ଚନ୍ଦ୍ରରେ ରହସ୍ୟମୟ କୁଡ଼ିଆ, ଫଟୋ ପଠାଇଲା ରୋଭର…

ବେଜିଂ,୬।୧୨: ଚନ୍ଦ୍ରର ଦୂର ପାର୍ଶ୍ୱରେ ଏକ ରହସ୍ୟମୟ କୁଡ଼ିଆ ରହିଛି। ଚାଇନାର ରୋଭର ପଠାଇଥିବା ଫଟୋରୁ ଏହା ଜଣାପଡ଼ିଛି। ଚାଇନାର ଚାଙ୍ଗ-୪ ପ୍ରୋବ୍‌ ଦ୍ୱାରା ଚନ୍ଦ୍ରକୁ ପଠାଯାଇଥିବା ୟୁଟୁ-୨ ରୋଭର ଦ୍ୱାରା ଚନ୍ଦ୍ରର ଦୂର ପାର୍ଶ୍ୱକୁ ନିଆଯାଇଥିବା ଫଟୋରେ ଏଭଳି ଦେଖିବାକୁ ମିଳିିଛି। ଏହା ୨୦୧୮ ଡିସେମ୍ବର ୮ରେ ଲଞ୍ଚ କରାଯାଇଥିଲା ଏବଂ ୨୦୧୯ ଜାନୁୟାରୀ ୩ରେ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧର ଆଇଟକେନ ବେସିନରେ ଥିବା ଭନ କରମାନ କ୍ରାଟରରେ ପ୍ରଥମ ଥର ପାଇଁ ଏହା ଅବତରଣ କରିଥିଲା।

ଏସମ୍ପର୍କରେ ସ୍ପେସ ଡଟ କମ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଚାଇନାର ରୋଭର ଚନ୍ଦ୍ରର ଦୂର ପାର୍ଶ୍ୱରେ ଏକ ରହସ୍ୟମୟ ବସ୍ତୁ ଦେଖିଛି। ୟୁଟୁ -୨ ରୋଭର ଭନ କରମାନ କ୍ରାଟର ଅଞ୍ଚଳରେ କାର୍ଯ୍ୟ ଜାରି ରଖିଛି। ବର୍ତ୍ତମାନର ଅବସ୍ଥାନଠାରୁ ୮୦ ମିଟର ଦୂରରେ ଏହା ରାହସ୍ୟମୟ ବସ୍ତୁକୁ ଠାବ କରିଛି।

ଚାଇନାର ବୈଜ୍ଞାନିକମାନେ କ୍ୟୁବ ଆକୃତିର ବସ୍ତୁକୁ ରହସ୍ୟମୟ କୁଡ଼ିଆ ଭାବେ ନାମିତ କରାଯାଇଛି। ସ୍ପେସ ଡଟ କମ କହିଛି ଯେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବାର ପ୍ରାୟ ଦୁଇ ବର୍ଷ ପରେ ୨୦୨୧ ନଭେମ୍ବରରେ ଏହି ରହସ୍ୟମୟ ବସ୍ତୁକୁ ଚିହ୍ନଟ କରାଯାଇଥିଲା। ଏହାକୁ ନେଇ ମହାକାଶ ବିଜ୍ଞାନୀମାନେ ଅଧିକ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେବେ ଭାବି ନ ଥିଲି ଏତେବଡ ଦଣ୍ଡ ମିଳିବ, ହେଲେ…, ସଂସଦ ସଦସ୍ୟତା ଯିବା ପରେ ଆମେରିକାରେ କହିଲେ ରାହୁଲ

ସାନ ଫ୍ରାନସିସକୋ,୧।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଖୁବ ବର୍ଷିଛନ୍ତି। ଆମେରିକାରେ ରାହୁଲ କହିଛନ୍ତି, ମୁଁ କେବେ...

