସମୟରେ ପୁଣି ଥରେ ପ୍ରସାରିତ ହୋଇ ଦର୍ଶକାଦୃତ ହୋଇ ନ ଥାନ୍ତା। ଅନେକ ପୁରାଣ ପଢ଼ିବା ଅପେକ୍ଷା ଏହା ଉପରେ ଆଧାରିତ ଧାରାବାହିକ ଦେଖିବାକୁ ପସନ୍ଦ କରିଥାଆନ୍ତି। ଏପରି ସିରିଏଲର ସ୍ବତନ୍ତ୍ର ଦର୍ଶକ ଅଛନ୍ତି। ଏବେ ବିଶେଷଭାବରେ ଯୁବପିଢ଼ି ଏଭଳି ଧାରାବାହିକ ଦେଖିବାକୁ ପସନ୍ଦ କରୁଛନ୍ତି। ତାହା ବ୍ୟତୀତ ନୂଆ ଟେକ୍ନୋଲୋଜିକୁ ଆଧାର କରି ଏପରି ସିରିଏଲ ନିର୍ମାଣ କରାଯାଉଛି। ପୌରାଣିକ ଧାରାବାହିକ ଦର୍ଶକଙ୍କ ଦ୍ୱାରା ସବୁବେଳେ ଆଦୃତ ହୋଇଆସିଛି ଏବଂ ଏହି ଧାରା ଭବିଷ୍ୟତରେ ବଜାୟ ରହିବ ବୋଲି ମୋର ଦୃଢ଼ ବିଶ୍ୱାସ।

ପୌରାଣିକ ଧାରାବାହିକ ଯେତେ ଦେଖିଲେ ନୂଆ ଲାଗିଥାଏ : ମନ୍ମଥ ମିଶ୍ର (ସଙ୍ଗୀତ ନିର୍ଦ୍ଦେଶକ)
ଦର୍ଶକଙ୍କ ରୁଚିରେ ସବୁବେଳେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ଦିନକୁ ଦିନ ଯୁଗ ବଦଳୁଛି। ଏବେ ତ ହାଇଟେକ୍‌ ଯୁଗ। ହେଲେ ପୌରାଣିକ କଥାବସ୍ତୁକୁ ଆଧାର କରି ନିର୍ମିତ ଧାରାବାହିକର ଚାହିଦା କେତେ ତାହା କହିବା ବାହୂୁଲ୍ୟ। ଏପରି ଧାରାବାହିକ ଦର୍ଶକଙ୍କୁ ଏକ ଭିନ୍ନ ଧରଣର ମନୋରଞ୍ଜନ ଯୋଗାଇଥାଏ। ଲୋକମାନଙ୍କର ମାନସିକତା ବଦଳିଯାଇପାରେ, ହେଲେ ଶାସ୍ତ୍ର, ପୁରାଣର ଚାହିଦା ସବୁବେଳେ ରହିଛି ଏବଂ ରହିଥିବ। ଓଡ଼ିଆ ଭାଷାରେ ନିର୍ମିତ ପୌରାଣିକ ଧାରାବାହିକ ‘ଶ୍ରୀ ଜଗନ୍ନାଥ’ର ସଙ୍ଗୀତ ଦାୟିତ୍ୱ ମୁଁ ତୁଲାଇଥିଲି। ମୁଁ ଗାଇଥିବା ଏହାର ଶୀର୍ଷକ ସଙ୍ଗୀତ ଦର୍ଶକଙ୍କୁ କେତେ ପ୍ରଭାବିତ କରିଥିଲା ତାହା ସମସ୍ତେ ଜାଣନ୍ତି। ଏହି ଧାରାବାହିକକୁ ଦର୍ଶକ ଯେପରି ପ୍ରଶଂସା କରିଥିଲେ ତାହାକୁ ମୁଁ ଏବେ ବି ବିଶ୍ୱାସ କରିପାରୁନି। କାରଣ, ପୌରାଣିକ ବିଷୟବସ୍ତୁ ଆମ ମନରେ ଆଧ୍ୟାତ୍ମିକତା ପରିବେଶ ସୃଷ୍ଟି କରିଥାଏ। ଏବେ ମଧ୍ୟ ଏହାର ଚାହିଦା ରହିଛି ଏବଂ ଭବିଷ୍ୟତରେ ରହିଥିବ।

