ମୃତ୍ୟୁ ରହସ୍ୟରୁ ହଟୁନି ପରଦା

ରାଉରକେଲା,୧୭।୧୧(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) କର୍ମଚାରୀ ଗୌତମ ଘଡେଇଙ୍କ ଏକମାତ୍ର ପୁଅ ଶମ୍ଭୁନାଥ ଘଡେଇ(୨୭)ଙ୍କ ସନ୍ଦେହଜନକ ମୃତ୍ୟୁ ଏବେବି ରହସ୍ୟ ହୋଇ ରହିଛି। ଏହି ମାମଲାରେ ପୋଲିସ ତଦନ୍ତ କରୁଥିଲେ ମଧ୍ୟ କୌଣସି ନିଷ୍କର୍ସରେ ପହଞ୍ଚତ୍ପାରିନାହିଁ।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୬ରେ ଶମ୍ଭୁନାଥ ତାଙ୍କର ୩ ଜଣ ସାଙ୍ଗଙ୍କ ସହ କୋରାପୁଟ ଅଭିମୁଖେ ବୁଲିବାକୁ ଯାଇ ଫେରି ନ ଥିଲେ। ୨୭ ତାରିଖରେ ଶମ୍ଭୁନାଥ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ପ୍ଲାଟସାଇଟ୍‌ ଥାନାରେ ଅଭିଯୋଗ ହୋଇଥିଲା। ୩୦ ତାରିଖରେ ଶମ୍ଭୁଙ୍କ ମୃତଦେହ କୋରାପୁଟ ପଟାଙ୍ଗୀ ଥାନା ଅଞ୍ଚଳର ଏକ ପଡ଼ିଆରୁ ମିଳିଥିଲା। ପରେ ମୃତକଙ୍କ ପରିବାର ଲୋକେ କୋରାପୁଟରୁ ମୃତଦେହ ଆଣିବା ସହ ପଟାଙ୍ଗୀ ଥାନାରେ ହତ୍ୟା ଅଭିଯୋଗ କରିଥିଲେ। ତେବେ ପଟାଙ୍ଗୀ ପୋଲିସ ଏହି ଘଟଣାରେ ତଦନ୍ତ କରୁଥିଲେ ମଧ୍ୟ ଶମ୍ଭୁନାଥଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି। ଅନ୍ୟପକ୍ଷେ ଏହି ମାମଲାକୁ ପ୍ରାୟ ୨୦ ଦିନ ବିତିଥିଲେ ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟ ପରିବାରବର୍ଗଙ୍କ ହସ୍ତଗତ ହୋଇନାହିଁ। ହତ୍ୟାରେ ସମ୍ପୃକ୍ତି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୩ ଜଣଙ୍କୁ ଗିରଫ କରି ପଟାଙ୍ଗୀ ଥାନାକୁ ହସ୍ତାନ୍ତର କରିଥିଲା। ହେଲେ ପଟାଙ୍ଗୀ ପୋଲିସ ୨ଜଣଙ୍କୁ ପଚରାଉଚୁରା କରି ଛାଡ଼ି ଦେଇଥିବା ଜଣାପଡିଛି।
ମୃତକଙ୍କ ମା’ ଲକ୍ଷ୍ମୀଲତା ଅଭିଯୋଗ କରି କହିଛନ୍ତି, ଗତ ଅକ୍ଟୋବର ୨୬ ତାରିଖରେ ତାଙ୍କ ପୁଅ ଶମ୍ଭୁଙ୍କୁ ରୋହିତ ପଟ୍ଟନାୟକ, ପବନ ଶର୍ମା ଓ କାର ଚାଳକ ରମାକାନ୍ତ ବୁଲିବାକୁ ଡାକି ନେଇଥିଲେ। ୨୭ ତାରିଖରେ ଶମ୍ଭୁଙ୍କ ମୋବାଇଲ ଫୋନ୍‌ ସୁଇଚ୍‌ ଅଫ୍‌ ଥିଲା। ଶମ୍ଭୁଙ୍କ ସହ ଯୋଗାଯୋଗ ନ ହେବାରୁ ପରିବାର ଲୋକେ ପ୍ଲଶଣ୍ଟସାଇଟ୍‌ ଥାନାରେ ଏତଲା ଦେଇଥିଲେ। ତେବେ ପୋଲିସ ୨ଦିନ ଅପେକ୍ଷା କରିବାକୁ କହିଥିଲା। ପରେ ସନ୍ଦେହଜନକ ଭାବେ ଶମ୍ଭୁଙ୍କ ମୃତଦେହ ଏକ ପଡ଼ିଆରୁ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ସମ୍ପୃକ୍ତି ସନ୍ଦେହରେ ପୋଲିସ ମୁଖ୍ୟ ଅଭିଯୁକ୍ତ କାଲୁଆ(୪୨)ଙ୍କ ସମେତ ୩ଜଣଙ୍କୁ ଗିରଫ କରିଥିଲା। ପରେ କାଲୁଆଙ୍କ ବ୍ୟତୀତ ଅନ୍ୟ ଦୁଇଜଣଙ୍କୁ ପୋଲିସ ଛାଡିଦେଲା। ଯାହାକି ସନ୍ଦେହ ସୃଷ୍ଟି କରୁଛି। ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଅଭିଯୁଙ୍କ ପରିବାର ବିରୋଧରେ ହତ୍ୟା ଅଭିଯୋଗ କରିବେ ବୋଲି ଲକ୍ଷ୍ମୀଲତା କହିଛନ୍ତି। ସେହିପରି ଶମ୍ଭୁଙ୍କ ପିତା ଅନ୍ୟତ୍ର ରହୁଛନ୍ତି। ତେଣୁ ଏଠାରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଲକ୍ଷ୍ମୀଲତା କହିଥିଲେ। ଏ ସମ୍ପର୍କରେ ପଟାଙ୍ଗୀ ଥାନା ଅଧିକାରୀ ଚତୁର୍ଭୁଜ ନାଏକଙ୍କୁ ପଚାରିବାରୁ ସେ କହିଲେ, କାର୍‌ ଓ ଚାଳକଙ୍କ ପତ୍ତା ମିଳିନାହିଁ। ଏଥିରେ ସମ୍ପୃକ୍ତି ନେଇ ୩ଜଣ ଗିରଫ ହୋଇଥିଲେ। ତେବେ କାଲୁଆଙ୍କ ବ୍ୟତୀତ ଅନ୍ୟ ୨ଜଣଙ୍କୁ ଜେରା ପରେ ଛଡ଼ାଯାଇଛି। କାର ଚାଳକଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ରହିଛି। ଫଳରେ ତଦନ୍ତରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ସେହିପରି ସିଡ଼ିଆର୍‌ ରିପୋର୍ଟ ଉପରେ କାମ ଚାଲିଛି। ତଦନ୍ତ ଶିଥିଳ ହୋଇନାହିଁ ବରଂ ତ୍ୱରାନ୍ବିତ ହେଉଛି ବୋଲି ନାଏକ କହିଥିଲେ। ଅନ୍ୟପକ୍ଷେ ବୁଧବାର ସ୍ଥାନୀୟ ପ୍ଲାଣ୍ଟସାଇଟ୍‌ ପୋଲିସ ଅଭିଯୁକ୍ତ ୩ଜଣଙ୍କ ପରିବାର ଲୋକଙ୍କୁ ଥାନାକୁ ଡାକି ପୁନଃ ତଦନ୍ତ କରିଛି। ସମସ୍ତ ମାମଲା ପଟାଙ୍ଗୀ ଥାନା ଉପରେ ନ୍ୟସ୍ତ ରହିଛି ବୋଲି ଥାନାଧିକାରୀ ଜ୍ୟୋତିରଞ୍ଜନ ପତି କହିଛନ୍ତି।
ଉଲ୍ଲେଖନୀୟ, ଶମ୍ଭୁନାଥ ଗୌତମ ଓ ଲକ୍ଷ୍ମୀଲତାଙ୍କ ଏକମାତ୍ର ପୁଅ ଥିଲେ। ଶମ୍ଭୁ ଓ ତାଙ୍କ ଭଉଣୀ ଟିମ୍ବର କଲୋନୀରେ ଲକ୍ଷ୍ମୀଲତାଙ୍କ ସହ ରହୁଥିବା ବେଳେ ଗୌତମ ସେକ୍ଟରରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?