ପୁଅଙ୍କର ଏହି ୪ ଗୁଣକୁ ପସନ୍ଦ କରନ୍ତି ଝିଅ : ଜାଣନ୍ତୁ ସେ ସବୁ କ’ଣ

ପୁଅ ମାନଙ୍କ କିଛି ଅଭ୍ୟାସ ଅଛି ଯାହା ଝିଅ ମାନଙ୍କୁ ବହୁତ ପସନ୍ଦ ଆସିଥାଏ। ପ୍ରତ୍ୟେକ ଝିଅ ଚାହାନ୍ତି ସେମାନଙ୍କ ପାର୍ଟନର ଏହି ସବୁ ଗୁଣର...

ଆକ୍ରମଣ ହେଲେ ଯୁଦ୍ଧ ପାଇଁ ପ୍ରସ୍ତୁତ: ପାକ୍‌ ସେନାମୁଖ୍ୟ

ଇସ୍‌ଲାମାବାଦ,୫।୧୨: ପାକିସ୍ତାନ ଉପରେ ଆକ୍ରମଣ ହେଲେ ସୈନ୍ୟବାହିନୀ ଶତ୍ରୁପକ୍ଷ ଉପରେ ପ୍ରତିଆକ୍ରମଣ କରିବ ବୋଲି ନୂଆ ସେନାଧ୍ୟକ୍ଷ ଅସିମ୍‌ ମୁନିର ପ୍ରକାଶ କରିଛନ୍ତି। ଏପରିକି ପାକିସ୍ତାନ...

ସ୍ପେସ୍‌ ଷ୍ଟେଶନରେ ସୋଲାର ପ୍ୟାନେଲ

ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ(ଆଇଏସ୍‌ଏସ୍‌) ବାହାରେ ପ୍ରଥମ ସୋଲାର ପ୍ୟାନେଲ ଲଗାଇବାରେ ମହାକାଶଚାରୀ ସଫଳ ହୋଇଛନ୍ତି। ଏହା ସୌର ଶକ୍ତି ଅବଶୋଷଣ କରି ପ୍ରତିଦିନର ବୈଜ୍ଞାନିକ ଅନୁସନ୍ଧାନ...

ପ୍ରଜାପତିର ଡେଣା

ସୂର୍ଯ୍ୟକିରଣରେ ସବୁ ଜିନିଷ ଗରମ ହୋଇଯାଏ। ଏକଥା ଆମେ ସମସ୍ତେ ଜାଣୁ। ହେଲେ ସୂର୍ଯ୍ୟକିରଣ ପ୍ରଜାପତିର ଡେଣାକୁ ଗରମ କରିପାରେନା। ପ୍ରଜାପତିର ଡେଣା ସବୁବେଳେ ଥଣ୍ଡା...

ଭାରତ ସହ ପୁଣି ଡାକସେବା ଆରମ୍ଭ କରିବ ପାକିସ୍ତାନ

ଇସ୍‌ଲାମାବାଦ,୧୯।୧୧: ଭାରତ ସହ ପାକିସ୍ତାନ ପୁଣି ଥରେ ଡାକସେବା ଆରମ୍ଭ କରିବାକୁ ଯାଉଛି। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ଦୁଇ...

ସୌଦି ମହିଳାଙ୍କୁ ମିଳିଲା ସ୍ବାଧୀନତା

ରିୟାଦ,୨।୮: ସାଧାରଣତଃ ସୌଦି ମହିଳାଙ୍କ ପାଇଁ ନାନା କଟକଣା ରଖାଯାଇଛି। ପୁରୁଷ କୈନ୍ଦ୍ରୀକ ସମାଜରେ ଏବେ କିନ୍ତୁ ଏହି ମହିଳାମାନେ ପୁରୁଷଙ୍କ ବିନା ପରାମର୍ଶରେ ବିଦେଶ...

ଚୋରି କରିବାକୁ ଆସି ଏସି ରୁମ୍‌ରେ ମାଲିକ ପାଖରେ ଶୋଇ ପଡ଼ିଲା ଚୋର

ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରୁ ଏକ ମଜାଦାର ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଗୋଟିଏ ଚୋରର କାରନାମା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏବଂ ଏହା...

Advertisement
Archives

Model This Week