ଓଡ଼ିଆରେ ପୌରାଣିକ ଧାରାବାହିକ

ଓଡ଼ିଆରେ ପୌରାଣିକ ଧାରାବାହିକ ‘ଶ୍ରୀଜଗନ୍ନାଥ’ ନିର୍ମାଣ କରିଥିଲେ ବିଜୟ କାନ୍ଦୋଇ। ହର ପଟ୍ଟନାୟକ-ହିମାଂଶୁ ପରିଜା (ଚଣ୍ଡୀ)ଙ୍କ ନିର୍ଦ୍ଦେଶନାରେ ଏହା ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ଜଗନ୍ନାଥଙ୍କ କଥାବସ୍ତୁକୁ ବେଶ୍‌ ସୁନ୍ଦର ଭାବରେ ଏଥିରେ ଉପସ୍ଥାପନା କରାଯାଇଥିଲା। ତରଙ୍ଗ ଚ୍ୟାନେଲ୍‌ରେ ପ୍ରସାରିତ ଏହି ଧାରାବାହିକରେ ମନ୍ମଥ ମିଶ୍ରଙ୍କର ସ୍ବର ସଂଯୋଜନାରେ ସଙ୍ଗୀତ କୌଣସି ଗୁଣରେ କମ୍‌ ନ ଥିଲା। ଧାରାବାହିକର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ ବିଶିଷ୍ଟ ସଂଳାପକାର ବିଜୟ ମିଶ୍ର। ସେହି ସମୟରେ ଏହି ଧାରାବାହିକ ଦର୍ଶକଙ୍କୁ ଏକ ଭିନ୍ନ ସ୍ବାଦର ମନୋରଞ୍ଜନ ଯୋଗାଇଥିଲା। ଏହାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମୀର ତ୍ରିପାଠୀ (ଜଗନ୍ନାଥ), ଡ. ଚିତ୍ତରଞ୍ଜନ ମିଶ୍ର (ବଳରାମ) ଏବଂ ମେଘନା ମିଶ୍ର (ଲକ୍ଷ୍ମୀ)। ନିକଟରେ ଜି ସାର୍ଥକ ପକ୍ଷରୁ ପ୍ରସାରିତ ହୋଇଥିଲା ଆଉ ଏକ ପୌରାଣିକ ଧାରାବାହିକ, ଯାହାର ଶୀର୍ଷକ ଥିଲା ‘ସୁଭଦ୍ରା’। ଚଳିତବର୍ଷ ଜୁନ୍‌ ମାସରୁ ଏହାର ପ୍ରସାରଣ ଆରମ୍ଭ ହୋଇ ନଭେମ୍ବର ୬ରେ ଶେଷ ହୋଇଛି। ୧୦୮ ଏପିସୋଡ୍‌ ବିଶିଷ୍ଟ ଏହି ଧାରାବାହିକର ଟାଇଟଲ (ସୁଭଦ୍ରା) ଭୂମିକାରେ ଅଭିନୟ କରିଥିଲେ ସୁମନ ପଟ୍ଟନାୟକ। ଅନ୍ୟପକ୍ଷରେ ନୀଲ୍‌ (ଶ୍ରୀକୃଷ୍ଣ) ଏବଂ ଦୀପିକା ତ୍ରିପାଠୀ (ଦ୍ରୌପଦୀ)ଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ଧାରାବାହିକର ନିର୍ଦ୍ଦେଶନା ଦେଇଥିଲେ ଅଜୟ ରଥ। ଏହାବ୍ୟତୀତ କେତୋଟି ହିନ୍ଦୀ ଧାରାବାହିକର ଓଡ଼ିଆ ଡବିଂ କରାଯାଇ ତାହାର ପ୍ରସାରଣ ଘରୋଇ ଚ୍ୟାନେଲଗୁଡ଼ିକରେ ଚାଲୁ ରହିଛି।

ସେମାନଙ୍କ ମତରେ…

ଆଧ୍ୟାତ୍ମିକ ଧାରାବାହିକ ମୋ ଜୀବନରେ ପରିବର୍ତ୍ତନ ଆଣିଛି (ସ୍ନେହଲତା ମହାନ୍ତି, ବିରିବାଟୀ, କଟକ)
ଆଧ୍ୟାତ୍ମିକ ଧାରାବାହିକ ଦେଖିବାକୁ ମୁଁ କେତେ ଭଲ ପାଏ ତାହା ଭାଷାରେ ବର୍ଣ୍ଣନା କରିପାରିବି ନାହିଁ। ଯେତେବେଳେ ପ୍ରଥମେ ‘ରାମାୟଣ’ ଏବଂ ‘ମହାଭାରତ’ ପ୍ରସାରିତ ହୋଇଥିଲା ସେତେବେଳେ ମୁଁ ଏହି ଧାରାବାହିକଦ୍ୱୟର ସବୁ ଏପିସୋଡ ଦେଖିଲି। ପୁରାଣ ଉପରେ ଆଧାରିତ ସିରିଏଲଟିଏ ଦେଖିଲେ ମୋ ମନରେ ଶାନ୍ତି ଆସିଥାଏ। ଏବେ ମଧ୍ୟ ଘର କାମରେ ବ୍ୟସ୍ତ ରହିଥିଲେ ମଧ୍ୟ ମୁଁ କୌଣସି ପୌରାଣିକ ଧାରାବାହିକକୁ ଦେଖିବାକୁ ଭୁଲି ନ ଥାଏ। ସେଗୁଡିକରୁ ଅନେକ କିଛି ଶିଖିବାର ଅଛି। ମୋଟ ଉପରେ କହିବାକୁ ଗଲେ ଏପରି ଧାରାବାହିକ ମୋ ଜୀବନରେ ପରିବର୍ତ୍ତନ ଆଣିଛି। ମୋ ମତରେ ଏଭଳି ଧାରାବାହିକଗୁଡିକର ଚାହିଦା ପୂର୍ବରୁ ଥିଲା, ଏବେ ରହିଛି ଏବଂ ଭବିଷ୍ୟତରେ ମଧ୍ୟ ରହିଥିବ।

 

ଶୁଭ୍ର ପ୍ରକାଶ ମହାପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

ଦିଗପହଣ୍ଡିର ବିଭିନ୍ନ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଜିଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ସମୀକ୍ଷା 

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ରହିଥିବା ବିଭିନ୍ନ ପର୍ଯ୍ଯଟନୀସ୍ଥଳ ଗୁଡ଼ିକର ଉନ୍ନତି କରାଯିବା ନେଇ ଶୁକ୍ରବାର ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଘୋଡାହାଡ…

ଶିଶୁ ଫର୍ମୁଲା ଫୁଡ୍ ମାମଲାରେ ନେସଲେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ, FSSAI ଉଠାଇଲା କଠୋର ପଦକ୍ଷେପ

ନୂଆଦିଲ୍ଲୀ,୧୮।୯: ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଫର୍ମୁଲା ଫୁଡ୍ (Infant Formula Food) ର ବିଜ୍ଞାପନ ଓ ପୋଷକ ତତ୍ତ୍ୱର ଗୁଣବତ୍ତାକୁ ନେଇ ଖାଦ୍ୟ ସୁରକ୍ଷା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?